କଳାହାଣ୍ଡି ଜିଲାସ୍ତରୀୟ ଦୌଡ଼କୁଦ ପ୍ରତିଯୋଗିତା ଆରମ୍ଭ

କର୍ଲାମୁଣ୍ଡା;୨।୧୧(ପ୍ରଦୀପ କୁମାର ସାହୁ): କଳାହାଣ୍ଡି ଜିଲା କର୍ଲାମୁଣ୍ଡା ବ୍ଲକ ତେରେସିଂହା ସ୍ଥିତ ସରକାରୀ ଉଚ୍ଚ ବିଦ୍ୟାଳୟରେ ରବିବାର କଳାହାଣ୍ଡି ଜିଲାସ୍ତରୀୟ ଦୌଡକୁଦ ପ୍ରତିଯୋଗିତା ଉଦ୍‌ଘାଟିତ ହୋଇଯାଇଛି। ଜିଲା ଶିକ୍ଷା କାର୍ଯ୍ୟଳୟ ପକ୍ଷରୁ ଆୟୋଜିତ ପ୍ରତିଯୋଗିତାରେ ଜିଲାର ୧୩ଟି ବ୍ଲକରୁ ୧୪ ଓ ୧୭ କମ ବୟସର ଛାତ୍ରୀଛାତ୍ର ଅଂଶ ଗ୍ରହଣ କରିଛନ୍ତି।

ଉଦଘାଟନୀ ସମାରୋହରେ ଜିଲା ଶିକ୍ଷା ଅଧିକାରୀ ରାଧାକାନ୍ତ ଛତ୍ରୀ ସଭାପତିତ୍ୱ କରିଥିବା ବେଳେ କଳାହାଣ୍ଡି ଅତିରିକ୍ତ ଜିଲାପାଳ ତନ୍ମୟ କୁମାର ଦରୱାନ ମୁଖ୍ୟଅତିଥି ଭାବେ ଯୋଗଦେଇ ଶିବିରକୁ ଉଦ୍‌ଘାଟନ କରିଥିଲେ। ଏଥିରେ ସମ୍ମାନୀତ ଅତିଥି ଭାବେ ଅତିରିକ୍ତ ଜିଲା ଶିକ୍ଷା ଅଧିକାରୀ ହେମସାଗର ମହାନନ୍ଦ, କର୍ଲାମୁଣ୍ଡା ଗୋଷ୍ଠୀ ଶିକ୍ଷା ଅଧିକାରୀ ବାଞ୍ଛାନିଧି ପଣ୍ଡା, ଲାଞ୍ଜିଗଡ଼ ଗୋଷ୍ଠୀ ଶିକ୍ଷା ଅଧିକାରୀ ଋଷିଆ ମେହେର, ପ୍ରାକ୍ତନ କଲମପୁର ବିଇଓ ବିଜୟ କୁମାର ପୁରୋହିତ ଯୋଗଦେଇ କ୍ରୀଡା ମାଧ୍ୟମରେ ଶୈଷିକ ବିକାଶର ଗୁଣବତ୍ତା ଉପରେ ଆଲୋକପାତ କରିଥିଲେ।

ସାଙ୍ଗଠନିକ ସମ୍ପାଦକ ତଥା ତେରେସିଂହା ହାଇସ୍କୁଲ ପ୍ରଧାନ ଶିକ୍ଷକ ଗରୁଡଧ୍ୱଜ ଗହୀର ସ୍ବାଗତ ଭାଷଣ ଦେଇଥିବା ବେଳେ ଜିଲା ଶାରିରୀକ ଶିକ୍ଷା ନିରୀକ୍ଷକ ରୂପସିଂ ରାଉତ ବିବରଣୀ ପାଠ କରିଥିଲେ। ରିଷିଡା ବାପୁଜୀ ହାଇସ୍କୁଲ ଛାତ୍ରୀମାନେ ଦଳଗତ ନୃତ୍ୟ ପରିବେଷଣ କରିଥିଲେ।

ଶିକ୍ଷକ ସୂର୍ଯ୍ୟମଣି ଭୋଇ ସଭା ସଂଯୋଜନା କରିଥିବା ବେଳେ ସୁଧୀର ରଞ୍ଜନ ସୁନା ଓ ପ୍ରିତମ ହୋବୋ ସାଂସ୍କୃତିକ କାର୍ଯ୍ୟକ୍ରମ ସଞ୍ଚାଳନ କରିଥିଲେ। ମୁଖ୍ୟଅତିଥି ପତାକା ଉତ୍ତୋଳନ କରିବା ସହ କ୍ରୀଡାବିତମାନଙ୍କୁ ଶପଥ ପାଠ କରାଇଥିଲେ।

କାର୍ଯ୍ୟକ୍ରମରେ ଶିକ୍ଷକ ପର୍ଶୁରାମ ଓଝା, ପଙ୍କଜ ବାରିକ, ସୂର୍ଯ୍ୟମଣି ରଣା, ଆଶିଷ କୁମାର ମଲ୍ଲିକ, ବ୍ଲକ ପ୍ରାଥମିକ ଶିକ୍ଷକ ସଂଘ ସଭାପତି ଅନ୍ତର୍ଯ୍ୟାମୀ ମଲ୍ଲିକ, ସମ୍ପାଦକ ସଞ୍ଜୟ କୁମାର ଦାସ, ସିଆର୍‌ସିସି ପ୍ରଶନ୍ନ କୁମାର ସାହୁ, ଯୁଗଳ ନାଗ, ବିଶିକେଶନ ସୁନା, ମିଲାପ କୁମାର, ହେମନ୍ତ ନାୟକ, ଉଜ୍ଜଳ କୁମାର ସାହୁ ପ୍ରମୁଖ ସହଯୋଗ କରିଥିଲେ।

ପ୍ରକାଶଥାଉକି ଶିବିରରେ ଜିଲାର ପ୍ରତି ବ୍ଲକରୁ ୫୦ଜଣ ଲେଖାଏ ପ୍ରତିଯୋଗୀ ଭାଗ ନେଉଥିବା ବେଳେ ମୋଟ ୪୦ଟି ବିଭାଗରେ ପ୍ରତିଯୋଗିତା ହେଉଥିବା ଜଣାପଡିଛି। ସୋମବାର ସନ୍ଧ୍ୟାରେ ଶିବିର ଉଦ୍‌ଯାପିତ ହେବାର କାର୍ଯ୍ୟକ୍ରମ ରହିଛି।

 


Enter your email to get our daily news in your inbox.

All Right Reserved By Dharitri.Com

ଏସିଆନ ଗେମ୍ସର ଓପନିଂ ମ୍ୟାଚ୍‌ରେ ଭାରତର ବଡ଼ ବିଜୟ

କାକାମିଗାହାରା,୨୦ା୯: ଏସିଆନ ଗେମ୍ସ ପୁରୁଷ ହକି ପୁଲ୍‌ ‘ଏ’ର ଓପନିଂ ମ୍ୟାଚରେ ଭାରତ ୧୩-୧ ଗୋଲ୍‌ରେ ଇଣ୍ଡୋନେସିଆକୁ ହରାଇ ଦେଇଛି। ଷ୍ଟ୍ରାଇକର ଦିଲ୍‌ପ୍ରୀତ ସିଂ ଏକାକି ୪ଟି…

ବଡ଼ ଘୋଷଣା କଲେ ମୁଖ୍ୟମନ୍ତ୍ରୀ, ଆନ୍ଦୋଳନର ସମସ୍ତ ମାମଲା ପ୍ରତ୍ୟାହାର….

କୋଲକାତା,୨୦ା୯: ପଶ୍ଚିମବଙ୍ଗରେ କୁର୍ମି ସମୁଦାୟକୁ ନେଇ ବଡ଼ ଘୋଷଣା କରିଛନ୍ତି ମୁଖ୍ୟମନ୍ତ୍ରୀ ଶୁଭେନ୍ଦୁ ଅଧିକାରୀ। ପୂର୍ବ ସରକାରଙ୍କ ସମୟରେ କୁର୍ମି ଆନ୍ଦୋଳନ ସହ ଜଡ଼ିତ ଯେଉଁ ସବୁ…

ଟି୨୦ କ୍ରିକେଟରେ ଇତିହାସ ରଚିଲେ ମନ୍ଧାନା

ନିଶିନ,୨୦ା୯: ଭାରତୀୟ ଓପନର ସ୍ମୃତି ମନ୍ଧାନା ରବିବାର ନିଜ କ୍ୟାରିୟରରେ ଆଉ ଏକ ରେକର୍ଡର ଅଧିକାରୀ ହୋଇଛନ୍ତି। ବାଂଲାଦେଶ ବିପକ୍ଷ ଏସିଆନ ଗେମ୍ସ ସେମିଫାଇନାଲ ମ୍ୟାଚ୍‌ରେ ୩୭…

‘ଛାତ୍ରୋଁ କୀ ଗୁଞ୍ଜ୍‌’ କାର୍ଯ୍ୟକ୍ରମରେ ହାସ୍ୟାଭିନେତାଙ୍କ ଦ୍ୱାରା ମୋଦିଙ୍କୁ ନକଲ, ଦେଶରେ ହଇଚଇ!

ନୂଆଦିଲ୍ଲୀ,୨୦ା୯: କଂଗ୍ରେସ ନେତା ରାହୁଲ ଗାନ୍ଧୀଙ୍କୁ ନେଇ ରାଜନୈତିକ ବିବାଦ ଜୋର ଧରିଛି । ମଧ୍ୟପ୍ରଦେଶର ଇନ୍ଦୋରରେ କଂଗ୍ରେସ ନେତା ରାହୁଲ ଗାନ୍ଧୀଙ୍କ ‘ଛାତ୍ରୋଁ କୀ ଗୁଞ୍ଜ୍‌’…

ଶେଫାଳିଙ୍କ ଦମ୍‌ଦାର ଶତକ: ଫାଇନାଲରେ ଭାରତ

ନିଶିନ,୨୦ା୯: ଶେଫାଳି ବର୍ମାଙ୍କ ଶତକ ବଳରେ ଖେଳାଯାଇଥିବା ସେମିଫାଇନାଲ ମ୍ୟାଚ୍‌ରେ ଭାରତ ୧୧୪ ରନ୍‌ରେ ବାଂଲାଦେଶକୁ ହରାଇ ମହିଳା କ୍ରିକେଟ ଟି୨୦ ଇଭେଣ୍ଟ ଫାଇନାଲରେ ପ୍ରବେଶ କରିଛି।…

ଖଣ୍ଡୁଆଳମାଳି ବକ୍ସାଇଟ୍ ଖଣି ଖନନକୁ ବିରୋଧ, ଅମଠାଗୁଡ଼ାରେ ୨୦ ଗାଁର ଶତାଧିକ ଆନ୍ଦୋଳନକାରୀ….

ଥୁଆମୂଳ ରାମପୁର,୨୦।୯(ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ବ୍ଲକ୍ କର୍ଲାପାଟ୍ ଅଞ୍ଚଳର ଖଣ୍ଡୁଆଳମାଳିରୁ ବକ୍ସାଇଟ୍ ଖନନକୁ ନେଇ ସ୍ଥାନୀୟ ଅଞ୍ଚଳବାସୀଙ୍କ ବିରୋଧ ତୀବ୍ର ହେବାରେ ଲାଗିଛି…

ବିଦ୍ୟାଳୟରୁ ଚାଉଳ-ଖେଳଣା ଚୋରି, ୩ ଅଭିଯୁକ୍ତଙ୍କୁ ବାନ୍ଧିଲା ଦିଗପହଣ୍ଡି ପୋଲିସ

ଦିଗପହଣ୍ଡି,୨୦।୯(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ବଡ଼ଡୁମ୍ବୁଳା ପଞ୍ଚାୟତ ବୀରପଦ୍ମନାଭପୁର ଗ୍ରାମ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ଷ୍ଟୋର ରୁମରୁ ୩୦ ପ୍ୟାକେଟ ଚାଉଳ ଏବଂ…

ବରିଷ୍ଠ କିରାଣି ଜୟନ୍ତ ପ୍ରଧାନଙ୍କୁ ନିଲମ୍ବନ କଲେ କେନ୍ଦ୍ରାପଡ଼ା DEO

ଡେରାବିଶ, ୨୦।୯(ବେବର୍ତା ଅଜୟ ଦାସ): ଡେରାବିଶ ବ୍ଲକ ଶିକ୍ଷାଧିକାରୀଙ୍କ କାର୍ଯ୍ୟାଳୟରେ କାର୍ଯ୍ୟରତ ଥିବା ବରିଷ୍ଠ କିରାଣୀ ଜୟନ୍ତ କୁମାର ପ୍ରଧାନଙ୍କୁ ନିଲମ୍ବିତ କରାଯାଇଛି । ନିଜ କାର୍ଯ୍ୟରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?