Posted inଖେଳ

ଅଷ୍ଟ୍ରେଲିଆ କ୍ରିକେଟ ଟିମ୍‌କୁ ଝଟ୍‌କା: ପାକିସ୍ତାନ ଗସ୍ତ ପୂର୍ବରୁ ଇସ୍ତଫା ଦେଲେ ଲାଙ୍ଗର

ମେଲବୋର୍ନ,୫।୨: ଅଷ୍ଟ୍ରେଲିଆ ପୁରୁଷ କ୍ରିକେଟ ଟିମ୍‌ର ମୁଖ୍ୟ କୋଚ୍‌ ପଦରୁ ଇସ୍ତଫା ଦେଇଛନ୍ତି ଜଷ୍ଟିନ ଲାଙ୍ଗର। ସେ ଶନିବାର ହଠାତ୍‌ ଦଳର ମୁଖ୍ୟ କୋଚ୍‌ ପଦରୁ ଇସ୍ତଫା ଦେଇ ସମସ୍ତଙ୍କୁ ଚକିତ କରିଦେଇଛନ୍ତି। ତେବେ ତାଙ୍କ ସମୟରେ ଅଷ୍ଟ୍ରେଲିଆ ଟି-୨୦ ବିଶ୍ୱକପ୍‌ ଜିତିବା ସହ ଆଶେସ ସିରିଜ୍‌କୁ ୪-୦ରେ ନିଜ ନାମରେ କରିଥିଲା। ଏଭଳି ସଫଳତା ସତ୍ତ୍ୱେ ସେ କାହିଁକି ନିଜ ପଦ ଛାଡ଼ିଲେ ସେ ନେଇ ଚର୍ଚ୍ଚା ଆରମ୍ଭ ହୋଇଛି।

ଯାହା ସୂଚନା ରହିଛି ଲାଙ୍ଗରଙ୍କର କିଛି ଖେଳାଳି ଏବଂ ଅଷ୍ଟ୍ରେଲିଆ କ୍ରିକେଟର ଗଭର୍ନିଂ ବଡିଙ୍କ ସହ ମନୋମାଳିନ୍ୟ ସୃଷ୍ଟି ହୋଇଥିଲା। ଏଥିଲାଗି ଶୁକ୍ରବାର ତାଙ୍କ ଭବିଷ୍ୟତକୁ ନେଇ ବୋର୍ଡ ବୈଠକ ଡାକିଥିଲା। ଏଥିରେ ମଧ୍ୟ କିଛି ଚୁଡ଼ାନ୍ତ ହୋଇପାରି ନ ଥିଲା। ଏହି କାରଣରୁ ଶନିବାର ମୁଖ୍ୟ କୋଚ୍‌ ପଦରୁ ସେ ଇସ୍ତଫା ଦେଇଛନ୍ତି। ମାର୍ଚ୍ଚରେ ଅଷ୍ଟ୍ରେଲିଆ ଟିମ୍‌ ପାକିସ୍ତାନ ଗସ୍ତ କରିବ। ୨୪ ବର୍ଷରେ ଦଳର ଏହା ପ୍ରଥମ ଗସ୍ତ। ଏଭଳି ସ୍ଥିତିରେ ଲାଙ୍ଗରଙ୍କ ଇସ୍ତଫା ଦଳ ପାଇଁ ଶୁଭଙ୍କର ନୁହେଁ। ତାଙ୍କ କାର୍ଯ୍ୟକାଳ ଜୁନ୍‌ରେ ସମାପ୍ତ ହୋଇଥାନ୍ତା। ହେଲେ ତା’ ପୂର୍ବରୁ ସେ ଇସ୍ତଫା ଦେଇ ଅଷ୍ଟ୍ରେଲିଆ ଟିମ୍‌ରେ ସବୁକିଛି ଠିକ୍‌ ଚାଲି ନ ଥିବା ସଙ୍କେତ ଦେଇଛନ୍ତି।

ପ୍ରକାଶ ଯେ, ୨୦୧୮ରେ ଲାଙ୍ଗର ଅଷ୍ଟ୍ରେଲିଆ ଟିମ୍‌ର ମୁଖ୍ୟ କୋଚ୍‌ ହୋଇଥିଲେ। ଏହି ସମୟରେ ଦଳର ଏକାଧିକ ଖେଳାଳି ବିଭିନ୍ନ ସମସ୍ୟାରେ ଫସିଥିଲେ। ଦଳର ପ୍ରଦର୍ଶନ ମଧ୍ୟ ସେତେଟା ଭଲ ନ ଥିଲା। ଏହାସତ୍ତ୍ୱେ ସେ ଦଳକୁ ସମ୍ଭାଳି ଆଗକୁ ନେଇଥିଲେ। ତାଙ୍କ ସମୟରେ ଅଷ୍ଟ୍ରେଲିଆ ଟେଷ୍ଟ ଟିମ୍‌ ଆଇସିସି ର଼୍ୟାଙ୍କିଂର ପ୍ରଥମ ସ୍ଥାନରେ ପହଞ୍ଚିଛି।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

ଫେକ୍‌ ପାସପୋର୍ଟ ପାଇଁ କିମ୍ବଦନ୍ତୀ ଫୁଟବଲର ଗିରଫ

ନୂଆଦିଲ୍ଲୀ, ୫ା୩- ବ୍ରାଜିଲର କିମ୍ବଦନ୍ତୀ ଫୁଟବଲର ରୋନାଲ୍ଡିନୋ ପାରାଗୁଏରେ ଗିରଫ ହୋଇଛନ୍ତି। ଏହି ଦକ୍ଷିଣ ଆମେରିକୀୟ ଦେଶରେ ପ୍ରବେଶ କରିବା ଲାଗି ସେ ଫେକ ଡକ୍ୟୁମେଣ୍ଟ...

ଧୋନୀଙ୍କ ନିଷ୍ପତ୍ତିରେ ଖୁସି ଆଇସିସି

ଦୁବାଇ,୨।୧୧: କିଙ୍ଗସ ଏକାଦଶ ପଞ୍ଜାବ ବିପକ୍ଷରେ ବିଜୟ ସହ ମହେନ୍ଦ୍ର ସିଂ ଧୋନୀଙ୍କ ଚେନ୍ନାଇ ସୁପର କିଙ୍ଗ୍ସ ଆଇପିଏଲ ୨୦୨୦ରେ ନିରାଶାଜନକ ଯାତ୍ରା ଶେଷ କରିଛି।...

୪୨ ବର୍ଷରେ ପଦାର୍ପଣ କଲେ ଜାହିର ଖାନ୍‌; ଜନ୍ମଦିନରେ କିଛି ରୋଚକ ତଥ୍ୟ

ନୂଆଦିଲ୍ଲୀ, ୭।୧୦: ଭାରତୀୟ କ୍ରିକେଟ୍‌ ଇତିହାସର ଅନ୍ୟତମ ଶ୍ରେଷ୍ଠ ଦ୍ରୁତ ବୋଲର ଜାହିର ଖାନ ବୁଧବାର ୪୨ ବର୍ଷରେ ପଦାର୍ପଣ କରିଛନ୍ତି। ଶିରିଡିଠାରୁ ୪୦ କିମି...

 ଆଇପିଏଲ୍‌ରୁ ଅବସର ନେଲେ ଅମ୍ବାତି ରାୟୁଡୁ

ଅହମଦାବାଦ, ୨୮ା୫: ଚେନ୍ନାଇ ସୁପର କିଙ୍ଗ୍ସର(ସିଏସ୍‌କେ) ନିୟମିତ ସଦସ୍ୟ ଅମ୍ବାତି ରାୟୁଡୁ ଇଣ୍ଡିଆନ ପ୍ରିମିୟର ଲିଗ୍‌ (ଆଇପିଏଲ୍‌)ରୁ ଅବସର ଘୋଷଣା କରିଛନ୍ତି। ଗୁଜରାଟ ଟାଇଟନ୍ସ ବିପକ୍ଷ...

ବିଶ୍ୱ ରେକର୍ଡ ସାଙ୍ଗକୁ କପିଲ ଦେବଙ୍କୁ ପଛରେ ପକାଇଲେ

ମୋହାଲି,୫।୩: ଭାରତୀୟ ଅଲରାଉଣ୍ଡର ରବୀନ୍ଦ୍ର ଜାଡେଜା ଶ୍ରୀଲଙ୍କା ବିପକ୍ଷ ପ୍ରଥମ ଟେଷ୍ଟରେ ଦମଦାର ବ୍ୟାଟିଂ କରିଛନ୍ତି । ପ୍ରଥମ ଇନିଂସରେ ଅପରାଜିତ ୧୭୫ ରନ୍‌ର ଇନିଂସ...

‘କୁମିନ୍ସ ଏଭଳି ଖେଳିବେ ଆଶା ନ ଥିଲା’

ପୁଣେ,୭।୪: ୧୫ ବଲରେ ପାଟ କୁମିନ୍ସଙ୍କ ୫୬ ରନ୍‌ର ବିସ୍ଫୋରକ ପାଳି ପ୍ରତିପକ୍ଷ ମୁମ୍ବାଇ ଇଣ୍ଡିଆନ୍ସ ଅଧିନାୟକ ରୋହିତ ଶର୍ମାଙ୍କୁ ଚକିତ କରି ଦେଇଛି। କୁମିନ୍ସଙ୍କ...

ଅଭ୍ୟାସ ଆରମ୍ଭ କଲେ ହିଟ୍‌ମ୍ୟାନ୍‌: ବିସିସିଆଇ କହିଲା ‘ଇଞ୍ଜିନ୍‌ ଷ୍ଟାଟ୍‌ ହେବାକୁ ଯାଉଛି…’

ମେଲବୋର୍ନ,୩୧।୧୨: ଅଷ୍ଟ୍ରେଲିଆ ବିପକ୍ଷରେ ଦ୍ୱିତୀୟ ଟେଷ୍ଟ ଜିତିବା ପରେ ଏବେ ଭାରତୀୟ ଦଳ ପାଇଁ ଆଉ ଏକ ଖୁସି ଖବର ଆସିଛି। ହିଟ୍‌ମ୍ୟାନ୍‌ ରୋହିତ ଶର୍ମା...

ଦିନିକିଆ ବିଶ୍ୱକପ୍‌ ପୂର୍ବରୁ ଅଷ୍ଟ୍ରେଲିଆର ଅଡ଼ୁଆ ବଢ଼ିଲା

ନୂଆଦିଲ୍ଲୀ,୫।୮: ଆଇସିସି ଦିନିକିଆ ବିଶ୍ୱକପ୍‌ ୨୦୨୩ ଆରମ୍ଭ ହେବାକୁ ଖୁବ୍‌ କମ୍‌ ସମୟ ଅଛି। ଏହା ପୂର୍ବରୁ ଅଷ୍ଟ୍ରେଲିଆ ଟିମ୍‌ ଚିନ୍ତାରେ ପଡ଼ିଛି। କାରଣ ଅଧିନାୟକ...

Advertisement
Archives

Model This Week