କାକାଡୁ ସମରାଭ୍ୟାସ-୨୦୨୨: ଅଷ୍ଟ୍ରେଲିଆ ପହଞ୍ଚିଲା ଆଇଏନଏସ୍‌ ସତପୁରା…

ମେଲବୋର୍ନ, ୧୩।୯ : ଭାରତୀୟ ନୌସେନାର ଆଇଏନଏସ୍‌ ସତପୁରା ଏବଂ ପି-୮ ଆଇ ସାମୁଦ୍ରିକ ପାଟ୍ରୋଲିଂ ବିମାନ ରୟାଲ ଅଷ୍ଟ୍ରେଲିୟ ନୌସେନା ଦ୍ୱାରା ପରିଚାଳିତ କାକାଡୁ ସମରାଭ୍ୟାସ-୨୦୨୨ରେ ଭାଗ ନେବାକୁ ଅଷ୍ଟ୍ରେଲିଆର ଡାର୍ବିନରେ ପହଞ୍ଚିଛି।

ଭାରତୀୟ ନୌସେନାରୁ ମିଳିଥିବା ସୂଚନା ଅନୁଯାୟୀ, ୧୪ଟି ନୌସେନା ଜାହାଜ ଏବଂ ସମୁଦ୍ର ଯାନ ଏହି ବହୁରାଷ୍ଟ୍ରୀୟ ସମରାଭ୍ୟାସରେ ସାମିଲ ହେବେ। ଏହି ଅଭ୍ୟାସ ଉଭୟ ବନ୍ଦର ଏବଂ ସମୁଦ୍ରରେ ଦୁଇ ସପ୍ତାହ ପର୍ଯ୍ୟନ୍ତ କରାଯିବ। ସମରାଭ୍ୟାସର ବନ୍ଦର ପର୍ଯ୍ୟାୟରେ, ଜାହାଜର କର୍ମଚାରୀମାନେ ଅଂଶଗ୍ରହଣକାରୀ ନୌସେନା ସହିତ କାର୍ଯ୍ୟକ୍ଷମ ଯୋଜନା ଉପରେ ମତାମତ ଆଦାନପ୍ରଦାନ କରିବେ।

ଭାରତୀୟ ନୌସେନା କହିଛି ଯେ ଭାରତ ଏବଂ ଜାପାନର ନୌସେନା ମଧ୍ୟରେ ସାମୁଦ୍ରିକ ଅଭ୍ୟାସ ଜିମେକ୍ସ-୨୦୨୨ର ଷଷ୍ଠ ସଂସ୍କରଣ ୧୧ ସେପ୍ଟେମ୍ବରରେ ବଙ୍ଗୋପସାଗରରେ ଆରମ୍ଭ ହୋଇଛି। ଭାରତୀୟ ନୌସେନାକୁ ତିନୋଟି ସ୍ବଦେଶୀ ଭାବେ ଡିଜାଇନ ଏବଂ ନିର୍ମିତ ହୋଇଥିବା ଯୁଦ୍ଧ ଜାହାଜ ଦ୍ୱାରା ପ୍ରତିନିଧିତ୍ୱ କରାଯାଉଛି। ଗାଇଡେଡ ମିଜାଇଲ ବିନାଶକ ରଣବିଜୟ, ଫ୍ଲାଇଟ ଟ୍ୟାଙ୍କର୍‌ ଜ୍ୟୋତି, ଅଫଶୋର ପାଟ୍ରୋଲ ଭେସେଲ ସୁକନ୍ୟା, ବୁଡ଼ାଜାହାଜ, ଏଆଇଜି-୨୯ କେ ଯୁଦ୍ଧ ବିମାନ, ଲଙ୍ଗ ରେଞ୍ଜ ସାମୁଦ୍ରିକ ପାଟ୍ରୋଲିଂ ବିମାନ ଏବଂ ଜାହାଜ ଚାଳିତ ହେଲିକପ୍ଟର ମଧ୍ୟ ଏହି ସମରାଭ୍ୟାସରେ ଅଂଶଗ୍ରହଣ କରୁଛନ୍ତି ବୋଲି ଅଧିକାରୀମାନେ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ପୁଣି ମାଡ଼ି ଆସିଲା ବିପଦ: ନୂଆ କରୋନା ଭୂତାଣୁର ସନ୍ଧାନ, ସରକାର ଜାରି କଲେ ଲକ୍‌ଡାଉନ୍‌

ଲଣ୍ଡନ,୧୫।୧୨: କରୋନା ସଂକ୍ରମଣ ଥମିବାର ନାଁ ଧରୁନି। ଏବେ ପୁଣି ବିପଦ ମାଡ଼ି ଆସୁଛି। ବ୍ରିଟେନରେ ସାର୍ବଜନୀକ ଭାବେ ଫାଇଜର ଏବଂ ବାୟୋଏନ୍‌ଟେକ୍‌ ଦ୍ୱାରା ପ୍ରସ୍ତୁତ...

କରୋନାକୁ ପରାସ୍ତ କଲେ ୧୧୩ ବର୍ଷ ବୟସ୍କା ବୃଦ୍ଧା

ମାଦ୍ରିଦ୍‌,୧୩।୫: କରୋନା ସଂକ୍ରମିତ ସଂଖ୍ୟା ଅନୁସାରେ ସ୍ପେନ୍‌ ପୃଥିବୀରେ ଦ୍ୱିତୀୟ ସ୍ଥାନରେ ରହିଛି। ଏଠାରେ ୨ଲକ୍ଷ ୬୯ ହଜାର ୫୨୦ ଜଣ ସଂକ୍ରମିତ ହୋଇଥିବାବେଳେ ମୃତକଙ୍କ...

ଲାହୋର ହସ୍ପିଟାଲରେ ଅଗ୍ନିକାଣ୍ଡ, ବହୁ ଔଷଧ ଜଳିଗଲା…

ଲାହୋର, ୪।୬ : ଶନିବାର ପାକିସ୍ତାନର ଲାହୋରର ଗୁଲବର୍ଗର ଶିଶୁ ହସ୍ପିଟାଲରେ ଏକ ବଡ଼ ଧରଣର ଅଗ୍ନିକାଣ୍ଡ ଘଟିଛି। ତୃତୀୟ ମହଲାରେ ଥିବା ଫାର୍ମାସି ଗୋଦାମରେ...

ଇସ୍ତଫା ଦେଲେ ମାଲେସିଆ ପ୍ରଧାନମନ୍ତ୍ରୀ

କୁଆଲାଲାମପୁର,୨୪।୨: ମାଲେସିଆ ପ୍ରଧାନମନ୍ତ୍ରୀ ମହାତୀର ମହମ୍ମଦ ନିଜ ପଦରୁ ଇସ୍ତଫା ଦେଇଛନ୍ତି। କାଶ୍ମୀର ପ୍ରସଙ୍ଗରେ ପାକିସ୍ତାନର ଯୁକ୍ତିକୁ ସବୁବେଳେ ସମର୍ଥନ କରୁଥିବା ୯୪ବର୍ଷୀୟ ମହାତୀର ସୋମବାର...

ଦୋହଲିଗଲା କ୍ୱିଭ: ୫୦ ବିସ୍ଫୋରଣ ସହ ଗର୍ଜିଲା ମେଶିନ ଗନ

କ୍ୱିଭ,୨୬ ।୨: କିଛି ସମୟର ନିରବତା ପରେ ପୁଣି ୟୁକ୍ରେନ ଉପରେ ଗର୍ଜିଛି ରୁଷିଆ । ୟୁକ୍ରେନର ରାଜଧାନୀ କ୍ୱିଭର ଶୁଲ୍ୟାବକା ଓ ବେରେଷ୍ଟିସ୍କାରେ ମେଶିନ...

ପୂର୍ବତନ ଆଇନ ମନ୍ତ୍ରୀଙ୍କୁ ମୃତ୍ୟୁଦଣ୍ଡ

ବେଜିଂ,୨୨ା୯: ଚାଇନାର ପୂର୍ବତନ ଆଇନ ମନ୍ତ୍ରୀଙ୍କ ବିରୋଧରେ ଦୁର୍ନୀତିର ଗୁରୁତର ଅଭିଯୋଗ ପ୍ରମାଣିତ ହୋଇଛି। ଏହା ପରେ ତାଙ୍କୁ ୨ ବର୍ଷ କାରାଦଣ୍ଡରେ ଦଣ୍ଡିତ କରାଯାଇଛି।...

କାର୍‌ ଚଳାଇ ଭୁଲରେ ପହଞ୍ଚିଲେ ଆମେରିକା: ଶିଶୁ ସମେତ ପରିବାରର ସମସ୍ତ ସଦସ୍ୟ ଗିରଫ

ନ୍ୟୁୟର୍କ: ପରିବାର ସହ କୁଆଡେ ବୁଲିଯାଉଥିବା ବେଳେ ଅନ୍ୟମାନଙ୍କ ସହ କଥାବର୍ତ୍ତା ହୋଇ ଅନ୍ୟମନସ୍କ ହୋଇଯାଇଥାଉ। ବେଳେବେଳେ ଏଭଳି ହୋଇଥାଏ ଯେ, ଅନ୍ୟମନସ୍କତା ଯୋଗୁ ଭୁଲ...

ଭୁଲ୍‌ରେ ୩୫ ପୋଲିସଙ୍କ ଜୀବନ ନେଲା ଆମେରିକା

କାବୁଲ,୧୮ା୫(ଆଇଏଏନ୍‌ଏସ୍‌): ଆମେରିକା ବାୟୁସେନା ଭୁଲ୍‌ରେ ସହଯୋଗୀ ଆଫଗାନିସ୍ତାନକୁ ଟାର୍ଗେଟ କରିଛି। ଏହି ଆକ୍ରମଣରେ ୪ ଆମେରିକୀୟ କମାଣ୍ଡରଙ୍କ ସମେତ ୩୫ ପୋଲିସ କର୍ମଚାରୀ ନିହତ ହୋଇଥିବାବେଳେ...

Advertisement
Archives

Model This Week