କନିଷ୍ଠ ଯନ୍ତ୍ରୀଙ୍କୁ ଛାଡୁନି ଚୌକି ମୋହ: ବଦଳି ଆଦେଶକୁ ବେଖାତିର୍‌

ବରଗଡ଼,୨୧।୪(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲାର ବିଭିନ୍ନ ବିଭାଗର ସରକାରୀ କାର୍ଯ୍ୟାଳୟରେ ଅନେକ ଅଧିକାରୀ, କର୍ମଚାରୀ ଦୀର୍ଘବର୍ଷ ଧରି ଅବସ୍ଥାପିତ ରହିଛି। ସମ୍ପୃକ୍ତ କାର୍ଯ୍ୟାଳୟରେ ସେମାନଙ୍କ ଚୌକି ମୋହ ଛାଡୁ ନାହିଁ। ଏପରିକି ବଦଳି ଆଦେଶକୁ ମଧ୍ୟ କିଛି କର୍ମଚାରୀ ଖାତିର୍‌ କରୁ ନାହାନ୍ତି। ବରଗଡ଼ ଜିଲା ପରିଷଦ ଅଧିନରେ କାର୍ଯ୍ୟରତ କନିଷ୍ଠ ଯନ୍ତ୍ରୀଙ୍କ ବଦଳି କ୍ଷେତ୍ରରେ ଏଭଳି ଏକ ଘଟଣା ସାମ୍ନାକୁ ଆସିଛି।
ମିଳିଥିବା ସୂଚନା ଅନୁଯାୟୀ, ଜିଲା ପରିଷଦର ମୁଖ୍ୟ କାର୍ଯ୍ୟନିର୍ବାହୀ ତଥା ମୁଖ୍ୟ ଉନ୍ନୟନ ଅଧିକାରୀଙ୍କ ପତ୍ରସଂଖ୍ୟା-୨୬୩, ତା-୨୭।୧।୨୦୨୫ରିଖ ଅନୁଯାୟୀ, ଜିଲାର ବିଭିନ୍ନ ବ୍ଲକରେ କାର୍ଯ୍ୟରତ ୩୫ଜଣ ଏବଂ ଜଣେ ନୂତନଭାବେ ଯୋଗ ଦେଇଥିବା କନିଷ୍ଠ ଯନ୍ତ୍ରୀ ଅର୍ଥାତ୍‌ ସମୁଦାୟ ୩୬ଜଣ କନିଷ୍ଠ ଯନ୍ତ୍ରୀଙ୍କ କାର୍ଯ୍ୟକ୍ଷେତ୍ରରେ ଅଦଳବଦଳ ହୋଇଛି। ଗତ ଜାନୁୟାରୀ ମାସ ୩୧ତାରିଖ ସୁଦ୍ଧା ରିଲିଭ୍‌ ହୋଇ ବଦଳି ଆଦେଶ ମୁତାବକ ନୂତନ କାର୍ଯ୍ୟକ୍ଷେତ୍ରରେ ତୁରନ୍ତ ଯୋଗଦାନ କରିବାକୁ ଜିଲା ପରିଷଦ ମୁଖ୍ୟ କାର୍ଯ୍ୟ ନିର୍ବାହୀ ଅଧିକାରୀଙ୍କ ନିର୍ଦ୍ଦେଶ ରହିଛି। କିନ୍ତୁ ଆଉ ସପ୍ତାହକ ପରେ ବଦଳି ଆଦେଶକୁ ୩ମାସ ବିତିଯିବ, କିନ୍ତୁ ଅନେକ କନିଷ୍ଠ ଯନ୍ତ୍ରୀ ସେମାନେ କାର୍ଯ୍ୟ କରୁଥିବା କାର୍ଯ୍ୟକ୍ଷେତ୍ର ଛାଡ଼ି ନଥିବା କିମ୍ବା ନୂତନ କାର୍ଯ୍ୟକ୍ଷେତ୍ରରେ ଯୋଗଦାନ କରି ନଥିବା ଜିଲାରେ ଚର୍ଚ୍ଚାର ବିଷୟ ହୋଇଛି।


Enter your email to get our daily news in your inbox.

All Right Reserved By Dharitri.Com

ଆକ୍ରମଣ ମାମଲା: ବାପ-ପୁଅଙ୍କୁ ବାନ୍ଧିଲା ପୋଲିସ

ଦିଗପହଣ୍ଡି,୨୪।୮(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ଡେଙ୍ଗାଓସ୍ତା ଖଜୁରୀପଦା ଗ୍ରାମର ରବୀନ୍ଦ୍ର ସାହୁଙ୍କୁ ଆକ୍ରମଣ ଘଟଣାରେ ପାଟପୁର ପୋଲିସ ସୋମବାର ଅଭିଯୁକ୍ତ ବାବୁ ସାହୁ…

ଗୁଡାରି ଏନଏସିକୁ ମିଳିବ ୨ କୋଟି ଟଙ୍କାର ପୁରସ୍କାର

ଗୁଡାରି,୨୪/୮(ପ୍ରମୋଦ କୁମାର ପତି): ଆସନ୍ତା ଅଗଷ୍ଟ ୩୧ ତାରିଖରେ ସ୍ବାୟତ୍ତ ଶାସନ ଦିବସ ପାଳନ ସମାରୋହରେ ଓଡ଼ିଶା କୃଷି ଓ ବୈଷୟିକ ବିଶ୍ୱବିଦ୍ୟାଳୟ(OUAT), ଭୁବନେଶ୍ୱରର ‘କୃଷି ଶିକ୍ଷା…

ନିଖୋଜ ନାବାଳିକା ଉଦ୍ଧାର: ସିଡ଼ବ୍ଲ୍ୟୁସିରେ ହାଜର କଲା ପୋଲିସ

ଦିଗପହଣ୍ଡି,୨୪।୮(ଅଶେଷ ନାଥ ମିଶ୍ର): ଦିଗପହଣ୍ଡି ବ୍ଲକ ଅଧିନ ଏକ ଗାଁରୁ ଜଣେ ୧୫ ବର୍ଷୀୟା ନାବାଳିକା ଗତ ଜୁଲାଇ ୪ ତାରିଖରୁ ଆକସ୍ମିକ ଭାବେ ନିଖୋଜ ହୋଇଯାଇଥିଲେ।…

ମା’ଙ୍କୁ ମାରି ଘରେ ପ୍ଲାଷ୍ଟର କରିଦେଲେ ସଇତାନ ପୁଅ! କୁମ୍ଭାରପଡ଼ାରେ ହଇଚଇ

ପୁରୀ,୨୪।୮(ଅଜିତ କୁମାର ମହାନ୍ତି): ପୁରୀ ଜିଲାରେ ଏକ ଅଭାବନୀୟ ଘଟଣା ଘଟିଛି। ନିଜ ମା’ଙ୍କୁ ମାରି ଘରେ ପ୍ଲାଷ୍ଟର କରିଦେଇଛନ୍ତି ଜଣେ ସଇତାନ ପୁଅ! ପୁରୀ କୁମ୍ଭାରପଡ଼ାରେ…

ଛାତ୍ରୀ ନିବାସକୁ ନାହିଁ ରାସ୍ତା: ସମସ୍ୟା ଭୋଗୁଛନ୍ତି ୨୩୦ ଆଦିବାସୀ ଛାତ୍ରୀ

ମୋହନା,୨୪।୮(ମନ୍ମଥ ମିଶ୍ର): ଛାତ୍ରୀ ନିବାସ ଅଛି। ଛାତ୍ରୀ ଅଛନ୍ତି। ପାଠପଢ଼ା ପାଇଁ ସବୁ ବ୍ୟବସ୍ଥା ଅଛି। ହେଲେ ବିଦ୍ୟାଳୟରେ ପହଞ୍ଚିବା ପାଇଁ ନାହିଁ ଭଲ ରାସ୍ତା। ଫଳରେ…

ପ୍ରଧାନଶିକ୍ଷକ ଭାବେ ନିଯୁକ୍ତି ପାଇଲେ ୫୭ ଶିକ୍ଷକ: ଦୀର୍ଘ ଅପେକ୍ଷାର ଘଟିଲା ଅନ୍ତ

ହାଟଡିହୀ/ଛେନାପଦୀ,୨୪l୮(ଶୁଭକାନ୍ତ ନାୟକ/ନିରାକାର ପରିଡା):କେନ୍ଦୁଝର ଜିଲା ହାଟଡିହୀ ଶିକ୍ଷା ଜିଲାର ୫୭ ଜଣ ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ଶିକ୍ଷକଙ୍କୁ ପ୍ରଧାନଶିକ୍ଷକ ଭାବେ ନିଯୁକ୍ତି ପତ୍ର ପ୍ରଦାନ କରାଯାଇଛି l…

ଆନ୍ଦୋଳନକୁ ଓହ୍ଲାଇଲେ ଚାଷୀ: ୨୪ ଘଣ୍ଟାରେ ଦାବି ପୂରଣ ନ ହେଲେ…

ଝାରବନ୍ଧ,୨୪।୮(ଦେବେନ୍ଦ୍ର ସାହୁ): ଧାନ ବିକ୍ରି ପାଇଁ ଆଟ କିସମ ଜମି ପଞ୍ଜିକରଣ ହେଉ ନ ଥିବାରୁ ଚାଷୀ ଆନ୍ଦୋଳନକୁ ଓହ୍ଲାଇଛନ୍ତି l ଆଟ କିସମକୁ ପଞ୍ଜିକରଣ କରା…

ଶ୍ମଶାନରେ ଚାରାରୋପଣ: ପରିବେଶ ସୁରକ୍ଷା ପାଇଁ ଆଗେଇ ଆସିଲେ ଭାଜପା ଭୀଷ୍ମଗିରି ମଣ୍ଡଳ କମିଟି

ଦିଗପହଣ୍ଡି,୨୪।୮(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଳକ ଭୀଷ୍ମଗିରି ଗ୍ରାମ ଶ୍ମଶାନରେ ସୋମବାର ଭାଜପା ଭୀଷ୍ମଗିରି ମଣ୍ଡଳ କମିଟି ପକ୍ଷରୁ ଚାରାରୋପଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି।…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri