ଜର୍ଜ ଫ୍ଲୟଡ୍‌ଙ୍କୁ ନ୍ୟାୟ

ମିନିଆପଲିସ/ଓ୍ବାଶିଂଟନ,୨୨ା୪: ୨୦୨୦ ମେ’ ୨୫ର ବିଚଳିତ କରିଦେବା ଭଳି ଏହି ଦୃଶ୍ୟ ଅନେକଙ୍କ ମନରୁ ଲିଭିପାରିନି ଏଯାଏ। ଶ୍ୱେତାଙ୍ଗ ପୋଲିସ ଦମନରେ କୃଷ୍ଣକାୟ ଜର୍ଜ ଫ୍ଲୟଡ୍‌ଙ୍କ ମୃତ୍ୟୁ ଆମେରିକା ସମେତ ସାରା ବିଶ୍ୱକୁୁ ସ୍ତବ୍ଧ କରିଦେଇଥିଲା। ଏଇଠୁ ମୁଣ୍ଡ ଟେକିଥିଲା ବର୍ଣ୍ଣ ବୈଷମ୍ୟ ଓ ପୋଲିସ ବର୍ବରତା ବିରୋଧୀ ଆନ୍ଦୋଳନ, ଯାହାର ନିଆଁ ଅନେକ ଦେଶକୁ ହୁ ହୁ ହୋଇ ବ୍ୟାପିଯାଇଥିଲା। ଫ୍ଲୟଡ୍‌ଙ୍କୁ ଗିରଫ କରୁ କରୁ ତାଙ୍କ ଗଳାରେ ଆଣ୍ଠୁ ଚପାଇ ମାରିଥିବା ପୋଲିସ ଅଫିସର ଡେରେକ୍‌ ଚଉଭିନଙ୍କ ଫଇସଲା ହୋଇଛି। ୪୫ ସାକ୍ଷୀଙ୍କ ବୟାନ ଓ ଭିଡିଓ ଫୁଟେଜ୍‌କୁ ଆଧାର କରି ତାଙ୍କୁ ମଙ୍ଗଳବାର ଦୋଷୀ ସାବ୍ୟସ୍ତ କରାଯାଇଛି।
୩ ସପ୍ତାହ ଧରି ଚାଲିଥିବା ଶୁଣାଣି ସୋମବାର ଶେଷ ହେବା ପରେ ଖାଁ ଖାଁ ଲାଗୁଥିଲା ମିନେସୋଟାର ମଧ୍ୟପଶ୍ଚିମ ସହର ମିନିଆପଲିସର ରାସ୍ତା। ଦକ୍ଷିଣ ଭାଗରେ ଥିବା ଏକ ଛକରେ ୯ ମିନିଟ ୨୯ ସେକେଣ୍ଡ ଧରି ଜୀବନର ଭିକ ମାଗି ଶେଷରେ ଆଖି ବୁଜି ଦେଇଥିବା ଫ୍ଲୟଡ୍‌ଙ୍କୁ ପ୍ରାୟ ବର୍ଷେ ପରେ ନ୍ୟାୟ ମିଳିଛି। ସେକେଣ୍ଡ ଡିଗ୍ରୀ ଉଦ୍ଦେଶ୍ୟ ବିହୀନ ହତ୍ୟା, ଥାର୍ଡ ଡିଗ୍ରୀ ମର୍ଡର ଓ ସେକେଣ୍ଡ ଡିଗ୍ରୀ ନରହତ୍ୟା ଅପରାଧରେ ଦୋଷୀ ସାବ୍ୟସ୍ତ ହୋଇଛନ୍ତି ପୂର୍ବତନ ପୋଲିସ ଅଫିସର ଡେରେକ୍‌ ଚଉଭିନ। ପ୍ରାୟ ୮ ସପ୍ତାହ ପରେ ଚଉଭିନଙ୍କ ଦଣ୍ଡବିଧାନ କରାଯିବ। ତାଙ୍କୁ ୪୦ ବର୍ଷ ପର୍ଯ୍ୟନ୍ତ ଜେଲଦଣ୍ଡ ହୋଇପାରେ। ଚଉଭିନଙ୍କ ସମେତ ଅନ୍ୟ ୩ ପୋଲିସ ଅଫିସରଙ୍କୁ ମଧ୍ୟ ହତ୍ୟାରେ ସହଯୋଗ ପାଇଁ ଦୋଷୀ ସାବ୍ୟସ୍ତ କରାଯାଇଛି। ୭ ମହିଳା ଓ ୫ ପୁରୁଷ (୬ କୃଷ୍ଣକାୟ ଓ ୬ ଶ୍ୱେତାଙ୍ଗ) ବିଚାରପତିଙ୍କୁ ନେଇ ଗଠିତ ଫେଡେରାଲ ଗ୍ରାଣ୍ଡ ଜୁରି ପ୍ରାୟ ୧୦ ଘଣ୍ଟା ଧରି ସର୍ବସମ୍ମତ ରାୟ ଶୁଣାଇବା ପରେ ନୀରବ ପ୍ରାୟ ରାସ୍ତାଘାଟ ଉଲ୍ଲସିତ ହୋଇଯାଇଥିଲା। ଟିଭିରେ ଶୁଣାଣିର ପ୍ରସାରଣ ବେଳେ ଧୂସର ଶୁଟ୍‌ ଓ ସର୍ଜିକାଲ ମାସ୍କ ପିନ୍ଧିଥିବା ୪୫ ବର୍ଷୀୟ ଚଉଭିନ ମନଦେଇ ଶୁଣୁଥିଲେ।

ବିଶ୍ୱକୁ ବଦଳାଇଦେଇଛନ୍ତି ବାପା

ଆମେରିକା ରାଷ୍ଟ୍ରପତି ଜୋ ବାଇଡେନ୍‌ ମଙ୍ଗଳବାର ଜର୍ଜ ଫ୍ଲୟଡ୍‌ଙ୍କ ୭ ବର୍ଷୀୟା ଝିଅଙ୍କ ସହ କଥା ହେବା ପରେ ଗଣମାଧ୍ୟମକୁ ସୂଚନା ଦେଇଛନ୍ତି। ବାଇଡେନ୍‌ କହିଛନ୍ତି, ଗତବର୍ଷ ଜୁନ୍‌ରେ ଫ୍ଲୟଡ୍‌ଙ୍କ ମୃତଦେହ ସତ୍କାର ବେଳେ ଝିଅ ଜିଆନ୍ନା ଫ୍ଲୟଡ୍‌ଙ୍କୁ ସେ ଭେଟିଥିଲେ। ସେତେବେଳେ ବାଇଡେନ୍‌ କହିଥିଲେ, ତୁମ ବାପା ସ୍ବର୍ଗରୁ ଦେଖି ଗର୍ବ ଅନୁଭବ କରୁଛନ୍ତି। ଉତ୍ତରରେ ଜିଆନ୍ନା କହିଥିଲେ, ବାପା ବିଶ୍ୱକୁ ବଦଳାଇଦେଇଛନ୍ତି। ରାୟ ଆସିବା ପରେ ବାଇଡେନ୍‌ ତାଙ୍କ ସହ ପୁଣି କଥା ହୋଇଥିଲେ। କହିଥିଲେ, ତୁମ ବାପା ସତରେ ବିଶ୍ୱକୁ ବଦଳାଇଦେଇଛନ୍ତି।

ଫ୍ଲୟଡ୍‌ ଏକ ଆନ୍ଦୋଳନ

ଆଫ୍ରିକୀୟ ଆମେରିକୀୟ ଜର୍ଜ ଫ୍ଲୟଡ୍‌ ୨୦ ଡଲାର ଜାଲ୍‌ ବିଲ୍‌ ପଇଠ କରିଥିବା ନେଇ ଜଣେ ଷ୍ଟୋର କ୍ଲର୍କ ଅଭିଯୋଗ କରିଥିଲେ। ତା’ପରେ ହ୍ବାଇଟ୍‌ ପୋଲିସ ଅଫିସରଙ୍କ ବଳ ପ୍ରୟୋଗରେ ଫ୍ଲୟଡ୍‌ଙ୍କ ପ୍ରାଣବାୟୁ ଉଡ଼ିଯାଇଥିଲା। ଆଇ କ୍ୟାଣ୍ଟ ବ୍ରେଦ୍‌ (ମୁଁ ଅଣନିଃଶ୍ୱାସୀ ହୋଇଯାଇଛି) ଥିଲା ତାଙ୍କ ଶେଷ ଉଚ୍ଚାରଣ। ଅନେକ ଦେଖଣାହାରୀ ଏହି ଦୃଶ୍ୟକୁ ମୋବାଇଲ କ୍ୟାମେରାରେ କଏଦ୍‌ କରିଥିଲେ। ବିଶେଷକରି ଜଣେ ସ୍ବଳ୍ପବୟସ୍କା ଝିଅଙ୍କ ଭିଡିଓ ଫୁଟେଜ୍‌ ସୋସିଆଲ ମିଡିଆରେ ଭାଇରାଲ ହୋଇଥିଲା। ପ୍ରତ୍ୟକ୍ଷଦର୍ଶୀମାନେ ସେତେବେଳେ ଫ୍ଲୟଡ୍‌ଙ୍କୁ ଛାଡ଼ିଦେବାକୁ କହୁଥିଲେ। କିନ୍ତୁ ଚଉଭିନ କାହା କଥା ଶୁଣି ନ ଥିଲେ। କୃଷ୍ଣକାୟ ଫ୍ଲୟଡ୍‌ଙ୍କ ମୃତ୍ୟୁ ‘ବ୍ଲାକ୍‌ ଲାଇଭ୍‌ସ ମ୍ୟାଟର’ ବିକ୍ଷୋଭକୁ ଜନ୍ମ ଦେଇଥିଲା। ୧୯୬୦ ଦଶକର ସିଭିଲ ରାଇଟ୍ସ ମୁଭ୍‌ମେଣ୍ଟ ପରେ ଆମେରିକା ଏଭଳି ଆନ୍ଦୋଳନ ଦେଖି ନ ଥିଲା। ଫ୍ଲୟଡ୍‌ଙ୍କ ମୃତ୍ୟୁଜନିତ ବର୍ଣ୍ଣବୈଷମ୍ୟ ବିରୋଧୀ ନିଆଁ ନିକଟରେ ୨୦ ବର୍ଷୀୟ କୃଷ୍ଣକାୟ ଡଉଣ୍ଟେ ରାଇଟ୍‌ଙ୍କ ମୃତ୍ୟୁ ପରେ ଆହୁରି ତେଜିଉଠିଥିଲା।


Enter your email to get our daily news in your inbox.

All Right Reserved By Dharitri.Com

ନୂଆ ଇତିହାସ ରଚିବେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ, ୨୮ ଡିସେମ୍ବରରେ…

ନୂଆଦିଲ୍ଲୀ, ୨୭।୨୫: ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଆସନ୍ତା ୨୮ ଡିସେମ୍ବରରେ ଭାରତୀୟ ନୌସେନାର ଏକ ପନଡୁବ୍ବୀରେ ସମୁଦ୍ର ଯାତ୍ରା କରିବେ। ଏହି ଯାତ୍ରା କର୍ନାଟକର କାରବାର...

ଜ୍ୱାଇଁଙ୍କ ଟାଙ୍ଗିଆ ଚୋଟରେ ଚାଲିଗଲା ଶାଶୁଙ୍କ ଜୀବନ

ବାଲିଗୁଡା,୨୭ା୧୨(ସଞ୍ଜୟ କୁମାର ପାଣିଗ୍ରାହୀ): କନ୍ଧମାଳ ଜିଲା ବାଲିଗୁଡା ଉପଖଣ୍ଡ ଅଧୀନ କ.ନୂଆଗାଁ ଥାନା ସିର୍ତିଗୁଡା ଗ୍ରାମରେ ଶନିବାର ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିିଛି। ପାରିବାରିକ...

 ‘Pay Later with BharatPe’: ଏବେ UPIରେ ମିଳିବ ଉଧାର: ଜାଣନ୍ତୁ କେତେ ଦିନ ମଧ୍ୟରେ ଫେରାଇବାକୁ ହେବ ଟଙ୍କା…

ନୂଆଦିଲ୍ଲୀ, ୨୭।୧୨:  ଆଜିର ଦ୍ରୁତଗତି ଜୀବନଶୈଳୀରେ ପ୍ରତ୍ୟେକ ବ୍ୟକ୍ତି ଡିଜିଟାଲ୍ ପେମେଣ୍ଟ୍ ଉପରେ ନିର୍ଭରଶୀଳ ହୋଇଯାଇଛନ୍ତି। ପରିବା କିଣିବା ହେଉ, କାଫେରେ କଫି ପିଇବା ହେଉ...

ବିଶ୍ୱ ରେକର୍ଡ ସୃଷ୍ଟି କଲା ଚାଇନା ଟ୍ରେନ୍‌

ବେଜିଂ,୨୭ା୧୨: ଚାଇନାର ସବୁଠୁ ଦ୍ରୁତଗାମୀ ମାଗଲେଭ୍‌ ଟ୍ରେନ୍‌ ନୂଆ ବିଶ୍ୱ ରେକର୍ଡ ସୃଷ୍ଟି କରିଛି। ଏହି ଟ୍ରେନ୍‌ ମାତ୍ର ୨ ସେକେଣ୍ଡରେ ଘଣ୍ଟାପ୍ରତି ୭୦୦ କି.ମି....

ଯୁବକଙ୍କୁ ଚାପିଦେଲା ଟ୍ରକ୍‌: ଆଉ ତା’ପରେ…

କୋକସରା,୨୭ା୧୨(ଦୁଷ୍ମନ୍ତ କୁମାର ପାଟ୍ଟଯୋଷୀ): ୨୬ ନମ୍ବର ଜାତୀୟ ରାଜପଥର କୋକସରା ଥାନା କୁସୁମଖୁଣ୍ଟି ନିକଟରେ ଶନିବାର ରାତି ପ୍ରାୟ ୭ଟାରେ ଏକ ଟ୍ରକ୍‌ ଧକ୍କାରେ ଜଣେ...

ଥୁଆମୂଳ ରାମପୁର ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ କର୍ମଚାରୀଙ୍କ ଚରମ ଅବହେଳା: ୨୦ ମିନିଟ୍ କାଳ ବେଡ୍‌ରେ ଛଟପଟ ହେଲେ ଦୁର୍ଘଟଣାଗ୍ରସ୍ତ ଯୁବକ

ଥୁଆମୂଳ ରାମପୁର, ୨୭।୧୨(ଦୁର୍ଗା କୀର୍ତ୍ତି):- କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରରେ ସ୍ବାସ୍ଥ୍ୟସେବା ଏବେ ସମ୍ପୂର୍ଣ୍ଣ ବିପର୍ଯ୍ୟସ୍ତ। କର୍ମଚାରୀଙ୍କ ଲଗାତାର ଅବହେଳା ଓ...

ଥାଇଲାଣ୍ଡ-କାମ୍ବୋଡ଼ିଆ ମଧ୍ୟରେ ବଡ଼ ଚୁକ୍ତି: ବନ୍ଦ ହେବ ଯୁଦ୍ଧ

ବ୍ୟାଙ୍କକ୍‌,୨୭ା୧୨: ଥାଇଲାଣ୍ଡ ଏବଂ କାମ୍ବୋଡ଼ିଆ ମଧ୍ୟରେ ସୀମା ବିବାଦକୁ ନେଇ ଗତ କିଛି ସପ୍ତାହ ହେଲା ସଂଘର୍ଷ ଲାଗି ରହିଛି। ଏହାକୁ ବନ୍ଦ କରିବା ପାଇଁ...

ଟି୨୦ରେ ହରମନପ୍ରୀତ୍‌ଙ୍କ ବିଶ୍ୱ ରେକର୍ଡ

ନୂଆଦିଲ୍ଲୀ,୨୭ା୧୨: ହରମନପ୍ରୀତ୍‌ କୌର ଅନ୍ତର୍ଜାତୀୟ ଟି୨୦ରେ ଅଧିନାୟିକା ଭାବେ ସର୍ବାଧିକ ମ୍ୟାଚ୍‌ ଜିତିବାର ବିଶ୍ୱ ରେକର୍ଡ ନିଜ ନାମରେ କରିଛନ୍ତି। ଥିରୁଭାନନ୍ତପୁରମ୍‌ରେ ଶୁକ୍ରବାର ଶ୍ରୀଲଙ୍କା ବିପକ୍ଷ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri