‘ନ୍ୟାୟପାଳିକାର ଚାପ କମାଇବ ମଧ୍ୟସ୍ଥତା କେନ୍ଦ୍ର’

କଟକ ଅଫିସ,୨୧ା୧୧: ବିଭିନ୍ନ ମାମଲା ମଧ୍ୟସ୍ଥତା କେନ୍ଦ୍ରକୁ ଗଲେ ନ୍ୟାୟପାଳିକା ଉପରୁ ଚାପ କମିପାରିବ। ସେହିପରି ଓଡ଼ିଶାରେ ମାମଲା ରୁଜୁ କରୁଥିବା ପକ୍ଷମାନେ ମାମଲାକୁ ଅଧିକ ଦିନ ଧରି ଗଡ଼ାଇ ଚାଲିବା ଅପେକ୍ଷା ଆପୋସ ସମାଧାନ ପାଇଁ ଅଧିକ ଶ୍ରେୟ ମଣିବେ। କେଉଁ ମାମଲା ମଧ୍ୟସ୍ଥତା କେନ୍ଦ୍ରକୁ ଯିବ, ତାହା ବିଚାରପତିମାନେ ଠିକ୍‌ ଭାବେ ନିଷ୍ପତ୍ତି ନେଇପାରିବେ ବୋଲି ଆଇନ ସେବା ଭବନ ପରିସରରେ ମଧ୍ୟସ୍ଥତା କେନ୍ଦ୍ରକୁ ଉଦ୍‌ଘାଟନ କରି ସୁପ୍ରିମକୋର୍ଟ ବିଚାରପତି ଏ.ଏମ୍‌. ଖାନୱିଲକର ମତବ୍ୟକ୍ତ କରିଛନ୍ତି। ସେ ଆହୁରି କହିଛନ୍ତି, ମଧ୍ୟସ୍ଥତା କିଛି ନୂଆ ବ୍ୟବସ୍ଥା ନୁହେଁ। ଯୁଗ ଯୁଗ ଧରି ଏହି ବ୍ୟବସ୍ଥାରେ ନ୍ୟାୟ ପ୍ରଦାନ କରାଯାଉଛି। ବୈଦିକ ଯୁଗରେ ମଧ୍ୟସ୍ଥତା ମାଧ୍ୟମରେ ନ୍ୟାୟ ପ୍ରଦାନ କରାଯାଉଥିଲା। ବାଲେଶ୍ୱର ଓ କଟକରେ ୧୯୫୫ ମସିହାରୁ ମାମଲା ବିଚାରାଧୀନ ହୋଇରହିଛି। ମଧ୍ୟସ୍ଥତା କେନ୍ଦ୍ର ଠିକ୍‌ଭାବେ କାର୍ଯ୍ୟ କଲେ ଏଭଳି ଚିତ୍ରରେ ପରିବର୍ତ୍ତନ ଆସିପାରିବ। ମଧ୍ୟସ୍ଥତା କେନ୍ଦ୍ର କେବଳ ହାଇକୋର୍ଟ ସ୍ତରରେ କରିଦେଲେ ହେବନାହିଁ, ତାଲୁକ ସ୍ତରରେ ମଧ୍ୟ ଏହା ଖୋଲାଯାଇ ଆପୋସ ସମାଧାନ ଉଦ୍ୟମ ହେବା ଆବଶ୍ୟକ। ଓଡ଼ିିଶାକୁ ଆସିବା ପାଇଁ ତାଙ୍କର ସ୍ବପ୍ନ ରହିଥାଏ। ଏଠାକୁ ଆସି ବିଭିନ୍ନ ମନ୍ଦିର ବୁଲି ଦେଖିବା ସହ କଳା, ସୌନ୍ଦର୍ଯ୍ୟକୁ ଉପଭୋଗ କରିଛି। ଏହା ତାଙ୍କର ପଞ୍ଚମ ଓଡ଼ିଶା ଗସ୍ତ ବୋଲି ଜଷ୍ଟିସ ଖାନୱିଲକର ମତପ୍ରକାଶ କରିଥିଲେ।
ସିଡିଏ ସେକ୍ଟର-୧ସ୍ଥିତ ଆଇନ ସେବା ଭବନ ପରିସରରେ ମଧ୍ୟସ୍ଥତା କେନ୍ଦ୍ରକୁ ସୁପ୍ରିମକୋର୍ଟ ବିଚାରପତି ଖାନୱିଲକର ଓ ଜଷ୍ଟିସ ଏ. ଏସ୍‌. ବୋପାନ୍ନା ଉଦ୍‌ଘାଟନ କରିଥିଲେ। ପରେ ଓଡ଼ିଶା ଜୁଡିସିଆଲ ଏକାଡେମୀରେ ମଧ୍ୟସ୍ଥତା କେନ୍ଦ୍ରର ଉଦ୍‌ଘାଟନୀ ସମାରୋହ ଓ ୪୦ ଘଣ୍ଟିଆ ମଧ୍ୟସ୍ଥତା ଟ୍ରେନିଂ କର୍ମଶାଳା ଆୟୋଜିତ ହୋଇଥିଲା। ଏଥିରେ ହାଇକୋର୍ଟ ମୁଖ୍ୟ ବିଚାରପତି ଏସ୍‌. ମୁରଲୀଧର ଯୋଗଦେଇ କହିଥିଲେ, ଓଡ଼ିଶା ହାଇକୋର୍ଟରେ ପ୍ରଥମଥର ପାଇଁ ଦୁଇଟି ସ୍ଥାୟୀ ଲୋକ ଅଦାଲତ ବେଞ୍ଚ୍‌ ଗଠିତ ହୋଇଛି। ଓଡ଼ିଶାର ଜନସାଧାରଣଙ୍କୁ ଏହା ସହଜରେ ନ୍ୟାୟ ପ୍ରଦାନରେ ସହାୟକ ହୋଇପାରିବ। ସେହିପରି ସମ୍ମାନିତ ଅତିଥିଭା ଜଷ୍ଟିସ ବୋପାନ୍ନା ଏହି କର୍ମଶାଳାରେ ଉପସ୍ଥିତ ଟ୍ରେନର ଓ ଟ୍ରେନିଂ ଆଇନଜୀବୀଙ୍କ ଉଦ୍ଦେଶ୍ୟରେ କହିଥିଲେ, ମଧ୍ୟସ୍ଥତା ମାମଲାର ସଂଖ୍ୟା କମାଇବାରେ ସହାୟକ ହେବା ସହ ଉଭୟ ପକ୍ଷଙ୍କୁ ନ୍ୟାୟ ପାଇବାରେ ସାହାଯ୍ୟ କରିବ। ଏହି କର୍ମଶାଳାରେ ଆଡ୍‌ଭୋକେଟ ଜେନେରାଲ ଅଶୋକ ପରିଜା, ହାଇକୋର୍ଟ ବାର୍‌ ଆସୋସିଏଶନ ସଭାପତି ଜଗବନ୍ଧୁ ସାହୁ, ସମ୍ପାଦକ ଜେ.କେ. ଲେଙ୍କା, କଟକ ଜିଲାପାଳ ଭବାନୀ ଶଙ୍କର ଚୟନୀ, ସିଏମ୍‌ସି କମିଶନର ଅନନ୍ୟା ଦାସଙ୍କ ସମେତ ହାଇକୋର୍ଟର ସମସ୍ତ ବିଚାରପତି ବହୁ ବରିଷ୍ଠ ଆଇନଜୀବୀ ଉପସ୍ଥିତ ଥିଲେ। ହାଇକୋର୍ଟ ବିଚାରପତି ଚିତ୍ତରଞ୍ଜନ ଦାଶ ଧନ୍ୟବାଦ ଦେଇଥିଲେ।
ସୂଚନାଯୋଗ୍ୟ, ଓଡ଼ିଶା ରାଜ୍ୟ ଆଇନ ସେବା ପ୍ରାଧିକରଣର ନିଜସ୍ବ ବିଲ୍ଡିଂ ହେଉଛି ଆଇନ ସେବା ଭବନ। ଗତ ସେପ୍ଟେମ୍ବର ୨୫ରେ ସୁପ୍ରିମକୋର୍ଟ ପ୍ରଧାନ ବିଚାରପତି ଏନ୍‌.ଭି. ରମନା ଏହାକୁ ଲୋକାର୍ପିତ କରିଥିଲେ। ଆଇନ ସେବାରୁ ବଞ୍ଚିତ ଜନସାଧାରଣଙ୍କୁ ଏହି ଭବନ ମାଗଣାରେ ଆଇନ ସେବା ଯୋଗାଇଆସୁଛି।


Enter your email to get our daily news in your inbox.

All Right Reserved By Dharitri.Com

ନଦୀ ପାର ହେବା ବେଳେ ପୁଅ ଆଗରେ ଭାସିଗଲେ ବାପା, କାଠ ସଂଗ୍ରହ କରିବାକୁ ଯାଉଥିଲେ

ତୁମୁଡିବନ୍ଧ,୨୮ା୯(ଦୀପକ କୁମାର ପରାସେଠ): ପରିବାର ପାଇଁ ଦୁଇ ପଇସା ରୋଜଗାର କରିବା ଆଶାରେ ଜଙ୍ଗଲକୁ କାଠକୋଇଲା ସଂଗ୍ରହ କରିବାକୁ ଯାଉଥିଲେ ବାପା ପୁଅ । ହେଲେ ଜଙ୍ଗଲରେ…

ମହାନଦୀ ଜଳ ବିବାଦକୁ ନେଇ AG ପୀତାମ୍ବର ଆଚାର୍ଯ୍ୟଙ୍କ ବଡ଼ ସୂଚନା, କହିଲେ…

ଭୁବନେଶ୍ୱର,୨୮।୯: ମହାନଦୀ ଜଳ ବିବାଦ ସମାଧାନକୁ ନେଇ AG ପୀତାମ୍ବର ଆଚାର୍ଯ୍ୟ ସୋମବାର ଏକ ବଡ଼ ସୂଚନା ଦେଇଛନ୍ତି। ମହାନଦୀ ଜଳ ବିବାଦ ସମାଧାନ ନେଇ ଏକ…

‘ଜ୍ଞାନୁଙ୍କୁ ଯିବାକୁ ହିଁ ପଡ଼ିବ…’, ଆନ୍ଦୋଳନକୁ ନେଇ ଦୀପ୍‌କେଙ୍କ ବଡ଼ ଘୋଷଣା: ଦିଲ୍ଲୀରେ ନୁହେଁ ଏଥର ଏଇଠି…

ନୂଆଦିଲ୍ଲୀ,୨୮।୯: କକରୋଚ ଜନତା ପାର୍ଟି (CJP)ର ପ୍ରତିଷ୍ଠାତା ଅଭିଜିତ ଦୀପ୍‌କେ ମୁଖ୍ୟ ନିର୍ବାଚନ କମିଶନର ଜ୍ଞାନେଶ କୁମାରଙ୍କ ଇସ୍ତଫା ଦାବିରେ ଅକ୍ଟୋବର ୨ରେ ଆନ୍ଦୋଳନ କରିବାକୁ ଘୋଷଣା…

RCBକୁ ବଡ଼ ଝଟକା: ଦୁନିଆରୁ ବିଦାୟ ନେଲେ ଏହି କିମ୍ବଦନ୍ତ୍ରୀ

ବେଙ୍ଗାଲୁରୁ,୨୮।୯: ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ (RCB) ପରିବାରକୁ ବଡ଼ ଝଟକା। ଦଳର ମ୍ୟାଚ ଦିନର ପରିବେଶକୁ ନିଜ ଢୋଲର ତାଳରେ ଉତ୍ସାହିତ କରୁଥିବା ପ୍ରସିଦ୍ଧ ଡ୍ରମର୍‌ ଦେବାଙ୍କ…

ସିଂହ ରାଶିକୁ ଯିବେ ବୃହସ୍ପତି: ଆଉ ୪ ଦିନ ପରେ ଏହି ରାଶିଙ୍କ ଭାଗ୍ୟ ନେବ ନୂଆ ମୋଡ଼, ଲାଗିବ ଲଟେରୀ, ଚାକିରିରେ ପଦୋନ୍ନତି

ଜ୍ୟୋତିଷ ଶାସ୍ତ୍ର ଅନୁସାରେ, ଗୁରୁ ଗ୍ରହ ୩୧ ଅକ୍ଟୋବର ୨୦୨୬, ଶନିବାର ଦ୍ୱିପ୍ରହର ୧୨ଟା ୫୦ ମିନିଟରେ କର୍କଟ ରାଶିରୁ ସିଂହ ରାଶିକୁ ପ୍ରବେଶ କରିବେ। ଗୁରୁଙ୍କ…

ଚାକିରି ଦେବା ବାହାନାରେ ଯୁବତୀଙ୍କୁ ବଳାତ୍କାର କଲେ ଲୋକୋ ପାଇଲଟ୍‌, ଷ୍ଟେଶନରୁ ଘରକୁ ନେଇ…

ପାଟନା,୨୮ା୯: କଟିହାରରେ ଚାକିରି ଦେବାର ପ୍ରଲୋଭନ ଦେଇ ୨୨ ବର୍ଷୀୟା ଯୁବତୀଙ୍କୁ ବଳାତ୍କାର କରାଯାଇଥିବା ଅଭିଯୋଗ ଆସିଛି । ଏହି ମାମଲାରେ ଜଣେ ରେଳବାଇ ଲୋକୋ ପାଇଲଟ୍‌ଙ୍କ…

୩ ଘଣ୍ଟା କାନ୍ଦିଲେ ପରିଣୀତି: ପଛରେ ରହିଛି ଏମିତି କାରଣ

ମୁମ୍ବାଇ: ବଲିଉଡ ଅଭିନେତ୍ରୀ ପରିଣୀତି ଚୋପ୍ରା ମା’ ହେବା ପରେ ପୁଣିଥରେ କାମକୁ ଫେରିଛନ୍ତି। ତେବେ ପୁଅ ନୀରଙ୍କୁ ଘରେ ଛାଡ଼ି କାମ ପାଇଁ ବାହାରକୁ ଯିବା…

NDA ସହ ଯିବା ଚର୍ଚ୍ଚା ମଧ୍ୟରେ ବଡ଼ ଘୋଷଣା କଲେ ଶରଦ ପାୱାର: ରାଜନୀତିରେ ଚହଳ

ନୂଆଦିଲ୍ଲୀ,୨୮।୯: ଗତ କିଛି ମାସ ଧରି ରାଜନୈତିକ ମହଲରେ ଚର୍ଚ୍ଚା ଚାଲିଥିଲା ଯେ, ଶରଦ ପାୱାର ବିଜେପି ନେତୃତ୍ୱାଧୀନ ରାଷ୍ଟ୍ରୀୟ ଗଣତାନ୍ତ୍ରିକ ମେଣ୍ଟ (NDA) ସହ ଯାଇପାରନ୍ତି।…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?