‘ନ୍ୟାୟପାଳିକାର ଚାପ କମାଇବ ମଧ୍ୟସ୍ଥତା କେନ୍ଦ୍ର’

କଟକ ଅଫିସ,୨୧ା୧୧: ବିଭିନ୍ନ ମାମଲା ମଧ୍ୟସ୍ଥତା କେନ୍ଦ୍ରକୁ ଗଲେ ନ୍ୟାୟପାଳିକା ଉପରୁ ଚାପ କମିପାରିବ। ସେହିପରି ଓଡ଼ିଶାରେ ମାମଲା ରୁଜୁ କରୁଥିବା ପକ୍ଷମାନେ ମାମଲାକୁ ଅଧିକ ଦିନ ଧରି ଗଡ଼ାଇ ଚାଲିବା ଅପେକ୍ଷା ଆପୋସ ସମାଧାନ ପାଇଁ ଅଧିକ ଶ୍ରେୟ ମଣିବେ। କେଉଁ ମାମଲା ମଧ୍ୟସ୍ଥତା କେନ୍ଦ୍ରକୁ ଯିବ, ତାହା ବିଚାରପତିମାନେ ଠିକ୍‌ ଭାବେ ନିଷ୍ପତ୍ତି ନେଇପାରିବେ ବୋଲି ଆଇନ ସେବା ଭବନ ପରିସରରେ ମଧ୍ୟସ୍ଥତା କେନ୍ଦ୍ରକୁ ଉଦ୍‌ଘାଟନ କରି ସୁପ୍ରିମକୋର୍ଟ ବିଚାରପତି ଏ.ଏମ୍‌. ଖାନୱିଲକର ମତବ୍ୟକ୍ତ କରିଛନ୍ତି। ସେ ଆହୁରି କହିଛନ୍ତି, ମଧ୍ୟସ୍ଥତା କିଛି ନୂଆ ବ୍ୟବସ୍ଥା ନୁହେଁ। ଯୁଗ ଯୁଗ ଧରି ଏହି ବ୍ୟବସ୍ଥାରେ ନ୍ୟାୟ ପ୍ରଦାନ କରାଯାଉଛି। ବୈଦିକ ଯୁଗରେ ମଧ୍ୟସ୍ଥତା ମାଧ୍ୟମରେ ନ୍ୟାୟ ପ୍ରଦାନ କରାଯାଉଥିଲା। ବାଲେଶ୍ୱର ଓ କଟକରେ ୧୯୫୫ ମସିହାରୁ ମାମଲା ବିଚାରାଧୀନ ହୋଇରହିଛି। ମଧ୍ୟସ୍ଥତା କେନ୍ଦ୍ର ଠିକ୍‌ଭାବେ କାର୍ଯ୍ୟ କଲେ ଏଭଳି ଚିତ୍ରରେ ପରିବର୍ତ୍ତନ ଆସିପାରିବ। ମଧ୍ୟସ୍ଥତା କେନ୍ଦ୍ର କେବଳ ହାଇକୋର୍ଟ ସ୍ତରରେ କରିଦେଲେ ହେବନାହିଁ, ତାଲୁକ ସ୍ତରରେ ମଧ୍ୟ ଏହା ଖୋଲାଯାଇ ଆପୋସ ସମାଧାନ ଉଦ୍ୟମ ହେବା ଆବଶ୍ୟକ। ଓଡ଼ିିଶାକୁ ଆସିବା ପାଇଁ ତାଙ୍କର ସ୍ବପ୍ନ ରହିଥାଏ। ଏଠାକୁ ଆସି ବିଭିନ୍ନ ମନ୍ଦିର ବୁଲି ଦେଖିବା ସହ କଳା, ସୌନ୍ଦର୍ଯ୍ୟକୁ ଉପଭୋଗ କରିଛି। ଏହା ତାଙ୍କର ପଞ୍ଚମ ଓଡ଼ିଶା ଗସ୍ତ ବୋଲି ଜଷ୍ଟିସ ଖାନୱିଲକର ମତପ୍ରକାଶ କରିଥିଲେ।
ସିଡିଏ ସେକ୍ଟର-୧ସ୍ଥିତ ଆଇନ ସେବା ଭବନ ପରିସରରେ ମଧ୍ୟସ୍ଥତା କେନ୍ଦ୍ରକୁ ସୁପ୍ରିମକୋର୍ଟ ବିଚାରପତି ଖାନୱିଲକର ଓ ଜଷ୍ଟିସ ଏ. ଏସ୍‌. ବୋପାନ୍ନା ଉଦ୍‌ଘାଟନ କରିଥିଲେ। ପରେ ଓଡ଼ିଶା ଜୁଡିସିଆଲ ଏକାଡେମୀରେ ମଧ୍ୟସ୍ଥତା କେନ୍ଦ୍ରର ଉଦ୍‌ଘାଟନୀ ସମାରୋହ ଓ ୪୦ ଘଣ୍ଟିଆ ମଧ୍ୟସ୍ଥତା ଟ୍ରେନିଂ କର୍ମଶାଳା ଆୟୋଜିତ ହୋଇଥିଲା। ଏଥିରେ ହାଇକୋର୍ଟ ମୁଖ୍ୟ ବିଚାରପତି ଏସ୍‌. ମୁରଲୀଧର ଯୋଗଦେଇ କହିଥିଲେ, ଓଡ଼ିଶା ହାଇକୋର୍ଟରେ ପ୍ରଥମଥର ପାଇଁ ଦୁଇଟି ସ୍ଥାୟୀ ଲୋକ ଅଦାଲତ ବେଞ୍ଚ୍‌ ଗଠିତ ହୋଇଛି। ଓଡ଼ିଶାର ଜନସାଧାରଣଙ୍କୁ ଏହା ସହଜରେ ନ୍ୟାୟ ପ୍ରଦାନରେ ସହାୟକ ହୋଇପାରିବ। ସେହିପରି ସମ୍ମାନିତ ଅତିଥିଭା ଜଷ୍ଟିସ ବୋପାନ୍ନା ଏହି କର୍ମଶାଳାରେ ଉପସ୍ଥିତ ଟ୍ରେନର ଓ ଟ୍ରେନିଂ ଆଇନଜୀବୀଙ୍କ ଉଦ୍ଦେଶ୍ୟରେ କହିଥିଲେ, ମଧ୍ୟସ୍ଥତା ମାମଲାର ସଂଖ୍ୟା କମାଇବାରେ ସହାୟକ ହେବା ସହ ଉଭୟ ପକ୍ଷଙ୍କୁ ନ୍ୟାୟ ପାଇବାରେ ସାହାଯ୍ୟ କରିବ। ଏହି କର୍ମଶାଳାରେ ଆଡ୍‌ଭୋକେଟ ଜେନେରାଲ ଅଶୋକ ପରିଜା, ହାଇକୋର୍ଟ ବାର୍‌ ଆସୋସିଏଶନ ସଭାପତି ଜଗବନ୍ଧୁ ସାହୁ, ସମ୍ପାଦକ ଜେ.କେ. ଲେଙ୍କା, କଟକ ଜିଲାପାଳ ଭବାନୀ ଶଙ୍କର ଚୟନୀ, ସିଏମ୍‌ସି କମିଶନର ଅନନ୍ୟା ଦାସଙ୍କ ସମେତ ହାଇକୋର୍ଟର ସମସ୍ତ ବିଚାରପତି ବହୁ ବରିଷ୍ଠ ଆଇନଜୀବୀ ଉପସ୍ଥିତ ଥିଲେ। ହାଇକୋର୍ଟ ବିଚାରପତି ଚିତ୍ତରଞ୍ଜନ ଦାଶ ଧନ୍ୟବାଦ ଦେଇଥିଲେ।
ସୂଚନାଯୋଗ୍ୟ, ଓଡ଼ିଶା ରାଜ୍ୟ ଆଇନ ସେବା ପ୍ରାଧିକରଣର ନିଜସ୍ବ ବିଲ୍ଡିଂ ହେଉଛି ଆଇନ ସେବା ଭବନ। ଗତ ସେପ୍ଟେମ୍ବର ୨୫ରେ ସୁପ୍ରିମକୋର୍ଟ ପ୍ରଧାନ ବିଚାରପତି ଏନ୍‌.ଭି. ରମନା ଏହାକୁ ଲୋକାର୍ପିତ କରିଥିଲେ। ଆଇନ ସେବାରୁ ବଞ୍ଚିତ ଜନସାଧାରଣଙ୍କୁ ଏହି ଭବନ ମାଗଣାରେ ଆଇନ ସେବା ଯୋଗାଇଆସୁଛି।


Enter your email to get our daily news in your inbox.

All Right Reserved By Dharitri.Com

ପୁଣି ଟ୍ରେନ୍‌ ଟିକେଟ ବୁକିଂ ନିୟମ ବଦଳାଇଲା IRCTC, ଯାତ୍ରା କରିବାକୁ ଥିଲେ ଜାଣି ନିଅନ୍ତୁ…

ନୂଆଦିଲ୍ଲୀ,୩୦।୧୨: ଭାରତୀୟ ରେଳବାଇ ଆଧାର-ଯାଞ୍ଚ ହୋଇଥିବା IRCTC ଆକାଉଣ୍ଟ୍ ଧାରୀମାନଙ୍କ ପାଇଁ ବଡ଼ ରାହତ ଘୋଷଣା କରିଛି। ଆଡ଼ଭାନ୍ସ ରିଜର୍ଭେସନ୍ ପିରିଅଡ୍ (ARP)ର ପ୍ରଥମ ଦିନରେ...

ମହିଳାକୁ ହତ୍ୟା ଅଭିଯୋଗ, ପୋଲିସର ତନାଘନା

ଗୋପାଳପୁର,୩୦ା୧୨(ନବୀନ ରାଜ ଆଚାରୀ): ଗୋଳନ୍ଥରା ଥାନା ଅଞ୍ଚଳରେ ସୋମବାର ବିଳମ୍ବିତ ରାତିରେ ଜଣେ ମହିଳାଙ୍କୁ ତାଙ୍କ ସ୍ବାମୀ ହତ୍ୟା କରିଥିବା ଅଭିଯୋଗ ହୋଇଛି। ଫାସୀନୂଆପଡା ଗ୍ରାମରେ...

ସୁରୁଖୁରୁରେ ଧାନକିଣାକୁ ଗୁରୁତ୍ୱ ଚାଷୀ, ସମବାୟ ଓ ଯୋଗାଣ ବିଭାଗ ଅଧିକାରୀଙ୍କୁ ନେଇ ବୈଠକ

ଛତ୍ରପୁର,୩୦ା୧୨(ଦିଲୀପ ସାମଲ): ଚଳିତ ବର୍ଷ ଜିଲାରେ ଧାନକିଣା ସୁରୁଖୁରୁରେ କରିବା ପାଇଁ ମଙ୍ଗଳବାର ଚାଷୀ, ସମବାୟ ଓ ଯୋଗାଣ ବିଭାଗର ଅଧିକାରୀମାନଙ୍କୁ ନେଇ ତ୍ରିପାକ୍ଷିକ ବୈଠକ...

ଆର୍‌ସିବିକୁ ବଡ଼ ଝଟ୍‌କା, ଏହି କାରଣରୁ ଖେଳିବେ ନାହିଁ…

ନୂଆଦିଲ୍ଲୀ, ୩୦।୧୨: ମହିଳା ପ୍ରିମିଅର୍ ଲିଗ୍ (WPL) ୨୦୨୬ ଆରମ୍ଭ ହେବାକୁ ମାତ୍ର କିଛି ଦିନ ବାକି ଥିବାବେଳେ ରୟାଲ୍ ଚ୍ୟାଲେଞ୍ଜର୍ସ ବେଙ୍ଗଲୁରୁ (RCB) ଟିମ୍‌କୁ...

ରାଜ୍ୟସ୍ତରୀୟ ଟାଏକୋଣ୍ଡୋରେ ସଫଳତା: ଛୁଟୁଛି ଶୁଭେଚ୍ଛାର ସୁଅ

ରାଇକିଆ,୩୦ା୧୨ (ପ୍ରଦୀପ ବେହେରା): କନ୍ଧମାଳ ଜିଲା ରାଇକିଆ ସେଣ୍ଟ କ୍ୟାଥରିନ ବିଦ୍ୟାଳୟରଛାତ୍ରୀଛାତ୍ରମାନେ ରାଜ୍ୟସ୍ତରୀୟ ଟାଏକୋଣ୍ଡୋ କ୍ରୀଡ଼ାରେ ସଫଳତା ଅର୍ଜନ କରିଛନ୍ତି। ଭଦ୍ରକ ଠାରେ ଅନୁଷ୍ଠିତ ୩ଦିନିଆ...

କଳାହାଣ୍ଡି ଉତ୍ସବ ଲାଗି ପ୍ରସ୍ତୁତି ବୈଠକକୁ ନେଇ ପ୍ରଶ୍ନବାଚୀ: ଅନୁପସ୍ଥିତ ରହିଲେ ଉପରିସ୍ଥ ଅଧିକାରୀ, ଜାନୁଆରୀ ୯ରେ…

ଥୁଆମୂଳ ରାମପୁର,୩୦।୧୨(ଦୁର୍ଗା କୀର୍ତ୍ତି): ଆସନ୍ତା ୨୮ତମ କଳାହାଣ୍ଡି ଉତ୍ସବ ’ଘୁମୁରା-୨୦୨୬’ ଅବସରରେ ମାହୁଲପାଟଣା ସ୍ଥିତ ଇନ୍ଦ୍ରାବତୀ ଜଳଭଣ୍ଡାରର କେନ୍ଦୁଗୁଡ଼ା ଘାଟଠାରେ ଆୟୋଜିତ ହେବାକୁ ଥିବା ପାରମ୍ପରିକ...

ଟିମ୍‌ ଇଣ୍ଡିଆକୁ ଫେରିପାରନ୍ତି ମହମ୍ମଦ ସାମି: ବିଶ୍ୱକପ୍ ପୂର୍ବରୁ ବଦଳିପାରେ ଚୟନକର୍ତ୍ତାଙ୍କ ନିଷ୍ପତି

ମୁମ୍ବାଇ,୩୦।୧୨: ଅଭିଜ୍ଞ ଦ୍ରୁତ ବୋଲର ମହମ୍ମଦ ସାମିଙ୍କୁ ନେଇ ବିସିସିଆଇ ଚୟନକର୍ତ୍ତା ଏକ ବଡ଼ ନିଷ୍ପତ୍ତି ନେବାକୁ ଯାଉଛନ୍ତି। ଫିଟ୍‌ନେସ୍‌ ଏବଂ ବୟସକୁ ନେଇ ଚାଲିଥିବା...

ରାସ୍ତାକଡ଼ରେ ପଡ଼ିଛି ନବଜାତ ଶିଶୁପୁତ୍ରର ମୃତଦେହ, କିଏ-କାହିଁକି ଫିଙ୍ଗି…

ରାୟଗଡ଼ା,୩୦।୧୨(ଆଶିଷ ରଞ୍ଜନ ପଣ୍ଡା)- ରାୟଗଡ଼ା ସହର ମହିଳା ମହାବିଦ୍ୟାଳୟ ପାର୍ଶ୍ୱ ଗଳିରେ ରିଙ୍ଗ ରୋଡକୁ ସଂଯୋଗ କରୁଥିବା ରାସ୍ତାକଡ଼ରେ ଏକ ନବଜାତ ଶିଶୁପୁତ୍ର ମୃତଦେହ ପଡ଼ିଥିବା...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri