Posted inଖେଳ

ଜୁନିୟର ହକି ବିଶ୍ୱକପ୍‌: ବିଶ୍ୱରଞ୍ଜନ ଅଫିସିଆଲ, ବିଭୁ ମେଡିକାଲ ଅଫିସର

ଭୁବନେଶ୍ୱର, ୨୪ ।୬(କ୍ରୀଡ଼ା ପ୍ରତିନିଧି)- ଜୁନିୟର ପୁରୁଷ ହକି ବିଶ୍ୱକପ୍‌ ଭାରତରେ ନଭେମ୍ବର ୨୪ରୁ ଡିସେମ୍ବର ୫ ପର୍ଯ୍ୟନ୍ତ ଅନୁଷ୍ଠିତ ହେବ। ଏହାର ଭେନ୍ୟୁ ଏ ପର୍ଯ୍ୟନ୍ତ ଘୋଷଣା କରାଯାଇ ନ ଥିଲେ ହେଁ ଅନ୍ତର୍ଜାତୀୟ ହକି ଫେଡେରେଶନ ପକ୍ଷରୁ ବୁଧବାର ଅଫିସିଆଲଙ୍କ ନାମ ଘୋଷଣା କରାଯାଇଛି। ଫଳରେ ଓଡ଼ିଶାର ବିଶ୍ୱରଞ୍ଜନ ଷଡ଼ଙ୍ଗୀ ଟେକ୍ନିକାଲ ଅଫିସିଆଲ ଭାବେ କାର୍ଯ୍ୟନିର୍ବାହ କରିବେ ବୋଲି ସ୍ପଷ୍ଟ ହୋଇଛି। ପ୍ରକାଶ ଯୋଗ୍ୟ ଯେ, ବିଶ୍ୱରଞ୍ଜନ ପୂର୍ବରୁ ଅନେକ ଜାତୀୟ-ଅନ୍ତର୍ଜାତୀୟ ପ୍ରତିଯୋଗିତାରେ ଅଫିସିଆଲ ଦାୟିତ୍ୱ ସଫଳତାର ସହ ସମ୍ପାଦନ କରିଛନ୍ତି। ଏହାର ପୁରସ୍କାର ସ୍ବରୂପ ତାଙ୍କୁ ସମ୍ମାନଜନକ ଜୁନିୟର ହକି ବିଶ୍ୱକପ୍‌ରେ ଅଫିସିଆଲ ହେବାର ସୁଯୋଗ ମିଳିଛି। ପ୍ରକାଶିତ ତାଲିକା ଅନୁସାରେ ଅନ୍ୟତମ ଓଡ଼ିଆ ବିଭୂକଲ୍ୟାଣ ନାୟକ ମେଡିକାଲ ଅଫିସର ନିଯୁକ୍ତ ହୋଇଛନ୍ତି। ଗତବର୍ଷ ଅଲିମ୍ପିକ୍ସ ପାଇଁ ଏଫ୍‌ଆଇଏଚ୍‌ ପକ୍ଷରୁ ତାଙ୍କ ନାମ ଘୋଷଣା କରାଯାଇଥିଲା। ୨୦୧୮ରେ ଭୁବନେଶ୍ୱରରେ ଅନୁଷ୍ଠିତ ହକି ବିଶ୍ୱକପ୍‌ରେ ମଧ୍ୟ ବିଭୂକଲ୍ୟାଣ ମେଡିକାଲ ଅଫିସର ଦାୟିତ୍ୱ ତୁଲାଇଥିଲେ। ଏହା ବ୍ୟତୀତ ୨୦୦୭ରୁ ୨ ବର୍ଷ ପାଇଁ ଭାରତୀୟ ୟୁଥ୍‌ ବକ୍ସିଂ ଟିମ୍‌, ୨୦୦୯ରୁ ଭାରତୀୟ ଜାତୀୟ ହକି ଦଳ ସହ ରହି ୨୦୦୯ ଓ ୨୦୧୦ ସୁଲତାନ ଆଜଲାନଶାହ କପ୍‌, ୨୦୧୦ ରାଜ୍ୟଗୋଷ୍ଠୀ କ୍ରୀଡ଼ା, ଏସିଆନ ଗେମ୍ସ, ପୁରୁଷ ହକି ବିଶ୍ୱକପ୍‌ (ନୂଆଦିଲ୍ଲୀ) ଏବଂ ୨୦୧୨ ଦୋହା କାତାର ଏସିଆନ ଚାମ୍ପିୟନ୍ସ ଟ୍ରଫିରେ ଏହି ଦାୟିତ୍ୱ ସଫଳତାର ସହ ତୁଲାଇଛନ୍ତି। ଓଡ଼ିଶାର ଏହି ୨ ଜଣଙ୍କୁ ଛାଡ଼ିଦେଲେ ଆଉ ଜଣେ ଭାରତୀୟ ଏହି ତାଲିକାରେ ରହିଛନ୍ତି। ସେ ହେଉଛନ୍ତି ଦୀପକ ଯୋଶୀ। ସେ ୧୪ ଜଣିଆ ଅମ୍ପାୟର ତାଲିକାରେ ରହିଛନ୍ତି। ଜୁନିୟର ହକି ବିଶ୍ୱକପ୍‌ ପାଇଁ ଆୟୋଜକ ଭାରତକୁ ଛାଡ଼ିଦେଲେ ଇଂଲଣ୍ଡ, ଫ୍ରାନ୍ସ, ଜର୍ମାନୀ, ନେଦରଲାଣ୍ଡ୍ସ, ସ୍ପେନ ଯୋଗ୍ୟତା ହାସଲ କରି ସାରିଛନ୍ତି। ୨୦୨୧ ଜୁନିୟର ଓସେନିଆ କପ୍‌ରୁ ୨, ଜୁନିୟର ଏସିଆ କପ୍‌ରୁ ୩, ଜୁନିୟର ଆଫ୍ରିକା କପ୍‌ରୁ ୨ ଏବଂ ଜୁନିୟର ପାନ୍‌ ଆମେରିକାନ ଚାମ୍ପିୟନଶିପ୍‌ରୁ ୨ଟି ଦଳ ଯୋଗ୍ୟତା ହାସଲ କରିବେ। ମୋଟ ୧୬ ଦଳକୁ ନେଇ ପ୍ରତିଯୋଗିତା ହେବ।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

MI ବିପକ୍ଷରେ ଆଉଟ୍ ହୋଇ କାନ୍ଦିଲେ ବୈଭବ ସୂର୍ଯ୍ୟବଂଶୀ! ଭାଇରାଲ୍ ହେଉଛି ଭିଡିଓ

ମୁମ୍ବାଇ,୮।୪: ଆଇପିଏଲ ୨୦୨୬ର ୧୩ତମ ଲିଗ୍ ମ୍ୟାଚ୍, ମୁମ୍ବାଇ ଇଣ୍ଡିଆନ୍ସ ବିପକ୍ଷରେ ବୈଭବ ସୂର୍ଯ୍ୟବଂଶୀ ଏକ ଚମତ୍କାର ଇନିଂସ ଖେଳିଥିଲେ । ମାତ୍ର ୧୪ ବଲ୍‌ରେ ୩୯ ରନ୍…

ବଡ଼ ରେକର୍ଡ ଭାଙ୍ଗିଲେ ବୈଭବ ସୂର୍ଯ୍ୟବଂଶୀ: ପ୍ରଥମ ୩ ବଲ୍‌ରେ କଲେ ଆଶ୍ଚର୍ଯ୍ୟଜନକ କାରନାମା

ମୁମ୍ବାଇ,୮।୪: ଭାରତୀୟ ଷ୍ଟାର ବ୍ୟାଟ୍ସମ୍ୟାନ୍‌ ବୈଭବ ସୂର୍ଯ୍ୟବଂଶୀ ଯେତେବେଳେ କ୍ରିଜରେ ଥାଆନ୍ତି ସେତେବେଳେ ଝଡ଼ ପରି ଲାଗେ। IPL 2026ର ୧୩ତମ ମ୍ୟାଚରେ ମଧ୍ୟ ସମାନ କିଛି…

ଫସିଗଲେ ଡେଭିଡ୍‌ ଓ୍ବାର୍ନର, ମଦ ପିଇ ଗାଡ଼ି ଚଳାଇବା ଅଭିଯୋଗରେ ସିଡନୀରେ ଗିରଫ

ସିଡନୀ,୭।୪: ଅଷ୍ଟ୍ରେଲିଆର ବିସ୍ଫୋରକ ବ୍ୟାଟ୍ସମ୍ୟାନ ଡେଭିଡ ୱାର୍ନରଙ୍କ ପାଇଁ ଅଡୁଆ ବଢ଼ିଛି। ମଦ୍ୟପାନ କରି ଗାଡ଼ି ଚଲାଉଥିବା ବେଳେ (Drink-driving) ସିଡନୀ ପୋଲିସ ତାଙ୍କୁ ଗିରଫ କରିଛି।…

ଶାହରୁଖ ଖାନଙ୍କ ଟିମକୁ ପରିହାସ କଲେ ଶ୍ରେୟସ ଆୟରଙ୍କ ଭଉଣୀ, ପଞ୍ଜାବୀମାନଙ୍କର ହୃଦୟ…

ନୂଆଦିଲ୍ଲୀ,୭।୪: IPL ୨୦୨୬ର ୧୨ ନମ୍ବର ମ୍ୟାଚ୍ ବାତିଲ ହୋଇଯାଇଛି । କୋଲକାତା ନାଇଟ୍ ରାଇଡର୍ସ ଏବଂ ପଞ୍ଜାବ କିଙ୍ଗସ୍ ମଧ୍ୟରେ ଖେଳାଯିବାକୁ ଥିବା ମ୍ୟାଚ୍ ବର୍ଷାରେ…

ଆଇସିସି ପ୍ଲେୟର ଅଫ୍‌ ଦି ଇୟର: ସଂକ୍ଷିପ୍ତ ତାଲିକାରେ ଭାରତର ଏହି ଦୁଇ ଖେଳାଳି

ଦୁବାଇ,୬ା୪: ମାର୍ଚ୍ଚ ମାସର ଆଇସିସି ପ୍ଲେୟର ଅଫ୍‌ ଦି ମନ୍ଥ୍‌ ପୁରସ୍କାର ପାଇଁ ପ୍ରସ୍ତୁତ ସଂକ୍ଷିପ୍ତ ତାଲିକାରେ ଭାରତ ଓପନର ସଞ୍ଜୁ ସାମ୍‌ସନ ଏବଂ ପେସ୍‌ ବୋଲର…

IPL 2026: ପଏଣ୍ଟ ଟେବୁଲ ଶୀର୍ଷରେ ଆରସିବି

ବେଙ୍ଗାଲୁରୁ, ୬।୪: ଇଣ୍ଡିଆନ ପ୍ରିମିୟର ଲିଗ୍‌ର ରବିବାର ମ୍ୟାଚରେ ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ (ଆର୍‌ସିବି) ୪୩ ରନରେ ଚେନ୍ନାଇ ସୁପର କିଙ୍ଗ୍ସକୁ ପରାସ୍ତ କରିଛି। ଅନ୍ୟପକ୍ଷେ କ୍ରମାଗତ…

IPL ଚାଲିଥିବା ସମୟରେ ଅମ୍ପାୟରଙ୍କୁ ହତ୍ୟା: ଛାତିରେ ଛୁରି ଭୁସି..

ଅମରାବତି,୬।୪: ଆଜିକାଲି ଦେଶରେ IPL 2026ର ରୋମାଞ୍ଚ ଦେଖିବାକୁ ମିଳୁଛି। ଏହି ସମୟରେ ଆନ୍ଧ୍ର ପ୍ରଦେଶରୁ ଜଣେ କ୍ରିକେଟ ଅମ୍ପାୟାରଙ୍କ ହତ୍ୟା ସହିତ ଜଡିତ ଏକ ଅଭାବନୀୟ…

୨ ଭାରତୀୟ ଖେଳାଳିଙ୍କ ମଧ୍ୟରେ ଯୁଦ୍ଧ ସୃଷ୍ଟି କଲା ICC, ବୁମ୍‌ରାଙ୍କୁ ଚ୍ୟାଲେଞ୍ଜ କଲେ ଟିମ ଇଣ୍ଡିଆର ଏହି ଖେଳାଳି!

ନୂଆଦିଲ୍ଲୀ,୬।୪: ମାର୍ଚ୍ଚ ମାସ ପାଇଁ ପ୍ଲେୟାର ଅଫ ଦ ମନ୍ଥ ପାଇଁ ଆଇସିସି ମନୋନୀତ ବ୍ୟକ୍ତିଙ୍କ ନାମ ଘୋଷଣା କରିଛି। ସବୁଦିନ ପରି, ଆଇସିସି ଏହି ପୁରସ୍କାର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri