Posted inଖେଳ

ଜୁନିୟର ପୁରୁଷ ହକି ବିଶ୍ୱକପ୍‌: ଖେଳାଳିଙ୍କ ପାଇଁ କୋହଳ ହେଲା କୋଭିଡ୍‌ ନିୟମ

ଭୁବନେଶ୍ୱର, ୨୨।୧୦(କ୍ରୀଡ଼ା ପ୍ରତିନିଧି)- ଜୁନିୟର ହକି ବିଶ୍ୱକପର ଦ୍ୱାଦଶ ସଂସ୍କରଣ ସ୍ଥାନୀୟ କଳିଙ୍ଗ ଷ୍ଟାଡିୟମରେ ନଭେମ୍ବର ୨୪ରୁ ଆରମ୍ଭ ହେବ। କୋଭିଡ୍‌-୧୯ ଯୋଗୁ ଓଡ଼ିଶାରେ ଅନ୍ତର୍ଜାତୀୟ କ୍ରୀଡ଼ା ଆୟୋଜନ ବନ୍ଦ ରହିଥିଲା। ତେଣୁ ପ୍ରତିଯୋଗିତା ଯେତିକି ପାଖେଇ ଆସୁଛି ଉତ୍ସୁକତା ସେତେ ବଢ଼ିବାରେ ଲାଗିଛି। ଟୁର୍ନାମେଣ୍ଟ ନିର୍ଦ୍ଧାରିତ କାର୍ଯ୍ୟସୂଚୀ ଅନୁସାରେ ହେବ ବୋଲି ଗୁରୁବାର ଅନ୍ତର୍ଜାତୀୟ ହକି ଫେଡେରେଶନ (ଏଫ୍‌ଆଇଏଚ୍‌) ସ୍ପଷ୍ଟ କରିଛି। ସବୁଠାରୁ ବଡ଼ କଥା ହେଲା ବିଶ୍ୱକପ୍‌ ପାଇଁ ଅଂଶଗ୍ରହଣକାରୀ ବିଦେଶୀ ଦଳଗୁଡ଼ିକ ଲାଗି କୋଭିଡ୍‌ ଗାଇଡ୍‌ ଲାଇନ୍‌କୁ କୋହଳ କରିବା ଲାଗି କ୍ରୀଡ଼ା ବିଭାଗ ତରଫରୁ କରାଯାଇଥିବା ଅନୁରୋଧକୁ କେନ୍ଦ୍ର ସ୍ବାସ୍ଥ୍ୟ ମନ୍ତ୍ରଣାଳୟ ରକ୍ଷା କରିଛି। ଫଳରେ ସମସ୍ତ ଅଂଶଗ୍ରହଣକାରୀମାନଙ୍କୁ ଆଉ ପ୍ରଥମେ ହୋମ୍‌ କ୍ୱାରାଣ୍ଟାଇନ୍‌ରେ ରହିବାକୁ ପଡ଼ିବ ନାହିଁ।

ମନ୍ତ୍ରଣାଳୟ ଅବଶ୍ୟ ଏଥିଲାଗି କିଛି ସର୍ତ୍ତ ରଖିଛି। ଭାରତ ବ୍ୟତୀତ ଟୁର୍ନାମେଣ୍ଟରେ ଭାଗ ନେଉଥିବା ଦଳଗୁଡ଼ିକ ହେଲେ କୋରିଆ, ମାଲେସିଆ, ପାକିସ୍ତାନ, ଦକ୍ଷିଣ ଆଫ୍ରିକା, ଇଜିପ୍ଟ, ବେଲଜିୟମ, ଫ୍ରାନ୍ସ, ଜର୍ମାନୀ, ନେଦରଲାଣ୍ଡ୍ସ, ସ୍ପେନ, ଆମେରିକା, କାନାଡା, ଚିଲି, ପୋଲାଣ୍ଡ ଓ ଆର୍ଜେଣ୍ଟିନା। ସ୍ବାସ୍ଥ୍ୟ ମନ୍ତ୍ରଣାଳୟ ତରଫରୁ ରଖାଯାଇଥିବା ସର୍ତ୍ତଗୁଡ଼ିକ ଅନୁସାରେ ଅଂଶଗ୍ରହଣକାରୀମାନଙ୍କୁ ସେମାନଙ୍କ ଦେଶ ଛାଡ଼ିବାର ୭୨ ଘଣ୍ଟା ମଧ୍ୟରେ ଆରଟି-ପିସିଆର୍‌ କୋଭିଡ୍‌ ଟେଷ୍ଟ ଜରୁରି। ୟୁରୋପ ଓ ମଧ୍ୟପ୍ରାଚ୍ୟରୁ ଆସୁଥିବା ଦଳର ସଦସ୍ୟମାନେ ଭାରତରେ ପହଞ୍ଚତ୍ବା କ୍ଷଣି ସେମାନଙ୍କର ଟେଷ୍ଟ କରାଯିବ। ସାମ୍ପଲ ସଂଗ୍ରହ ପରେ ସେମାନେ ବିମାନ ବନ୍ଦର ଛାଡ଼ିପାରିବେ।

ଭାରତରେ ପହଞ୍ଚତ୍ବାର ପରେ ବିଶେଷ କରି ପ୍ରଥମ ୧୪ଦିନ ମଧ୍ୟରେ ସମସ୍ତ ଅଂଶଗ୍ରହଣକାରୀ ନିଜ ସ୍ବାସ୍ଥ୍ୟ ଉପରେ ନଜର ରଖିବେ। ଯଦି କୌଣସ୍ୟ ବ୍ୟକ୍ତିଙ୍କ ନିକଟରେ କୋଭିଡ୍‌ ଲକ୍ଷଣ ଦେଖା ଦିଏ, ତେବେ ନିଜକୁ ତୁରନ୍ତ ସଙ୍ଗରୋଧରେ ରଖିବାକୁ ହେବ। ଇଭେଣ୍ଟର ଆୟୋଜକ/ ନିକଟସ୍ଥ କୋଭିଡ୍‌ ସ୍ବାସ୍ଥ୍ୟ କେନ୍ଦ୍ର/ ଜାତୀୟ କିମ୍ବା ରାଜ୍ୟ ହେଲ୍ପ ଲାଇନ୍‌କୁ ଏ ବିଷୟରେ ଜଣାଇବାକୁ ପଡ଼ିବ। ସମସ୍ତ ଅଂଶଗ୍ରହଣକାରୀଙ୍କୁ ଯଥାସମ୍ଭବ ପବ୍ଲିକଙ୍କ ସହ ସ୍ବଳ୍ପ କଥାବାର୍ତ୍ତା କରିବେ ତାହା ପୁଣି କୋଭିଡ ଗାଇଡ୍‌ ଲାଇନ୍‌ ଅନୁସାରେ। ଯଥା ମାସ୍କ ପରିଧାନ, ସ୍ବାସ୍ଥ୍ୟଗତ ଦୂରତା ରକ୍ଷା, ହାତ ସାନିଟାଇଜେଶନ ଇତ୍ୟାଦି। ଏହାଛଡ଼ା କ୍ରୀଡ଼ା ବିଭାଗ ମଧ୍ୟ ସମସ୍ତ ଅଂଶଗ୍ରହଣକାରୀଙ୍କ ଉପରେ ନଜର ରଖିବ। ଭାରତରେ ରହଣୀ ସମୟରେ କୌଣସି ଅଂଶଗ୍ରହଣକାରୀଙ୍କ ନିକଟରେ କୋଭିଡ ଲକ୍ଷଣ ପ୍ରକାଶ ପାଇଲେ, ତାଙ୍କୁ ତୁରନ୍ତ ଆଇସୋଲେଶନରେ ରଖି ଆବଶ୍ୟକ ଚିକିତ୍ସା ବ୍ୟବସ୍ଥା କରାଯିବ।

କରୋନା ଜନିତ କଟକଣା ଯୋଗୁ କେତେକ ନାମୀ ଦଳ ଓହରି ଯିବାରୁ ପ୍ରତିଯୋଗିତାର ଗ୍ଲାମର କିଛି ମାତ୍ରାରେ କମିଛି। ପୂର୍ବରୁ ଅଷ୍ଟ୍ରେଲିଆ ଓ ନ୍ୟୁଜିଲାଣ୍ଡ ଓହରି ଯାଇଥିବାବେଳେ କିଛିଦିନ ତଳେ ଇଂଲଣ୍ଡ ମଧ୍ୟ ସମାନ ନିଷ୍ପତ୍ତି ନେଇଥିଲା। ଅଷ୍ଟ୍ରେଲିଆ, ନ୍ୟୁଜିଲାଣ୍ଡ ଓ ଇଂଲଣ୍ଡ ଓହରି ଯାଇଥିବାରୁ ସେମାନଙ୍କ ସ୍ଥାନରେ କାନାଡ଼ା, ଆମେରିକା ଓ ପୋଲାଣ୍ଡକୁ ଓ୍ବାଇଲ୍ଡ କାର୍ଡ ଏଣ୍ଟ୍ରି ମିଳିଛି। ପ୍ରତିଯୋଗିତା ଡିସେମ୍ବର ୫ରେ ଶେଷ ହେବ।

ପ୍ରକାଶ ଯୋଗ୍ୟ ଯେ, ପାଖାପାଖି ମାସେ ପୂର୍ବରୁ ସେପ୍ଟେମ୍ବର ୨୩ରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଓ ଏଫ୍‌ଆଇଏଚ୍‌ ଅଧ୍ୟକ୍ଷ ନରିନ୍ଦର ଧ୍ରୁବ ବାତ୍ରାଙ୍କ ଉପସ୍ଥିତିରେ ଲୋକସେବା ଭବନରେ ଆୟୋଜିତ ଏକ ସ୍ବତନ୍ତ୍ର କାର୍ଯ୍ୟକ୍ରମରେ ପ୍ରତିଯୋଗିତାର ଟ୍ରଫି ଓ ଲୋଗୋ ଉନ୍ମୋଚିତ ହୋଇଥିଲା।


Enter your email to get our daily news in your inbox.

All Right Reserved By Dharitri.Com

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ଜଳ ପ୍ରପାତ

ସାନଘାଗରା ଜଳପ୍ରପାତ କେନ୍ଦୁଝର ସହରଠାରୁ ମାତ୍ର ୬ କି.ମି. ଦୂରରେ ରହିଛି ସାନଘାଘରା ଜଳପ୍ରପାତ। ସାନମାଛ କାନ୍ଦଣା ନଦୀର ଜଳ ଏଠାରେ ତଳକୁ ବିରାଟକାୟ ସ୍ରୋତରେ କଚାଡ଼ି…

ଭୁବନେଶ୍ୱର ଫୁଲ ଦୋକାନ

ଫର୍ନସ ଏନ୍‌ ପେଟାଲ୍‌ସ   ଏହା ରାଜଧାନୀର ଏକ ବଡ଼ ଫୁଲ ଦୋକାନ ଭାବେ ପରିଗଣିତ। ୧୧ବର୍ଷ ତଳେ ପ୍ରଥମ କରି ଶହୀଦନଗରରେ ଆରମ୍ଭ ହୋଇଥିଲା। ବର୍ତ୍ତମାନ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱର ଜିମ

କଳିଙ୍ଗ ଫିଟନେସ୍‌ ଜୟଦେବ ବିହାର ରୋଡ ବିଜୁ ପଟ୍ଟନାୟକ କଲେଜ ନିକଟରେ ରହିଛି କଳିଙ୍ଗ ଫିଟନେସ ଜିମ୍‌। ୪ବର୍ଷ ତଳେ ଖୋଲାଯାଇଥିବା ଏହି ଜିମ୍‌ରେ ସବୁ ପ୍ରକାର…

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ପର୍ଯ୍ୟଟନସ୍ଥଳ

ସପ୍ତଶଯ୍ୟା ଢେଙ୍କାନାଳ ଜିଲାରେ ଅବସ୍ଥିତ ସପ୍ତଶଯ୍ୟା ପର୍ଯ୍ୟଟନ ସ୍ଥଳ ସାତ ପାହାଡ଼, ଝରଣା ଏବଂ ଜଙ୍ଗଲରେ ପରିପୂର୍ଣ୍ଣ। ଏଠାରେ ରହିଛି ଶ୍ରୀରାମଙ୍କ ମନ୍ଦିର। ସପ୍ତଶଯ୍ୟାର ଶୀତଳ ପରିବେଶ…

କଟକ ଦହିବରା ଆଳୁଦମ

ବାରବାଟୀ ଷ୍ଟାଡିୟମର ରମେଶ ଗୋଛି ସକାଳ ୭ଟାରୁ ଆରମ୍ଭ କରି ରାତି ୧୦ଟା ଯାଏ ବାରବାଟୀ ଷ୍ଟାଡିୟମ ନିକଟରେ ରମେଶଙ୍କ ଷ୍ଟଲ ଖୋଲିଥାଏ। ପରିବାରର ସବୁ ସଦସ୍ୟ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱରର ପାର୍କ

ମହାତ୍ମା ଗାନ୍ଧୀ ପାର୍କ ପାର୍କଟି ଜୟଦେବ ବିହାରସ୍ଥିତ ନନ୍ଦନକାନନ ରୋଡ୍‌ର ଜନତା ମଇଦାନ ନିକଟରେ ଅବସ୍ଥିତ। ପାର୍କ ଭିତରେ ମହାତ୍ମା ଗାନ୍ଧୀଙ୍କ ପ୍ରାର୍ଥନା କରୁଥିବା ମୁଦ୍ରାରେ ମୂର୍ତ୍ତି…

ଶ୍ରେଷ୍ଠ ପାଞ୍ଚ ପୁରୀର ମଠ

ହାତୀ ଆଖଡ଼ା ମଠ ପୁରୀ ବଳଗଣ୍ଡି ନିକଟରେ ବଡ଼ଦାଣ୍ଡର ମୁଖ୍ୟ ରାସ୍ତାରେ ହାତୀ ଆଖଡା ମଠ ଅବସ୍ଥିତ। ଶ୍ରୀରାମାନନ୍ଦୀ ସମ୍ପ୍ରଦାୟର ନିର୍ବାଣୀ ଆଖଡା ରୂପେ ଏହା ପରିଚିତ।…

ଶ୍ରେଷ୍ଠ ପାଞ୍ଚ ଓଡ଼ିଶାର ପ୍ରସିଦ୍ଧ ଶୈବପୀଠ

ହରିଶଙ୍କର ବଲାଙ୍ଗୀରଠାରୁ ୮୦ କି.ମି. ଦୂରରେ ଗନ୍ଧମାର୍ଦ୍ଦନ ପର୍ବତ ପାଦଦେଶରେ ଅବସ୍ଥିତ ପ୍ରସିଦ୍ଧ ତୀର୍ଥ ତଥା ଶୈବପୀଠ ହରିଶଙ୍କର। ଏଠାକାର ମନ୍ଦିରର ପରିବେଶ ଏବଂ ଆକର୍ଷଣୀୟ ଝରଣା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?