ତାଣ୍ଡବ ରଚିଲା କାଳବୈଶାଖୀ

ଭୁବନେଶ୍ୱର,୧୭।୫(ବ୍ୟୁରୋ):ପ୍ରଚଣ୍ଡ ଗରମ ଯୋଗୁ ଦିନତମାମ ଜନଜୀବନ ଅସ୍ତବ୍ୟସ୍ତ ହୋଇଥିବା ବେଳେ ଅପରାହ୍ନରେ କାଳବୈଶାଖୀଜନିତ ଝଡ଼ବର୍ଷା ତାଣ୍ଡବ ରଚିଛି। ଉପକୂଳବର୍ତ୍ତୀ ଜିଲା କଟକ,ପୁରୀ, ଖୋର୍ଦ୍ଧା, ଜଗତ୍‌ସିଂହପୁର, କେନ୍ଦ୍ରାପଡ଼ା, ନୟାଗଡ଼ ଆଦି ଜିଲାରେ ପ୍ରବଳ ବର୍ଷା ଓ ପବନ ହୋଇଛି। ଘଣ୍ଟା ପ୍ରତି ୪୦ରୁ ୫୦ କି.ମି. ବେଗରେ ପବନ ବହିବା ଯୋଗୁ କେତେକ ସ୍ଥାନରେ ଗଛଡ଼ାଳ ଭାଙ୍ଗିପଡ଼ିବା ସହିତ ଘଡ଼ଘଡ଼ି ସହିତ ବର୍ଷା ହୋଇଛି। ଏଥିଯୋଗୁ ଦିନର ପ୍ରଚଣ୍ଡ ଗରମରୁ ଆଶ୍ୱସ୍ତି ମିଳିଛି। ଅନ୍ୟପକ୍ଷରେ ଝଡ଼ବର୍ଷା ଯୋଗୁ ୨ ଜଣଙ୍କର ଜୀବନ ଯାଇଥିବା ବେଳେ ୩ ଜଣ ମହିଳା ଆହତ ହୋଇଛନ୍ତି। ରାସ୍ତାରେ ଆସୁଥିବା ବେଳେ ଉପରେ ଗଛଡ଼ାଳ ପଡ଼ିଯିବାରୁ ୨ଜଣଙ୍କ ମୃତ୍ୟୁ ହୋଇଛି। ନୟାଗଡ଼ ଜିଲା ଖଣ୍ଡପଡ଼ା-ଖଳିସାହି ରାସ୍ତାର ଅଁଳାପଟା ନିକଟରେ ଗୋଟିଏ ଘଟଣା ଘଟିଥିବା ବେଳେ ଅନ୍ୟଟି ଗଣିଆ ଥାନା ଅନ୍ତର୍ଗତ ଦଶପଲ୍ଲାରେ ଘଟିଛି। ରାଜଧାନୀ ଭୁବନେଶ୍ୱରରେ ମଧ୍ୟ କାଳବୈଶାଖୀଜନିତ ଝଡ଼ବର୍ଷା ଯୋଗୁ କେତେକ ସ୍ଥାନରେ ଗଛଡ଼ାଳ ଭାଙ୍ଗିବା ସହ ହୋର୍ଡିଂ ଉଡ଼ିଯାଇଛି।
ରାଜ୍ୟରେ ପ୍ରଚଣ୍ଡ ଗ୍ରୀଷ୍ମ ଜନଜୀବନକୁ ଅସ୍ତବ୍ୟସ୍ତ କରିଛି। ପ୍ରବଳ ଗରମ ସାଙ୍ଗକୁ ଅସହ୍ୟ ଗୁଳୁଗୁଳି ଅସହ୍ୟ କରିଛି। ସକାଳ ୭ଟାରୁ ମାଡ଼ିଆସୁଛି ପ୍ରଚଣ୍ଡ ତାତି। ସନ୍ଧ୍ୟା ୬ଟା ଯାଏ ନିସ୍ତାର ନାହିଁ। ମନୁଷ୍ୟଠାରୁ ଆରମ୍ଭ କରି ପଶୁପକ୍ଷୀ ଗରମରେ ଆଉଟୁପାଉଟୁ ହେଉଛନ୍ତି। ମଙ୍ଗଳବାର ପାରଦ ୪୪ ଡିଗ୍ରୀ ସେଲ୍‌ସିୟସକୁ ଟପିଯାଇଛି। ରାଜ୍ୟର ୪ଟି ସ୍ଥାନରେ ସର୍ବୋଚ୍ଚ ତାପମାତ୍ରା ୪୪ ଡିଗ୍ରୀ ଉପରେ ରହିଥିବା ବେଳେ ୯ଟି ସ୍ଥାନରେ ୪୩ ଡିଗ୍ରୀ ଉପରେ ରହିଛି। ସେହିପରି ୧୮ଟି ସହରରେ ସର୍ବୋଚ୍ଚ ତାପମାତ୍ରା ୪୦ ଡିଗ୍ରୀ ସେଲ୍‌ସିୟସକୁ ଟପିଯାଇଛି। ଆସନ୍ତା ୪୮ ଘଣ୍ଟା ମଧ୍ୟରେ ରାଜ୍ୟରେ ତାତି ବଢ଼ିବା ସହିତ କେତେକ ସ୍ଥାନରେ କାଳବୈଶାଖୀଜନିତ ଝଡ଼ବର୍ଷା ହେବାର ସମ୍ଭାବନା ରହିଛି। ଏହି ସମୟରେ ସତର୍କ ରହିବାକୁ ଲୋକମାନଙ୍କୁ ପରାମର୍ଶ ଦିଆଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ଚୋରାରେ ଚାଲିଛି ଗ୍ୟାସ୍‌ କାରବାର, ୯୦ ଘରୋଇ ସିଲିଣ୍ଡର ଜବତ

ମୋହନା,୨ା୪(ମନ୍ମଥ ମିଶ୍ର): ଗଜପତି ଜିଲା ମୋହନା ବ୍ଲକ ଅଞ୍ଚଳରୁ ଗୋଟିଏ ଗାଁରୁ ୯୦ଟି ଘରୋଇ ସିଲିଣ୍ଡର ଜବତ ହୋଇଛି। ଇରାନ ଓ ଆମେରିକା ଯୁଦ୍ଧ ଲାଗିବା ପରଠାରୁ…

ଓରାକଲ୍‌ରୁ ଆମାଜନ୍‌ ଯାଏ ଛଟେଇ: ନିଯୁକ୍ତି ହରାଇଲେଣି ୧୨୦୦୦ ଭାରତୀୟ

ନୂଆଦିଲ୍ଲୀ , ୨ା୪:ଆଇଟି କ୍ଷେତ୍ରରେ କାର୍ଯ୍ୟ କରୁଥିବା କର୍ମଚାରୀ ଏବଂ ପେସାଦାରଙ୍କ ପାଇଁ ଏବେ କୃତ୍ରିମ ବୁଦ୍ଧିମତ୍ତା (ଏଆଇ) ସବୁଠୁ ବଡ଼ ଚ୍ୟାଲେଞ୍ଜ ସୃଷ୍ଟି କରିଛି। ବର୍ତ୍ତମାନ…

ଏଇ ଭାରତରେ

ଦନ୍ତ ଚିକିତ୍ସକ ଡ. ଶାନ୍ତି ତୁମ୍ମାଲା ଚାକିରି ଛାଡ଼ି ବେଙ୍ଗାଲୁରୁରେ ବର୍ଜ୍ୟ ସମସ୍ୟାର ସମାଧାନ ପାଇଁ ପଦକ୍ଷେପ ନେଇଛନ୍ତି। ଥରେ ଜଣେ ମହିଳା ଏକ ଅଳିଆଗଦା ନିକଟରେ…

ତଳ ଅଫିସର

ଆଜିର ଦିନରେ ସବୁଠି ଗହଳଚହଳ ଅଧିକ। ହାଟରେ ଯେମିତି ଘୋ ଘୋ, ନାହିଁ ନ ଥିବା ଭିଡ଼, ଠିକ୍‌ ସେମିତି ଭିଡ଼ ଦେଖାଯାଏ ସବୁଠି। ଟ୍ରେନ୍‌ରେ ଯାତ୍ରୀଙ୍କ…

ବିଶ୍ୱ ପାଇଁ ଚେତାବନୀ

ମଣିଷ ବିଜ୍ଞାନ-ସଭ୍ୟତାର ଶୀର୍ଷରେ ପହଞ୍ଚତ୍ଥିଲେ ମଧ୍ୟ ଯୁଦ୍ଧ ଓ ହିଂସାକୁ ଛାଡ଼ିପାରିନାହିଁ। ଏବେ ସମଗ୍ର ବିଶ୍ୱରେ ଯେମିତି ସଂଘର୍ଷ, ହିଂସା, ପ୍ରତିଶୋଧର ବାତାବରଣ ସୃଷ୍ଟି ହୋଇଛି ତାହା…

ଜୈନଧର୍ମରେ ମହିଳା

ଜୈନଧର୍ମରେ ୨୪ ସନ୍ନ୍ୟାସୀ (ତୀର୍ଥଙ୍କର)ଙ୍କ ପ୍ରଦର୍ଶିତ ପଥ ଜୈନଧର୍ମ ଅନୁସରଣ କରେ। ଜୈନଧର୍ମର ଶ୍ୱେତାମ୍ବର ବିଚାରରେ ପଶ୍ଚିମ ଭାରତରେ ପାର୍ଶ୍ୱନାଥ ଏବଂ ମହାବୀର ଯଥାକ୍ରମେ ୨୩ ଓ…

ଓଡ଼ିଆକୁ ଜାଣ, ଓଡ଼ିଶାକୁ ଜାଣ: କାଶୀ ବିଶ୍ୱବିଦ୍ୟାଳୟରେ ଶୁଭିଲା ଓଡ଼ିଆଙ୍କ ସ୍ବର

ଭୁବନେଶ୍ୱର,୨।୪(ସୌମ୍ୟରଞ୍ଜନ ରାଉତ):ଓଡ଼ିଶା ଦିବସ ପାଳନ ଅବସରରେ ‘ଓଡ଼ିଆକୁ ଜାଣ, ଓଡ଼ିଶାକୁ ଜାଣ’ ଶୀର୍ଷକ ୨ଦିନିଆ ଜାତୀୟ ସମ୍ମିଳନୀର ୨ୟ ସଂସ୍କରଣ କାଶୀ ହିନ୍ଦୁ ବିଶ୍ବବିଦ୍ୟାଳୟ ବାରାଣସୀରେ ଉଦ୍‌ଘାଟିତ…

ଓଜନ ହ୍ରାସ ଔଷଧ ବେଆଇନ ବିକ୍ରିକଲେ ଲାଇସେନ୍ସ ରଦ୍ଦ: କେନ୍ଦ୍ରର ଚେତାବନୀ

ନୂଆଦିଲ୍ଲୀ,୨ା୪:ଓଜନ ହ୍ରାସ ପାଇଁ ଉଦ୍ଦିଷ୍ଟ ଔଷଧଗୁଡ଼ିକ ଭାରତୀୟ ବଜାରରେ ସହଜରେ ଉପଲବ୍ଧ ହେଉଥିବାରୁ ଏହାର ଅପବ୍ୟବହାର ବଢ଼ିବାରେ ଲାଗିଛି। ଏଭଳି ଡ୍ରଗ୍ସ ବିକ୍ରେତାଙ୍କ ଲାଇସେନ୍ସ ରଦ୍ଦ କରାଯିବା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri