ଏହି ଫିଲ୍ମରେ କାମ କରିବାକୁ ଡରୁଥିଲେ ଜୁହି, ପରେ ହୋଇଥିଲା ବ୍ଲକ୍‌ବଷ୍ଟର

ମୁମ୍ବାଇ: ବଲିଉଡ୍‌ର ଶ୍ରେଷ୍ଠ ଅଭିନେତ୍ରୀମାନଙ୍କ ମଧ୍ୟରୁ ଜୁହି ଚାଓ୍ବଲା ଅନ୍ୟତମ। ସେ ତାଙ୍କ ପିକ୍‌ କ୍ୟାରିୟରରେ ଅନେକ ଫିଲ୍ମ ଦର୍ଶକଙ୍କୁ ଭେଟି ଦେଇଥିଲେ। ଜାଣି ଆଶ୍ଚର୍ଯ୍ୟ ହେବେ ଯେ, ସେ ୯୦ ଦଶକର ଏକ ବ୍ଲକବଷ୍ଟର ଫିଲ୍ମରେ ‘ରାଧା’ ଭୂମିକାରେ ଅଭିନୟ କରିବାକୁ ଚାହୁଁ ନ ଥିଲେ। କାରଣ ସେ ଏହି ନାମରେ ବହୁତ ଡରି ଯାଇଥିଲେ ।

ଜୁହି ବର୍ତ୍ତମାନ ଖୁବ୍‌ କମ୍‌ କାମ କରୁଛନ୍ତି। କିନ୍ତୁ ଏକ ସମୟ ଥିଲା ତାଙ୍କ ନାମ ବିଷୟରେ ବହୁତ ଚର୍ଚ୍ଚା ହେଉଥିଲା। ଜୁହି ୧୯୮୬ରେ ଫିଲ୍ମ ‘ସୁଲତାନ’ ସହିତ ତାଙ୍କ କ୍ୟାରିୟର ଆରମ୍ଭ କରିଥିଲେ। ଜୁହି ତାଙ୍କର ୩୭ ବର୍ଷ କ୍ୟାରିୟର ପୂରଣ କରିଛନ୍ତି। ୧୯୯୭ରେ ବ୍ୟବସାୟୀ ଜୟ ମେହେଟ୍ଟାଙ୍କୁ ବିବାହ କରି ବଲିଉଡ୍‌ରୁ ନିଜକୁ ଦୂରେଇ ରଖିଥିଲେ।

ଫିଲ୍ମ ‘ସୁଲତାନ’ ତାଙ୍କର ପ୍ରଥମ ବ୍ୟବସାୟିକ ସଫଳତା ହାସଲ କରିଥିଲା। ତେବେ ଜୁହିଙ୍କ ଅଭିନୀତ ଫିଲ୍ମ ‘ପ୍ରେମଲୋକ (୧୯୮୭)। ସେ ବର୍ଷର ଲକ୍ସ ନ୍ୟୁ ଫେସ ପାଇଁ ଫିଲ୍ମଫେୟାର ପୁରସ୍କାର ଜିତିଥିଲେ। ‘କୟାମତ୍‌ ସେ କୟାମତ୍‌ ତକ୍‌’‘ଅମର ପ୍ରେମ’ (୧୯୮୯), ‘ବିକି ଦାଦା’ (୧୯୮୯), ‘ଲଭ୍‌ ଲଭ୍‌ ଲଭ୍‌’ରେ ବ୍ୟବସାୟିକ ସଫଳତା ହାସଲ କରିଥିଲେ। ୧୯୯୦ରେ ‘ପ୍ରତିବନ୍ଧ”, ‘ସ୍ବର୍ଗ’ ଆସିଥିଲା। ସେହିପରି ‘ବେନାମ ବାଦଶାହ (୧୯୯୧) ଏବଂ ‘ରାଜୁ ବନ୍‌ ଗୟା ଜେଣ୍ଟିଲମ୍ୟାନ୍‌’(୧୯୯୨) ଫିଲ୍ମ ଭେଟି ଦେଇଥିଲେ।

୧୯୯୨ରେ ଜୁହିଙ୍କ ଆଉ ଏକ ଫିଲ୍ମ ‘ବୋଲ୍‌ ରାଧା ବୋଲ୍‌’ ମୁକ୍ତିଲାଭ କରିଥିଲା। ଏହି ଫିଲ୍ମରେ ଋଷି କପୁରଙ୍କ ବିପକ୍ଷରେ ନଜର ଆସିଥିଲେ। ଏହି ଫିଲ୍ମରେ ଉଭୟଙ୍କ କେମିଷ୍ଟ୍ରିକୁ ଦର୍ଶକ ପସନ୍ଦ କରିଥିଲେ। ଏହା ସହିତ ଲୋକମାନେ ଫିଲ୍ମର ଗୀତଗୁଡ଼ିକୁ ବହୁତ ପସନ୍ଦ କରିଥିଲେ।

ଫିଲ୍ମ ‘ବୋଲ୍‌ ରାଧା ବୋଲ୍‌’ ର ନିର୍ଦ୍ଦେଶନା ଦେଇଥିଲେ ଡେଭିଡ ଧାଓ୍ବନ। ଏହା ଏକ ରୋମାଣ୍ଟିକ, ଅପରାଧ, ଆକ୍ସନ ଫିଲ୍ମ ଯାହା ପ୍ରେକ୍ଷାଳୟରେ ମୁକ୍ତିଲାଭ କରିବା ମାତ୍ରେ ବକ୍ସ ଅଫିସରେ ହିଟ୍‌ ହୋଇଥିଲା। କିନ୍ତୁ ଖୁବ୍‌ କମ୍‌ ଲୋକ ଜାଣନ୍ତି ଯେ, ଏହି ଫିଲ୍ମରେ ଜୁହି ଏବଂ ଋଷିଙ୍କୁ ଦର୍ଶକେ ବହୁତ ପସନ୍ଦ କରିଥିଲେ। ବାସ୍ତବରେ୍‌ ଜୁହି ସେହି ଫିଲ୍ମ କରିବାକୁ ବହୁତ ଡରୁଥିଲେ। କିନ୍ତୁ ପରେ ଏହି ଫିଲ୍ମ ବ୍ଲକବଷ୍ଟର ହୋଇଥିଲା। ଏହି ଫିଲ୍ମ ୮ କୋଟି ଟଙ୍କା ରୋଜଗାର କରିଥିଲା। ଯାହାକି ସେତେବେଳେ ସର୍ବାଧିକ ଆୟ କରିଥିବା ଫିଲ୍ମ।


Enter your email to get our daily news in your inbox.

All Right Reserved By Dharitri.Com

ଆନ୍ଦୋଳନକାରୀ ଛାତ୍ରୀଙ୍କୁ ଚାପୁଡ଼ା ମାରିଥିବା ପୋଲିସ ଅଫିସରଙ୍କ ବଦଳି

ନୂଆଦିଲ୍ଲୀ,୨୭ା୭:ଗତ ୨୦ ତାରିଖରେ ସିଜେପିର ‘ଚଲୋ ସଂସଦ’ ଅଭିଯାନ ବେଳେ ଆନ୍ଦୋଳନରତ ଜଣେ ଛାତ୍ରୀଙ୍କୁ ଚାପୁଡ଼ା ମାରିଥିବା ଦିଲ୍ଲୀର ଜଣେ ବରିଷ୍ଠ ପୋଲିସ ଅଫିସରଙ୍କୁ ଯନ୍ତରମନ୍ତର ବିକ୍ଷୋଭ…

ପ୍ରହ୍ଲାଦ ନାଟକ ନୃତ୍ୟଗୁରୁ ପଦ୍ମଶ୍ରୀ ସୀମାଞ୍ଚଳଙ୍କୁ ଭେଟିଲେ ବିଧାୟକ: ସ୍ବାସ୍ଥ୍ୟାବସ୍ଥା ପଚାରିବୁଝିବା ସହ..

ଦିଗପହଣ୍ଡି,୨୭।୭(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ବମୋକେଇ ଗ୍ରାମ ବଡ଼ସାହିର ପୌରାଣିକ ପ୍ରହ୍ଲାଦ ନାଟକର ହିରଣ୍ୟକଶ୍ୟପ ରଜା ଭୂମିକାରେ ଅଭିନୟ କରୁଥିବା ନିର୍ଦ୍ଦେଶକ ତଥା…

କାଗଜ ପତ୍ର ନ ଥାଇ ଚାଲୁଥିଲା ବସ୍‌: ଧରିଲା ପରିବହନ ବିଭାଗ, ଏତିକି ଟଙ୍କା ଜୋରିମନା

ଛତ୍ରପୁର,୨୭।୭(ଦିଲ୍ଲୀପ ସାମଲ/ଦ୍ୱାରିକା ପଟ୍ଟନାୟକ): କୌଣସି ସଠିକ କାଗଜ ପତ୍ର ନଥାଇ ଗାଡି ଚଳାଇବା ଏକ ବସକୁ ପଡିଛି ମହଙ୍ଗା। ଗଞ୍ଜାମ ଜିଲା ପରିବହନ ବିଭାଗ ପକ୍ଷରୁ ଯାଞ୍ଚ…

ନଇଁଲେ ସମ୍ରାଟ ସରକାର: ଛାତ୍ରଙ୍କ ବିରୋଧରେ ହୋଇଥିବା ମାମଲା ପ୍ରତ୍ୟାହାର

ପାଟନା,୨୭।୭: NEET ପେପର୍‌ ଲିକ ନେଇ ହୋଇଥିବା ପ୍ରତିବାଦ ପରେ ବିହାର ସରକାର ସମସ୍ତ ସମ୍ପର୍କିତ ମାମଲା ପ୍ରତ୍ୟାହାର କରିବାକୁ ଏକ ନିର୍ଦ୍ଦେଶ ଜାରି କରିଛନ୍ତି। ସୋମବାର…

CJP ଅଲ୍ଟିମେଟମ୍‌ରେ ସରକାର ଛାନିଆ: ନେଲେ ବଡ଼ ଆକ୍ସନ

ନୂଆଦିଲ୍ଲୀ,୨୭।୭: ନିଟ୍‌ ପ୍ରତିବାଦକାରୀଙ୍କ ବିରୋଧରେ ପୋଲିସ କାର୍ଯ୍ୟାନୁଷ୍ଠାନ ସମ୍ପର୍କରେ କକ୍ରୋଚ ଜନତା ପାର୍ଟି (CJP) ଦ୍ୱାରା ଦାଖଲ କରାଯାଇଥିବା ଅଭିଯୋଗର ସରକାର ବିଚାର କରିଛନ୍ତି। ସରକାର ସେହି…

ସରକାରୀ ଛୁଟି ନଥାଇ ସ୍କୁଲରେ ତାଲା, ଘରକୁ ଫେରିଆସିଲେ ପିଲା

ଲାଞ୍ଜିଗଡ଼,୨୭।୭(ରମେଶ ଚନ୍ଦ୍ର ନାୟକ): କଳାହାଣ୍ଡି ଜିଲା ଲାଞ୍ଜିଗଡ ବ୍ଲକ ଆଦିବାସୀ ଅଧ୍ୟୁଷିତ ଦୁର୍ଗମ ଲାଖବାହାଲି ପଞ୍ଚାୟତ ଅନ୍ତର୍ଗତ କମଲେଇ ଗାଁରେ ଅଜବ ଘଟଣା ଦେଖିବାକୁ ମିଳିଛି ।…

ଏସିଏଫ ସୋମ୍ୟରଞ୍ଜନ ମୃତ୍ୟୁ ମାମଲା; ଜାମିନ ଆବେଦନ ଖାରଜ ପରେ ଜେଲ୍ ଗଲେ ପୂର୍ବତନ DFO

ପାରଳାଖେମୁଣ୍ଡି,୨୭।୭(ଗିରିଧାରୀ ପରିଛା) : ବହୁଚର୍ଚ୍ଚିତ ଏସିଏଫ୍ ସୋମ୍ୟରଞ୍ଜନ ମହାପାତ୍ର ମୃତ୍ୟୁ ମାମଲାରେ ଆଇନର ଫାଶରେ ଛନ୍ଦି ହୋଇଛନ୍ତି ତତ୍କାଳୀନ ଗଜପତି ଡିଏଫ୍ଓ ସଂଗ୍ରାମ କେଶରୀ ବେହେରା। ସୋମବାର…

ମାଗଣା ଅଟୋ ଆମ୍ବୁଲାନ୍ସ ସେବା ଯୋଗାଇଦେଲେ ବିଧାୟକ ସିଦ୍ଧାନ୍ତ ମହାପାତ୍ର:ଗର୍ଭବତୀ-ପ୍ରସୂତି ପାଇବେ ସୁବିଧା

ଦିଗପହଣ୍ଡି,୨୭।୭(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ କୈଠଖଣ୍ଡି ପଞ୍ଚାୟତ କାର୍ଯ୍ୟାଳୟରେ ଗଞ୍ଜାମ ଜିଲା ସ୍ବାସ୍ଥ୍ୟ ବିଭାଗ ଓ ଜିଲା ପ୍ରଶାସନର ମିଳିତ ଆନୁକୂଲ୍ୟରେ ‘ନିରୀକ୍ଷଣ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri