ଓ୍ବିକିଲିକ୍ସର ସହ-ପ୍ରତିଷ୍ଠାତା ଜୁଲିଆନ ଆସେଞ୍ଜଙ୍କୁ ୫୦ ସପ୍ତାହ ଜେଲ

ଲଣ୍ଡନ,୧।୫: ଓ୍ବିକିଲିକ୍ସର ସହ-ପ୍ରତିଷ୍ଠାତା ଜୁଲିଆନ ଆସେଞ୍ଜଙ୍କୁ ଲଣ୍ଡନର ଏକ କୋର୍ଟ ୫୦ ସପ୍ତାହ ଜେଲ ଦଣ୍ଡରେ ଦଣ୍ଡିତ କରିଛନ୍ତି । ୭ ବର୍ଷ ତଳେ ଅର୍ଥାତ ୨୦୧୨ରେ ଏକ ଜାମିନ ସର୍ତ୍ତାବଳୀକୁ ଉଲ୍ଲଙ୍ଘନ କରି ଇକ୍ୱେଡର ଦୂତାବାସରେ ପ୍ରବେଶ କରିବା ଅଭିଯୋଗରେ ଦୋଷୀ ସାବ୍ୟସ୍ତ ହେବା ପରେ ତାଙ୍କୁ ଏହି ଦଣ୍ଡ ପ୍ରଦାନ କରାଯାଇଛି। ଅପରପକ୍ଷରେ ଆସେଞ୍ଜ ମଧ୍ୟ ଏଥିପାଇଁ କ୍ଷମାପ୍ରାର୍ଥନା କରିଛନ୍ତି। ଗୁରୁବାର ତାଙ୍କ ପ୍ରତ୍ୟର୍ପଣ ମାମଲାର ଶୁଣାଣି ହେବ ବୋଲି ଜଣାପଡ଼ିଛି। ତାଙ୍କୁ ଆମେରିକା ଦୁର୍ନୀତି ଅଭିଯୋଗରେ ପଚରାଉଚରା କରିବାକୁ ଚାହୁଁଛି। ଗତ ମାସ ୧୧ତାରିଖରେ ତାଙ୍କୁ ବ୍ରିିଟିଶ ପୋଲିସ ଲଣ୍ଡନସ୍ଥିତ ଇକ୍ୱେଡର ଦୂତାବାସରୁ ଗିରଫ କରିଥିଲା। ୨୦୧୨ରୁ ସେ ଉକ୍ତ ଦୂତାବାସରେ ରହୁଥିଲେ। ତେବେ ଇକ୍ୱେଡର ତାଙ୍କୁ ଦେଇଥିବା ଆଶ୍ରୟ ପ୍ରତ୍ୟାହାର କରିବାରୁ ଓ୍ବିିକିଲିକ୍ସଙ୍କୁ ପୋଲିସ ଗିରଫ କରିଥିଲା। ଇକ୍ୱେଡରର ରାଷ୍ଟ୍ରପତି ଲେନିନ ମୋରେନୋ କହିଛନ୍ତି ଯେ, ଆସେଞ୍ଜ ବାରମ୍ବାର ଅନ୍ତର୍ଜାତୀୟ ନିୟମାବଳୀର ଉଲ୍ଲଙ୍ଘନ କରିବାରୁ ତାଙ୍କୁ ଦିଆଯାଇଥିବା କୂଟନୈତିକ ଆଶ୍ରୟ ପ୍ରତ୍ୟାହାର କରାଯାଇଛି। ପୂର୍ବରୁ ସ୍ବିଡେନରେ ତାଙ୍କ ବିରୋଧରେ ଯୌନ ନିର୍ଯାତନା ମାମଲାକୁ ନେଇ ଏକ ଓ୍ବାରେଣ୍ଟ ଜାରି କରାଯାଇଥିଲା। କିନ୍ତୁ ପରେ ଏହି ମାମଲା ପ୍ରତ୍ୟାହାର ହୋଇଥିଲା ।


Enter your email to get our daily news in your inbox.

All Right Reserved By Dharitri.Com

ବ୍ରିଟିଶ ସଂସଦ ଭବନରେ ଗୀତା ମହୋତ୍ସବ : ସୁଷମା ସ୍ବରାଜ ଭାଗ ନେବାକୁ ଚାହିଁଥିଲେ

ଲଣ୍ଡନ: ବ୍ରିଟିଶ ସଂସଦ ଭବନ ହାଉସ ଅଫ କମନ୍ସ ପରିସରରେ ତିନିଦିନ ବ୍ୟାପୀ ଗୀତା ମହୋତ୍ସବ ଆରମ୍ଭ କରାଯାଇଛି। ମରିସସ୍‌ ପରେ ଏହା ଦ୍ୱିତୀୟ ମହୋତ୍ସବ।...

ରୁଷିଆ ଉପରେ ୟୁଟ୍ୟୁବ୍‌ର ସର୍ଜିକାଲ ଷ୍ଟ୍ରାଇକ୍‌…

ମସ୍କୋ,୨୭।୨ : ରୁଷିଆ -ୟୁକ୍ରେନ ମଧ୍ୟରେ ଚାଲିଥିବା ମହାଯୁଦ୍ଧ ମଧ୍ୟରେ  ୟୁଟ୍ୟୁବ ପକ୍ଷରୁ ରୁଷିଆକୁ କଡ଼ ଝଟ୍‌କା ଲାଗିଛି। ସୋସିଆଲ ମିଡିଆ ପ୍ଲାଟଫର୍ମ ୟୁଟ୍ୟୁବ୍‌ ମଧ୍ୟ...

ଡିଏନ୍‌ଏ ଟେଷ୍ଟ କରି ପିତାଙ୍କୁ ଦଣ୍ଡ ଦେବାକୁ କହିଲେ ବଳାତ୍କାର ପରେ ଜନ୍ମ ନେଇଥିବା ଯୁବତୀ

ଓ୍ବାଶିଂଟନ,୬।୮: ବଳାତ୍କାର ପରେ ଜନ୍ମ ନେଇଥିବା ଜଣେ ସନ୍ତାନ ଏବେ ଡିଏନ୍‌ଏ ଟେଷ୍ଟ କରି ପିତାଙ୍କୁ ଦଣ୍ଡ ଦେବାକୁ ଚାହୁଁଛନ୍ତି। ସତରେ ଯଦି ଏକା କରାଯାଏ...

ନଭେମ୍ବର ୧୧ରେ ସୂର୍ଯ୍ୟରେ ଦେଖା ଯିବ କଳାଜାଇ

ଓ୍ବାଶିଂଟନ୍‌,୫।୧୧: ନଭେମ୍ବର ୧୧ରେ ଏକ ମହାଜାଗତିକ ଦୃଶ୍ୟ ଦେଖିବାକୁ ମିଳିବ। ଏହି ଦିନ ବୁଧ ଗ୍ରହ ସୂର୍ଯ୍ୟ ସମ୍ମୁଖରେ ନିଜ କକ୍ଷ ପଥରେ ଗତି କରିବ।...

ଆନ୍ଦୋଳନକୁ ସମର୍ଥନ କଲେ ରିହାନା-ଗ୍ରେଟା

ଓ୍ବାଶଂଟନ,୩।୨: କୃଷି ଆଇନକୁ ନେଇ ଭାରତରେ ଜାରି ରହିଥିବା ଚାଷୀ ସଂଗଠନଙ୍କ ଆନ୍ଦୋଳନକୁ ଏବେ ସେଲିବ୍ରିଟିଙ୍କ ସମର୍ଥନ ମିଳିବାରେ ଲାଗିଛି।  ଆମେରିକା ପପ୍‌ ଷ୍ଟାର ରିହାନା...

ଭାରତକୁ ଜି-୨୦ର ଅଧ୍ୟକ୍ଷତା ପ୍ରଦାନ କଲା ଇଣ୍ଡୋନେସିଆ…

ବାଲି/ନୂଆଦିଲ୍ଲୀ,୧୬।୧୧ : ବାଲି ଶିଖର ସମ୍ମିଳନୀର ସମାରୋହରେ ଇଣ୍ଡୋନେସିଆର ରାଷ୍ଟ୍ରପତି ଜୋକୋ ୱିଡୋଡୋ ଜି -୨୦ର ଅଧ୍ୟକ୍ଷତା ଭାରତକୁ ହସ୍ତାନ୍ତର କରିଛନ୍ତି। ସେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର...

୪ ରାଜ୍ୟ ଶେଷ ଭରସା

ଓ୍ବାଶିଂଟନ,୨ା୧୧: ଆମେରିକା ରାଷ୍ଟ୍ରପତି ନିର୍ବାଚନକୁ ଆଉ ଦୁଇଦିନ ବାକି ଥିବାବେଳେ ପ୍ରଚାର ଶେଷ ପର୍ଯ୍ୟାୟରେ ପହଞ୍ଚତ୍ଛି। ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ୍‌ଙ୍କ ବିଜୟ ସମ୍ଭାବନା ଥିବା ନେଇ...

ସିରିଞ୍ଜ୍‌ରେ ୧୦୦ ଯୁବତୀଙ୍କ ଉପରେ ଆକ୍ରମଣ…

ପ୍ୟାରିସ୍‌, ୭।୬ : ଫ୍ରାନ୍ସ୍‌ରେ ଜଣେ ୨୦ ବର୍ଷ ବୟସ୍କ ଯୁବକ ଏକ ଇଞ୍ଜେକଶନ ସିରିଞ୍ଜ୍‌ରେ ୧୦୦ ଜଣ ଯୁବତୀଙ୍କୁ ଆକ୍ରମଣ କରିଛନ୍ତି। ଦକ୍ଷିଣ ଫ୍ରାନ୍ସ୍‌ରେ...

Advertisement
Archives

Model This Week