ଅଞ୍ଜନାଙ୍କୁ ନ୍ୟାୟ:ହାଇକୋର୍ଟରେ ମାମଲା ବନ୍ଦ

କଟକ ଅଫିସ/ଭୁବନେଶ୍ୱର, ୨ା୩:ସିବିଆଇ ତଦନ୍ତରେ ଶିଥିଳତା ଏବଂ ଷଡ଼ଯନ୍ତ୍ର ଅଭିଯୋଗ କରି ହାଇକୋର୍ଟରେ ୨୦୦୨ରେ ଗଣବଳାତ୍କାର ପୀଡ଼ିତା ଅଞ୍ଜନା ମିଶ୍ର କରିଥିବା ମାମଲାର ସୋମବାର ପରିସମାପ୍ତି ଘଟିଛି। ଦୀର୍ଘ ୧୯ବର୍ଷ ପରେ ଏହି ମାମଲାର ଶୁଣାଣି କରାଯାଇଥିଲା। ଏଥିରେ ରାଜ୍ୟ ସରକାର ଓ ସିବିଆଇ ୨ଟି ପୃଥକ ସତ୍ୟପାଠ ଦାଖଲ କରିଥିଲେ। ବଳାତ୍କାର ମାମଲାରେ ଫେରାର ଥିବା ମୁଖ୍ୟ ଅଭିଯୁକ୍ତ ବିବନ ବିଶ୍ୱାଳ ଗତ ଫେବୃୟାରୀ ୨୨ରେ ଗିରଫ ହୋଇ ବିଚାରବିଭାଗୀୟ ହାଜତରେ ଅଛନ୍ତି। ଏପରି କି ମାମଲାର
ମୁଖ୍ୟ ଷଡ଼ଯନ୍ତ୍ରକାରୀ କୁହାଯାଉଥିବା ତତ୍କାଳନୀ ମୁଖ୍ୟମନ୍ତ୍ରୀ ଜାନକୀ ବଲ୍ଲଭ ପଟ୍ଟନାୟକ ଏବଂ ତତ୍କାଳୀନ ଆଡ୍‌ଭୋକେଟ ଜେନେରାଲ ଇନ୍ଦ୍ରଜିତ୍‌ ରାୟଙ୍କ ମୃତ୍ୟୁ ଘଟିସାରିଛି। ତେଣୁ ଏହି ମାମଲା ଚାଲିବାର କୌଣସି ଆବଶ୍ୟକ ନାହିଁ ବୋଲି ରାଜ୍ୟ ସରକାରଙ୍କ
ପକ୍ଷରୁ ମାମଲା ଲଢ଼ୁଥିବା ଆଇନଜୀବୀ ଅଜୟ ନନ୍ଦ କୋର୍ଟରେ ସତ୍ୟପାଠ ମାଧ୍ୟମରେ ଦର୍ଶାଇଥିଲେ। ଉକ୍ତ ସତ୍ୟପାଠକୁ ଆଧାର କରି ମୁଖ୍ୟ ବିଚାରପତି ଏସ୍‌. ମୁରଲୀଧର ଏବଂ ବିଚାରପତି ବି.ପି. ରାଉତରାୟଙ୍କୁ ନେଇ ଗଠିତ ଖଣ୍ଡପୀଠ ମାମଲାକୁ ବନ୍ଦ କରିଦେଇଛନ୍ତି। ଏନେଇ ପୀଡ଼ିତା ଅଞ୍ଜନା କହିଛନ୍ତି, ମୁଖ୍ୟ ଅଭିଯୁକ୍ତ ବିବନ ଗିରଫ ହେବାପରେ ହାଇକୋର୍ଟ ମାମଲାକୁ ବନ୍ଦ କରିଦେଇଛନ୍ତି। ତେବେ ଆଗାମୀ ଦିନରେ ବଳାକତ୍ାର ମାମଲାରେ ସିବିଆଇ ପକ୍ଷରୁ ଦୃଢ଼ ତଥ୍ୟ ପ୍ରମାଣ ଉପସ୍ଥାପନ କରିବାର ଆବଶ୍ୟକତା ରହିଛି, ଯାହାକି ହାଇକୋର୍ଟ ଉକ୍ତ ମାମଲାର ତୁରନ୍ତ ଶୁଣାଣି କରିବା ସହ ଅଭିଯୁକ୍ତ ବିବନଙ୍କ ଉପରେ ଦୃଢରୁ ଦୃଢ କାର୍ଯ୍ୟାନୁଷ୍ଠାନ ନିଆଯାଉ। ଏଥିସହ ଘଟଣା ପରେ ଅଭିଯୁକ୍ତ ବିବନଙ୍କୁ ଫେରାର ହେବାରେ ସହଯୋଗ କରିଥିବା ଲୋକଙ୍କ ସମେତ ରାଜ୍ୟ ବାହାରେ ୨ ଦଶନ୍ଧି ଧରି ଫେରାର ରହିବାରେ ସହଯୋଗ କରୁଥିବା ଲୋକଙ୍କ ଉପରେ ମଧ୍ୟ ଦୃଢ କାର୍ଯ୍ୟାନୁଷ୍ଠାନ ନିଆଯାଉ ବୋଲି ଅଞ୍ଜନା କହିଛନ୍ତି।
ପ୍ରକାଶ ଯେ, ୧୯୯୯ରେ ଗଣବଳାତ୍କାର ପରଠାରୁ ଫେରାର ଥିବା ମୁଖ୍ୟ ଅଭିଯୁକ୍ତ ବିବନ ଫେରାର ଥିଲେ। ଉକ୍ତ ମାମଲାରେ ସିବିଆଇ ତଦନ୍ତରେ ଶିଥିଳତା ଦେଖାଇବା ସହ ଅଭିଯୁକ୍ତଙ୍କୁ ଗିରଫ ନ କରିବା ପାଇଁ ଷଡ଼ଯନ୍ତ୍ର ଚାଲିଥିବା ଅଭିଯୋଗ କରି ୨୦୦୨ ଜୁନରେ ଅଞ୍ଜନା ହାଇକୋର୍ଟରେ ଏକ ଆବେଦନ କରିଥିଲେ। ଏଥିରେ ସେ ରାଜ୍ୟ ସରକାର, ସିବିଆଇ ଅଧିକାରୀ ଏବଂ ଷଡ଼ଯନ୍ତ୍ରକାରୀ ଭାବେ ତତ୍କାଳୀନ ମୁଖ୍ୟମନ୍ତ୍ରୀ ଜାନକୀ ବଲ୍ଲଭ ପଟ୍ଟନାୟକ ଓ ଆଡ୍‌ଭୋକେଟ ଜେନେରାଲ୍‌ ଇନ୍ଦ୍ରଜିତ ରାୟଙ୍କୁ ପକ୍ଷଭୂକ୍ତ କରିଥିଲେ। ଉକ୍ତ ଆବେଦନକୁ ସେତେବେଳେ ଗ୍ରହଣ କରି ଉଚ୍ଚ ଅଦାଲତ ସିବିଆଇ ଏବଂ ରାଜ୍ୟ ସରକାରଙ୍କୁ ନୋଟିସ ଜାରି କରିଥିଲେ। ନୋଟିସର ଉତ୍ତର ରଖି ମୁଖ୍ୟ ଅଭିଯୁକ୍ତଙ୍କୁ ଗିରଫ ପାଇଁ ଲୁକ୍‌ ଆଉଟ ନୋଟି ଜାରି କରାଯିବା ସହ ପୁରସ୍କାର ରାଶି ଘୋଷଣା କରାଯାଇଥିବା ସରକାରଙ୍କ ପକ୍ଷରୁ କୁହାଯାଇଥିଲା। ପରେ ଉକ୍ତ ମାମଲାର ଶୁଣାଣି ଆଉ ହୋଇ ନ ଥିଲା। ଘଟଣାର ଦୀର୍ଘ ୨୨ବର୍ଷ ପରେ କମିଶନରେଟ ପୋଲିସ ନିକଟରେ ମହାରାଷ୍ଟ୍ର ପୁଣେ ନିକଟସ୍ଥ ଆମ୍ବିଭ୍ୟାଲିରୁ ମୁଖ୍ୟ ଅଭିଯୁକ୍ତଙ୍କୁ ଗିରଫ କରିଥିଲା। ଏହାପରେ ବିବନଙ୍କୁ ମାମଲାର ତଦନ୍ତ କରୁଥିବା ସିବିଆଇକୁ ହସ୍ତାନ୍ତର କରିଥିଲା। ମାମଲାର ସ୍ଥିତି ସମ୍ପର୍କରେ ସୋମବାର ରାଜ୍ୟ ସରକାର ଉଚ୍ଚ ଅଦାଲତରେ ସତ୍ୟପାଠ ଦାଖଲ କରିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

କ୍ଲାସେନଙ୍କ ବିସ୍ଫୋରକ ବ୍ୟାଟିଂ: ହାଇଦ୍ରାବାଦ୍‌ର ପ୍ରଥମ ବିଜୟ

କୋଲକାତା,୨ା୪: ହେନରିଚ୍‌ କ୍ଲାସେନଙ୍କ ଅର୍ଦ୍ଧଶତକ ଓ ନୀତୀଶ କୁମାର ରେଡ୍ଡୀଙ୍କ ଅଲରାଉଣ୍ଡ ପ୍ରଦର୍ଶନ ବଳରେ ସନରାଇଜର୍ସ ହାଇଦ୍ରାବାଦ୍‌(ଏସ୍‌ଆର୍‌ଏଚ୍‌) ୬୫ ରନରେ କୋଲକାତା ନାଇଟ୍‌ ରାଇଡର୍ସ (କେକେଆର)କୁ ପରାସ୍ତ…

ନା ହର୍ମୁଜ ଖୋଲୁଛି ନା ଇରାନ ନଇଁବାକୁ ରାଜି….ଦିନକୁ ଦିନ ଭାଙ୍ଗୁଛି ଟ୍ରମ୍ପଙ୍କ ସୁପରପାଓ୍ବାର ଦମ୍ଭ?

ୱାଶିଂଟନ୍/ତେହେରାନ୍,୨।୪: ବିଶ୍ୱର ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ଜଳପଥ ‘ହର୍ମୁଜ ପ୍ରଣାଳୀ’କୁ ନେଇ ସୃଷ୍ଟି ହୋଇଥିବା ଯୁଦ୍ଧ ପରିସ୍ଥିତି ଏବେ ଅତି ଭୟଙ୍କର ରୂପ ଧାରଣ କରିଛି। ଗୋଟିଏ ପଟେ…

ଆସାମ ବିଧାନସଭା ନିର୍ବାଚନ: କଂଗ୍ରେସ ଇସ୍ତାହାରରେ ୧୧ ସଂକଳ୍ପ

ବୋକାଜାନ୍‌,୨ା୪: ଆସାମ ବିଧାନସଭା ନିର୍ବାଚନ ପାଇଁ କଂଗ୍ରେସ ନେତା ରାହୁଲ ଗାନ୍ଧୀ ଗୁରୁବାର ଦଳର ଇସ୍ତାହାର ଜାରି କରିଛନ୍ତି। ସେଥିରେ ୧୧ଟି ସଂକଳ୍ପନାମା ରହିଛି। ଶାସନ, ପରିଚୟ,…

‘ତ୍ରିଲୋଚନଙ୍କ ବଳିଦାନକୁ ଓଡ଼ିଶା ପୋଲିସ ଭୁଲିବ ନାହିଁ’

ଭଞ୍ଜନଗର,୨।୪(ବାବୁଲା ପ୍ରଧାନ)-ଏପ୍ରିଲ ପହିଲାରେ ଓଡିଶା ପୋଲିସ ପ୍ରତିଷ୍ଠା ଦିବସ ପାଳନ ହେଉଛି। ଏହି ଅବସରରେ ଶହିଦ୍ ଯବାନମାନଙ୍କୁ ପୋଲିସ ପକ୍ଷରୁ ଶ୍ରଦ୍ଧାଞ୍ଜଳି ଦିଆଯାଉଛି । ଏହିଭଳି ଗଞ୍ଜାମ…

ବରଗଡ଼ରେ ଧରପଗଡ଼, ଅତର୍କିତ ଚଢ଼ାଉ କରି ୧୮ ସାର ବ୍ରିକ୍ରେତାଙ୍କ ଲାଇସେନ୍ସ ରବ୍ଦ

ବରଗଡ଼,୪।୨(ପ୍ରେମାନନ୍ଦ ଖମାରୀ)- ବରଗଡ଼ ଜିଲାରେ ସାରବିକ୍ରିରେ କଳାବଜାର ତଥା ଅନ୍ୟ ଅନିୟମିତତା ନେଇ କୃଷି ବିଭାଗ ପକ୍ଷରୁ ଧରପଗଡ଼ ଆରମ୍ଭ ହୋଇଛି। ଏହି କ୍ରମରେ ବୁଧବାର ଓ…

ପୂର୍ବ ଶତ୍ରୁତାରୁ ପଡୋଶୀଙ୍କୁ ମରଣାନ୍ତକ ଆକ୍ରମଣ, ଜାମିନ ନାମଞ୍ଜୁର ପରେ ଅଭିଯୁକ୍ତ…

ଦିଗପହଣ୍ଡି, ୨।୪ (ଅଶେଷ ନାଥ ମିଶ୍ର): ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ଜଣେ ପଡୋଶୀଙ୍କୁ ମରଣାନ୍ତକ ଆକ୍ରମଣ କରିବା ଅଭିଯୋଗରେ ଦିଗପହଣ୍ଡି ପୋଲିସ ଜଣେ ବ୍ୟକ୍ତିଙ୍କୁ ଗିରଫ…

ଧରିତ୍ରୀ’ ପ୍ରଭାବ: ପଲିଥିନ୍ ତଳେ ଛଟପଟ ହାନ୍ଦୁଙ୍କୁ ମିଳିବ ସ୍ୱପ୍ନର ପକ୍କା ଘର, ଖବର ପ୍ରକାଶ ପରେ…

ଥୁଆମୂଳ ରାମପୁର, ୨। ୪(ଦୁର୍ଗା କୀର୍ତ୍ତି): ଅସହାୟଙ୍କ ସ୍ୱର ସାଜିଛି ‘ଧରିତ୍ରୀ’। ଖବର ପ୍ରସାରଣର ମାତ୍ର କିଛି ଦିନ ମଧ୍ୟରେ ପ୍ରଶାସନିକ ସ୍ତରରେ ଦେଖାଦେଇଥିବା ତ୍ୱରିତ ପଦକ୍ଷେପ…

ମୃତ୍ୟୁ ପରେ ବି ଅମର ରମେଶ: ଅଙ୍ଗଦାନ ପରେ ପ୍ରଶାସନ ପକ୍ଷରୁ ଦିଆଗଲା’ଗାର୍ଡ ଅଫ ଅନର’

ମୋହନା, ୨।୪( ମନ୍ମଥ ମିଶ୍ର ): ମଣିଷ ଚାଲିଗଲେ ମଧ୍ୟ ତାଙ୍କର ଅଙ୍ଗ ଅନ୍ୟ ଜଣଙ୍କ ଶରୀରରେ ଜୀବିତ ରହିପାରେ, ଏହାର ଏକ ଜ୍ୱଳନ୍ତ ଉଦାହରଣ ସାଜିଛନ୍ତି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri