କାଗଜ କଲମରେ କଳାଗ୍ରାମ

କାମାକ୍ଷାନଗର, ୧୧।୧ (ସୁଧୀର କୁମାର ପରିଡ଼ା): ଘରେ ଘରେ କଳାକାର। କମିନି କଳାର ଆଦର। ପିଢ଼ି ପରେ ପିଢ଼ି ନିଷ୍ଠାପର ଉଦ୍ୟମ ବଳରେ ଗ୍ରାମରେ ଏବେ ବି ସୁରକ୍ଷିତ ଲୁପ୍ତପ୍ରାୟ ଲୋକକଳା। ସେଥିପାଇଁ ସରକାରୀ ନଥିରେ ଲାଗିଛି କଳାଗ୍ରାମର ଟ୍ୟାଗ୍‌। ହେଲେ କଳାକାରଙ୍କ ବିକାଶ ପାଇଁ କାହାର ଦରଦ ଅଛି ନା ଯୋଜନା। ସବୁ ଅଟକିଛି କାଗଜ କଲମରେ। ଏଭଳି ସ୍ଥିତିରେ କଳାକାର ଗ୍ରାମ ମାନ୍ୟତା ମିଳିବାର ବର୍ଷେ ପରେ ବି ଭାଗ୍ୟ ପରିବର୍ତ୍ତନ ଆଶାରେ ରହିଛନ୍ତି ଢେଙ୍କାନାଳ ଜିଲା କାମାକ୍ଷାନଗର ବ୍ଲକ ରାୟନୃସିଂହପୁର ଗ୍ରାମର ଅନେକ ବର୍ଷୀୟାନ୍‌ କଳାକାର।
କଳାକାର ଥିବେ। କଳାର ଆଦର ଥିବ ଏବଂ କଳାର ବିକାଶ ପାଇଁ ଆବଶ୍ୟକ ଭିତ୍ତିଭୂମି ଥିବ। ପ୍ରତି ଜିଲାରୁ ଏଭଳି ଏକ ଗ୍ରାମକୁ ଚୟନ କରି କଳାକାର ଗ୍ରାମର ମାନ୍ୟତା ଦିଆଯାଇଛି। ତଦନୁଯାୟୀ କାମାକ୍ଷାନଗର ବ୍ଲକ ରାୟନୃସିଂହପୁର ଗ୍ରାମକୁ ଜିଲାପାଳଙ୍କ ନିର୍ଦ୍ଦେଶକ୍ରମେ ୨୦୧୯ ଅକ୍ଟୋବର ୨ରେ କଳାକାର ଗ୍ରାମ ଭାବେ ଘୋଷଣା କରାଯାଇଥିଲା। ଉଦ୍ଦେଶ୍ୟ ଥିଲା କଳାକାରଙ୍କୁ ସଙ୍ଗଠିତ କରି କଳାର ପ୍ରଚାର ପ୍ରସାର କରିବା। ହେଲେ ମାନ୍ୟତା ମିଳିବାର ବର୍ଷେରୁ ଅଧିକ ସମୟ ବିତିଯାଇଥିଲେ ମଧ୍ୟ ପ୍ରଶାସନର ନଜର ଆଢୁଆଳରେ ରହିଯାଇଛି ରାୟନୃସିଂହପୁର ଗ୍ରାମ ଏବଂ ଏହାର କଳାକାର।
ଗ୍ରାମରେ ୧୦୦ରୁ ଊର୍ଦ୍ଧ୍ୱ ପରିବାର ବାସ କରନ୍ତି। ଲଉଡ଼ିବାଡ଼ି ଖେଳ, ଦଣ୍ଡନୃତ୍ୟ ଭଳି ଅନେକ ଲୋକନୃତ୍ୟ ପାଇଁ ରାୟନୃସିଂହପୁର ଜିଲାରେ ନଁା କରିଛି। ପର୍ବପର୍ବାଣି, ମେଳା, ମହୋତ୍ସବ ସମେତ ସରକାରୀ ଓ ବେସରକାରୀ କାର୍ଯ୍ୟକ୍ରମରେ କଳାକାରଙ୍କୁ ଲୋକକଳା ପ୍ରଦର୍ଶନ କରିବାର ସୁଯୋଗ ମିଳିଥାଏ। ଆଶାନୁରୂପକ ପାରିଶ୍ରମିକ ମିଳୁ ନ ଥିଲେ ମଧ୍ୟ ବର୍ଷୀୟାନ କଳାକାରମାନେ କୌଳିକ ପରମ୍ପରାକୁ ସମ୍ମାନ ଜଣାଇ ଏହାକୁ ଜାରି ରଖିଛନ୍ତି। ସେହିପରି ରାୟନୃସିଂହପୁର ପଞ୍ଚାୟତ ଅଞ୍ଚଳରେ ବାଉଁଶଶିଳ୍ପ କାରିଗରି ଲାଗି ଆବଶ୍ୟକ ଭିତ୍ତିଭୂମି ରହିଛି। ବାଉଁଶ ନିର୍ମିତ ଟେବୁଲ, ଚେୟାର, ସୌଖିନ ଘରକରଣା ନିର୍ମାଣ କରି କେତେକ ପରିବାର ଜାତୀୟସ୍ତରରେ ସୁନାମ ଅର୍ଜିଛନ୍ତି। ଏସବୁକୁ ଦେଖିଲେ ସରକାରଙ୍କ କଳାଗ୍ରାମ ମାନ୍ୟତା ନିଷ୍ପତ୍ତି ସ୍ବାଗତଯୋଗ୍ୟ। ହେଲେ ଅଞ୍ଚଳର କଳା, ଶିଳ୍ପ, କାରିଗରିର ବିକାଶ ଲାଗି ଆନ୍ତରିକତା ପ୍ରକାଶ ପାଉନାହିଁ। ଅଦ୍ୟାବଧି କଳାକାରଙ୍କ ସର୍ଭେ ହୋଇନାହିଁ। ପରିଣତ ବୟସରେ ପହଞ୍ଚତ୍ଥିବା ଅନେକ ବରିଷ୍ଠ କଳାକାର ଭତ୍ତା ପାଇବାରୁ ବଞ୍ଚତ୍ତ ରହିଛନ୍ତି। ଗ୍ରାମରେ କଳା ପ୍ରଦର୍ଶନ ଲାଗି ସରକାରୀସ୍ତରରେ ଯେଉଁସବୁ ବ୍ୟବସ୍ଥା ହେବା କଥା ତାହା ବି କରାଯାଉନାହିଁ, ଯାହାକୁ ନେଇ ଶିଳ୍ପୀଙ୍କ ମଧ୍ୟରେ ନିରାଶାଭାବ ସୃଷ୍ଟି ହୋଇଛି। ଏଥିପ୍ରତି ଜିଲା ପ୍ରଶାସନ ତୁରନ୍ତ ଦୃଷ୍ଟି ଦେଇ ପଦକ୍ଷେପ ନେବାକୁ କଳାକାର ପରିବାର ଦାବି କରିଛନ୍ତି।
ଏ ସଂକ୍ରାନ୍ତରେ ଜିଲା ସଂସ୍କୃତି ଅଧିକାରୀ ଶୁକ୍ରୁ ସ୍ବାଇଁ କୁହନ୍ତି, ରାୟନୃସିଂହପୁରକୁ କଳାକାର ଗ୍ରାମ ଭାବେ ଘୋଷଣା କରାଯିବା ପରେ ସଭା କରାଯାଇଥିଲା। ସେଠାରେ ଅନେକ କାମ ବାକି ରହିଛି। କରୋନା କାରଣରୁ ବର୍ଷେ ପଛକୁ ଫେରିଯାଇଛୁ। ଗ୍ରାମର ସୌନ୍ଦର୍ଯ୍ୟକରଣ ଲାଗି କଳାକାର ତୋରଣ ମଣ୍ଡପ ତିଆରି କରାଯିବ। ସେଠାରେ କଳାର ପ୍ରଦର୍ଶନ ହେବ। ନୂତନ କଳାକାର ସୃଷ୍ଟି ପାଇଁ ଆବଶ୍ୟକ ପଦକ୍ଷେପ ନିଆଯିବ। ଏଥିଲାଗି କାମ ଆରମ୍ଭ ହୋଇଛି। ଖୁବ୍‌ଶୀଘ୍ର ଗ୍ରାମର ରୂପରେଖ ବଦଳିବ ବୋଲି ସଂସ୍କୃତି ଅଧିକାରୀ ସୂଚନା ଦେଇଛନ୍ତି।

ପ୍ରଚାରରେ ସୀମିତ
ବାଉଁଶ ହସ୍ତଶିଳ୍ପ କାରିଗରିରେ ଜୀବନ କଟିଗଲା। ନିଜସ୍ବ ଉଦ୍ୟମରେ ଏଭଳି ଏକ ଲୁପ୍ତପ୍ରାୟ କଳାକୁ ବଞ୍ଚାଇ ରଖିପାରିଛୁ। ସରକାରୀସ୍ତରରେ ସାମାନ୍ୟ ସହଯୋଗ ମିଳିଲେ ଏହାର ପ୍ରଚାର ପ୍ରସାର ହୋଇପାରିବ। ହେଲେ କଳାଗ୍ରାମ କେବଳ ଘୋଷଣାରେ ସୀମିତ। ପ୍ରୋତ୍ସାହନ କି ପ୍ରମାଣପତ୍ର କିଛି ନାହିଁ। ଏହାର ପ୍ରକୃତ ଉଦ୍ଦେଶ୍ୟ କ’ଣ ଜାଣିପାରିଲୁ ନାହିଁ।
– ଭାଗୀରଥି ଦାସ, ବାଉଁଶ ହସ୍ତଶିଳ୍ପ କାରିଗର

ଆଶାବାଦୀ ହୋଇ ରହିଛୁ
ରାୟନୃସିଂହପୁରକୁ କଳାକାର ଗ୍ରାମ ଘୋଷଣା କରାଯିବା ପରେ ପଞ୍ଚାୟତକୁ ସ୍ବଳ୍ପ ପରିମାଣର ଅନୁଦାନ ଆସିଥିଲା। ଉକ୍ତ ଅର୍ଥରେ ସ୍ଥାନୀୟ ଜନପ୍ରତିନିଧି, ଜିଲା ପ୍ରଶାସନିକ ଅଧିକାରୀ, ଅଞ୍ଚଳର କଳାକାରଙ୍କୁ ନେଇ ବୈଠକ ଅନୁଷ୍ଠିତ ହୋଇଥିଲା। ଇତିମଧ୍ୟରେ ବର୍ଷେ ବିତିଗଲାଣି। ଅନୁଦାନ ଆସିନି କି କଳାକାର ତାଲିକା ହୋଇନାହିଁ। ଅନେକ ବରିଷ୍ଠ କଳାକାର ଭତ୍ତାରୁ ବଞ୍ଚତ୍ତ। ତଥାପି ଆଶାବାଦୀ ହୋଇ ରହିଛୁ।
– ଶିଶିରକାନ୍ତ ବେହେରା, ରାୟନୃସିଂହପୁର ସରପଞ୍ଚ

କରତାଳି ଛଡ଼ା କିଛି ମିଳିନାହିଁ
ରାୟନୃସିଂହପୁର ଲଉଡ଼ିବାଡ଼ି ଖେଳ ସ୍ବତନ୍ତ୍ର ପରିଚୟ ସୃଷ୍ଟି କରିଛି। କୌଳିକ ପରମ୍ପରାକୁ ସମ୍ମାନ ଜଣାଇ ବହୁ ପରିବାର ଏହି ଲୋକନୃତ୍ୟ ସହିତ ଜଡ଼ିତ। ହେଲେ ଦର୍ଶକଙ୍କ କରତାଳି ଛଡ଼ା କଳାକାରଙ୍କୁ କିଛି ମିଳିନାହିଁ। କଳାଗ୍ରାମ ଘୋଷଣା ହେଲା ପରେ କଳାକାରଙ୍କ ଉନ୍ନତି ହେବ ଏବଂ କିଛି ନ ହେଲେ ବୟସର ଉପାନ୍ତରେ ଭତ୍ତା ମଧ୍ୟ ମିଳିବ ବୋଲି ଆଶାଅଛି।
– ଶଙ୍କର୍ଷଣ ଚୌଧୁରୀ, ଲଉଡ଼ିବାଡ଼ି କଳାକାର

ମାନ୍ୟତା ମିଳିଲେ କଳା ବଞ୍ଚିତ
ଗ୍ରାମର ଦଣ୍ଡନୃତ୍ୟର ଆଦର ରହିଛି। ପାରିଶ୍ରମିକ ସାଙ୍ଗକୁ ମାନ୍ୟତା ମିଳୁ ନ ଥିବାରୁ ନୂଆ କଳାକାର ବାହାରୁନାହାନ୍ତି। ହାତଗଣତି ବୟୋଜ୍ୟେଷ୍ଠ ବ୍ୟକ୍ତିଙ୍କ ପ୍ରଚେଷ୍ଟାରେ ଏହା ବଞ୍ଚତ୍ଛି। କଳାକାର ଗ୍ରାମ ଘୋଷଣା ହେବା ପରେ ଦଣ୍ଡନୃତ୍ୟକୁ ନୂଆଦିଗ ମିଳିବ ବୋଲି ଆଶା ଥିଲା। କଳାକାରଙ୍କୁ ଉପଯୁକ୍ତ ମାନ୍ୟତା ଦିଆଗଲେ ଏହାର ପୁନରୁଦ୍ଧାର ହୋଇପାରନ୍ତା।
– କାଳିନ୍ଦୀ ସେନାପତି, ଦଣ୍ଡନୃତ୍ୟ କଳାକାର

ପ୍ରାଥମିକ କାର୍ଯ୍ୟ ଆରମ୍ଭ ହୋଇଛି
କଳାକାର ଏବଂ ସରକାରଙ୍କ ଭିତରେ ସମନ୍ବୟ ରଖିବା ଲାଗି ଜିଲା କଳାସଂସ୍କୃତି ସଂଘ ଗଠନ କରାଯାଇଛି। ଆବଶ୍ୟକ ଭିତ୍ତିଭୂମି ଥିବାରୁ ରାୟନୃସିଂହପୁର ଗ୍ରାମକୁ କଳାଗ୍ରାମ ଘୋଷଣା କରାଯାଇଛି। କରୋନା ଯୋଗୁ କାମ ଧିମେଇଥିଲା। ସର୍ଭେ କରି ରିପୋର୍ଟ ଦେବାକୁ ନିକଟରେ ଜିଲାପାଳ ନିର୍ଦ୍ଦେଶ ଦେଇଛନ୍ତି। ପ୍ରାଥମିକ କାର୍ଯ୍ୟ ଆରମ୍ଭ ହୋଇଛି। ଏହାକୁ ତ୍ୱରାନ୍ବିତ କରିବାକୁ ବ୍ଲୁପ୍ରିଣ୍ଟ ପ୍ରସ୍ତୁତ କରାଯାଇଛି।
– ଅବନୀ ମିଶ୍ର, ଜିଲା କଳାକାର ସଂଘ ଉପସଭାପତି


Enter your email to get our daily news in your inbox.

All Right Reserved By Dharitri.Com

ନାମାଙ୍କନ ପ୍ରତ୍ୟାହାର କଲେ ମମତାଙ୍କ ପ୍ରାର୍ଥୀ: ଦିଦି କଲେ ବଡ଼ ଘୋଷଣା, କହିଲେ ଏବେ ମୁଁ…

କୋଲକାତା,୧୮।୯: ପଶ୍ଚିମବଙ୍ଗର ନନ୍ଦୀଗ୍ରାମ ଉପନିର୍ବାଚନକୁ ନେଇ ବଡ଼ ରାଜନୈତିକ ମୋଡ଼ ଆସିଛି। ମମତା ବାନାର୍ଜୀଙ୍କ ନେତୃତ୍ୱାଧୀନ ଗୋଷ୍ଠୀର ପ୍ରାର୍ଥୀ ସଞ୍ଚିତା ପ୍ରଧାନ (ଦେ) ନନ୍ଦୀଗ୍ରାମ ଆସନରୁ ନିଜ…

ନିର୍ବାଚନ ଚିହ୍ନ ହରାଇବା ପରେ ମମତା ବାନାର୍ଜୀଙ୍କ ପ୍ରଥମ ପ୍ରତିକ୍ରିୟା: କହିଲେ…

କୋଲକାତା,୧୮।୯: ନିର୍ବାଚନ ଆୟୋଗ ପୂର୍ବତନ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ଏବଂ ଋତୁବ୍ରତ ବାନାର୍ଜୀଙ୍କ ନେତୃତ୍ୱାଧୀନ ଗୋଷ୍ଠୀ ପାଇଁ ନୂତନ ନାମ ଘୋଷଣା କରିଛନ୍ତି। ଏହା ସହିତ, ଉଭୟ…

ପାକିସ୍ତାନରେ ନମାଜ ସମୟରେ ଆତ୍ମଘାତୀ ଆକ୍ରମଣ; ୧୬ ମୃତ, ଅନେକ ଆହତ

ଇସଲାମାବାଦ,୧୮।୯: ପାକିସ୍ତାନର ଖାଇବର ପଖତୁନଖ୍ବା ପ୍ରଦେଶ ଅନ୍ତର୍ଗତ କୋହାଟ ଜିଲାର ‘ପୋଲିସ ଲାଇନ୍ସ’ ଅଞ୍ଚଳରେ ଶୁକ୍ରବାର (୧୮ ସେପ୍ଟେମ୍ବର, ୨୦୨୬) ଏକ ଭୟଙ୍କର ବିସ୍ଫୋରଣ ଘଟିଛି। ଏହା…

ନିର୍ବାଚନ ଆୟୋଗଙ୍କ ବଡ଼ ଘୋଷଣା: ମମତାଙ୍କୁ ମିଳିଲା ନୂଆ ପାର୍ଟି ନାଁ-ଚିହ୍ନ, ଜାଣନ୍ତୁ ଋତବ୍ରତଙ୍କୁ କ’ଣ ଦିଆଗଲା…

କୋଲକାତା,୧୮।୯: ପଶ୍ଚିମବଙ୍ଗର ପୂର୍ବତନ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ଏବଂ ବିଦ୍ରୋହୀ ନେତା ଋତବ୍ରତ ବାନାର୍ଜୀଙ୍କ ଦୁଇ ଭିନ୍ନ ଗୋଷ୍ଠୀ ପାଇଁ ନିର୍ବାଚନ ଆୟୋଗ ନୂଆ ଦଳୀୟ ନାମ…

ପାସପୋର୍ଟ ନିୟମରେ ବଡ଼ ପରିବର୍ତ୍ତନ, ୧୫ ବର୍ଷରୁ କମ୍‌ ପିଲାଙ୍କ ପାଇଁ…

ନୂଆଦିଲ୍ଲୀ,୧୮।୯: ପାସପୋର୍ଟକୁ ନେଇ ବଡ଼ ଖବର ସାମ୍ନାକୁ ଆସିଛି ।ବିଦେଶ ମନ୍ତ୍ରଣାଳୟ (MEA) ପାସପୋର୍ଟ ନିୟମରେ କିଛି ପରିବର୍ତ୍ତନ ଘୋଷଣା କରିଛି । ‘ପାସପୋର୍ଟ (ସଂଶୋଧନ) ନିୟମ,…

କମିବ ଧାନ ଅମଳ, ବଢ଼ିପାରେ ଚାଉଳ ଦର! ଏବର୍ଷ ୬.୫% ଉତ୍ପାଦନ ହ୍ରାସ ଆଶଙ୍କା

ମୁମ୍ବାଇ,୧୮।୯(ରଏଟର୍ସ): ରାଇସ୍‌ ଏକ୍ସପୋର୍ଟର୍ସ ଆସୋସିଏଶନ (ଚାଉଳ ରପ୍ତାନିକାରୀ ସଂଘ)ର ସଭାପତି ବି.ଭି. କୃଷ୍ଣା ରାଓଙ୍କ ସୂଚନା ଅନୁଯାୟୀ, କମ୍‌ ବର୍ଷା ଯୋଗୁ ଅମଳ ହ୍ରାସ ପାଇବ। ଆକଳନ…

ହର୍ମୁଜରେ ତୈଳ ବୋଝେଇ ଜାହାଜ ଉପରେ ଆକ୍ରମଣ, ଇରାନ କହିଲା ଆମେରିକୀୟ ପ୍ରରୋଚନାରେ…

ତେହରାନ,୧୮।୯: ହର୍ମୁଜରେ ତୈଳ ବୋଝେଇ ଜାହାଜ ଉପରେ ଇରାନ ଆକ୍ରମଣ କରିଛି। ଟୋଗୋର ତୈଳ ବୋଝେଇ ଜାହାଜ ଉପରେ ଏହି ଆକ୍ରମଣ କରିଛି ଇରାନ। ତେବେ ଜାହାଜଟି…

ପଶ୍ଚିମବଙ୍ଗ ରାଜନୀତିରେ ହଲଚଲ: ଉପନିର୍ବାଚନ ପୂର୍ବରୁ ଇସିଙ୍କ ପଦକ୍ଷେପ; ତୃଣମୂଳ କଂଗ୍ରେସର ନାମ, ଚିହ୍ନ ଉପରେ ରୋକ

ନୂଆଦିଲ୍ଲୀ,୧୮।୯(ପି.ଟି.): ପଶ୍ଚିମବଙ୍ଗର ଆଗାମୀ ବିଧାନସଭା ଉପନିର୍ବାଚନ ପୂର୍ବରୁ ‘ଅଲ୍‌ ଇଣ୍ଡିଆ ତୃଣମୂଳ କଂଗ୍ରେସ’ (ଏଆଇଟିସି)ରେ ସୃଷ୍ଟ ତୀବ୍ର ଗୋଷ୍ଠୀ କନ୍ଦଳକୁ ନେଇ ନିର୍ବାଚନ କମିଶନ (ଇସି) ଗୁରୁତ୍ୱପୂର୍ଣ୍ଣ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?