କିଏ ସେହି ସୁନ୍ଦରୀ, ଯାହାଙ୍କ ସହିତ ଟ୍ରୁଡୋଙ୍କର ରହିଛି ସମ୍ପର୍କ! ଅନେକ ସମୟରେ ଏକାଠି ନଜର ଆସନ୍ତି

ଓଟାଓ୍ବା,୧୭।୧୦: କାନାଡା ଏବଂ ଭାରତ ତିକ୍ତତା ମଧ୍ୟରେ କାନାଡାର ବୈଦେଶିକ ମନ୍ତ୍ରୀ ମେଲୋନି ଜୋଲି ମଧ୍ୟ ଏହି ଚର୍ଚ୍ଚାରେ ଅଛନ୍ତି। ଭାରତୀୟ କୂଟନୀତିଜ୍ଞଙ୍କୁ ବହିଷ୍କାର କରିବା ପରେ ମେଲୋନି ଜୋଲି ଖାଲିସ୍ତାନୀ ଆତଙ୍କବାଦୀ ହରଦୀପ ସିଂ ନିଜାରଙ୍କ ହତ୍ୟା ଘଟଣାରେ ସହଯୋଗ କରିବାକୁ ଭାରତକୁ ଅନୁରୋଧ କରିଛନ୍ତି। ଗତ ବର୍ଷ ଜଷ୍ଟିନ ଟ୍ରୁଡୋଙ୍କ ଛାଡପତ୍ର ସମୟରେ ମେଲୋନି ଜୋଲି ମଧ୍ୟ ଏହି ଖବରରେ ଥିଲେ।

ଗତ ବର୍ଷ ଯେତେବେଳେ ଜଷ୍ଟିନ ଟ୍ରୁଡୋ ଏବଂ ତାଙ୍କ ପତ୍ନୀଙ୍କର ଛାଡପତ୍ର ହୋଇଥିଲା, ସେତେବେଳେ ମେଲୋନି ଜୋଲି ଚର୍ଚ୍ଚାକୁ ଆସିଥିଲେ। ମେଲୋନି ଜୋଲି ସେମାନଙ୍କ ଛାଡପତ୍ରର କାରଣ ବୋଲି କୁହାଯାଉଥିଲା।

ଜଷ୍ଟିନ ଟ୍ରୁଡୋ ଏବଂ ତାଙ୍କ ପତ୍ନୀ ସୋଫି ଗ୍ରେଗୋଏର ଟ୍ରୁଡୋ ବିବାହର ୧୮ବର୍ଷ ପରେ ଅଗଷ୍ଟ ୨, ୨୦୨୩ ରେ ଛାଡପତ୍ର ହୋଇଥିଲା। ଜଷ୍ଟିନ ଟ୍ରୁଡୋ ଏବଂ ମେଲୋନି ଜୋଲିଙ୍କ ଫଟୋ ପ୍ରାୟତଃ ସର୍ବସାଧାରଣରେ ଦେଖାଯାଏ।

ସୋଫି ଗ୍ରେଗୋଏର ଜଣେ ଜଣାଶୁଣା ଟିଭି ଆଙ୍କର୍‌ । ଅନେକ ଦିନ ଧରି ଦୁହେଁ ପରସ୍ପରକୁ ଡେଟ୍‌ କରିବା ପରେ ଦୁହେଁ ୨୦୦୪ରେ ନିର୍ବନ୍ଧ କରିଥିଲେ ଏବଂ ଗୋଟିଏ ବର୍ଷ ପରେ ବିବାହ କରିଥିଲେ।

ମେଲୋନି ଜୋଲିଙ୍କୁ ୪୫ ବର୍ଷ ବୟସ। ସେ ଲଣ୍ଡନ ବିଶ୍ୱବିଦ୍ୟାଳୟରୁ ଆନ୍ତର୍ଜାତୀୟ ଆଇନରେ ମାଷ୍ଟର ଡିଗ୍ରୀ ହାସଲ କରିଛନ୍ତି। ୨୦୧୫ ରେ ମେଲୋନି ପ୍ରଥମ ଥର ପାଇଁ ଲୋକ ସଭା ନିର୍ବାଚନରେ ଜିତିଥିଲେ। ମେଲୋନି ଦୁଇଥର ବିବାହ କରିଛନ୍ତି। ତାଙ୍କର ପ୍ରଥମ ସ୍ବାମୀଙ୍କ ନାମ ଜିନ ଫିଲିପ ଡୁଫ୍ରେସ । ବିଶ୍ୱବିଦ୍ୟାଳୟରେ ପଢିବା ସମୟରେ ସେମାନଙ୍କର ସାକ୍ଷାତ ହୋଇଥିଲା। ମେଲୋନିଙ୍କ ପ୍ରଥମ ସ୍ବାମୀ ତାଙ୍କୁ ରାଜନୀତିରେ ପ୍ରବେଶ କରିବାକୁ ପ୍ରେରଣା ଦେଇଥିଲେ। ତେବେ ମେଲୋନି ଏମ୍‌ପି ହେବା ପରେ ସେମାନଙ୍କ ବିବାହରେ ଫାଟ ସୃଷ୍ଟି ହେବାକୁ ଲାଗିଲା। ଏହା ପରେ ମେଲୋନିଙ୍କ ଦ୍ୱିତୀୟ ବିବାହ ଫେଲିକ୍ସ ମାର୍ଜେଲ ନାମକ ଜଣେ ଅଭିନେତା ଏବଂ ବ୍ୟବସାୟୀଙ୍କ ସହ ହୋଇଥିଲା।


Enter your email to get our daily news in your inbox.

All Right Reserved By Dharitri.Com

ମିଳିଲାନି ଝଡ଼ବର୍ଷା କ୍ଷତିପୂରଣ: ରାଜରାସ୍ତାକୁ ଓହ୍ଲାଇଲେ କ୍ଷତିଗ୍ରସ୍ତ

ବରଗଡ଼,୫ା୯(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲାର ଚକରକେନ୍ଦ ଗ୍ରାମରେ ଗତ ଜୁଲାଇ ୨୮ ତାରିଖ ସାରେ ହୋଇଥିବା ଝଡ଼ବର୍ଷାରେ ବ୍ୟାପକ କ୍ଷୟକ୍ଷତି ହୋଇଥିଲା। ଘରଦ୍ୱାର ଭାଙ୍ଗିବା ସହିତ ଚାଷଜମି…

କଳଙ୍କିତ ଘଟଣା: ୭ ବର୍ଷର ଝିଆରୀଙ୍କୁ ବଡ଼ବାପାଙ୍କ ଯୌନ ନିର୍ଯାତନା, ପୋଲିସ ଆଗରେ ସବୁ କଥା ପ୍ରକାଶ କରିବା ପରେ…

ମହାକାଳପଡ଼ା,୫ା୯( ପ୍ରତାପ ଚନ୍ଦ୍ର ସ୍ବାଇଁ ): କେନ୍ଦ୍ରାପଡ଼ା ଜିଲା ମହାକାଳପଡ଼ା ବ୍ଲକ ଅନ୍ତର୍ଗତ ତନ୍ତିଆପାଳ ସାମୁଦ୍ରିକ ଥାନା ଅଞ୍ଚଳରେ ଏକ ଅତ୍ୟନ୍ତ ସମ୍ବେଦନଶୀଳ ତଥା ହୃଦୟବିଦାରକ ଘଟଣା…

ଚିତାବାଘ, ଭାଲୁ ସହ ଜଙ୍ଗଲୀ କୁକୁରର ଭୟ…, ଏହାକୁ ଖାତିର ନକରି ଦୁଇ ଭଉଣୀଙ୍କୁ ପାଠ ପଢ଼ାଇବା ପାଇଁ ଜଙ୍ଗଲ ମଧ୍ୟରେ ୫ କିଲୋମିଟର ଚାଲି ଚାଲି ଯାଉଛନ୍ତି ଶିକ୍ଷକ

ମୁମ୍ବାଇ,୪।୯: ଜଣେ ଶିକ୍ଷକଙ୍କ ଶିକ୍ଷା ପ୍ରତି ଆଗ୍ରହ ଏବଂ ପିଲାମାନଙ୍କ ଭବିଷ୍ୟତ ଗଠନ ପ୍ରତି ତାଙ୍କର ଉତ୍ସର୍ଗତାର ଏକ ପ୍ରେରଣାଦାୟକ ଉଦାହରଣ ମହାରାଷ୍ଟ୍ରର କୋହ୍ଲାପୁର ଜିଲାରୁ ସାମ୍ନାକୁ…

ଭାଦ୍ରବ ମାସରେ ଦାନ କରନ୍ତୁ ଏହି ୫ ଜିନିଷ: ଈଶ୍ୱରଙ୍କ କୃପା ସହ ଖୋଲିଯିବ ଉନ୍ନତିର ରାସ୍ତା!

ଭାଦ୍ରବ ମାସକୁ ପୂଜାପାଠ ଓ ଧାର୍ମିକ ସାଧନା ପାଇଁ ବେଶ ମହତ୍ତ୍ୱପୂର୍ଣ୍ଣ ବୋଲି ମନେ କରାଯାଏ। ଏହି ମାସରେ ଜନ୍ମାଷ୍ଟମୀ, ଗଣେଶ ଚତୁର୍ଥୀ ଓ ଅନନ୍ତ ଚତୁର୍ଦ୍ଦଶୀ…

ଏକାଥରକେ ପଡିବ ଶନି, ରାହୁ, କେତୁଙ୍କ ଶୁଭ ଦୃଷ୍ଟି: ମୀନ ସମେତ ଏହି ସବୁ ରାଶିଙ୍କ ପୂରଣ ହେବ ଦୀର୍ଘଦିନର ଇଚ୍ଛା

ଆସନ୍ତା ୫ ସେପ୍ଟେମ୍ବର ୨୦୨୬, ଭାଦ୍ରବ ମାସ କୃଷ୍ଣପକ୍ଷ ନବମୀ ତିଥି ଏବଂ ଶନିବାର। ଏହି ଦିନ କର୍ମ ଓ ନ୍ୟାୟର ଦେବତା ଶନିଙ୍କୁ ସମର୍ପିତ। ଏହାସହ…

DAରେ ୧୮% ବୃଦ୍ଧି! ସରକାରୀ କର୍ମଚାରୀଙ୍କୁ ସରକାରଙ୍କ ‘ଜନ୍ମାଷ୍ଟମୀ ଉପହାର’

ନୂଆଦିଲ୍ଲୀ,୫।୯: ପଞ୍ଜାବର ପ୍ରାୟ ୮୫ ହଜାର ସରକାରୀ କର୍ମଚାରୀଙ୍କୁ ଜନ୍ମାଷ୍ଟମୀ ଅବସରରେ ବଡ଼ ଉପହାର ଦେବାକୁ ଯାଉଛନ୍ତି ରାଜ୍ୟ ସରକାର। ସରକାରୀ କର୍ମଚାରୀଙ୍କ ମହଙ୍ଗା ଭତ୍ତା (DA)କୁ…

ଆଜି ଭାରତ-ପାକିସ୍ତାନ ମ୍ୟାଚ: କିଏ ଜିତିବ ବାଜି

ଦୁବାଇ, ୫।୯ (ପି.ଟି.):ଚଳିତ ଏସିଆ କପ୍‌ ମହିଳା କ୍ରିକେଟରେ ପ୍ରତୀକ୍ଷିତ ଭାରତ-ପାକିସ୍ତାନ ମ୍ୟାଚ ଶନିବାର ଅନୁଷ୍ଠିତ ହେବ। ପ୍ରଥମ ଦୁଇ ମ୍ୟାଚରେ ବିଜୟୀ ହୋଇ ସେମିଫାଇନାଲରେ ପ୍ରବେଶ…

ହଠାତ୍‌ ମୋଚିରାମଙ୍କୁ କାମୁଡ଼ିଲା ସାପ: ତା’ପରେ ଏମିତି କାମ କଲେ ଡାକ୍ତର ଆଶ୍ଚର୍ଯ୍ୟ

ଉଦଳା,୫।୯(ସନ୍ତୋଷ ବାଛିନୀ): ଅଚାନକ କାମୁଡିଲା ସାପ, ଆଉ ସାପକୁ ମାରି ତାକୁ ଧରି ମେଡିକାଲରେ ପହଁଚିଲେ ଯୁବକ। ଏଭଳି ଘଟଣା ଦେଖିବାକୁ ମିଳିଛି ମୟୁରଭଞ୍ଜ ଜିଲା ଉଦଳା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri