Categories: ଖେଳ

ଜୁନିୟର ବ୍ୟାଡ୍‌ମିଣ୍ଟନ ଓ୍ବାଲର୍‌ଡ ଚାମ୍ପିୟନଶିପ୍‌ ବାତିଲ

ନୂଆଦିଲ୍ଲୀ, ୨୩ା୧୦ (ପି.ଟି.): ନୂଆଦିଲ୍ଲୀରେ ଆସନ୍ତା ଜାନୁୟାରରେ ହେବାକୁଥିବା ଜୁନିୟର ଓ୍ବାଲର୍‌ଡ ବ୍ୟାଡ୍‌ମିଣ୍ଟନ ଚାମ୍ପିୟନଶିପ୍‌ ୨୦୨୦କୁ ଶେଷରେ ବାତିଲ କରିଦିଆଯାଇଛି। କୋଭିଡ୍‌-୧୯ ମହାମାରୀଜନନିତ କଟକଣା ଓ ଅନିଶ୍ଚିତତା ଯୋଗୁ ଗୁରୁବାର ଏହି ନିଷ୍ପତ୍ତି ନିଆଯାଇଥିବା ବ୍ୟାଡ୍‌ମିଣ୍ଟନ ଓ୍ବାଲର୍‌ଡ ଫେଡେରେଶନ (ବିଡବ୍ଲ୍ୟୁଏଫ୍‌) ସାଧାରଣ ସମ୍ପାଦକ ଥୋମାସ ଲଣ୍ଡ୍‌ ପ୍ରକାଶ କରିଛନ୍ତି। ଏହି ପ୍ରତିଯୋଗିତା ପ୍ରକୃତରେ ସେପ୍ଟେମ୍ବର-ଅକ୍ଟୋବରରେ ହେବାର କାର୍ଯ୍ୟକ୍ରମ ଥିଲା। ମାତ୍ର କରୋନା ଯୋଗୁ ଏହାକୁ ନ୍ୟୁଜିଲାଣ୍ଡରେ ୨୦୨୧ ଜାନୁୟାରୀରେ ଆୟୋଜନ ପାଇଁ ସ୍ଥିର ହୋଇଥିଲା।

Share