ତାଗିଦ୍‌ ପରେ ବି ଶୁଣୁ ନାହାନ୍ତି କବାଡ଼ିଆ

ଭୁବନେଶ୍ୱର, ୨୧।୯ (ବନ୍ଦନା ସେଠୀ):କବାଡ଼ିଆଙ୍କ କବ୍‌ଜାରେ ଭୁବନେଶ୍ୱର ମହାନଗର ନିଗମର ଅଧିକାଂଶ ଅଞ୍ଚଳ। ଦିନକୁ ଦିନ ସେମାନଙ୍କ ପ୍ରାର୍ଦୁଭାବ ବଢି ଚାଲିଥିବାବେଳେ ବିଏମ୍‌ସିର ତାଗିଦକୁ ମଧ୍ୟ ଖାତିର କରୁନାହାନ୍ତି। ଜୁଲାଇ ୧୨ରେ ୟୁନିଟ-୩ ଅଞ୍ଚଳରେ ଥିବା କବାଡିଆମାନଙ୍କ ସହିତ ବିଏମ୍‌ସି ଆଲୋଚନା କରି ପରିମଳ ନିୟମକୁ ମାନିବାକୁ ନିର୍ଦ୍ଦେଶ ଦେଇଥିଲେ। ମାତ୍ର ବିଏମ୍‌ସି କର୍ତ୍ତୃପକ୍ଷଙ୍କ ଏଭଳି ନିର୍ଦ୍ଦେଶକୁ କବାଡ଼ିଆମାନେ ଖୋଲାଖୋଲି ଚ୍ୟାଲେଞ୍ଜ କରୁଥିବା ଦେଖା ଯାଇଛି। ମାଷ୍ଟରକ୍ୟାଣ୍ଟିନ ଠାରୁ ଦୃଷ୍ଟିହୀନ ସଂଘ ପର୍ଯ୍ୟନ୍ତ ରାସ୍ତାର ଦୁଇପାର୍ଶ୍ୱରେ ଦୈନିକ ଅଳିଆ ଆବର୍ଜନା ଭର୍ତ୍ତିହୋଇ ରହୁଛି। ଫଳରେ ସମ୍ପୃକ୍ତ ଅଞ୍ଚଳ ଦେଇ ଯାତାୟାତ କରିବା ମଧ୍ୟ କଷ୍ଟକର ହୋଇପଡୁଛି। ଏହାକୁ ନେଇ ଜନଅସନ୍ତୋଷ ଦେଖା ଦେବା ସହ ସାଧାରଣଲୋକେ ଟୁଇଟ୍‌ କରି ବିଏମ୍‌ସିକୁ ଅଭିଯୋଗ ଜଣାଉଛନ୍ତି। ସେହିପରି ଏକାଧିକ ଅଭିଯୋଗ ପରେ ବିଏମ୍‌ସି ସେଠାରେ ସଫେଇ କରୁଛି ମାତ୍ର କିଛି ସମୟ ପରେ ସ୍ଥିତି ଯଥା ପୂର୍ବଂ ତଥା ପରଂ। ଅପରପକ୍ଷେ ପୂର୍ବ ଆଲୋଚନା ଅନୁଯାୟୀ, କବାଡ଼ିଆମାନେ ନିଜ ଆଖପାଖ ୫ ମିଟର ପରିଧି ଅଞ୍ଚଳ ସଫା ରଖିବା ସହ ଦୋକାନରେ ୨ଟି ଡଷ୍ଟବିନ ରଖିବାକୁ ବାଧ୍ୟ। ସେହିପରି ଓଦା ଶୁଖିଲା ବର୍ଜ୍ୟ ଅଲଗା ଦେବା ଲାଗି ସେମାନଙ୍କୁ ତାଗିଦ କରାଯାଇଥିଲା। ଏଥିସହ ମାସେ ପର୍ଯ୍ୟନ୍ତ କବାଡ଼ିଖାନାର କାର୍ଯ୍ୟକଳାପ ଉପରେ ବିଏମସି ନଜର ରଖିବ ଏବଂ ସେମାନେ ନିଜ ଅଭ୍ୟାସ ନ ବଦଳାଇଲେ ଦୃଢ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ମଧ୍ୟ କୁହାଯାଇଥିଲା। ତେବେ ଇତି ମଧ୍ୟରେ ୧ମାସରୁ ଊର୍ଦ୍ଧ୍ୱ ସମୟ ବିତିଯାଇଥିଲେ ବି ସେମାନଙ୍କ ଆଚରଣରେ କୌଣସି ପରିବର୍ତ୍ତନ ଘଟିନାହିଁ କିମ୍ବା ବିଏମ୍‌ସି ପକ୍ଷରୁ ମଧ୍ୟ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉନାହିଁ।
ସୂଚନାଯୋଗ୍ୟ, ୟୁନିଟ ୩ ଅଞ୍ଚଳରେ ରାସ୍ତାକଡ଼ରେ ଥିବା କବାଡ଼ିଆଖାନା ଲାଗି ଉକ୍ତ ଅଞ୍ଚଳ ଅପରିଷ୍କାର ରହୁଛି। ଏନେଇ ବିଭିନ୍ନ ସମୟରେ ଅଭିଯୋଗ ଆସିବା ସହ କର୍ପୋରେଶନ ବୈଠକରେ ମଧ୍ୟ ସରଗରମ ଆଲୋଚନା ହୋଇଥିଲା। ଏହାପରେ ବିଏମ୍‌ସି ଘଟଣାକୁ ଗୁରୁତର ସହ ନେଇ ସେମାନଙ୍କ ସହ ଆଲୋଚନା କରିଥିଲେ। ତେବେ ସ୍ଥିତିରେ କୌଣସି ସୁଧାର ଆସୁ ନ ଥିବାରୁ ସହରର ଅନ୍ୟ ଅଞ୍ଚଳରେ ପରିମଳକୁ ନେଇ ଯେପରି କଡା କାର୍ଯ୍ୟାନୁଷ୍ଠାନ କରାଯାଉଛି ଏଠାରେ ମଧ୍ୟ ସେଭଳି ପଦକ୍ଷେପ ନେବା ଆବଶ୍ୟକ ବୋଲି ସାଧାରଣରେ ମତ ପ୍ରକାଶ ପାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ତହସିଲଦାରଙ୍କୁ ବିଧାୟିକା ସ୍ବାମୀଙ୍କ ହତ୍ୟା ଧମକ ମାମଲା: ୱାରେଣ୍ଟ ପାଇଁ କୋର୍ଟରେ ଆବେଦନ କଲା ପୋଲିସ

ଭବାନୀପାଟଣା,୩୦।୩(ଉତ୍ତମ କୁମାର ଦାଶ): ସରକାରୀ କାର୍ଯ୍ୟରେ ବାଧା ସୃଷ୍ଟି କରିବା ଏବଂ ତହସିଲଦାରଙ୍କୁ ହତ୍ୟା ଧମକ ଦେବା ଅଭିଯୋଗରେ କଳାହାଣ୍ଡି ଜିଲା ନର୍ଲା ବିଜେଡି ବିଧାୟିକା ମନୋରମା…

ପାକିସ୍ତାନର ଖୋଲିଗଲା ପୋଲ୍‌: ଯୁଦ୍ଧ ନାଁରେ କରୁଛି ଏହି କାମ, ସାମ୍ନାକୁ ଆସିଲା ସାଂଘାତିକ କଥା

ନୂଆଦିଲ୍ଲୀ,୩୦।୩: ଇରାନ, ଆମେରିକା ଏବଂ ଇସ୍ରାଏଲ ସହିତ ଚାଲିଥିବା ସଂଘର୍ଷରେ ଯୁଦ୍ଧବିରାମ ପାଇଁ ପାକିସ୍ତାନ ପଦକ୍ଷେପ ନେଉଛି। ମଧ୍ୟପ୍ରାଚ୍ୟରେ ଉତ୍ତେଜନା ମଧ୍ୟରେ ପାକିସ୍ତାନ ନିଜକୁ ଏକ ଶାନ୍ତି…

ଯୁଦ୍ଧ ଭିତରେ ବଡ଼ ଡିଲ୍‌ କରିଦେଲେ ମୋଦି-ପୁଟିନ୍‌, ଭାରତୀୟ ଯୁବପିଢ଼ିଙ୍କୁ ମିଳିବ ବଡ଼ ଫାଇଦା!

ନୂଆଦିଲ୍ଲୀ,୩୦।୩: ଭାରତ ଏବଂ ରୁଷିଆ ମଧ୍ୟରେ ବନ୍ଧୁତା ଆଉ କେବଳ ଅସ୍ତ୍ରଶସ୍ତ୍ର କିଣା ବିକ୍ରୟ ପର୍ଯ୍ୟନ୍ତ ସୀମିତ ନାହିଁ। ଦୁଇ ଦେଶ ଭବିଷ୍ୟତର ପ୍ରଯୁକ୍ତିବିଦ୍ୟାକୁ ମିଳିତ ଭାବରେ…

କାଳବୈଶାଖୀ: ରାସ୍ତାରେ ପଡ଼ିଲା ଗଛ, ଭାଙ୍ଗିଲା ଘର

ନନ୍ଦପୁର,୩୦।୩(ତୁଷାର କାନ୍ତ ମହାନ୍ତି): କୋରାପୁଟ ଜିଲା ନନ୍ଦପୁର ଓ ଲମତାପୁଟ ବ୍ଲକ ଅଞ୍ଚଳରେ କାଳବୈଶାଖୀର କରାଳ ରୂପ ଦେଖିବାକୁ ମିଳିଛି। ଘୂର୍ଣ୍ଣିଝଡ଼ ଓ ପ୍ରବଳ ବର୍ଷା ଯୋଗୁ…

ଇରାନକୁ ଭୟଙ୍କର ଧମକ ଦେଲେ ଟ୍ରମ୍ପ, ଶୁଣିକି ଥରହର ହେଲା…..

ତେହରାନ,୩୦ା୩: ଇରାନ ସହିତ ଚାଲିଥିବା ସାମରିକ ଉତ୍ତେଜନା ମଧ୍ୟରେ, ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ପୁଣି ଥରେ ଏକ ଧମକ ଦେଇଛନ୍ତି। ଡୋନାଲ୍ଡ ଟ୍ରମ୍ପ ସ୍ପଷ୍ଟ ଭାବରେ…

କାୟା ମେଲାଇଲାଣି କାରୋନାର ନୂଆ ଭାରିଆଣ୍ଟ, ୨୩ଟି ଦେଶରେ ବ୍ୟାପିଲା, ଜାଣନ୍ତୁ ଏହା କେତେ ବିପଦ

ନୂଆଦିଲ୍ଲୀ,୩୦।୩: ଯେତେବେଳେ ବି କରୋନା ଭାଇରସ ବିଲୁପ୍ତ ହେବାର ଦ୍ୱାରଦେଶରେ ଥାଏ, ସେତେବେଳେ ଏକ ନୂତନ ପ୍ରକାର ବ୍ୟାପିଥାଏ ଏବଂ ଲୋକଙ୍କୁ ଦ୍ରୁତ ଗତିରେ ସଂକ୍ରମିତ କରିଥାଏ।…

ଟୋକନ ଅବଧି ନେଇ ମୁହଁ ଖୋଲିଲେ ଶାରଦା: କହିଲେ ଦୁଇ ଦିନରେ…

ଭୁବନେଶ୍ୱର,୩୦।୩: ଟୋକନ ଅବଧି ନେଇ ମୁହଁ ଖୋଲିଲେ ବିଜେଡି ବିଧାୟକ ଶାରଦା ଜେନା। ସେ କହିଛନ୍ତି, ୭ ଦିନ ବୃଦ୍ଧି କରିବାକୁ ଦାବି କରିଥିଲୁ। ଧନ୍ୟବାଦ ସେ…

ସୁଦାନରେ ଅଜ୍ଞାତ ବନ୍ଧୁକଧାରୀଙ୍କ ଆତଙ୍କରାଜ, ୭୦ରୁ ଅଧିକ ଲୋକଙ୍କୁ ହତ୍ୟା

ନୂଆଦିଲ୍ଲୀ,୩୦ା୩: ସୁଦାନରେ ଅଜ୍ଞାତ ବନ୍ଧୁକଧାରୀଙ୍କ ଆତଙ୍କର ରାଜତ୍ୱ ଦେଖିବାକୁ ମିଳିଛି । ସୋମବାର ଦିନ ଜଣେ ପୋଲିସ ମୁଖପାତ୍ର ନିଶ୍ଚିତ କରିଛନ୍ତି ଯେ ରାଜଧାନୀର ଉପକଣ୍ଠରେ ଅବସ୍ଥିତ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri