Posted inଜାତୀୟ

ନାବାଳକ ଥାଇ ମଦ ଲାଇସେନ୍ସ ନେଇଥିଲେ

ମୁମ୍ବାଇ,୨୧।୨(ଆଇଏଏନ୍‌ଏସ୍‌): ମୁମ୍ବାଇର ବିବାଦୀୟ ପୂର୍ବତନ ଏନ୍‌ସିବି ଜୋନାଲ ନିର୍ଦ୍ଦେଶକ ସମୀର ଓ୍ବାଙ୍ଖ୍‌ଡେଙ୍କ ବିରୋଧରେ ମହାରାଷ୍ଟ୍ର ପୋଲିସ ଜାଲିଆତି ଅଭିଯୋଗରେ ଏତଲା ଦାଏର କରିଛି। ଓ୍ବାଙ୍ଖ୍‌ଡେ ମିଥ୍ୟା ତଥ୍ୟ ଦାଖଲ କରି ତାଙ୍କ ବାର୍‌ ପାଇଁ ମଦ ଲାଇସେନ୍ସ ନେଇଥିବା ଅଭିଯୋଗ ହୋଇଥିଲା। ଏନେଇ ଠାଣେ ଜିଲାର କୋପ୍ରି ଥାନାରେ ଏତଲା ଦାଏର ହୋଇଥିବା ଜଣାପଡ଼ିଛି।
ନଭି ମୁମ୍ବାଇର ଭାସିଠାରେ ଥିବା ସଦ୍‌ଗୁରୁ ଫାମିଲି ରେଷ୍ଟୁରାଣ୍ଟ ଆଣ୍ଡ ବାର୍‌ର ମାଲିକ ହେଉଛନ୍ତି ଓ୍ବାଙ୍ଖ୍‌ଡେ। ଉକ୍ତ ବାର୍‌ରେ ମଦ ପରିବେଷଣ ପାଇଁ ସେ ୧୯୯୭ ଅକ୍ଟୋବର ୨୯ରେ ଲାଇସେନ୍ସ ପାଇଥିଲେ। ତେବେ ଲାଇସେନ୍ସ ପାଇଁ ଓ୍ବାଙ୍ଖ୍‌ଡେ ନିଜର ଭୁଲ୍‌ ଜନ୍ମ ତାରିଖ ଦେଇଥିଲେ। ମଦ ଲାଇସେନ୍ସ ପାଇବା ବେଳେ ତାଙ୍କ ବୟସ ୧୭ ବର୍ଷ ୧୧ ମାସ ହୋଇଥିଲା। ମଦ ଲାଇସେନ୍ସ ପାଇଁ ସର୍ବନିମ୍ନ ବୟସ ୨୧ ବର୍ଷ ହୋଇଥିବାବେଳେ ଜାଲିଆତି କରିଥିବାରୁ ଓ୍ବାଙ୍ଖ୍‌ଡେଙ୍କ ବିରୋଧରେ ଏତଲା ଦାଏର ହୋଇଛି। ତାଙ୍କ ବାର୍‌ ଲାଇସେନ୍ସ ମଧ୍ୟ ଖାରଜ ହୋଇଯାଇଛି। ଗତ ନଭେମ୍ବରରେ ଏନ୍‌ସିପି ନେତା ତଥା ମହାରାଷ୍ଟ୍ର ମନ୍ତ୍ରୀ ନଓ୍ବାବ ମଲିକ ଓ୍ବାଙ୍ଖ୍‌ଡେଙ୍କ ବିରୋଧରେ ଏହି ଜାଲିଆତି ଅଭିଯୋଗ ଆଣିଥିଲେ।
ଏନ୍‌ସିବିର ମୁମ୍ବାଇ ଜୋନାଲ ନିର୍ଦ୍ଦେଶକ ଥିବାବେଳେ ଗତବର୍ଷ କ୍ରୁଜ୍‌ ଜାହାଜରେ ଚଢ଼ାଉ କରି ଅଭିନେତା ଶାହାରୁଖ ଖାନ୍‌ଙ୍କ ପୁଅ ଅର୍ୟନ ଖାନ୍‌ ଓ ଅନ୍ୟମାନଙ୍କୁ ଗିରଫ କରି ଚର୍ଚ୍ଚାକୁ ଆସିଥିଲେ ସମୀର ଓ୍ବାଙ୍ଖ୍‌ଡେ। ଏହା ପରେ ତାଙ୍କ ବିରୋଧରେ ଏକାଧିକ ଅଭିଯୋଗ ଆସିଥିଲା। ତାଙ୍କ ବିରୋଧରେ ଆଇପିସିର ଧାରା ୧୮୧ (ଶପଥ ସମ୍ପର୍କରେ ଭୁଲ୍‌ ବିବୃତି), ୧୮୮ (ନିର୍ଦ୍ଦେଶନାମାର ଅବମାନନା), ୪୨୦ (ଠକେଇ ଓ ଅସାଧୁତା), ୪୬୫ (ଜାଲିଆତି), ୪୬୮ (ଠକେଇ ଉଦ୍ଦେଶ୍ୟରେ ଜାଲିଆତି) ଏବଂ ୪୮୧ (ଭୁଲ୍‌ ସମ୍ପତ୍ତି ଚିହ୍ନର ବ୍ୟବହାର)ରେ ମାମଲା ରୁଜୁ ହୋଇଛି। ସ୍ଥାନୀୟ ଅବକାରୀ ବିଭାଗର ତଦନ୍ତରୁ ଓ୍ବାଙ୍ଖ୍‌ଡେ ମଦ ଲାଇସେନ୍ସ ପାଇବା ସମୟରେ ତାଙ୍କୁ ୧୭ ବର୍ଷ ହୋଇଥିଲା ବୋଲି ଜଣାପଡ଼ିଛି।


Enter your email to get our daily news in your inbox.

All Right Reserved By Dharitri.Com

IPL ୨୦୨୬: ଲକ୍ଷ୍ନୌକୁ ଲଗାତାର ୫ମ ଥର ପାଇଁ ହରାଇଲା ଦିଲ୍ଲୀ କ୍ୟାପିଟାଲ୍ସ; ଦଳକୁ ଦମ୍‌ଦାର ବିଜୟ ଦେଲେ ସମୀର ରିଜଭୀ…

ଲକ୍ଷ୍ନୌ, ୧ା୪: ଆଇପିଏଲ ୨୦୨୬ରେ ଦିଲ୍ଲୀ କ୍ୟାପିଟାଲ୍ସ ବିଜୟ ଅଭିଯାନ ଆରମ୍ଭ କରିଛି। ଲକ୍ଷ୍ନୌ ସୁପର ଜାଏଣ୍ଟସ (LSG) ବିପକ୍ଷ ମ୍ୟାଚରେ ଦିଲ୍ଲୀ ୧୪୨ ରନର ଲକ୍ଷ୍ୟକୁ…

ବ୍ୟାକଫୁଟରେ ସୁପରପାୱାର ଆମେରିକା, ଇରାନ ସହ ଯୁଦ୍ଧରୁ ଓହରିବ! ଟ୍ରମ୍ପଙ୍କ ବଡ଼ ବୟାନ…

ୱାଶିଂଟନ, ୧ା୪:ଇରାନ ଏବଂ ଆମେରିକା ମଧ୍ୟରେ ଚାଲିଥିବା ସଂଘର୍ଷ ଏବେ ଏକ ନୂଆ ମୋଡ଼ ନେଇଛି। ସୁପରପାୱାର ଆମେରିକାର ରଣନୀତି ଫେଲ ମାରୁଥିବା ବେଳେ ରାଷ୍ଟ୍ରପତି ଡୋନାଲ୍ଡ…

ବଲାଙ୍ଗୀରରେ ଓଡ଼ିଶା ଦିବସ ପାଳନକୁ ବିରୋଧ: ସଂସ୍କୃତି ଭବନରେ କୋଶଲ ସମର୍ଥକଙ୍କ ହଙ୍ଗାମା, ୮ ଅଟକ

ବଲାଙ୍ଗୀର,୧।୪(ସୁନିଲ କୁମାର ମହାନ୍ତି): ଆଜି ସମଗ୍ର ରାଜ୍ୟରେ ଓଡ଼ିଶା ଦିବସ ବା ଉତ୍କଳ ଦିବସ ପାଳିତ ହେଉଥିବା ବେଳେ ବଲାଙ୍ଗୀରରେ ଏହାକୁ ନେଇ ଅଭାବନୀୟ ପରିସ୍ଥିତି ସୃଷ୍ଟି…

ଲଜ୍ଜା: ୧୩ ବର୍ଷର ନାବାଳିକାଙ୍କୁ ଗର୍ଭବତୀ କଲେ ଦୁଇ ସନ୍ତାନର ବାପା, ଅଭିଯୁକ୍ତଙ୍କୁ ପୋଲିସ ବାନ୍ଧି…

ପାତ୍ରପୁର, ୧।୪ (ଉମା ଚରଣ ନେପାକ): ବ୍ରହ୍ମପୁର ପୋଲିସ ଜିଲା ଅନ୍ତର୍ଗତ ଜରଡ଼ା ଥାନା ଅଞ୍ଚଳରେ ଏକ ଅଭାବନୀୟ ଘଟଣା ଘଟିଛି। ଆଙ୍କୁଲି ପଞ୍ଚାୟତର ଜଣେ ୧୩…

ମହିଳା ଚଲାଉଥିଲେ ନିଶା କାରବାର: ମାଡ଼ି ବସିଲା ପୋଲିସ, ୬ ଲକ୍ଷରୁ ଅଧିକ ଟଙ୍କା ସହ…

ବରଗଡ଼,୧।୪(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲାରେ ବଢ଼ୁଥିବା ନିଶା କାରବାରକୁ ରୋକିବା ପାଇଁ ପୋଲିସ ନିଜର ଅଭିଯାନକୁ ଜୋରଦାର କରିଛି। ଏହି କ୍ରମରେ ଭଟଲି ଥାନା ପୋଲିସ ବୁଧବାର…

ଟାର୍ଗେଟରେ ଭାଜପା ଅଫିସ୍: ପାର୍କିଂରେ ଥିବା ସ୍କୁଟିରେ ହେଲା ବୋମା ବିସ୍ଫୋରଣ, ହାଇ ଆଲର୍ଟରେ…

ଚଣ୍ଡିଗଡ଼,୧।୪: ଭାଜପା କାର୍ଯ୍ୟାଳୟ ବାହାରେ ବିସ୍ଫୋରଣ। ଚଣ୍ଡିଗଡ଼ର ସେକ୍ଟର-୩୭ ସ୍ଥିତ ପଞ୍ଜାବ ଭାଜପା କାର୍ଯ୍ୟାଳୟ ବାହାରେ ଥିବା ପାର୍କିଂ ଅଞ୍ଚଳରେ ଏକ ବୋମା ବିସ୍ଫୋରଣ ଘଟିଛି। ଏହି…

ବନ୍ଦ ହୋଇଯିବ କି ଯୁଦ୍ଧ? ବଡ଼ ଦାବି କଲେ ଟ୍ରମ୍ପ, ଯୁଦ୍ଧବିରତି ଲାଗି….

ନୂଆଦିଲ୍ଲୀ,୧।୪:  ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ୍ ଚାଲିଥିବା ସଂଘର୍ଷ ମଧ୍ୟରେ ଏକ ବଡ଼ ଦାବି କରିଛନ୍ତି । ସେ କହିଛନ୍ତି ଯେ ଇରାନର ନୂତନ ରାଷ୍ଟ୍ରପତି ତାଙ୍କ…

ସରକାର ଆସିବାର ୨ ବର୍ଷ ପରେ ପଦବୀ ପୁରଣ, ଧର୍ମଗଡ଼ ବିଧାୟକ ହେଲେ କଳାହାଣ୍ଡି ଯୋଜନା କମିଟିର ନୂତନ ଅଧ୍ୟକ୍ଷ

ଭବାନୀପାଟଣା,୧।୪(ଉତ୍ତମ କୁମାର ଦାଶ): ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ କଳାହାଣ୍ଡି ଜିଲା ଯୋଜନା କମିଟିର ନୂତନ ଅଧ୍ୟକ୍ଷ ଭାବେ ବୁଧବାର ଧର୍ମଗଡ଼ ବିଧାୟକ ସୁଧୀର ରଞ୍ଜନ ପଟ୍ଟଯୋଶୀଙ୍କୁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri