ମାନ୍ୟତା ଅପେକ୍ଷାରେ କାଇଁଝରୀ ଜଳପ୍ରପାତ

କେନ୍ଦୁଝର, ୬ା୧(ସ୍ବ.ପ୍ର.)-କେନ୍ଦୁଝର ଜିଲାରେ ଭରି ରହିଛି ବହୁ ଅନାଲୋଚିତ ପ୍ରାକୃତିକ ଜଳପ୍ରପାତ । ସେଥି ମଧ୍ୟରୁ ବାଂଶପାଳ ବ୍ଲକ ଅନ୍ତର୍ଗତ ତଳବାଲି ନିକଟରେ ବିଲାରୀଗୋଠ ପାହାଡ଼ରେ ରହିଛି ଏକ ମନୋରମ ଜଳପ୍ରପାତ । ଯାହାର ନାମ ସ୍ଥାନୀୟ ଲୋକେ ଘାଗରା (ଅର୍ଥ ଜଳପ୍ରପାତ) ଦେଇଛନ୍ତି । ପାହାଡ଼ ଓ ଜଙ୍ଗଲ ପରିବେଷ୍ଟିତ ଏହି ଅଞ୍ଚଳରେ ବୋହି ଯାଇଥିବା କାଇଁଝରୀ ନାଳରେ ଏହି ଜଳପ୍ରପାତ ରହିଛି । କାଇଁଝରୀ ଚିରସ୍ରୋତା ଝରଣା ଜାମୁଦଲକ ପାହାଡ଼ରୁ ବାହାରି ଜଙ୍ଗଲ ଓ ପ୍ରସ୍ତର ଖୋଲ ଦେଇ କାନଝରୀ ଡ୍ୟାମ୍‌ରେ ପଡୁଛି। ଏଣୁ ଏହା କାଇଁଝରୀ ଜଳପ୍ରପାତ ବୋଲି ପରିଚିତ ହୋଇଛି । ସେଠାରୁ ଏହି ଝରଣା ବୈତରଣୀ ନଦୀରେ ମିଶି ଭଦ୍ରକ ଦେଇ ସମୁଦ୍ରରେ ମିଶିଛି। କେନ୍ଦୁଝର ଜିଲା ମୁଖ୍ୟାଳୟରୁ ନରଣପୁର ରାସ୍ତାରେ ନୁଦୁରପଡ଼ା ଛକ ଯାଇ ସେଠାରୁ ବକ୍ସିବାରିଗାଁ ଛକରୁ ଗୋନାସିକା ରାସ୍ତାରେ ଯିବାକୁ ପଡ଼ିବ। ବାରହାଗଡ଼ ଛକରୁ ତଳବାଲି ଗ୍ରାମକୁ ଗଲେ ରାସ୍ତାକଡ଼ରେ ଏହି ଜଳପ୍ରପାତ ଦେଖିବାକୁ ମିଳିବ। ତେବେ ଏହି ମନୋରମ ସ୍ଥାନକୁ ପର୍ଯ୍ୟଟନସ୍ଥଳୀର ମାନ୍ୟତା ମିଳି ନ ଥିବା ବେଳେ ଏହାର ବିକାଶ ମଧ୍ୟ ହୋଇ ପାରିନାହିଁ।
ଏଠାରେ ନାଳର ପାଣି ପ୍ରାୟ ୪୦ ଫୁଟ୍‌ ଉପରୁ ପ୍ରସ୍ତର ଉପରେ ଖସୁଥିବାର ମନୋରମ ଦୃଶ୍ୟ ଅନେକଙ୍କୁ ଆକର୍ଷିତ କରିଥାଏ । ଏହି ନାଳ ତଳକୁ ତଳକୁ ପ୍ରାୟ ଏଭଳି ଆଉ ୫ଟି ମନୋରମ ଜଳପ୍ରପାତ ସୃଷ୍ଟି କରିଛି। ସେହିପରି ନାଳର ଉପର ପାର୍ଶ୍ୱରୁ ତଳକୁ ଏକ ଗଣ୍ଡ ଦେଇ ପ୍ରବାହିତ ହେଉଥିବା ଦେଖିବାକୁ ମିଳେ । ଘଞ୍ଚ ଜଙ୍ଗଲାଞ୍ଚଳ ହୋଇଥିବାରୁ ଏବଂ ବୃହତ ପାହାଡ ଓ ଚଟାଣ ପରିବେଷ୍ଟିତ ଅଞ୍ଚଳ ହୋଇଥିବାରୁ ସୂର୍ଯ୍ୟାଲୋକ ପଡ଼େ ନାହିଁ । ତୀର୍ଯ୍ୟକ ସୂର୍ଯ୍ୟାଲୋକ କାଚ କେନ୍ଦୁ ଭଳି ପାଣିରେ ପଡିଲେ ଚକ ଚକ ଦିଶେ। ଚାରିପଟେ ପ୍ରସ୍ତରର ଚଟ୍ଟାଣ ରହିଥିବାରୁ ବସି ଏହି ଦୃଶ୍ୟ ଉପଭୋଗ କରିବାକୁ ଅନେକ ଯାଇଥାନ୍ତି। ଭୋଜିଭାତ କରି ଫେରିଥାନ୍ତି । ତେବେ ଏହା ଜିଲାର ମାନ୍ୟତା ପ୍ରାପ୍ତ ତଥା ପ୍ରସିଦ୍ଧ ସାନଘାଗରା ଜଳପ୍ରପାତ ଠାରୁ ଅଧିକ ଆକର୍ଷଣୀୟ ଓ ମନୋରମ ବୋଲି ସ୍ଥାନୀୟ ଲୋକେ କହିଛନ୍ତି। ଏଭଳି ପର୍ଯ୍ୟଟନ ସ୍ଥଳକୁ ପର୍ଯ୍ୟଟନ କେନ୍ଦ୍ରର ମାନ୍ୟତା ମିଳିଗଲେ ଏହା ଜିଲାର ସବୁଠାରୁ ଗୁରତ୍ୱପୂର୍ଣ୍ଣ ପର୍ଯ୍ୟଟନ କେନ୍ଦ୍ରରେ ପରିଣତ ହେବ ବୋଲି ମତ ପ୍ରକାଶ ପାଉଛି । ଜୁଆଙ୍ଗ ଜନଜାତି ଅଞ୍ଚଳରେ ଥିବା ଏହି ଜଳପ୍ରପାତକୁ ମାନ୍ୟତା ମିଳିଲେ ଏବଂ ବିକାଶ କରାଗଲେ ଏହା ଟ୍ରାଇବାଲ ଟୁରିଜିମ୍‌କୁ ପ୍ରୋତ୍ସାହିତ କରିବ ଏବଂ ଏହା ଦ୍ୱାରା ଏହି ଅଂଚଳର ବିକାଶରେ ସହାୟକ ହୋଇପାରିବ। ଏହା ବ୍ୟତୀତ ଏହି ରାସ୍ତା ଦେଇ ହାତୀଶୀଳା,ବାରାଗଡ ଆଦି ଜୁଆଙ୍ଗ ଗ୍ରାମକୁ ଗଲେ ରାସ୍ତା କଡ଼ରେ ପାହାଡ଼ ଉପରୁ ତଳକୁ ଦେଖିଲେ ଶିମ୍‌ଲା, ଦାର୍ଜିଲିଂ ଭଳି ଦୃଶ୍ୟ ଦେଖିବାକୁ ମିଳେ। ପରିବେଶବିତ ହରେକୃଷ୍ଣ ମହାନ୍ତ କହିଛନ୍ତି ଯେ, ଏହି ଅଞ୍ଚଳରେ ବହୁ ମୂଲ୍ୟବାନ ଜଡ଼ିବୁଟି ବୃକ୍ଷଲତା ରହିଛି। ଏହି ଜଳପ୍ରପାତକୁ ମାନ୍ୟତା ଦେଇ ଏଠାରେ ଆବଶ୍ୟକ ଭିତ୍ତିଭୂମିର ବିକାଶ କରିବାକୁ ଡିଏଫଓଙ୍କୁ ଜଣାଇଛୁ। ଜିଲା ପର୍ଯ୍ୟଟନ ଅଧିକାରୀ ରମେଶ ଚନ୍ଦ୍ର ନାୟକ କହିଛନ୍ତି, ଏହି ସ୍ଥାନଟି ଅତି ରମଣୀୟ। ଏଣୁ ଏହାର ବିକାଶ କରିବା ସହ କିପରି ମାନ୍ୟତା ମିଳିପାରିବ ସେ ନେଇ ପଦକ୍ଷେପ ନେବୁ।


Enter your email to get our daily news in your inbox.

All Right Reserved By Dharitri.Com

ସଂଘବଦ୍ଧ ଆକ୍ରମଣରେ ଯୁବକଙ୍କ ମୃତ୍ୟୁ ଘଟଣା: ୨ ଭାଇଙ୍କୁ କୋର୍ଟ ଚାଲାଣ

ଦେବଗଡ଼,୨୮ା୯(ଶଶାଙ୍କ ଶେଖର ଝାଙ୍କର): ଦେବଗଡ଼ ପୌରାଞ୍ଚଳ ୧୦ ନମ୍ବର ଓ୍ବାର୍ଡ ରଜାମୁଣ୍ଡା ସାହିର ହାଡୁ ନାୟକ (୪୨)ଙ୍କ ହତ୍ୟା ଘଟଣାରେ ପୋଲିସ ମୁଖ୍ୟ ଅଭିଯୁକ୍ତ ସମୀର ମୁଖି…

ମୁଖ୍ୟମନ୍ତ୍ରୀଙ୍କ ବଡ଼ ଘୋଷଣା: ବନ୍ୟା ପ୍ରପୀଡ଼ିତଙ୍କୁ ମାଗଣା ରାଶନ ସହ ମିଳିବ…

କୋରାପୁଟ/କୋଟପାଡ଼,୨୮ା୯ (ଅମିତାଭ ବେହେରା/ କେ.ରାଜଶେଖର ରାଓ): ବନ୍ୟା ପ୍ରପୀଡ଼ିତଙ୍କ ସହ ରାଜ୍ୟ ସରକାର ସବୁବେଳେ ଅଛନ୍ତି। ସରକାରଙ୍କ ପକ୍ଷରୁ ପ୍ରପୀଡ଼ିତଙ୍କୁ ରିଲିଫ କୋଡ୍‌ ଅନୁଯାୟୀ ସବୁ ପ୍ରକାର…

ମହାନଦୀରୁ ମୃତଦେହ ଉଦ୍ଧାର ଘଟଣା: ମିଳିଲା ଜଣଙ୍କର ପରିଚୟ, ଅନ୍ୟଜଣଙ୍କ ଅନ୍ତିମ ସଂସ୍କାର କଲା ପୋଲିସ

ଅମରପାଲି,୨୭।୯(ପୀତାମ୍ବର ସାହୁ): ସୁବର୍ଣ୍ଣପୁର ଜିଲା ବୀରମହାରାଜପୁର ଉପଖଣ୍ଡ ଅନ୍ତର୍ଗତ ସୁବଳୟା ମହାନଦୀ ଫେରିଘାଟ ନିକଟରୁ ମଙ୍ଗଳବାର ଉଦ୍ଧାର ହୋଇଥିବା ୨ ଅଜଣା ମୃତଦେହ ମଧ୍ୟରୁ ଜଣଙ୍କର ପରିଚୟ…

ଗୁଣିଗାରେଡ଼ି ସନ୍ଦେହରେ ମୋହନାରେ ବିଭତ୍ସ ହତ୍ୟାକାଣ୍ଡ: ପାହାଡ଼ ଉପରେ କୁଡ଼ିଆରେ ହାଣି ପୋଡ଼ିଦେଲେ!

ମୋହନା,୨୭।୯( ମନ୍ମଥ ମିଶ୍ର ): ଗୁଣିଗାରେଡ଼ି ସନ୍ଦେହରେ ଗାଁଠାରୁ ଅଢ଼େଇ କିଲୋମିଟର ଦୂର ପାହାଡ଼ ଉପରେ କୁଡ଼ିଆ ଘରେ ରହୁଥିବା ଜଣେ ବ୍ୟକ୍ତିଙ୍କୁ ଧାରୁଆ ଅସ୍ତ୍ରରେ ହତ୍ୟା…

ଚିଖିଲିକୁ ପଶିଲା ଜଳଭଣ୍ଡାରର ବନ୍ୟା ପାଣି, ଶହ ଶହ ଏକର ଚାଷଜମି ଜଳମଗ୍ନ

ବରଗଡ଼,୨୭।୯(ପ୍ରେମାନନ୍ଦ ଖମାରୀ): ଛତିଶଗଡ଼ ରାଜ୍ୟର ବିଭିନ୍ନ ଅଞ୍ଚଳରେ ଲଗାଣ ବର୍ଷା ହୋଇଛି। ଏହାର ପ୍ରଭାବ ସୀମାବର୍ତ୍ତୀ ବରଗଡ଼ ଜିଲାର ଅମ୍ବାଭୋନା ବ୍ଲକ ଅଞ୍ଚଳରେ ଦେଖିବାକୁ ମିଳିଛି। ଉପରମୁଣ୍ଡରେ…

ପିକ୍‌ଅପ୍‌ ଧକ୍କାରେ ଶିଶୁ ମୃତ୍ୟୁ ଘଟଣା: ସହାୟତା ରାଶି ଘୋଷଣା କଲେ ମୁଖ୍ୟମନ୍ତ୍ରୀ

ପୁରୁଷୋତ୍ତମପୁର,୨୭।୯(ସବିତା ମିଶ୍ର): ଏକ ପିକ୍‌ଅପ୍‌ ଭ୍ୟାନ୍‌ ଧକ୍କାରେ ୪ ବର୍ଷର ଶିଶୁର ମୃତ୍ୟୁ ଘଟିଥିଲା। ଏନେଇ ଗଞ୍ଜାମ ଜିଲା ପୁରୁଷୋତ୍ତମପୁର ସହରରେ ରବିବାର ସନ୍ଧ୍ୟାରେ ଉତ୍ତେଜନା ପରିସ୍ଥିତି…

ଚାଷୀଙ୍କୁ ଆଶ୍ବସ୍ତି, ବିଧାୟକଙ୍କ ହସ୍ତକ୍ଷେପ ପରେ ପୋଡ଼ାପଦର ଚାଷଜମିରୁ ଜଳ ନିଷ୍କାସନ ଆରମ୍ଭ

ଛତ୍ରପୁର,୨୭।୯(ଦିଲ୍ଲୀପ ସାମଲ /ଦ୍ଵାରିକା ପଟନାୟକ): ଲଗାଣ ବର୍ଷା ଯୋଗୁଁ ଛତ୍ରପୁର ପୌର ପରିଷଦ ଅନ୍ତର୍ଗତ ପୋଡ଼ାପଦର ଅଞ୍ଚଳର ବ୍ୟାପକ ଚାଷଜମି ଜଳମଗ୍ନ ହୋଇପଡ଼ିଥିଲା। ଚାଷଜମିରେ ଦୀର୍ଘ ସମୟ…

ବନ୍ଧକ ସୁନା ମାଗିବାରୁ ମରଣାନ୍ତକ ଆକ୍ରମଣ, ୩ ମାସ ପରେ ତାମିଲନାଡୁରୁ ଅଭିଯୁକ୍ତ ଗିରଫ

କେନ୍ଦୁଝର/ହାଟଡିହୀ/ଛେନାପଦୀ,୨୭।୯(ନରେଶ ଚନ୍ଦ୍ର ପଟ୍ଟନାୟକ/ଶୁଭକାନ୍ତ ନାୟକ/ନିରାକାର ପରିଡା): କେନ୍ଦୁଝର ଜିଲା ନନ୍ଦିପଦା ଥାନା ନୂଆରମ୍ପାସ ଗ୍ରାମରେ ଗତ ଜୁନ ୨୩ ମଙ୍ଗଳବାର ବନ୍ଧକ ସୁନା ଫେରସ୍ତ ମାଗି ମରଣାନ୍ତକ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?