Posted inଜାତୀୟ

‘ମୋ ଝିଅକୁ ନ୍ୟାୟ ଦିଅ’

ନୂଆଦିଲ୍ଲୀ,୩।୧: ଶ୍ରଦ୍ଧା ଓ୍ବାଲ୍‌କର ହତ୍ୟାକାଣ୍ଡ ପରେ ଦିଲ୍ଲୀରେ ଆଉ ଜଣେ ଯୁବତୀଙ୍କ ମୃତ୍ୟୁ ଚାଞ୍ଚଲ୍ୟ ଖେଳାଇ ଦେଇଛି। ଉତ୍ତର-ପୂର୍ବ ଦିଲ୍ଲୀର ସୁଲତାନପୁରି ଅଞ୍ଚଳରେ ରବିବାର ଭୋର ସମୟରେ ସ୍କୁଟିରେ ଯାଉଥିବା ଜଣେ ଯୁବତୀଙ୍କୁ କାର୍‌ ଧକ୍କା ଦେଇ ୧୩ କିଲୋମିଟର ଘୋଷାଡ଼ି ନେବାରୁ ଅତି ଦୟନୀୟ ଭାବେ ତାଙ୍କର ମୃତ୍ୟୁ ଘଟିଥିଲା। ଝିଅଙ୍କୁ ନ୍ୟାୟ ପାଇଁ ତାଙ୍କ ମାଆ ଆକୁଳ ନିବେଦନ କରିଛନ୍ତି। ଗଣମାଧ୍ୟମକୁ ପ୍ରତିକ୍ରିୟା ଦେଇ ମୋ ଝିଅକୁ ନ୍ୟାୟ ମିଳୁ ବୋଲି ସେ କହିଛନ୍ତି। ଅନ୍ୟପକ୍ଷେ ଯୁବତୀଙ୍କ ମୃତ୍ୟୁକୁ ନେଇ ଦିଲ୍ଲୀର ରାଜନୈତିକ ମାହୋଲ ସରଗରମ ହୋଇଛି। ଯୁବତୀଙ୍କୁ ନ୍ୟାୟ ଦାବିରେ ସୋମବାର ଏଏପିର ୨୦୦ ନେତା ଓ କର୍ମୀ ଉପରାଜ୍ୟପାଳ ଭି.କେ. ସକ୍ସେନାଙ୍କ ବାସଭବନ ରାଜନିବାସ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି। ଗିରଫ ଅଭିଯୁକ୍ତଙ୍କ ମଧ୍ୟରୁ ଜଣେ ଭାଜପା କର୍ମୀ ହୋଇଥିବାରୁ ପୋଲିସ ଘଟଣାକୁ ଚାପିଦେବାକୁ ଉଦ୍ୟମ କରୁଛି ବୋଲି ଏଏପି କହିଛି। ଘଟଣାର ଉପଯୁକ୍ତ ତଦନ୍ତ କରି ରିପୋର୍ଟ ସ୍ବରାଷ୍ଟ୍ର ମନ୍ତ୍ରଣାଳୟରେ ଦାଖଲ କରିବା ପାଇଁ କେନ୍ଦ୍ରମନ୍ତ୍ରୀ ଅମିତ ଶାହା ଦିଲ୍ଲୀ ପୋଲିସକୁ ନିର୍ଦ୍ଦେଶ ଦେଇଛନ୍ତି।
ରାଜନୈତିକ ଦଳଗୁଡ଼ିକର ଆରୋପ ପ୍ରତ୍ୟାରୋପ ଭିତରେ ଘଟଣାର ପ୍ରତ୍ୟକ୍ଷଦର୍ଶୀଙ୍କ ପ୍ରତିକ୍ରିୟା ସାମ୍ନାକୁ ଆସିଛି। ଯୁବତୀଙ୍କୁ ଦେଢ଼ ଘଣ୍ଟା କାଳ ୧୮ରୁ ୨୦ କି.ମି. ଦୂର କାର୍‌ରେ ଘୋଷଡ଼ାଯାଇଥିବା କାଞ୍ଝଓ୍ବାଲା ରୋଡ୍‌ରେ ଚକୋଲେଟ୍‌ ଦୋକାନ କରିଥିବା ପ୍ରତ୍ୟକ୍ଷଦର୍ଶୀ ଦୀପକ ଦହିୟା କହିଛନ୍ତି। ଭୋର ୩ଟା ୨୦ ମିନିଟରେ ଦୀପକ ତାଙ୍କ ଦୋକାନ ବାହାରେ ଛିଡ଼ା ହୋଇଥିବାବେଳେ ଗୋଟିଏ କାର୍‌ରେ ଯୁବତୀଙ୍କ ଶରୀର ଘୋଷଡ଼ାହୋଇ ଯାଉଥିବା ଦେଖିଥିଲେ। ଏହାର ସୂଚନା ସେ ପୋଲିସକୁ ଦେଇଥିଲେ। ପରବର୍ତ୍ତୀ ସମୟରେ ରାସ୍ତାରେ ଯୁବତୀଙ୍କ ମୃତଦେହକୁ ରଖି ୫ ଜଣଯାକ କାର୍‌ରେ ଫେରାର ହୋଇଯାଇଥିଲେ। ଦିଲ୍ଲୀ ପୋଲିସ କମିଶନର ସଞ୍ଜୟ ଅରୋରା କହିଛନ୍ତି, ଘଟଣାରେ ସମ୍ପୃକ୍ତ ଥିବା ୫ ଅଭିଯୁକ୍ତଙ୍କୁ ଗିରଫ କରାଯାଇଛି। ବିଭାଗୀୟ ଟିମ୍‌ ଘଟଣାର ତଦନ୍ତ ଚଳାଇଛି। ଯୁବତୀଙ୍କୁ ନ୍ୟାୟ ଦାବିରେ ସୋମବାର ଅନେକେ ଲୋକ ସୁଲତାନପୁରି ଥାନା ଘେରାଉ କରିଥିଲେ। ଅନ୍ୟପକ୍ଷେ ଦିଲ୍ଲୀର ଏକ କୋର୍ଟ ସୋମବାର ଗିରଫ ଅଭିଯୁକ୍ତଙ୍କୁ ୩ ଦିନିଆ ପୋଲିସ ରିମାଣ୍ଡରେ ପଠାଇଛନ୍ତି। ଜବତ ହୋଇଥିବା କାର୍‌ ଭିତରୁ କିମ୍ବା ସିଟ୍‌ରୁ ରକ୍ତ ନମୁନା ମିଳି ନ ଥିବା ଫୋରେନ୍ସିକ୍‌ ସାଇନ୍ସ ଲାବୋରେଟୋରି (ଏଫ୍‌ଏସ୍‌ଏଲ୍‌) ପକ୍ଷରୁ କୁହାଯାଇଛି। ଏଫ୍‌ଏସ୍‌ଏଲ୍‌ ଗାଡ଼ି ଚକା ଏବଂ ଘଟଣାସ୍ଥଳରୁ ରକ୍ତ ନମୁନା ସଂଗ୍ରହ କରିଛି।
ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜରିଓ୍ବାଲ କହିଛନ୍ତି, ଏ ପ୍ରକାର ଜଘନ୍ୟ ଅପରାଧରେ ଦୋଷୀଙ୍କ ଲାଗି ଫାଶୀ ଦଣ୍ଡ ପ୍ରଯୁଜ୍ୟ। ଉପରାଜ୍ୟପାଳ ଭି.କେ. ସକ୍ସେନାଙ୍କ ସହ ଏ ସମ୍ପର୍କରେ ସେ ଆଲୋଚନା କରିଛନ୍ତି। ଗିରଫ ଅଭିଯୁକ୍ତଙ୍କ ମଧ୍ୟରୁ ଜଣେ ଭାଜପା ସଦସ୍ୟ। ଏହି କାରଣରୁ ଉଚ୍ଚ ପୋଲିସ ଅଧିକାରୀ ଏବଂ ଉପରାଜ୍ୟପାଳ ଘଟଣାକୁ ଚପାଇ ଦେବାକୁ ଚେଷ୍ଟା କରୁଥିବା ଏଏପି ମୁଖପାତ୍ର ସୌରଭ ଭରଦ୍ୱାଜ ଗଣମାଧ୍ୟମକୁ କହିଛନ୍ତି। ଏହାର ଜବାବରେ ଭାଜପା ଗଣମାଧ୍ୟମ ଶାଖା ମୁଖ୍ୟ ହରିଶ ଖୁରାନା ପ୍ରକାଶ କରିଛନ୍ତି, ଘଟଣାରେ ସମ୍ପୃକ୍ତ ଥିବା ଅଭିଯୁକ୍ତଙ୍କୁ ପୋଲିସ ଗିରଫ କରିଛି। ଦୋଷୀଙ୍କୁ କଠୋର ଦଣ୍ଡ ଦିଆଯିବ ବୋଲି ସେ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଭାଜପା ସରକାରର ବିଫଳତାକୁ ନେଇ ଗାଁକୁ ଯିବ ବିଜେଡି

ଭବାନୀପାଟଣା: ୨୬ା୧୨(ଉତ୍ତମ କୁମାର ଦାଶ):୨୮ ବର୍ଷ ଅତିକ୍ରମ କରି ୨୯ ବର୍ଷରେ ପାଦ ଦେଇଛି ବିଜୁ ଜନତା ଦଳ। ଏହି ଅବସରରେ ଶୁକ୍ରବାର କଳାହାଣ୍ଡି ଜିଲା...

ଅଚାନକ ଦିଲ୍ଲୀ ଟିମ୍‌ ଛାଡ଼ି ଘରକୁ ଫେରିଗଲେ କୋହଲି, କାରଣ ଜାଣିଲେ…

ବେଙ୍ଗାଲୁରୁ,୨୬।୧୨: ଭାରତୀୟ କ୍ରିକେଟର ଷ୍ଟାର ଖେଳାଳି ବିରାଟ କୋହଲି ବିଜୟ ହଜାରେ ଟ୍ରଫି ୨୦୨୫-୨୬ରେ ଦିଲ୍ଲୀ ପାଇଁ ଜବରଦସ୍ତ ପ୍ରଦର୍ଶନ କରିଥିଲେ। କିନ୍ତୁ ଏବେ ସେ...

୨ ମହିଳାଙ୍କ ସମେତ ୬ ଦାଦନ ଶ୍ରମିକ ଉଦ୍ଧାର

ନୂଆପଡ଼ା/କୋମନା,୨୬ା୧୨(ମକାରୁ ବେମାଲ/ମହେଶ ବାଗ): ନୂଆପଡ଼ା ଜିଲା କୋମନା ଅଞ୍ଚଳରେ ଦାଦନ ଦଲାଲ ସକ୍ରିୟ ରହିଛନ୍ତି। ପ୍ରତିଦିନ ଜିଲାରୁ ଶତାଧିକ ଶ୍ରମିକ ଚାଲାଣ ହେଉଥିବା ଅଭିଯୋଗ ହୋଇଆସୁଛି।...

ଭାଜପା ପକ୍ଷରୁ ବନବିହାର କାର୍ଯ୍ୟକ୍ରମ: ସାମୂହିକ ବନ୍ଦେ ମାତରମ ଗାନ

କେସିଙ୍ଗା,୨୬ା୧୨ (ତୁମେଶ୍ୱର ସାହୁ)- କଳାହାଣ୍ଡି ଜିଲା କେସିଙ୍ଗା ଭାଜପା ନଗର ମଣ୍ଡଳ କମିଟି ପକ୍ଷରୁ ଶୁକ୍ରବାର ତହସିର ଚେକ୍‌ଡ୍ୟାମ ପରିସରରେ ବନବିହାର କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଛି।...

ନିଖୋଜ ରାତ୍ର ଜଗୁଆଳିଙ୍କ ମୃତଦେହ ଜବତ : ହତ୍ୟା ଅଭିଯୋଗ କଲେ ପରିବାର ଲୋକେ

ଥୁଆମୂଳ ରାମପୁର,୨୬ା୧୨(ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ବ୍ଲକ କର୍ଲାପାଟ ଥାନା ଅଧୀନ ଗୁଣୁପୁର ସାଇସୁରୁଣି ଛକ ନିକଟ ପୋଲ ତଳୁ ଶୁକ୍ରବାର ନିଖୋଜ...

ସମସ୍ତଙ୍କ ଆଗରେ ଭୋ ଭୋ ହୋଇ କାନ୍ଦିଲେ ରୋହିତ, କାରଣ ଜାଣିଲେ…Video

ମୁମ୍ବାଇ,୨୬।୧୨: ଭାରତୀୟ କ୍ରିକେଟ ଦଳର ପୂର୍ବତନ ଅଧିନାୟକ ତଥା ଓପନର ବ୍ୟାଟ୍ସମ୍ୟାନ ରୋହିତ ଶର୍ମାଙ୍କ ଏକ ଭାବୁକ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେଉଛି। ଏହି...

ଖୋଲିଲା ମା’ ବାଙ୍କେଶ୍ବରୀଙ୍କ ଦାନହୁଣ୍ଡି: ମିଳିଲା ୧୧ ଲକ୍ଷ ୯୩ ହଜାର

ଦିଗପହଣ୍ଡି,୨୬।୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ବି. ତୁରୁବୁଡିି ପଞ୍ଚାୟତ କେରାଣ୍ଡିମାଳ ପର୍ବତ ଶିଖରରେ ପୂଜା ପାଉଥିବା ସମଗ୍ର ଦକ୍ଷିଣ ଓଡ଼ିଶାର ପ୍ରମୁଖ...

କଳାହାଣ୍ଡିର ଯୁବତୀଙ୍କୁ ତେଲେଙ୍ଗାନାରେ ହତ୍ୟା, ନଦୀବ୍ରିଜ ତଳୁ ମୃତଦେହ…

ଭବାନୀପାଟଣା,୨୬।୧୨(ଉତ୍ତମ କୁମାର ଦାଶ)-କଳାହାଣ୍ଡି ର ଯୁବତୀ ଙ୍କୁ ତେଲେଙ୍ଗାନା ରେ ହତ୍ୟା ଭଳି ଏକ ଦୁଃଖଦ ଘଟଣା ସାମ୍ନାକୁ ଆସିଛି। ଗତ ୩ ମାସ ତଳେ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri