Posted inଜାତୀୟ

‘ମୋ ଝିଅକୁ ନ୍ୟାୟ ଦିଅ’

ନୂଆଦିଲ୍ଲୀ,୩।୧: ଶ୍ରଦ୍ଧା ଓ୍ବାଲ୍‌କର ହତ୍ୟାକାଣ୍ଡ ପରେ ଦିଲ୍ଲୀରେ ଆଉ ଜଣେ ଯୁବତୀଙ୍କ ମୃତ୍ୟୁ ଚାଞ୍ଚଲ୍ୟ ଖେଳାଇ ଦେଇଛି। ଉତ୍ତର-ପୂର୍ବ ଦିଲ୍ଲୀର ସୁଲତାନପୁରି ଅଞ୍ଚଳରେ ରବିବାର ଭୋର ସମୟରେ ସ୍କୁଟିରେ ଯାଉଥିବା ଜଣେ ଯୁବତୀଙ୍କୁ କାର୍‌ ଧକ୍କା ଦେଇ ୧୩ କିଲୋମିଟର ଘୋଷାଡ଼ି ନେବାରୁ ଅତି ଦୟନୀୟ ଭାବେ ତାଙ୍କର ମୃତ୍ୟୁ ଘଟିଥିଲା। ଝିଅଙ୍କୁ ନ୍ୟାୟ ପାଇଁ ତାଙ୍କ ମାଆ ଆକୁଳ ନିବେଦନ କରିଛନ୍ତି। ଗଣମାଧ୍ୟମକୁ ପ୍ରତିକ୍ରିୟା ଦେଇ ମୋ ଝିଅକୁ ନ୍ୟାୟ ମିଳୁ ବୋଲି ସେ କହିଛନ୍ତି। ଅନ୍ୟପକ୍ଷେ ଯୁବତୀଙ୍କ ମୃତ୍ୟୁକୁ ନେଇ ଦିଲ୍ଲୀର ରାଜନୈତିକ ମାହୋଲ ସରଗରମ ହୋଇଛି। ଯୁବତୀଙ୍କୁ ନ୍ୟାୟ ଦାବିରେ ସୋମବାର ଏଏପିର ୨୦୦ ନେତା ଓ କର୍ମୀ ଉପରାଜ୍ୟପାଳ ଭି.କେ. ସକ୍ସେନାଙ୍କ ବାସଭବନ ରାଜନିବାସ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି। ଗିରଫ ଅଭିଯୁକ୍ତଙ୍କ ମଧ୍ୟରୁ ଜଣେ ଭାଜପା କର୍ମୀ ହୋଇଥିବାରୁ ପୋଲିସ ଘଟଣାକୁ ଚାପିଦେବାକୁ ଉଦ୍ୟମ କରୁଛି ବୋଲି ଏଏପି କହିଛି। ଘଟଣାର ଉପଯୁକ୍ତ ତଦନ୍ତ କରି ରିପୋର୍ଟ ସ୍ବରାଷ୍ଟ୍ର ମନ୍ତ୍ରଣାଳୟରେ ଦାଖଲ କରିବା ପାଇଁ କେନ୍ଦ୍ରମନ୍ତ୍ରୀ ଅମିତ ଶାହା ଦିଲ୍ଲୀ ପୋଲିସକୁ ନିର୍ଦ୍ଦେଶ ଦେଇଛନ୍ତି।
ରାଜନୈତିକ ଦଳଗୁଡ଼ିକର ଆରୋପ ପ୍ରତ୍ୟାରୋପ ଭିତରେ ଘଟଣାର ପ୍ରତ୍ୟକ୍ଷଦର୍ଶୀଙ୍କ ପ୍ରତିକ୍ରିୟା ସାମ୍ନାକୁ ଆସିଛି। ଯୁବତୀଙ୍କୁ ଦେଢ଼ ଘଣ୍ଟା କାଳ ୧୮ରୁ ୨୦ କି.ମି. ଦୂର କାର୍‌ରେ ଘୋଷଡ଼ାଯାଇଥିବା କାଞ୍ଝଓ୍ବାଲା ରୋଡ୍‌ରେ ଚକୋଲେଟ୍‌ ଦୋକାନ କରିଥିବା ପ୍ରତ୍ୟକ୍ଷଦର୍ଶୀ ଦୀପକ ଦହିୟା କହିଛନ୍ତି। ଭୋର ୩ଟା ୨୦ ମିନିଟରେ ଦୀପକ ତାଙ୍କ ଦୋକାନ ବାହାରେ ଛିଡ଼ା ହୋଇଥିବାବେଳେ ଗୋଟିଏ କାର୍‌ରେ ଯୁବତୀଙ୍କ ଶରୀର ଘୋଷଡ଼ାହୋଇ ଯାଉଥିବା ଦେଖିଥିଲେ। ଏହାର ସୂଚନା ସେ ପୋଲିସକୁ ଦେଇଥିଲେ। ପରବର୍ତ୍ତୀ ସମୟରେ ରାସ୍ତାରେ ଯୁବତୀଙ୍କ ମୃତଦେହକୁ ରଖି ୫ ଜଣଯାକ କାର୍‌ରେ ଫେରାର ହୋଇଯାଇଥିଲେ। ଦିଲ୍ଲୀ ପୋଲିସ କମିଶନର ସଞ୍ଜୟ ଅରୋରା କହିଛନ୍ତି, ଘଟଣାରେ ସମ୍ପୃକ୍ତ ଥିବା ୫ ଅଭିଯୁକ୍ତଙ୍କୁ ଗିରଫ କରାଯାଇଛି। ବିଭାଗୀୟ ଟିମ୍‌ ଘଟଣାର ତଦନ୍ତ ଚଳାଇଛି। ଯୁବତୀଙ୍କୁ ନ୍ୟାୟ ଦାବିରେ ସୋମବାର ଅନେକେ ଲୋକ ସୁଲତାନପୁରି ଥାନା ଘେରାଉ କରିଥିଲେ। ଅନ୍ୟପକ୍ଷେ ଦିଲ୍ଲୀର ଏକ କୋର୍ଟ ସୋମବାର ଗିରଫ ଅଭିଯୁକ୍ତଙ୍କୁ ୩ ଦିନିଆ ପୋଲିସ ରିମାଣ୍ଡରେ ପଠାଇଛନ୍ତି। ଜବତ ହୋଇଥିବା କାର୍‌ ଭିତରୁ କିମ୍ବା ସିଟ୍‌ରୁ ରକ୍ତ ନମୁନା ମିଳି ନ ଥିବା ଫୋରେନ୍ସିକ୍‌ ସାଇନ୍ସ ଲାବୋରେଟୋରି (ଏଫ୍‌ଏସ୍‌ଏଲ୍‌) ପକ୍ଷରୁ କୁହାଯାଇଛି। ଏଫ୍‌ଏସ୍‌ଏଲ୍‌ ଗାଡ଼ି ଚକା ଏବଂ ଘଟଣାସ୍ଥଳରୁ ରକ୍ତ ନମୁନା ସଂଗ୍ରହ କରିଛି।
ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜରିଓ୍ବାଲ କହିଛନ୍ତି, ଏ ପ୍ରକାର ଜଘନ୍ୟ ଅପରାଧରେ ଦୋଷୀଙ୍କ ଲାଗି ଫାଶୀ ଦଣ୍ଡ ପ୍ରଯୁଜ୍ୟ। ଉପରାଜ୍ୟପାଳ ଭି.କେ. ସକ୍ସେନାଙ୍କ ସହ ଏ ସମ୍ପର୍କରେ ସେ ଆଲୋଚନା କରିଛନ୍ତି। ଗିରଫ ଅଭିଯୁକ୍ତଙ୍କ ମଧ୍ୟରୁ ଜଣେ ଭାଜପା ସଦସ୍ୟ। ଏହି କାରଣରୁ ଉଚ୍ଚ ପୋଲିସ ଅଧିକାରୀ ଏବଂ ଉପରାଜ୍ୟପାଳ ଘଟଣାକୁ ଚପାଇ ଦେବାକୁ ଚେଷ୍ଟା କରୁଥିବା ଏଏପି ମୁଖପାତ୍ର ସୌରଭ ଭରଦ୍ୱାଜ ଗଣମାଧ୍ୟମକୁ କହିଛନ୍ତି। ଏହାର ଜବାବରେ ଭାଜପା ଗଣମାଧ୍ୟମ ଶାଖା ମୁଖ୍ୟ ହରିଶ ଖୁରାନା ପ୍ରକାଶ କରିଛନ୍ତି, ଘଟଣାରେ ସମ୍ପୃକ୍ତ ଥିବା ଅଭିଯୁକ୍ତଙ୍କୁ ପୋଲିସ ଗିରଫ କରିଛି। ଦୋଷୀଙ୍କୁ କଠୋର ଦଣ୍ଡ ଦିଆଯିବ ବୋଲି ସେ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ବୁଧଙ୍କ ଓଲଟା ଚାଲି: ଅକ୍ଟୋବରରେ ଏହି ୩ ରାଶିଙ୍କ ବଢ଼ିବ ଟେନସନ, ପାଖରୁ ପଳେଇବ ସବୁ ଟଙ୍କା!

ବୁଧଙ୍କ ରାଶି ପରିବର୍ତ୍ତନ ସହିତ ତାଙ୍କର ମାର୍ଗୀ ଏବଂ ବକ୍ରୀ ହେବା ଜ୍ୟୋତିଷ ଶାସ୍ତ୍ର ଦୃଷ୍ଟିକୋଣରୁ ବିଶେଷ ମହତ୍ତ୍ୱ ବହନ କରେ। ଜ୍ୟୋତିଷୀୟ ମାନ୍ୟତା ଅନୁଯାୟୀ, ବୁଧଙ୍କ…

କ୍ରେନ ତଳେ ଚାପି ହୋଇ ଗଞ୍ଜାମର ପ୍ରବାସୀ ଶ୍ରମିକଙ୍କ ମୃତ୍ୟୁ

ଗଞ୍ଜାମ,୨୯।୯(ଅନାଥ ତରାଇ): ପେଟ ପାଇଁ ଆନ୍ଧ୍ରପ୍ରଦେଶର ତିରୁପତି ଯାଇଥିବା ଗଞ୍ଜାମ ଜିଲାର ଜଣେ ପ୍ରବାସୀ ଶ୍ରମିକଙ୍କର ଏକ ଅଭାବନୀୟ ଦୁର୍ଘଟଣାରେ ମୃତ୍ୟୁ ଘଟିଛି। ଗଞ୍ଜାମ ବ୍ଲକ ପାଳିବନ୍ଧ…

ହଜିଗଲା ମାନବିକତା: ଗଞ୍ଜାମରେ ଘଣ୍ଟା ଘଣ୍ଟା ଧରି ପଡ଼ିରହିଲା ନିରାଶ୍ରୟା ବୃଦ୍ଧାଙ୍କ ମୃତଦେହ

ଗଞ୍ଜାମ,୨୯।୯(ଅନାଥ ତରାଇ ): ଗଞ୍ଜାମ ସହରରୁ ଆସିଥିବା ଏକ ହୃଦୟବିଦାରକ ଦୃଶ୍ୟ ଆଜି ସମାଜର ମୁଖା ଖୋଲିଦେଇଛି। ବଜାରର ଭିଡ଼ ମଝିରେ ଘଣ୍ଟା ଘଣ୍ଟା ଧରି ପଡ଼ିରହିଥିଲା…

ମୋହନାରୁ ବ୍ରହ୍ମପୁର ଚୋରା ଚାଲାଣ ବେଳେ ଧରାପଡ଼ିଲେ ୨ ଗଞ୍ଜେଇ ବେପାରୀ: ୨୩ କେଜି ଗଞ୍ଜେଇ ସହ…

ଦିଗପହଣ୍ଡି ,୨୯।୯ ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ପାଟପୁର ପୋଲିସ ଟିମ୍ ମଙ୍ଗଳବାର ଅପରାହ୍ନରେ ଗଞ୍ଜେଇ ଚୋରା ଚାଲାଣ ପଣ୍ଡ କରିବା ସହ ଏକ ଗଞ୍ଜେଇ…

ଦିଗପହଣ୍ଡି ବିଧାୟକ ସିଦ୍ଧାନ୍ତ ମହାପାତ୍ରଙ୍କ ବିରୋଧରେ ମହାମେଳି: ଅସନ୍ତୋଷ ଝାଡ଼ିଲେ ବରିଷ୍ଠ ନେତା, ପଞ୍ଚାୟତ ନିର୍ବାଚନ ପୂର୍ବରୁ…

ଦିଗପହଣ୍ଡି,୨୯।୯ ଅଶେଷ ନାଥ ମିଶ୍ର): ଦିଗପହଣ୍ଡି ନିର୍ବାଚନ ମଣ୍ଡଳୀର ବରିଷ୍ଠ ଭାଜପା କାର୍ଯ୍ୟକର୍ତ୍ତାଙ୍କ ମଧ୍ୟରେ ତୀବ୍ର ଅସନ୍ତୋଷ ପ୍ରକାଶ ପାଇଛି। ବିଧାୟକ ଡ. ସିଦ୍ଧାନ୍ତ ମହାପାତ୍ର ବରିଷ୍ଠ…

ରାଜନଗରରେ ସୁଜାତାଙ୍କ ସନ୍ଦେହଜନକ ମୃତ୍ୟୁ: ଶାଶୂଘର ଲୋକଙ୍କ ବିରୋଧରେ ହତ୍ୟା ଅଭିଯୋଗ, ସ୍ୱାମୀଙ୍କୁ ଅଟକ ରଖିଲା…

ରାଜନଗର,୨୯।୯(ଭାସ୍କର ରାଉତରାୟ): ରାଜନଗର ଥାନା ଅନ୍ତର୍ଗତ ସାନବଡ଼ ଗୋପାଳପୁର ପଞ୍ଚାୟତ ଗୋସିଗାଁର ଇନ୍ଦ୍ରମଣି ରାଉତଙ୍କ ବୋହୂ ସୁଜାତା ପ୍ରଧାନଙ୍କର ସନ୍ଦେହଜନକ ମୃତ୍ୟୁ ଘଟିଛି। ଏହି ଘଟଣାରେ ଶାଶୂଘର…

୫ ରାଶି ଉପରେ କୃପା କରିବେ ଶନି; ଟଙ୍କାରେ ପୁରିଯିବ ଘର, କ୍ୟାରିୟରରେ ମିଳିବ ବଡ଼ ସଫଳତା

ଜ୍ୟୋତିଷ ଶାସ୍ତ୍ରରେ ଶନିଙ୍କୁ କର୍ମଫଳଦାତା ଏବଂ ନ୍ୟାୟର କାରକ ଗ୍ରହ ବୋଲି ବିବେଚନା କରାଯାଏ। ଶନି ପ୍ରତ୍ୟେକ ବ୍ୟକ୍ତିଙ୍କୁ ତାଙ୍କ କର୍ମ ଅନୁସାରେ ଶୁଭ ତଥା ଅଶୁଭ…

ଛାଡ଼ିଲା ବନ୍ୟା, ବଢ଼ିଲା ଚାଷୀଙ୍କ ଦୁର୍ଦ୍ଦଶା

ଭବାନୀପାଟଣା,୨୯ା୯(ଉତ୍ତମ କୁମାର ଦାଶ): କଳାହାଣ୍ଡି ଜିଲାରେ ଗତ ସପ୍ତାହରେ ହାତୀ ଓ ତେଲ ନଦୀରେ ବନ୍ୟା ଆସିବାରୁ ନଦୀ କୂଳରେ ଥିବା ଶତାଧିକ ଏକର ଧାନଚାଷ ନଷ୍ଟ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?