ମାନ୍ୟତା ଅପେକ୍ଷାରେ କାଇଁଝରୀ ଜଳପ୍ରପାତ

କେନ୍ଦୁଝର, ୬ା୧(ସ୍ବ.ପ୍ର.)-କେନ୍ଦୁଝର ଜିଲାରେ ଭରି ରହିଛି ବହୁ ଅନାଲୋଚିତ ପ୍ରାକୃତିକ ଜଳପ୍ରପାତ । ସେଥି ମଧ୍ୟରୁ ବାଂଶପାଳ ବ୍ଲକ ଅନ୍ତର୍ଗତ ତଳବାଲି ନିକଟରେ ବିଲାରୀଗୋଠ ପାହାଡ଼ରେ ରହିଛି ଏକ ମନୋରମ ଜଳପ୍ରପାତ । ଯାହାର ନାମ ସ୍ଥାନୀୟ ଲୋକେ ଘାଗରା (ଅର୍ଥ ଜଳପ୍ରପାତ) ଦେଇଛନ୍ତି । ପାହାଡ଼ ଓ ଜଙ୍ଗଲ ପରିବେଷ୍ଟିତ ଏହି ଅଞ୍ଚଳରେ ବୋହି ଯାଇଥିବା କାଇଁଝରୀ ନାଳରେ ଏହି ଜଳପ୍ରପାତ ରହିଛି । କାଇଁଝରୀ ଚିରସ୍ରୋତା ଝରଣା ଜାମୁଦଲକ ପାହାଡ଼ରୁ ବାହାରି ଜଙ୍ଗଲ ଓ ପ୍ରସ୍ତର ଖୋଲ ଦେଇ କାନଝରୀ ଡ୍ୟାମ୍‌ରେ ପଡୁଛି। ଏଣୁ ଏହା କାଇଁଝରୀ ଜଳପ୍ରପାତ ବୋଲି ପରିଚିତ ହୋଇଛି । ସେଠାରୁ ଏହି ଝରଣା ବୈତରଣୀ ନଦୀରେ ମିଶି ଭଦ୍ରକ ଦେଇ ସମୁଦ୍ରରେ ମିଶିଛି। କେନ୍ଦୁଝର ଜିଲା ମୁଖ୍ୟାଳୟରୁ ନରଣପୁର ରାସ୍ତାରେ ନୁଦୁରପଡ଼ା ଛକ ଯାଇ ସେଠାରୁ ବକ୍ସିବାରିଗାଁ ଛକରୁ ଗୋନାସିକା ରାସ୍ତାରେ ଯିବାକୁ ପଡ଼ିବ। ବାରହାଗଡ଼ ଛକରୁ ତଳବାଲି ଗ୍ରାମକୁ ଗଲେ ରାସ୍ତାକଡ଼ରେ ଏହି ଜଳପ୍ରପାତ ଦେଖିବାକୁ ମିଳିବ। ତେବେ ଏହି ମନୋରମ ସ୍ଥାନକୁ ପର୍ଯ୍ୟଟନସ୍ଥଳୀର ମାନ୍ୟତା ମିଳି ନ ଥିବା ବେଳେ ଏହାର ବିକାଶ ମଧ୍ୟ ହୋଇ ପାରିନାହିଁ।
ଏଠାରେ ନାଳର ପାଣି ପ୍ରାୟ ୪୦ ଫୁଟ୍‌ ଉପରୁ ପ୍ରସ୍ତର ଉପରେ ଖସୁଥିବାର ମନୋରମ ଦୃଶ୍ୟ ଅନେକଙ୍କୁ ଆକର୍ଷିତ କରିଥାଏ । ଏହି ନାଳ ତଳକୁ ତଳକୁ ପ୍ରାୟ ଏଭଳି ଆଉ ୫ଟି ମନୋରମ ଜଳପ୍ରପାତ ସୃଷ୍ଟି କରିଛି। ସେହିପରି ନାଳର ଉପର ପାର୍ଶ୍ୱରୁ ତଳକୁ ଏକ ଗଣ୍ଡ ଦେଇ ପ୍ରବାହିତ ହେଉଥିବା ଦେଖିବାକୁ ମିଳେ । ଘଞ୍ଚ ଜଙ୍ଗଲାଞ୍ଚଳ ହୋଇଥିବାରୁ ଏବଂ ବୃହତ ପାହାଡ ଓ ଚଟାଣ ପରିବେଷ୍ଟିତ ଅଞ୍ଚଳ ହୋଇଥିବାରୁ ସୂର୍ଯ୍ୟାଲୋକ ପଡ଼େ ନାହିଁ । ତୀର୍ଯ୍ୟକ ସୂର୍ଯ୍ୟାଲୋକ କାଚ କେନ୍ଦୁ ଭଳି ପାଣିରେ ପଡିଲେ ଚକ ଚକ ଦିଶେ। ଚାରିପଟେ ପ୍ରସ୍ତରର ଚଟ୍ଟାଣ ରହିଥିବାରୁ ବସି ଏହି ଦୃଶ୍ୟ ଉପଭୋଗ କରିବାକୁ ଅନେକ ଯାଇଥାନ୍ତି। ଭୋଜିଭାତ କରି ଫେରିଥାନ୍ତି । ତେବେ ଏହା ଜିଲାର ମାନ୍ୟତା ପ୍ରାପ୍ତ ତଥା ପ୍ରସିଦ୍ଧ ସାନଘାଗରା ଜଳପ୍ରପାତ ଠାରୁ ଅଧିକ ଆକର୍ଷଣୀୟ ଓ ମନୋରମ ବୋଲି ସ୍ଥାନୀୟ ଲୋକେ କହିଛନ୍ତି। ଏଭଳି ପର୍ଯ୍ୟଟନ ସ୍ଥଳକୁ ପର୍ଯ୍ୟଟନ କେନ୍ଦ୍ରର ମାନ୍ୟତା ମିଳିଗଲେ ଏହା ଜିଲାର ସବୁଠାରୁ ଗୁରତ୍ୱପୂର୍ଣ୍ଣ ପର୍ଯ୍ୟଟନ କେନ୍ଦ୍ରରେ ପରିଣତ ହେବ ବୋଲି ମତ ପ୍ରକାଶ ପାଉଛି । ଜୁଆଙ୍ଗ ଜନଜାତି ଅଞ୍ଚଳରେ ଥିବା ଏହି ଜଳପ୍ରପାତକୁ ମାନ୍ୟତା ମିଳିଲେ ଏବଂ ବିକାଶ କରାଗଲେ ଏହା ଟ୍ରାଇବାଲ ଟୁରିଜିମ୍‌କୁ ପ୍ରୋତ୍ସାହିତ କରିବ ଏବଂ ଏହା ଦ୍ୱାରା ଏହି ଅଂଚଳର ବିକାଶରେ ସହାୟକ ହୋଇପାରିବ। ଏହା ବ୍ୟତୀତ ଏହି ରାସ୍ତା ଦେଇ ହାତୀଶୀଳା,ବାରାଗଡ ଆଦି ଜୁଆଙ୍ଗ ଗ୍ରାମକୁ ଗଲେ ରାସ୍ତା କଡ଼ରେ ପାହାଡ଼ ଉପରୁ ତଳକୁ ଦେଖିଲେ ଶିମ୍‌ଲା, ଦାର୍ଜିଲିଂ ଭଳି ଦୃଶ୍ୟ ଦେଖିବାକୁ ମିଳେ। ପରିବେଶବିତ ହରେକୃଷ୍ଣ ମହାନ୍ତ କହିଛନ୍ତି ଯେ, ଏହି ଅଞ୍ଚଳରେ ବହୁ ମୂଲ୍ୟବାନ ଜଡ଼ିବୁଟି ବୃକ୍ଷଲତା ରହିଛି। ଏହି ଜଳପ୍ରପାତକୁ ମାନ୍ୟତା ଦେଇ ଏଠାରେ ଆବଶ୍ୟକ ଭିତ୍ତିଭୂମିର ବିକାଶ କରିବାକୁ ଡିଏଫଓଙ୍କୁ ଜଣାଇଛୁ। ଜିଲା ପର୍ଯ୍ୟଟନ ଅଧିକାରୀ ରମେଶ ଚନ୍ଦ୍ର ନାୟକ କହିଛନ୍ତି, ଏହି ସ୍ଥାନଟି ଅତି ରମଣୀୟ। ଏଣୁ ଏହାର ବିକାଶ କରିବା ସହ କିପରି ମାନ୍ୟତା ମିଳିପାରିବ ସେ ନେଇ ପଦକ୍ଷେପ ନେବୁ।


Enter your email to get our daily news in your inbox.

All Right Reserved By Dharitri.Com

ବାପାଙ୍କ ଶୁଦ୍ଧିକ୍ରିୟାରେ ଯୋଗଦେବେ ଗ୍ୟାଙ୍ଗଷ୍ଟର ଧଳସାମନ୍ତ ଭ୍ରାତା

କଟକ,୨୫ା୪(କାର୍ତ୍ତିକ ସାହୁ): ଗ୍ୟାଙ୍ଗଷ୍ଟର ଧଳସାମନ୍ତ ଭ୍ରାତା ତାଙ୍କ ଦିବଙ୍ଗତ ବାପାଙ୍କ ଶୁଦ୍ଧିକ୍ରିୟାରେ ଯୋଗଦେବା ନିମନ୍ତେ ଅଦାଲତ ଅନୁମତି ଦେଇଛନ୍ତି। ଆସନ୍ତା ୨୯ ଓ ୩୦ ତାରିଖରେ...

ଗରା ଧରି ଜିଲାପାଳଙ୍କୁ ପାଣି ମାଗିଲେ ଜୁଆଙ୍ଗ ଆଦିବାସୀ

କେନ୍ଦୁଝର,୨୫ା୪(ନରେଶ ଚନ୍ଦ୍ର ପଟ୍ଟନାୟକ): ସରକାର ଆଦିବାସୀ ଓ ଗରିବ ଲୋକଙ୍କ ପାଇଁ ମାଳମାଳ ଯୋଜନା କରି ଅନେକ କୋଟି ଖର୍ଚ୍ଚ କରୁଛନ୍ତି। ମାତ୍ର ଜିଲାର ପୁରାତନ...

୨୦୧୮ ଗୁଳିକାଣ୍ଡ: କୁଖ୍ୟାତ ଅପରାଧୀ ତପୁଙ୍କୁ ୭ ବର୍ଷ କାରାଦଣ୍ଡ

କଟକ,୨୫ା୪ (କାର୍ତ୍ତିକ ସାହୁ): କଟକ ସଦର ଥାନା ଅଞ୍ଚଳରେ ୨୦୧୮ ମସିହା ମାର୍ଚ୍ଚ ୨ ତାରିଖରେ ଦୁଇଗୋଷ୍ଠୀ ମଧ୍ୟରେ ସଂଘଟିତ ଗୁଳିମାଡ଼ ମାମଲାର ରାୟ ଗୁରୁବାର...

ଶିମିଳିପାଳର ୩୧ ପଏଣ୍ଟରେ ଲାଗିଛି ନିଆଁ

ବାରିପଦା,୨୫ା୪(ନୀଳାଦ୍ରି ବିହାରୀ ଦଣ୍ଡପାଟ): ଶିମିଳିପାଳ ଅଭୟାରଣ୍ୟରେ ପ୍ରତିଦିନ ବନାଗ୍ନି ଦେଖିବାକୁ ମିଳୁଛି। ସବୁଜିମା ଭରା ବିସ୍ତୀର୍ଣ୍ଣ ଅଞ୍ଚଳରେ ନିଆଁ ମାଡ଼ି ଚାଲିଛି। କର୍ମଚାରୀମାନେ ଅକ୍ଳାନ୍ତ ପରିଶ୍ରମ...

ବାପାଙ୍କ ଶୁଦ୍ଧିକ୍ରିୟା ପାଇଁ ଗାଁକୁ ଯାଇଥିଲେ, ଘରେ ବୁଲିଲା କଳାକନା

ବାସୁଦେବପୁର,୨୫ା୪(ନାରାୟଣ ପ୍ରସାଦ ବାରିକ୍‌): ବାପାଙ୍କ ଶୁଦ୍ଧିକ୍ରିୟାକୁ ଯାଇଥିଲେ। ଏପଟେ ଘରେ କଳାକନା ବୁଲାଇ ଦେଲେ ଚୋର। ବାସୁଦେବପୁର ପୌରପାଳିକାର ବିଦ୍ୟୁତ୍‌ ମାର୍ଗରେ ବୁଧବାର ରାତିରେ ଏଭଳି...

ପଦ୍ମ ଧରିବା ପରେ ପ୍ରବୋଧଙ୍କୁ ସ୍ବାଗତ କଲା ଭାଜପା, ମିଳିବ କି’ ଟିକେଟ

ଭୁବନେଶ୍ୱର,୨୫।୪: କଂଗ୍ରେସରୁ ଇସ୍ତଫା ପରେ ଭାଜପାର ସାମିଲ ହୋଇଛନ୍ତି ପୂର୍ବତନ ହକି ତାରକା ପ୍ରବୋଧ ତିର୍କୀ । ଏହି ଅବସରରେ ଭାଜପା ଶୀର୍ଷ ନେତୃତ୍ୱ ଫୁଳତୋଡା...

ମିଶ୍ରଣ ପର୍ବରେ ବିଜେଡି କର୍ମୀଙ୍କୁ ଟାର୍ଗେଟ୍‌ କଲେ କଂଗ୍ରେସ କର୍ମୀ

ମୋରଡ଼ା,୨୫ା୪(ସ୍ମାରକ ମାଜୀ): ଆଗାମୀ ସାଧାରଣ ନିର୍ବାଚନ ପାଇଁ କଂଗ୍ରେସ ବଳ ଗୋଟାଇବାରେ ଲାଗିଛି। ଏହି ପରିପ୍ରେକ୍ଷୀରେ ଗୁରୁବାର ମୋରଡା ବ୍ଲକ ଅଧୀନ କଲରାଫୁଲିଆସ୍ଥିତ କଂଗ୍ରେସ କାର୍ଯ୍ୟାଳୟରେ...

ପୋଖରୀରେ ଗାଧୋଇବା ବେଳେ ବୁଡ଼ିଗଲେ ଦୁଇ ଭଉଣୀ

ଗୋପ,୨୫ା୪(ଭାରତୀ ଭୂଷଣ): ପୋଖରୀରେ ଗାଧୋଇବା ହେଲା କାଳ। ଦୁଇ ଭଉଣୀ ଗୁରୁବାର ପୋଖରୀରେ ବୁଡ଼ି ମୃତ୍ୟୁବରଣ କରିଛନ୍ତି। ପୁରୀ ଜିଲା ଗୋପ ଥାନା ଡଭାର ଗାଁରେ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri