Posted inଫୁରସତ

କଳା ସଂସ୍କୃତିର ସହର କଡପା; କେବେ ଓ କେମିତି ଯିବେ, କ’ଣ ଦେଖିବେ

କଡପା ହେଉଛି ଆନ୍ଧ୍ରପ୍ରଦେଶସ୍ଥିତ ଏକ ଆକର୍ଷଣୀୟ ସହର। କଳା ଓ ସଂସ୍କୃତି ପ୍ରତି ସ୍ଥାନୀୟ ବାସିନ୍ଦାଙ୍କର ରହିଛି ଖୁବ୍‌ ଆଦର। ସେଥିପାଇଁ ଏଠାରେ ବର୍ଷସାରା ବିଭିନ୍ନ ପର୍ବପର୍ବାଣୀକୁ ଖୁବ୍‌ ଧୂମ୍‌ଧାମ୍‌ରେ ଲୋକେ ପାଳନ କରିଥାନ୍ତି। ତା’ଛଡ଼ା ପର୍ଯ୍ୟଟକଙ୍କ ଦେଖିବା ପାଇଁ ଏଠାରେ ରହିଛି ଅନେକ ପାହାଡ, ଆକର୍ଷଣୀୟ ନଦୀ ତଥା ଦୁର୍ଗ ଇତ୍ୟାଦି…

ଆନ୍ଧ୍ରପ୍ରଦେଶର ଦକ୍ଷିଣମଧ୍ୟ ଭାଗରେ ଥିବା ଏକ ଆକର୍ଷଣୀୟ ସହର ହେଉଛି କଡପା। ଏହା ସ୍ଥାନୀୟ ରାୟଲସୀମା କ୍ଷେତ୍ର ଅଧିନରେ ଆସିଥାଏ। ପୂର୍ବେ ଏହା କୁଡ୍ଡପାହ ନାମରେ ଜଣାଯାଉଥିଲା। କିନ୍ତୁ କ୍ରମେ ଏହାର ନାମ ପରିବର୍ତ୍ତନ ହୋଇ କଡପା ହେଲା। ସେବେଠାରୁ ଏହା ଉକ୍ତ ନାମରେ ପରିଚିତ ହୋଇଆସୁଛି। ତେବେ ଏହି ସହରର ଏପରି ନାମକରଣ ତେଲୁଗୁ ଶବ୍ଦ ‘ଗଡପା’ ଅନୁସାରେ କରାଯାଇଛି, ଯାହାର ଅର୍ଥ ହେଉଛି ପ୍ରବେଶଦ୍ୱାର। ଅର୍ଥାତ୍‌ ଏହି ସହରକୁ ଏଭଳି ନାମ ଏଇଥିପାଇଁ ମିଳିଛି କାରଣ ଏହିଠାରୁ ହିଁ ପବିତ୍ର ପାହାଡ ତିରୁମାଲାକୁ ରାସ୍ତା ଆରମ୍ଭ ହେଉଛି। କେବଳ ତିରୁମାଲା ନୁହେଁ କଡପାରେ ପର୍ଯ୍ୟଟକଙ୍କ ଦେଖିବା ନିମନ୍ତେ ରହିଛି ଆହୁରି ଅନେକ ଆକର୍ଷଣୀୟ ଦର୍ଶନୀୟ ସ୍ଥାନ।

କ’ଣ ଦେଖିବେ
ଭୌଗୋଳିକ ଦୃଷ୍ଟି କୋଣରୁ ଦେଖିଲେ କଡପାରେ ଅନେକ ପାହାଡମାନଙ୍କର ଶୋଭା ଦେଖିବାକୁ ମିଳିଥାଏ। ତା’ଛଡ଼ା ଏହି ସହରବାସୀ କଳା ଓ ସଂସ୍କୃତିକୁ ଖୁବ୍‌ ଭଲ ପାଇଥାନ୍ତି। ଶିଳ୍ପରମମ ହେଉଛି କଡପା ନିକଟସ୍ଥ ଏକ ଶିଳ୍ପ ଗ୍ରାମ। ପର୍ଯ୍ୟଟକ ଚାହିଁଲେ ଏହି ଗାଁକୁ ବୁଲିଯାଇ ବିଭିନ୍ନ ପ୍ରକାରର ଶିଳ୍ପ କାରୁକାର୍ଯ୍ୟକୁ ନିକଟରୁ ଦେଖିବାର, ଜାଣିବାର ସୁଯୋଗ ପାଇପାରିବେ। କେବଳ ସେତିକି ନୁହେଁ କଡପା ନିକଟ ଦେଇ ବୋହିଯାଉଛି ପେନ୍ନା ନାମକ ଏକ ନଦୀ। ଉକ୍ତ ନଦୀର ଅପୂର୍ବ ସୌନ୍ଦର୍ଯ୍ୟ ବି ପର୍ଯ୍ୟଟକଙ୍କୁ ବେଶ୍‌ ମୋହିତ କରିଥାଏ। ଅନ୍ୟପକ୍ଷେ ଏହି ସହରରେ କେତୋଟି ଦୁର୍ଗ ଥିବାର ମଧ୍ୟ ପର୍ଯ୍ୟଟକ ଦେଖିପାରିବେ।

ଅର୍ଥନୀତି
ଏହି ସହର ନିଜର ଅର୍ଥନୀତି ପାଇଁ ପର୍ଯ୍ୟଟନ ଉପରେ ଯେତିକି ଗୁରୁତ୍ୱ ଦେଇଥାଏ, ଠିକ୍‌ ସେମିତି ଚାଷବାସ ଏବଂ ମାଇନିଂ ଉପରେ ମଧ୍ୟ ନିର୍ଭର କରିଥାଏ। ହରଡ଼ ଡାଲି, ଚଣା ଡାଲି, ତୁଳା, ଚିନାବାଦାମ ଇତ୍ୟାଦି ଏଠାରେ ଭଲ ଚାଷ ହୋଇଥାଏ। ତା’ଛଡ଼ା ଏହି ସହରର ଅଧିକାଂଶ ଲୋକେ ଭଲ ଭଲ ପଦବୀରେ ସରକାରୀ ଚାକିରି କରୁଥିବାର ମଧ୍ୟ ସୂଚନା ରହିଛି।

ପ୍ରିୟ ଖାଦ୍ୟ
କଡପାବାସୀ ଚଟ୍‌ପଟା, ମସାଲାଦାର୍‌ ଖାଦ୍ୟ ଖାଇବାକୁ ବେଶ୍‌ ପସନ୍ଦ କରିଥାନ୍ତି। କରମ୍‌ ଦୋସା, ରାଗି ମୁଦା, ରାଗି ସଙ୍ଗାତି, ବୋଟି କରି, ନାଟୁକୋଡ଼ି ଚିକେନ୍‌, ପାୟା କରି ଇତ୍ୟାଦି ହେଉଛି ଏଠାକାର କେତେକ ଲୋକପ୍ରିୟ ଖାଦ୍ୟ। ତା’ଛଡ଼ା ପର୍ଯ୍ୟଟକ ଚାହିଁଲେ ଏଠାରେ ଦୋସା, ଇଡ୍‌ଲି, ସମ୍ବର, ଚଟଣୀ ଇତ୍ୟାଦିକୁ ବି ଜଳଖିଆରେ ଖାଇପାରିବେ।

କେବେ ଓ କେମିତି ଯିବେ
କଡପାରେ ଖରାଦିନେ ପ୍ରବଳ ଗରମ କିନ୍ତୁ ଶୀତଦିନେ ହାଲ୍‌କା ଶୀତ ଅନୁଭୂତ ହୋଇଥାଏ। ଅନ୍ୟପକ୍ଷେ ବର୍ଷା ବି ଏଠାରେ ସାଧାରଣ ଭାବେ ହୋଇଥାଏ। ତେଣୁ ଏହିସବୁକୁ ଲକ୍ଷ୍ୟ କଲେ କଡପା ବୁଲିଯିବା ପାଇଁ ଶୀତଦିନ ହେଉଛି ସବୁଠୁ ଭଲ ସମୟ। ସେହିପରି ଏଠାକୁ ଯିବା ପାଇଁ ଗମନାଗମନର ତିନୋଟି ମାର୍ଗର ଉତ୍ତମ ବ୍ୟବସ୍ଥା ରହିଛି। ତେବେ ଏହି ସହରର ନିଜସ୍ବ ବିମାନବନ୍ଦର ମଧ୍ୟ ଅଛି। ତା’ଛଡ଼ା କଡପାର ନିକଟତମ ଆନ୍ତରାଷ୍ଟ୍ରୀୟ ବିମାନବନ୍ଦର ହେଉଛି ହାଇଦ୍ରାବାଦ୍‌। ସେହିପରି ପର୍ଯ୍ୟଟକ ଚାହିଁଲେ ଟ୍ରେନ୍‌ ଯୋଗେ ହେଉ ଅବା ଟୁରିଷ୍ଟ ବସ୍‌ ସାହାଯ୍ୟରେ ମଧ୍ୟ ଆରାମରେ ଯାଇ କଡପାରେ ପହଞ୍ଚତ୍ପାରିବେ।


Enter your email to get our daily news in your inbox.

All Right Reserved By Dharitri.Com

ଏମିତି ଏକ ଦେଶ ଯେଉଁଠି ଲୋକଙ୍କୁ ଦେବାକୁ ପଡେ ନାହିଁ ଇନକମ ଟ୍ୟାକ୍ସ, ଏସବୁ ମିଳେ ମାଗଣାରେ

ବନ୍ଦର ସେରି ବେଗାୱାନ,୮।୧୨: COVID-19 ମହାମାରୀ ପ୍ରାୟ ପ୍ରତ୍ୟେକ ଦେଶର ଅର୍ଥନୀତିକୁ ଏକ ଗମ୍ଭୀର ଆଘାତ ଦେଇଥିଲା। ଅନେକ ଦେଶରେ ସରକାର ଖର୍ଚ୍ଚ ବୃଦ୍ଧି କରିବାକୁ,...

ରହସ୍ୟମୟ ସମୁଦ୍ର: ଯେଉଁଥିରେ କେହି କେବେ ବୁଡ଼ିଯିବେ ନାହିଁ, କାରଣ ଜାଣିଲେ…

ପୃଥିବୀର ପ୍ରାୟ ୭୧ ପ୍ରତିଶତ ଅଞ୍ଚଳ ଜଳ ଆଚ୍ଛାଦିତ। ଏହି କାରଣରୁ ପୃଥିବୀକୁ ନୀଳ ଗ୍ରହ ମଧ୍ୟ କୁହାଯାଏ। ପୃଥିବୀପୃଷ୍ଠର ପ୍ରାୟ ୯୭ ପ୍ରତିଶତ, ମହାସାଗରରେ...

ମଝି ଆକାଶରେ ଫୁଟବଲ ଖେଳିଲେ ଦୁଇ ଖେଳାଳି, ଭୟଙ୍କର ଦୃଶ୍ୟ ଦେଖିଲେ…

କିଛି ଲୋକ ଅନେକ ଦୁଃସାହସିକ କାର୍ଯ୍ୟ କରିଥାନ୍ତି। ଯାହା ଦେଖି ଲୋକଙ୍କ ପ୍ରାଣବାୟୁ ଉଡ଼ିଯିବା ପରି ଲାଗେ। ବର୍ତ୍ତମାନ ସୋସିଆଲ ମିଡିଆରେ ସେମିତି ଏକ ଭିଡିଓ...

ଏହି ଦେଶରେ ପୁରୁଷଙ୍କ ଅଭାବ; ଏହିକାମ ପାଇଁ ସ୍ୱାମୀ ‘ଭଡ଼ାରେ’ ନେଉଛନ୍ତି ମହିଳା

ନୂଆଦିଲ୍ଲୀ,୫ା୧୨: ୟୁରୋପୀୟ ଦେଶ ଲାଟଭିଆରେ ପୁରୁଷଙ୍କ ସଂଖ୍ୟା ମହିଳାଙ୍କ ତୁଳନାରେ ବହୁତ କମ୍ ଥିବାରୁ ଏଠାରେ ଏକ ଅଭାବନୀୟ ସାମାଜିକ ଧାରା ଦେଖିବାକୁ ମିଳିଛି। ଘରର...

ଏହି ଭୟଙ୍କର ଜୀବର ଚମଡ଼ାରୁ ତିଆରି ଘଣ୍ଟା ପିନ୍ଧନ୍ତି ପୁଟିନ୍‌, ଦାମ୍‌ ଜାଣିଲେ…

ମସ୍କୋ,୫ା୧୨: ରୁଷିଆ ରାଷ୍ଟ୍ରପତି ଭ୍ଲାଡିମିର ପୁଟିନ୍‌ ଦୁଇ ଦିନିଆ ଗସ୍ତରେ ଭାରତ ଆସିଛନ୍ତି। ଏହି ଗସ୍ତ ଉଭୟ ଦେଶ ପାଇଁ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ବୋଲି କୁହାଯାଉଛି।...

ବାହା ହେଉ ହେଉ ଭାଙ୍ଗିଲା ସମ୍ପର୍କ, ଚତୁର୍ଥୀ ରାତିରେ ଛାଡ଼ପତ୍ର ପେପରରେ ସାଇନ୍‌ କଲେ କନ୍ୟା

ଲକ୍ଷ୍ନୌ,୪ା୧୨: ଉତ୍ତରପ୍ରଦେଶର ଦେଓରିଆରୁ ଏକ ଅଜବ ମାମଲା ସାମ୍ନାକୁ ଆସିଛି, ଯାହା ଲୋକଙ୍କୁ ଆଶ୍ଚର୍ଯ୍ୟଚକିତ କରିଛି। ଚତୁର୍ଥୀରେ ଜଣେ ନବବିବାହିତା କନ୍ୟା ସମ୍ପର୍କ ଭାଙ୍ଗି ତାଙ୍କ...

ବିଶ୍ୱର ସବୁଠୁ ମହଙ୍ଗା ଅଣ୍ଡା: ଏହା ମୂଲ୍ୟରେ କିଣିହୋଇଯିବ ୧୦୦ ହେଲିକପ୍ଟର

ଗୋଟିଏ ଅଣ୍ଡାର ମୂଲ୍ୟ କେତେ ହୋଇପାରେ? ୮ ଟଙ୍କା, ୧୦ ଟଙ୍କା, କିମ୍ବା ସର୍ବାଧିକ ୨୫ ଟଙ୍କା। କିନ୍ତୁ ବିଶ୍ୱରେ ଏମିତି ଏକ ଅଣ୍ଡା ଅଛି,...

ଗାଁର ନାଁ କିଡ୍‌ନୀ ଭ୍ୟାଲି, ଏହା ପଛର କାରଣ ଜାଣିଲେ ନିଶ୍ଚିତ ହେବେ ଚକିତ

ବିଶ୍ୱରେ ଏପରି ଅନେକ ସ୍ଥାନ ଅଛି, ଯାହା ସେମାନଙ୍କର ଅନନ୍ୟତା ପାଇଁ ଅତ୍ୟନ୍ତ ପ୍ରସିଦ୍ଧ। ଏହି କାରଣରୁ ଦେଶ ଏବଂ ବିଶ୍ୱର ସବୁଠି ଚର୍ଚ୍ଚା। ଆଜି...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri