Posted inଖେଳ

ଜୁନିୟର ପୁରୁଷ ହକି ବିଶ୍ୱକପ୍‌: ଖେଳାଳିଙ୍କ ପାଇଁ କୋହଳ ହେଲା କୋଭିଡ୍‌ ନିୟମ

ଭୁବନେଶ୍ୱର, ୨୨।୧୦(କ୍ରୀଡ଼ା ପ୍ରତିନିଧି)- ଜୁନିୟର ହକି ବିଶ୍ୱକପର ଦ୍ୱାଦଶ ସଂସ୍କରଣ ସ୍ଥାନୀୟ କଳିଙ୍ଗ ଷ୍ଟାଡିୟମରେ ନଭେମ୍ବର ୨୪ରୁ ଆରମ୍ଭ ହେବ। କୋଭିଡ୍‌-୧୯ ଯୋଗୁ ଓଡ଼ିଶାରେ ଅନ୍ତର୍ଜାତୀୟ କ୍ରୀଡ଼ା ଆୟୋଜନ ବନ୍ଦ ରହିଥିଲା। ତେଣୁ ପ୍ରତିଯୋଗିତା ଯେତିକି ପାଖେଇ ଆସୁଛି ଉତ୍ସୁକତା ସେତେ ବଢ଼ିବାରେ ଲାଗିଛି। ଟୁର୍ନାମେଣ୍ଟ ନିର୍ଦ୍ଧାରିତ କାର୍ଯ୍ୟସୂଚୀ ଅନୁସାରେ ହେବ ବୋଲି ଗୁରୁବାର ଅନ୍ତର୍ଜାତୀୟ ହକି ଫେଡେରେଶନ (ଏଫ୍‌ଆଇଏଚ୍‌) ସ୍ପଷ୍ଟ କରିଛି। ସବୁଠାରୁ ବଡ଼ କଥା ହେଲା ବିଶ୍ୱକପ୍‌ ପାଇଁ ଅଂଶଗ୍ରହଣକାରୀ ବିଦେଶୀ ଦଳଗୁଡ଼ିକ ଲାଗି କୋଭିଡ୍‌ ଗାଇଡ୍‌ ଲାଇନ୍‌କୁ କୋହଳ କରିବା ଲାଗି କ୍ରୀଡ଼ା ବିଭାଗ ତରଫରୁ କରାଯାଇଥିବା ଅନୁରୋଧକୁ କେନ୍ଦ୍ର ସ୍ବାସ୍ଥ୍ୟ ମନ୍ତ୍ରଣାଳୟ ରକ୍ଷା କରିଛି। ଫଳରେ ସମସ୍ତ ଅଂଶଗ୍ରହଣକାରୀମାନଙ୍କୁ ଆଉ ପ୍ରଥମେ ହୋମ୍‌ କ୍ୱାରାଣ୍ଟାଇନ୍‌ରେ ରହିବାକୁ ପଡ଼ିବ ନାହିଁ।

ମନ୍ତ୍ରଣାଳୟ ଅବଶ୍ୟ ଏଥିଲାଗି କିଛି ସର୍ତ୍ତ ରଖିଛି। ଭାରତ ବ୍ୟତୀତ ଟୁର୍ନାମେଣ୍ଟରେ ଭାଗ ନେଉଥିବା ଦଳଗୁଡ଼ିକ ହେଲେ କୋରିଆ, ମାଲେସିଆ, ପାକିସ୍ତାନ, ଦକ୍ଷିଣ ଆଫ୍ରିକା, ଇଜିପ୍ଟ, ବେଲଜିୟମ, ଫ୍ରାନ୍ସ, ଜର୍ମାନୀ, ନେଦରଲାଣ୍ଡ୍ସ, ସ୍ପେନ, ଆମେରିକା, କାନାଡା, ଚିଲି, ପୋଲାଣ୍ଡ ଓ ଆର୍ଜେଣ୍ଟିନା। ସ୍ବାସ୍ଥ୍ୟ ମନ୍ତ୍ରଣାଳୟ ତରଫରୁ ରଖାଯାଇଥିବା ସର୍ତ୍ତଗୁଡ଼ିକ ଅନୁସାରେ ଅଂଶଗ୍ରହଣକାରୀମାନଙ୍କୁ ସେମାନଙ୍କ ଦେଶ ଛାଡ଼ିବାର ୭୨ ଘଣ୍ଟା ମଧ୍ୟରେ ଆରଟି-ପିସିଆର୍‌ କୋଭିଡ୍‌ ଟେଷ୍ଟ ଜରୁରି। ୟୁରୋପ ଓ ମଧ୍ୟପ୍ରାଚ୍ୟରୁ ଆସୁଥିବା ଦଳର ସଦସ୍ୟମାନେ ଭାରତରେ ପହଞ୍ଚତ୍ବା କ୍ଷଣି ସେମାନଙ୍କର ଟେଷ୍ଟ କରାଯିବ। ସାମ୍ପଲ ସଂଗ୍ରହ ପରେ ସେମାନେ ବିମାନ ବନ୍ଦର ଛାଡ଼ିପାରିବେ।

ଭାରତରେ ପହଞ୍ଚତ୍ବାର ପରେ ବିଶେଷ କରି ପ୍ରଥମ ୧୪ଦିନ ମଧ୍ୟରେ ସମସ୍ତ ଅଂଶଗ୍ରହଣକାରୀ ନିଜ ସ୍ବାସ୍ଥ୍ୟ ଉପରେ ନଜର ରଖିବେ। ଯଦି କୌଣସ୍ୟ ବ୍ୟକ୍ତିଙ୍କ ନିକଟରେ କୋଭିଡ୍‌ ଲକ୍ଷଣ ଦେଖା ଦିଏ, ତେବେ ନିଜକୁ ତୁରନ୍ତ ସଙ୍ଗରୋଧରେ ରଖିବାକୁ ହେବ। ଇଭେଣ୍ଟର ଆୟୋଜକ/ ନିକଟସ୍ଥ କୋଭିଡ୍‌ ସ୍ବାସ୍ଥ୍ୟ କେନ୍ଦ୍ର/ ଜାତୀୟ କିମ୍ବା ରାଜ୍ୟ ହେଲ୍ପ ଲାଇନ୍‌କୁ ଏ ବିଷୟରେ ଜଣାଇବାକୁ ପଡ଼ିବ। ସମସ୍ତ ଅଂଶଗ୍ରହଣକାରୀଙ୍କୁ ଯଥାସମ୍ଭବ ପବ୍ଲିକଙ୍କ ସହ ସ୍ବଳ୍ପ କଥାବାର୍ତ୍ତା କରିବେ ତାହା ପୁଣି କୋଭିଡ ଗାଇଡ୍‌ ଲାଇନ୍‌ ଅନୁସାରେ। ଯଥା ମାସ୍କ ପରିଧାନ, ସ୍ବାସ୍ଥ୍ୟଗତ ଦୂରତା ରକ୍ଷା, ହାତ ସାନିଟାଇଜେଶନ ଇତ୍ୟାଦି। ଏହାଛଡ଼ା କ୍ରୀଡ଼ା ବିଭାଗ ମଧ୍ୟ ସମସ୍ତ ଅଂଶଗ୍ରହଣକାରୀଙ୍କ ଉପରେ ନଜର ରଖିବ। ଭାରତରେ ରହଣୀ ସମୟରେ କୌଣସି ଅଂଶଗ୍ରହଣକାରୀଙ୍କ ନିକଟରେ କୋଭିଡ ଲକ୍ଷଣ ପ୍ରକାଶ ପାଇଲେ, ତାଙ୍କୁ ତୁରନ୍ତ ଆଇସୋଲେଶନରେ ରଖି ଆବଶ୍ୟକ ଚିକିତ୍ସା ବ୍ୟବସ୍ଥା କରାଯିବ।

କରୋନା ଜନିତ କଟକଣା ଯୋଗୁ କେତେକ ନାମୀ ଦଳ ଓହରି ଯିବାରୁ ପ୍ରତିଯୋଗିତାର ଗ୍ଲାମର କିଛି ମାତ୍ରାରେ କମିଛି। ପୂର୍ବରୁ ଅଷ୍ଟ୍ରେଲିଆ ଓ ନ୍ୟୁଜିଲାଣ୍ଡ ଓହରି ଯାଇଥିବାବେଳେ କିଛିଦିନ ତଳେ ଇଂଲଣ୍ଡ ମଧ୍ୟ ସମାନ ନିଷ୍ପତ୍ତି ନେଇଥିଲା। ଅଷ୍ଟ୍ରେଲିଆ, ନ୍ୟୁଜିଲାଣ୍ଡ ଓ ଇଂଲଣ୍ଡ ଓହରି ଯାଇଥିବାରୁ ସେମାନଙ୍କ ସ୍ଥାନରେ କାନାଡ଼ା, ଆମେରିକା ଓ ପୋଲାଣ୍ଡକୁ ଓ୍ବାଇଲ୍ଡ କାର୍ଡ ଏଣ୍ଟ୍ରି ମିଳିଛି। ପ୍ରତିଯୋଗିତା ଡିସେମ୍ବର ୫ରେ ଶେଷ ହେବ।

ପ୍ରକାଶ ଯୋଗ୍ୟ ଯେ, ପାଖାପାଖି ମାସେ ପୂର୍ବରୁ ସେପ୍ଟେମ୍ବର ୨୩ରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଓ ଏଫ୍‌ଆଇଏଚ୍‌ ଅଧ୍ୟକ୍ଷ ନରିନ୍ଦର ଧ୍ରୁବ ବାତ୍ରାଙ୍କ ଉପସ୍ଥିତିରେ ଲୋକସେବା ଭବନରେ ଆୟୋଜିତ ଏକ ସ୍ବତନ୍ତ୍ର କାର୍ଯ୍ୟକ୍ରମରେ ପ୍ରତିଯୋଗିତାର ଟ୍ରଫି ଓ ଲୋଗୋ ଉନ୍ମୋଚିତ ହୋଇଥିଲା।


Enter your email to get our daily news in your inbox.

All Right Reserved By Dharitri.Com

ସୃଷ୍ଟି ହେଲା ଲଘୁଚାପ, ୫ଦିନ ପ୍ରବଳରୁ ଅତି ପ୍ରବଳ ବର୍ଷା, ୩ ଜିଲାକୁ ରେଡ୍‌ ଓ୍ବାର୍ନିଂ

ଭୁବନେଶ୍ୱର, ୨୯ା୮ (ବନ୍ଦନା ସେଠୀ) – ଉତ୍ତରପଶ୍ଚିମ ବଙ୍ଗୋପସାଗର ପାର୍ଶ୍ୱବର୍ତ୍ତୀ ପଶ୍ଚିମବଙ୍ଗ-ଉତ୍ତରଓଡ଼ିଶା ଉପକୂଳରେ ଶନିବାର ସକାଳ ୫ଟା ୩୦ରେ ଆଉଏକ ଲଘୁଚାପ କ୍ଷେତ୍ର ସୃଷ୍ଟି ହୋଇଛି। ଏହା…

ଦେଓମାଳି ପର୍ଯ୍ୟଟନ ସ୍ଥଳୀରେ ପର୍ଯ୍ୟଟକ ଅସୁରକ୍ଷିତ: ମୁଖାପିନ୍ଧା ଯୁବକଙ୍କ ଅତର୍କିତ ଆକ୍ରମଣକୁ ନେଇ କୋଟିଆ ଥାନାରେ ମାମଲା ରୁଜୁ

ପଟ୍ଟାଙ୍ଗି,୨୯।୮(ଶରତ କୁମାର ଧଳ): କୋରାପୁଟ ଜିଲା ପଟ୍ଟାଙ୍ଗି ବ୍ଲକ୍‌ ଅଧୀନ ପ୍ରସିଦ୍ଧ ଦେଓମାଳି ପର୍ଯ୍ୟଟନ ସ୍ଥଳୀରେ ପର୍ଯ୍ୟଟକଙ୍କ ସୁରକ୍ଷା ନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି। ଶୁକ୍ରବାର ସନ୍ଧ୍ୟାରେ…

ତାରାତାରିଣୀ ଛକରେ ସାଙ୍ଘାତିକ କାର୍ ଦୁର୍ଘଟଣା: ତହସିଲଦାରଙ୍କ କଲ୍‌କୁ ବି ଖାତିର କଲାନି ଆମ୍ବୁଲାନ୍ସ କଲ୍ ସେଣ୍ଟର; ଛଟପଟ ହେଲେ…

ପୁରୁଷୋତ୍ତମପୁର,୨୯।୮(ସବିତା ମିଶ୍ର): ଗଞ୍ଜାମ ଜିଲା ପୁରୁଷୋତ୍ତମପୁର ଥାନା ଅନ୍ତର୍ଗତ ବ୍ରହ୍ମପୁର-ପୁରୁଷୋତ୍ତମପୁର ମୁଖ୍ୟ ରାସ୍ତାର ତାରାତାରିଣୀ ଛକ ନିକଟରେ ଶନିବାର ସନ୍ଧ୍ୟାରେ ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି।…

ଏସିଆନ ଗେମ୍ସରୁ ଓହରିଗଲେ ନୀରଜ ଚୋପ୍ରା, କାହିଁକି ଜାଣନ୍ତୁ…

ନୂଆଦିଲ୍ଲୀ,୨୯ା୮: ଭାରତର ଷ୍ଟାର ଜାଭେଲିନ୍‌ ଥ୍ରୋୟର ନୀରଜ ଚୋପ୍ରାଙ୍କ ଗୋଡ଼ ଲିଗାମେଣ୍ଟ ଛିଣ୍ଡିଯିବା କାରଣରୁ ସେ ୨୦୨୬ ସିଜନ ଅବଶିଷ୍ଟାଂଶରୁ ଓହରିଯାଇଛନ୍ତି। ଫଳରେ ସେ ଜାପାନରେ ହେବାକୁ…

ଓଡ଼ିଶା ସିଭିଲ ସର୍ଭିସ ପରୀକ୍ଷାର୍ଥୀଙ୍କ ପାଇଁ ବଡ଼ ଖବର: ଅକ୍ଟୋବର ୨୯ରୁ …

କଟକ,୨୯।୮: ଓଡ଼ିଶା ଲୋକସେବା ଆୟୋଗ (OPSC) ପକ୍ଷରୁ ଓଡ଼ିଶା ସିଭିଲ ସର୍ଭିସ (OCS) ମେନ୍ ପରୀକ୍ଷାର ତାରିଖ ଘୋଷଣା କରାଯାଇଛି। ଆସନ୍ତା ଅକ୍ଟୋବର ୨୯ ତାରିଖରୁ ନଭେମ୍ବର…

ନେପାଳ ବନ୍ୟାରେ ସାଙ୍ଘାତିକ ଲୁଟ୍! ଭାସିଆସିଲା ସିନ୍ଦୁକ, ଲୁଟିନେଲେ ୯୨.୭ ଲକ୍ଷ! ମୃତଦେହରୁ ବି ଚୋରି ହେଲା…

କାଠମାଣ୍ଡୁ, ୨୯।୮: ନେପାଳରେ ସମ୍ପ୍ରତି ଆସିଥିବା ବିନାଶକାରୀ ବନ୍ୟା ମଧ୍ୟରେ କିଛି ଚାଞ୍ଜଲ୍ୟକର ଘଟଣା ସାମ୍ନାକୁ ଆସିଛି। ବନ୍ୟା ପାଣିରେ ଭାସିଆସିଥିବା ଏକ ସେଫ୍‌ (ସିନ୍ଦୁକ)ରୁ ଟଙ୍କା…

ଗ୍ଲେସିଅର୍ ତାଣ୍ଡବ ମଧ୍ୟରେ ଭାରତ ସାଜିଲା ଦେବଦୂତ! ପିଏମ୍ ମୋଦିଙ୍କୁ ‘ଉଦାର’ କହି କୃତଜ୍ଞତା ଜଣାଇଲେ ନେପାଳ ଅର୍ଥମନ୍ତ୍ରୀ!

କାଠମାଣ୍ଡୁ,୨୯।୮: ନେପାଳ-ତିବ୍ବତ ସୀମାରେ ହିମସ୍ଖଳନ ଏବଂ ଗ୍ଲେସିଅର୍ ଫାଟିବା ଯୋଗୁ ଆସିଥିବା ବିନାଶକାରୀ ବନ୍ୟା ନେପାଳରେ ଭୟଙ୍କର ତାଣ୍ଡବ ରଚିଛି। ଏହି ପ୍ରାକୃତିକ ବିପତ୍ତିରେ ବର୍ତ୍ତମାନ ସୁଦ୍ଧା…

ରୋଷେଇ ଘରେ ବିଷ? ଏଭରେଷ୍ଟ ହିଙ୍ଗୁ ଉପରେ FSSAIର ବ୍ୟାନ୍, ୩ ମସଲା ନେଇ ସାମ୍ନାକୁ ଆସିଲା ବଡ଼ ଜାଲିଆତି!

ନୂଆଦିଲ୍ଲୀ,୨୯।୮: ଭାରତୀୟ ଖାଦ୍ୟ ସୁରକ୍ଷା ଓ ମାନକ ପ୍ରାଧିକରଣ (FSSAI) ଗ୍ରାହକଙ୍କ ସ୍ୱାସ୍ଥ୍ୟ ସୁରକ୍ଷାକୁ ଦୃଷ୍ଟିରେ ରଖି ଏକ ବଡ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛି। ପ୍ରସିଦ୍ଧ ମସଲା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri