ଇସ୍ତଫା ଦେଲେ ଜଷ୍ଟିନ ଟ୍ରୁଡୋ, ଭାରତ ବିରୋଧରେ ଅଭିଯୋଗ ହେଲା କାଳ

ନୂଆଦିଲ୍ଲୀ,୬।୧: କାନାଡ଼ା ପ୍ରଧାନମନ୍ତ୍ରୀ ପଦରୁ ଇସ୍ତଫା ଦେଇଛନ୍ତି ଜଷ୍ଟିନ ଟ୍ରୁଡୋ। ନିଜ ସରକାର ଏବଂ ବ୍ୟକ୍ତିଗତ ସମାଲୋଚନା ମଧ୍ୟରେ ସେ ଏହି ନିଷ୍ପତ୍ତି ନେଇଛନ୍ତି। ଦେଶକୁ ସମ୍ବୋଧିତ କରି ଟ୍ରୁଡୋ ନିଜର ଇସ୍ତଫା ଘୋଷଣା କରିଛନ୍ତି।

୫୩ ବର୍ଷୀୟ ଜଷ୍ଟିନ ଟ୍ରୁଡୋ ଏକ ସାମ୍ବାଦିକ ସମ୍ମିଳନୀରେ କହିଥିଲେ,  ‘ମୁଁ ପାର୍ଟିର ନୂତନ ନେତା ଚୟନ କରିବାକୁ କହିଛି ଏବଂ ପ୍ରଧାନମନ୍ତ୍ରୀ ପଦରୁ ଇସ୍ତଫା ଦେଉଛି। ” ଆସନ୍ତା ୨୪ ମାର୍ଚ୍ଚ ପର୍ଯ୍ୟନ୍ତ ସଂସଦ କାର୍ଯ୍ୟ ସ୍ଥଗିତ ରହିବ। ତେବେ ଟ୍ରୁଡୋ ପ୍ରଧାନମନ୍ତ୍ରୀ ପଦରେ ସେ ପର୍ଯ୍ୟନ୍ତ ରହିବେ ଯେ ପର୍ଯ୍ୟନ୍ତ ନୂତନ ପ୍ରଧାନମନ୍ତ୍ରୀ ଚୟନ ହୋଇନାହାନ୍ତି।

ଜଷ୍ଟିନ ଟ୍ରୁଡୋ ୧୧ ବର୍ଷ ଧରି ଲିବେରାଲ ପାର୍ଟିର ନେତା ଏବଂ ୯ ବର୍ଷ ଧରି କାନାଡ଼ାର ପ୍ରଧାନମନ୍ତ୍ରୀ ଥିଲେ। ତେବେ ସେ ଡୋନାଲ୍ଡ ଟ୍ରମ୍ପଙ୍କର ଟାରିଫ ଧମକଠାରୁ ଆରମ୍ଭ କରି ପ୍ରମୁଖ ସହଯୋଗୀଙ୍କ ଇସ୍ତଫା ଏବଂ ଜନମତ ସର୍ବେକ୍ଷଣ ପର୍ଯ୍ୟନ୍ତ ଅନେକ ସଙ୍କଟର ସମ୍ମୁଖୀନ ହେଉଥିଲେ।

ଜଷ୍ଟିନ ଟ୍ରୁଡୋ ତାଙ୍କ ସମ୍ବୋଧନ କହିଥିଲେ, ”ଏହି ଦେଶ ଆଗାମୀ ନିର୍ବାଚନରେ ବାସ୍ତବିକ ଏକ ବିକଳ୍ପର ହକଦାର ଅଟେ, ଏବଂ ମୋ ପାଇଁ ଏହା ସ୍ପଷ୍ଟ ହୋଇସାରିଛି କି ଯଦି ମୋତେ ମୋର ଦଳ ମଧ୍ୟରୁ ବିରୋଧାଭାସର ସମ୍ମୁଖୀନ ହେବାକୁ ପଡୁଛି, ତେବେ ମୁ ନିର୍ବାଚନ ପାଇଁ ସବୁଠୁ ଭଲ ବିକଳ୍ପ ନାଁ ହୋଇପାରେ।”

ଟ୍ରୁଡୋଙ୍କ ନେତୃତ୍ୱ ଏକାଧିକ ଦିଗରୁ ବିବାଦରେ ରହିଥିଲା। ସମାଲୋଚକମାନେ ଯୁକ୍ତି କରନ୍ତି ଯେ ଖାଲିସ୍ତାନୀ ବିଚ୍ଛିନ୍ନତାବାଦୀ ହାରଦୀପ ସିଂ ନିଜାର ହତ୍ୟା ମାମଲାରେ ଭାରତ ବିରୋଧରେ ହୋଇଥିବା ଅଭିଯୋଗ ତାଙ୍କ ଘରୋଇ ବିବାଦରେ ବିଦ୍ରୋହ ଏବଂ ଦୁର୍ନୀତିର ଅଭିଯୋଗ ସମେତ ଘରୋଇ ଚ୍ୟାଲେଞ୍ଜଗୁଡିକରୁ ଲୋକଙ୍କୁ ବିଭ୍ରାନ୍ତ କରିବାକୁ ଚେଷ୍ଟା କରାଯାଉଥିଲା।

ଜୁନ୍ ୨୦୨୩ ରେ, ଖଲିସ୍ତାନୀ ଆତଙ୍କବାଦୀ ହାରଦୀପ ସିଂ ନିଜାରକୁ ଭାନକୋଭରରେ ହତ୍ୟା କରାଯାଇଥିଲା। ପରେ ଟ୍ରୁଡୋ ଭାରତୀୟ ଏଜେଣ୍ଟମାନଙ୍କୁ ଏହି ହତ୍ୟାକାଣ୍ଡରେ ସମ୍ପୃକ୍ତ ଥିବା ଅଭିଯୋଗ କରି କୂଟନୈତିକ ସ୍ତରରେ ବିବାଦ ସୃଷ୍ଟି କରିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଜର୍ଜିଆ ମେଲୋନିଙ୍କ ପାଇଁ ଆଣ୍ଠୁମାଡ଼ି ଏପରି କଲେ ଆଲବାନିଆର ପ୍ରଧାନମନ୍ତ୍ରୀ, ସମସ୍ତେ ଆଶ୍ଚର୍ଯ୍ୟ

ନୂଆଦିଲ୍ଲୀ,୧୬।୧: ଆଲବାନିଆର ପ୍ରଧାନମନ୍ତ୍ରୀ ଏଡି ରାମା ତାଙ୍କ ୪୮ତମ ଜନ୍ମଦିନରେ ଇଟାଲୀର ପ୍ରଧାନମନ୍ତ୍ରୀ ଜିଓର୍ଜିଆ ମେଲୋନିଙ୍କୁ ଆଶ୍ଚର୍ଯ୍ୟ ଜଣକ ଢଙ୍ଗରେ ସ୍ୱାଗତ କରିଛନ୍ତି। ମେଲୋନୀଙ୍କୁ ସ୍ୱାଗତ...

ଯୁଦ୍ଧବିରତି ଘୋଷଣା ସତ୍ତ୍ୱେ ଇସ୍ରାଏଲ୍‌ର ଆକ୍ରମଣ: ୭୨ ମୃତ

ତେଲ୍‌ ଆଭିଭ୍‌,୧୬।୧: ଯୁଦ୍ଧବିରତି ଚୁକ୍ତିନାମା ଘୋଷଣା ପରେ ମଧ୍ୟ ଇସ୍ରାଏଲ୍‌ ଆକ୍ରମଣ ଜାରି ରଖିଛି। ଗୁରୁବାର ଇସ୍ରାଏଲ୍‌ର ଆକ୍ରମଣରେ ଅନୂ୍ୟନ ୭୨ ଜଣଙ୍କ ମୃତ୍ୟୁ ଘଟିଥିବା...

୧୦ ହଜାର ପାକିସ୍ତାନୀଙ୍କୁ ଜେଲ ପଠାଇଲେ ସାଉଦି ପ୍ରିନ୍ସ

ରିୟାଦ,୧୬।୧: ପାକିସ୍ତାନ ପ୍ରାୟତଃ ଦାବି କରେ ଯେ ଇସଲାମର ଗଡ଼ ସାଉଦି ଆରବ ସହିତ ଏହାର ବହୁତ ଦୃଢ଼ ସମ୍ପର୍କ ଅଛି। ପାକିସ୍ତାନ ପ୍ରଧାନମନ୍ତ୍ରୀ ଶହବାଜ...

ସମ୍ପୂର୍ଣ୍ଣ କ୍ୟାନସର ମୁକ୍ତ ହେଲେ କେଟ ମିଡଲଟନ!

ଲଣ୍ଡନ,୧୬।୧: ୱେଲ୍ସର ରାଜକୁମାରୀ କ୍ୟାଥରିନ, ଯିଏ ସାଧାରଣତଃ କେଟ ମିଡଲଟନ ଭାବରେ ଜଣାଶୁଣା। ସେ ମଙ୍ଗଳବାର କହିଛନ୍ତି ଯେ ସେ କର୍କଟ ରୋଗରୁ ସମ୍ପୂର୍ଣ୍ଣ ସୁସ୍ଥ...

ଯୁଦ୍ଧବିରତି ପାଇଁ ସହମତି ହେଲେ ଇସ୍ରାଏଲ-ହମାସ, ୧୫ ମାସ ପାଇଁ ଯୁଦ୍ଧ ବନ୍ଦ

ନୂଆଦିଲ୍ଲୀ, ୧୫।୧: ଇସ୍ରାଏଲ ଏବଂ ପାଲେଷ୍ଟାଇନୀ ସଂଗଠନ ହମାସ ଯୁଦ୍ଧବିରତି ପାଇଁ ରାଜି ହୋଇଛନ୍ତି। ଯୁଦ୍ଧବିରତି ଏବଂ କଏଦୀ ବିନିମୟ ସମ୍ପର୍କରେ କିଛି ଦିନ ଧରି...

ବ୍ରାଡ୍‌ ପିଟ୍‌ଙ୍କ ନାଁରେ ୮ ଲକ୍ଷ ୟୁରୋ ଠକେଇ

ପ୍ୟାରିସ୍‌, ୧୫ା୧: ଫ୍ରାନ୍ସରେ ଇଣ୍ଟେରିଅର ଡିଜାଇନର ଭାବେ କାର୍ଯ୍ୟରତ ଆନି ପ୍ରାୟ ୮ ଲକ୍ଷ ୟୁରୋ ମୂଲ୍ୟର ଠକାମିର ସମ୍ମୁଖୀନ ହୋଇଛନ୍ତି। ହଲିଉଡ୍‌ ଅଭିନେତା ବ୍ରାଡ୍‌...

ମେଟା: ଚିନ୍ତାରେ କେନ୍ଦ୍ର

ନୂଆଦିଲ୍ଲୀ,୧୫।୧: ଆମେରିକୀୟ ସୋସିଆଲ ମିଡିଆ ଜାଏଣ୍ଟ ମେଟା ସିଇଓ ମାର୍କ ଜୁକରବର୍ଗ ଜାନୁଆରୀ ୧୦ରେ ପୋଡ୍‌କାଷ୍ଟର ଜୋ ରୋଗାନ୍‌ଙ୍କୁ ସାକ୍ଷାତକାର ଦେଇ କହିଥିଲେ, ୨୦୨୪ ଅଧିକାଂଶ...

ଯୁଦ୍ଧରେ କେରଳ ଯୁବକଙ୍କ ମୃତ୍ୟୁ ପରେ ଆକ୍ସନକୁ ଆସିଲା ନୂଆଦିଲ୍ଲୀ

ନୂଆଦିଲ୍ଲୀ,୧୫।୧: ୟୁକ୍ରେନ୍‌ ଯୁଦ୍ଧରେ ରୁଷିଆ ପାଇଁ ଲଢୁଥିବା ଜଣେ କେରଳୀ ଯୁବକଙ୍କ ମୃତ୍ୟୁ ଓ ଅନ୍ୟ ଜଣେ ଆହତ ହେବା ଘଟଣାକୁ ଭାରତର ବହିର୍ବ୍ୟାପାର ମନ୍ତ୍ରଣାଳୟ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri