ବିଲୁପ୍ତି ପଥେ କାଳବୈଶାଖୀ

ସତର୍କତା : କାଳବୈଶାଖୀ ପ୍ରବାହ ସମୟରେ ପବନ ଜୋର୍‌ରେ ବହୁଥିବାରୁ ପୁରୁଣା ଚାଳଘର ପରିବର୍ତ୍ତେ କୋଠାଘରେ ଆଶ୍ରୟ ନେବା ଉଚିତ। ପବନରେ ଗଛ ଡାଳ ଭାଙ୍ଗି ଯିବାର ସମ୍ଭାବନା ଥିବାରୁ ଏହି ସମୟରେ ମଧ୍ୟ ଗଛତଳେ ଆଶ୍ରୟ ନେବା ଅନୁଚିତ। ଏହି ସମୟରେ ମଧ୍ୟ ବଜ୍ରପାତର ଆଶଙ୍କା ଥିବାରୁ ଟିଣ ଘରେ, ଗଛ ତଳେ କିମ୍ବା ବିଜୁଳି ଖୁଣ୍ଟ ତଳେ ଆଶ୍ରୟ ନେବା ଅନୁଚିତ। ଝଡ଼ ସମୟରେ ବିଜୁଳି ଯୋଗାଣ ବ୍ୟବସ୍ଥା ବିପର୍ଯ୍ୟସ୍ତ ହେବାର ସମ୍ଭାବନା ଥିବାରୁ ସେଥିପାଇଁ ଆବଶ୍ୟକ ସାମଗ୍ରୀ ସହିତ ପୂର୍ବରୁ ପ୍ରସ୍ତୁତ ହୋଇ ରହିବା ଆବଶ୍ୟକ।
ଛନ୍ଦହରା କାଳବୈଶାଖୀ : ମାତ୍ର ଏବେ ପରିସ୍ଥିତି ବଦଳିଯାଇଛି। କାଳବୈଶାଖୀର ସଂଖ୍ୟା ଏବେ ଆଶାତୀତ ହ୍ରାସ ପାଇଛି। କାଳବୈଶାଖୀର ପ୍ରଭାବରେ ପ୍ରଭାବିତ ଅଞ୍ଚଳରେ ଯେତିକି ବୃଷ୍ଟିପାତ ହେବା କଥା, ଏବେ ତା’ଠାରୁ ଯଥେଷ୍ଟ କମ୍‌ ବୃଷ୍ଟିପାତ ହେଉଛି। ଏଥିପାଇଁ ଜଳବାୟୁ ବିଜ୍ଞାନୀମାନେ ମୁଖ୍ୟତଃ ଜଳବାୟୁ ପରିବର୍ତ୍ତନ ତଥା ବାୟୁମଣ୍ଡଳୀୟ ପ୍ରଦୂଷଣକୁ ଦାୟୀ କରୁଛନ୍ତି। ବାୟୁମଣ୍ଡଳୀୟ ପ୍ରଦୂଷଣ କାରଣରୁ ଭୂପୃଷ୍ଠର ପ୍ରଦୂଷକ ପଦାର୍ଥସବୁ ଊର୍ଦ୍ଧ୍ୱମୁଖୀ ତୀବ୍ର ବାୟୁସ୍ରୋତରେ ଉପରକୁ ଉଠି ନିମ୍ନ ଉଚ୍ଚତାରେ ଥିବା କଳାହାଣ୍ଡିଆ ବାଦଲସବୁରେ ପହଞ୍ଚତ୍ ଯାଉଛନ୍ତି। ଏହାଦ୍ୱାରା କଳାହାଣ୍ଡିଆ ବାଦଲର ପରିସୀମା ସଙ୍କୁଚିତ ହୋଇ ସେଗୁଡ଼ିକର ଜଳ ଧାରଣ କ୍ଷମତା କମିଯାଉଛି। ଫଳରେ ସେଗୁଡ଼ିକ ସ୍ବଳ୍ପ ବୃଷ୍ଟିପାତ ପ୍ରବଣ ପାଲଟି ଯାଉଛନ୍ତି। ଆଉ ଏକ ମତବାଦ ଅନୁସାରେ, ଏହାର ଉତ୍ପତ୍ତି ଅଞ୍ଚଳରେ ସୂର୍ଯ୍ୟତାପ ଯୋଗୁ ଭୂମି ଯେତିକି ଉତ୍ତପ୍ତ ହେବା କଥା, ସେତିକି ଉତ୍ତପ୍ତ ହେଉ ନାହିଁ। ଏହାର କାରଣ ହେଉଛି ଏହାର ଉତ୍ପତ୍ତିସ୍ଥଳ ଛୋଟନାଗପୁର ମାଳଭୂମି ଅଞ୍ଚଳରେ ଲୋକମାନେ ଖରାଦିନେ ଧାନ ଇତ୍ୟାଦି ଖରାଟିଆ ଫସଲ ଚାଷ କରିବାରୁ ଭୂମି ଜଳରେ ପ୍ଳାବିତ ହୋଇ ଅଧିକ ଉତ୍ତାପ ଗ୍ରହଣ କରି ପାରୁ ନାହିଁ। ଫଳରେ ସେଠାରେ ଶକ୍ତିଶାଳୀ ଲଘୁଚାପମାନ ସୃଷ୍ଟି ହୋଇ ପାରୁନାହିଁ। କାଳବୈଶାଖୀର ଅନୁପସ୍ଥିତିରେ ମଝିରେ ମଝିରେ ବର୍ଷା ହୋଇ ନ ପାରିବାରୁ ଖରାଦିନର ପ୍ରଚଣ୍ଡ ଗରମରୁ ଆଶ୍ୱସ୍ତି ମିଳୁନାହିଁ।
ସୁତରାଂ ପ୍ରାକୃତିକ କିମ୍ବା ମନୁଷ୍ୟକୃତ କାରଣରୁ ହେଉ, ଏପରି ଧାରା ଅବ୍ୟାହତ ରହିଲେ, ଦିନ ଆସିବ ପ୍ରକୃତିର ଏହି ବିଚିତ୍ର ଓ ବିରଳ ଘଟଣା କାଳବୈଶାଖୀ ସମ୍ପୂର୍ଣ୍ଣ ବିଲୁପ୍ତ ହୋଇଯିବ ଏବଂ ଏହା ଆମ ପିଲାଙ୍କ ପାଇଁ କେବଳ ଏକ ପରୀକଥା ହୋଇ ରହିଯିବ!

(ଶେଷ ଭାଗ)
-ନିକୁଞ୍ଜ ବିହାରୀ ସାହୁ,
ଏଜୁକେଶନ ଅଫିସର୍‌,
ଆଞ୍ଚଳିକ ବିଜ୍ଞାନ କେନ୍ଦ୍ର, ଭୋପାଳ
ମୋ: ୮୯୧୭୬୩୭୯୭୪


Enter your email to get our daily news in your inbox.

All Right Reserved By Dharitri.Com

ସରକାରଙ୍କ ବଡ଼ ଘୋଷଣା, ମହିଳାମାନଙ୍କୁ ମିଳିବ ସ୍ବର୍ଣ୍ଣମୁଦ୍ରା

ଚେନ୍ନାଇ,୫।୮: ତାମିଲନାଡୁର ବିଜୟ ସରକାର 2026-27 ବଜେଟରେ ମହିଳାମାନଙ୍କ ପାଇଁ ଏକ ବଡ଼ ଉପହାର ଘୋଷଣା କରିଛନ୍ତି। ଟିଭିକେ ସରକାର ମହିଳାମାନଙ୍କୁ ସୁନା ମୁଦ୍ରା ବା ଗୋଲ୍ଡ…

ବିଶ୍ୱର ଟପ୍‌-୩ ଧନୀ କ୍ରିକେଟର, ନେଟ୍‌ୱର୍ଥ ଜାଣିଲେ ଉଡିଜିବ ହୋସ୍‌

ନୂଆଦିଲ୍ଲୀ,୫।୮: କ୍ରିକେଟ ବିଶ୍ୱର ଦ୍ୱିତୀୟ ସବୁଠାରୁ ଲୋକପ୍ରିୟ ଖେଳ। କିନ୍ତୁ ବର୍ତ୍ତମାନ ଏହା କେବଳ ଏକ ଖେଳ ନୁହେଁ, ବରଂ କୋଟି କୋଟି ଟଙ୍କାର ଏକ ବିଶାଳ…

ଉଦୟନିଧିଙ୍କୁ କଡ଼ା ସମାଲୋଚନା କଲେ କଙ୍ଗନା, କହିଲେ-ଏହା ଏକ ଭଲ…

ନୂଆଦିଲ୍ଲୀ,୫।୮: ଡିଏମକେ ନେତା ଉଦୟନିଧି ଷ୍ଟାଲିନ ଅଭିନେତ୍ରୀ ତ୍ରିଶା କୃଷ୍ଣନଙ୍କୁ ନେଇ ଦେଇଥିବା କଥିତ ଡବଲ ମିନିଂ ମନ୍ତବ୍ୟକୁ ନେଇ ବିବାଦରେ ଫସିଛନ୍ତି। ବର୍ତ୍ତମାନ ଅଭିନେତ୍ରୀ କଙ୍ଗନା…

ଜୁକରବର୍ଗଙ୍କୁ ଅଲ୍ଟିମେଟମ ଦେଲେ ସରକାର: କ୍ଷମା ମାଗ ନଚେତ୍‌…

ନୂଆଦିଲ୍ଲୀ,୫।୮: ଫେସବୁକରୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଭିଡିଓ ଡିଲିଟ କରିବା ସମ୍ପର୍କରେ ସଂସଦୀୟ କମିଟି କଡ଼ା ଆଭିମୁଖ୍ୟ ଗ୍ରହଣ କରିଛି। ସୂତ୍ର ଅନୁଯାୟୀ, ଯୋଗାଯୋଗ ଏବଂ ସୂଚନା…

ଏଭଳି କାମ କରିବାକୁ ଯାଉଛନ୍ତି ଶେଖ ହାସିନା, ଶୁଣିକି ଛାନିଆ ହେଲା ବାଂଲାଦେଶ, ଭାରତ କହିଲା…

ଢାକା,୫।୮: ବାଂଲାଦେଶର ପୂର୍ବତନ ପ୍ରଧାନମନ୍ତ୍ରୀ ଶେଖ ହାସିନାଙ୍କ ଏକ ନୂଆ ପଦକ୍ଷେପ ଢାକାରେ ଚହଳ ସୃଷ୍ଟି କରିଛି। ଭାରତରେ ଆଶ୍ରୟ ନେଇଥିବା ଶେଖ ହାସିନା ଦୁଇ ବର୍ଷ…

ବ୍ଲକ୍‌ ଅଫିସରେ ଚାଲିଛି ପିସି କାରବାର: ଡ୍ରେନ୍‌ କାମର ବିଲ୍‌ କରିଦେବା ପାଇଁ…

ଖଡ଼ିଆଳ,୫ା୮ (ସୁଜିତ କୁମାର ପ୍ରଧାନ): ଖଡ଼ିଆଳ ବ୍ଲକ୍‌ କାର୍ଯ୍ୟାଳୟରେ ପିସି କାରବାର ହେଉଥିବାର ଏକ ଭିଡିଓ ଭାଇରାଲ ହେବାରେ ଲାଗିଛି। ଭିଡିଓରେ ଜଣେ ବ୍ୟକ୍ତିଙ୍କଠାରୁ ଅଫିସ କର୍ମଚାରୀ…

୧୮ ବର୍ଷର ଛାତ୍ର ହେଲେ କଲେଜ ପ୍ରଫେସର: ଭାଙ୍ଗିଗଲା ୩୦୬ ବର୍ଷର ପୁରୁଣା ରେକର୍ଡ

ଯେଉଁ ବୟସରେ ଅଧିକାଂଶ ଛାତ୍ର ସେମାନଙ୍କର କଲେଜ ଶିକ୍ଷା ଆରମ୍ଭ କରୁଛନ୍ତି, ସେହି ବୟସରେ ଆମେରିକାର ଜଣେ ଯୁବକ କଲେଜ ପ୍ରଫେସର ଭାବରେ ଛାତ୍ରମାନଙ୍କୁ ପାଠ ପଢ଼ାଉଛନ୍ତି।…

RBIର ବଡ଼ ନିଷ୍ପତ୍ତି, ଅପରିବର୍ତ୍ତିତ ରହିଲା ରେପୋ ରେଟ୍‌; ଋଣଗ୍ରାହକଙ୍କୁ ଆଶ୍ୱସ୍ତି

ନୂଆଦିଲ୍ଲୀ,୫।୮: ଭାରତୀୟ ରିଜର୍ଭ ବ୍ୟାଙ୍କ (RBI)ର ମୌଦ୍ରିକ ନୀତି କମିଟି (MPC) ବୈଠକ ପରେ ଏକ ବଡ଼ ନିଷ୍ପତ୍ତି ନିଆଯାଇଛି। ଆରବିଆଇ ରେପୋ ରେଟ୍‌କୁ ୫.୨୫ ପ୍ରତିଶତରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri