ପୁରୁଣା ନ ସରୁଣୁ ନୂଆ ପ୍ରସ୍ତାବ

ଯାଜପୁର ଅଫିସ,୨୧ା୧୧: ନଦୀ ଅବବାହିକାରୁ ଉଚ୍ଚ ଚାଷଜମିକୁ ଜଳସେଚନ କରିବାକୁ ରାଜ୍ୟ ସରକାର ୨୦୧୧-୧୨ ଆର୍ଥିକ ବର୍ଷରୁ ମେଗା ଉଠା ଜଳସେଚନ ପ୍ରକଳ୍ପ ଆରମ୍ଭ କରିଥିଲେ। କିନ୍ତୁ ଦୀର୍ଘ ବର୍ଷ ହେଲା ଏହା କେବଳ ଠିକାଦାର ପୋଷା ନୀତିରେ ଚାଲିଥିବା ଚାଷୀ ମହଲରେ ମତପ୍ରକାଶ ପାଇଛି। ଏଥିରୁ କୃଷକଙ୍କ ନିର୍ଦ୍ଧାରିତ ଜମିରେ ଏଯାଏ ପାଣି ମାଡ଼ି ନଥିବାବେଳେ ପୁଣି ୪୫୫.୪୭ କୋଟି ଟଙ୍କାର ୯ଟି ଉଠାଜଳସେଚନ ପ୍ରକଳ୍ପ କାର୍ଯ୍ୟକାରୀ କରିବାକୁ ପ୍ରସ୍ତାବ ହୋଇଛି। ସେଥିରେ ଯାଜପୁର ଜିଲାର ୭ ଓ କେନ୍ଦ୍ରାପଡ଼ା ଜିଲାର ୨ ପ୍ରକଳ୍ପ ରହିଛି। ପୁରୁଣା ନ ସରୁଣୁ ନୂଆ ପ୍ରସ୍ତାବ ଅଣାଯାଇଛି। ତେଣୁ ନୂଆ ପ୍ରକଳ୍ପଗୁଡିକ ଚାଷୀଙ୍କ ପାଇଁ ନା ଠିକାଦାରି ସ୍ବାର୍ଥ ନିହିତ ରହିଛି ବୋଲି ଚାଷୀ ମହଲରେ ପ୍ରଶ୍ନ ଉଠିଛି।

ଚାଷୀଙ୍କ ବିକାଶରେ ଦେଶର ଅର୍ଥନୀତି ନିର୍ଭରଶୀଳ। ଏଥିପାଇଁ ରାଜ୍ୟ ସରକାର କୃଷି କ୍ଷେତ୍ର ପାଇଁ ଅନେକ ଯୋଜନା କାର୍ଯ୍ୟକାରୀ କରି ବିପୁଳ ଅନୁଦାନ ଯୋଗାଇ ଦେଉଛନ୍ତି। କିନ୍ତୁ ପ୍ରଶାସନିକ କଳର ଅବହେଳା ଯୋଗୁ ଯୋଜନାର ସଫଳତା ବହୁ ଦୂରରେ ରହିଯାଉଛି। ଯାଜପୁର ଜିଲାରେ ମେଗା ଉଠାଜଳସେଚନ ପ୍ରକଳ୍ପକୁ ଏହାର ଉଦାହରଣ ଭାବେ ନିଆଯାଇପାରେ। ଏଥିରେ ଜିଲାର ବଡ଼ଚଣା, ବରୀ, ଧର୍ମଶାଳା, ଯାଜପୁର ଓ ରସୁଲପୁର ବ୍ଲକ ଅଞ୍ଚଳର ୯ଟି ପ୍ରକଳ୍ପ ଦ୍ୱାରା ପ୍ରାୟ ୧୨,୮୦୦ ହେକ୍ଟର ଜମିରେ ଜଳସେଚନର ପରିକଳ୍ପନା ହୋଇଥିଲା। ତଦନୁସାରେ କେଲୁଅ, ବିରୂପା, ତନ୍ତିଘାଇ, ଦୁଧେଇ ଓ ଖରସ୍ରୋତା ନଦୀରେ ପ୍ରାୟ ୫୦୦ କୋଟି ଟଙ୍କା ଖର୍ଚ୍ଚରେ ପ୍ରକଳ୍ପଗୁଡିକର ପମ୍ପହାଉସ ନିର୍ମାଣ ହୋଇଛି। ବଡ଼ଚଣା ନିର୍ବାଚନ ମଣ୍ଡଳୀର ୨୦୦୦ ହେକ୍ଟର, ବରୀ ନିର୍ବାଚନ ମଣ୍ଡଳୀର ୩,୭୦୦ ହେକ୍ଟର, ଧର୍ମଶାଳା ଓ କୋରେଇ ନିର୍ବାଚନ ମଣ୍ଡଳୀର ୫,୪୦୦ ହେକ୍ଟର ଏବଂ ଯାଜପୁର ନିର୍ବାଚନ ମଣ୍ଡଳୀର ୧୭୦୦ ହେକ୍ଟର ଜମିରେ ଜଳସେଚନ ପ୍ରସ୍ତାବ ରହିଥିଲା। ପନିପରିବା ଚାଷ ପାଇଁ ପ୍ରସିଦ୍ଧି ଲାଭ କରିଥିବା ରସୁଲପୁର ବ୍ଲକର ଖରସ୍ରୋତା ନଦୀରୁ ପ୍ରସ୍ତାବିତ ତୁଲସୀପୁର ଓ ରାଉତରାପୁର ପ୍ରକଳ୍ପ କାର୍ଯ୍ୟର ଅଗ୍ରଗତି ନୈରାଶ୍ୟଜନକ ରହିଛି। ଏହାବାଦ ବାଲିକୁଦା, ଅସଲପୁର, ଚଟୁମାରି, ରଜାପୁର, ରାହାପଡ଼ା, ରାଉତରାପୁର ଓ ତୁଳସୀପୁରଠାରେ ପ୍ରକଳ୍ପ ନିର୍ମାଣ ମନ୍ଥର ଗତିରେ ଚାଲିଛି। ତନ୍ତିଘାଇ ୨ଟି ପ୍ରକଳ୍ପ ଉଦ୍‌ଘାଟନ ହେବା ପରେ ପରୀକ୍ଷା କରାଯାଇ ଅଚଳ ରଖାଯାଇଥିବା ସ୍ଥାନୀୟ ଚାଷୀମାନେ ଅଭିଯୋଗ କରିଛନ୍ତି। ଛିଣ୍ଡା-ଖରସ୍ରୋତା ନଦୀକୂଳ ଟିକରପଡ଼ାରେ ନିର୍ମାଣାଧୀନ ଷ୍ଟ୍ରକ୍ଚର ଏଯାଏ କାର୍ଯ୍ୟକ୍ଷମ ହୋଇପାରିନାହିଁ। ଦରକୁଣ୍ଡି, ଟିକରପଡ଼ା, ଭଗୀରଥପୁର, ସାରଙ୍ଗପୁର ଆଦି ଗ୍ରାମର ଚାଷୀଙ୍କ ଜମିରେ ବଡ଼ ବଡ଼ ପାଇପ ପଡ଼ି ରହିଥିବାରୁ ଚାଷ କାର୍ଯ୍ୟରେ ବାଧା ସୃଷ୍ଟି ହେଉଥିବା ଚାଷୀ ମହଲରେ ଅଭିଯୋଗ ହୋଇଛି। ଏହାବାଦ ସୁକିନ୍ଦା ବ୍ଲକରେ ଡିଏମ୍‌ଏଫ୍‌ ଅନୁଦାନରେ କାର୍ଯ୍ୟକାରୀ ହେଉଥିବା ୨ଟି ପ୍ରକଳ୍ପ ମଧ୍ୟ ନିର୍ମାଣାଧୀନ ରହିଛି। ଫଳରେ ମରୁଡି ସମୟରେ ଚାଷୀ ଜଳସେଚନର ସୁବିଧା ନ ପାଇ ବ୍ୟାପକ କ୍ଷୟକ୍ଷତିର ସମ୍ମୁଖୀନ ହୋଇ ଆସୁଛନ୍ତି।

ଏହିସବୁ ପ୍ରକଳ୍ପ ନ ସରୁଣୁ ଜଳସେଚନ ବିଭାଗର ଟେକ୍ନିକାଲ ଆଡଭାଇଜରି କମିଟି (ଟିଏସି)ରେ ପୁଣି ୯ ଟି ପ୍ରକଳ୍ପ ନିର୍ମାଣ କରିବାକୁ ପ୍ରସ୍ତାବ ହୋଇଛି। ଏଥିରେ ଯାଜପୁର ଜିଲା ବିଞ୍ଝାରପୁର ବ୍ଲକର ବୋଦୁଅ, ମାଲିପୁର, ଧରମପୁର, କାନ୍ତିପୁର, ବାଙ୍ଗରା ଓ ସଇଦପୁର, ଯାଜପୁର ବ୍ଲକର ପଣସା ଏବଂ କେନ୍ଦ୍ରାପଡା ଜିଲାର ଓଳାଭର ଓ କଳସପୁର ପ୍ରକଳ୍ପ ଜରିଆରେ ମୋଟ ୧୨,୯୧୪ ହେକ୍ଟର ଜମିରେ ପାଣି ମାଡ଼ିବ ବୋଲି କୁହାଯାାଇଛି। ଖରସୁଆଁ, କାଣୀ ଓ ବ୍ରାହ୍ମଣୀ ନଦୀରୁ ପାଣି ଉତ୍ତୋଳନ କରାଯିବ ବୋଲି ପ୍ରସ୍ତାବରେ ଦର୍ଶାଯାଇଛି। ଏହାସହ ଏହିସବୁ ପ୍ରକଳ୍ପରେ ଜମି ଅଧିଗ୍ରହଣ, ପରିବେଶଗତ ଅନୁମତି ଆଦି କାର୍ଯ୍ୟର ଆବଶ୍ୟକତା ହେଉ ନ ଥିବାରୁ ସହଜରେ ପ୍ରକଳ୍ପଗୁଡିକ ନିର୍ମାଣ ହୋଇପାରିବ ବୋଲି ବିଭାଗସ୍ତରରେ ନିଷ୍ପତ୍ତି ହୋଇଛି। ତେବେ ଟିଏସି ଏହାକୁ ରେକୋମେଣ୍ଡ କରିବାକୁ ମଞ୍ଜୁର କରି ସାରିଥିବାବେଳେ ପ୍ଲାନିଂ ଚିଫ୍‌ ଇଞ୍ଜିନିୟରଙ୍କ ମଞ୍ଜୁର ଅପେକ୍ଷାରେ ରହିଛି। ଏ ସଂକ୍ରାନ୍ତରେ ନବନିର୍ମାଣ କୃଷକ ସଂଗଠନର ରାଜ୍ୟ ସହ ସଂଯୋଜକ ନିମାଇଁ ଚରଣ ରାୟ କୁହନ୍ତି, ଦୀର୍ଘଦିନ ହେଲା ଚାଷୀଙ୍କ ଜମିରେ ପାଇପ ରଖାଯାଇଥିବାରୁ ଚାଷୀମାନେ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ବାହାର ରାଜ୍ୟର ଠିକାସଂସ୍ଥାକୁ ଦାୟିତ୍ୱ ଦେଇ ସେମାନଙ୍କୁ ଲାଭବାନ କରାଯାଉଛି। ପ୍ରସ୍ତାବିତ ଏହି ୯ଟି ପ୍ରକଳ୍ପ ମଧ୍ୟ ଠିକାଦାରଙ୍କ ପାଇଁ କେବଳ ଉଦ୍ଦିଷ୍ଟ ହେବ ବୋଲି ସେ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଦେଓ ନଦୀ ପୋଲ ଉପରେ ଗୋ-ଚାଲାଣ ଗାଡ଼ି ସହ ଅଟୋର ମୁହାଁମୁହିଁ ଧକ୍କା: ଗୋଟିଏ ବଳଦ ମୃତ, ଗୋ-ମାଫିଆ…

ପାଟଣା, ୨ା୭ (ବୀର କିଶୋର ଦାଶ): କେନ୍ଦୁଝର ଜିଲା ପାଟଣା-କରଞ୍ଜିଆ ଦେଇଯାଇଥିବା ୨୨୦ ନମ୍ବର ଜାତୀୟ ରାଜପଥରେ ଏକ ବଡ଼ଧରଣର ସଡ଼କ ଦୁର୍ଘଟଣା ଘଟିଯାଇଛି। ସାହାରପଡା ସ୍ଥିତ…

ଡୋକରୀଦର ଝରଣା ନିକଟରେ ଅଜଣା ମୃତଦେହ: ଖବର ପାଇ ବି ପହଞ୍ଚିଲାନି ପୋଲିସ, ସ୍ଥାନୀୟ ଲୋକଙ୍କ ମଧ୍ୟରେ ଅସନ୍ତୋଷ

କୋକସରା, ୨ା୭ (ଦୁଷ୍ମନ୍ତ କୁମାର ପାଟ୍ଟଯୋଷୀ): କଳାହାଣ୍ଡି ଜିଲା କୋକସରା ବ୍ଲକ ଖଲିଗଡ ପାଦଦେଶରେ ଥିବା ପ୍ରସିଦ୍ଧ ପର୍ଯ୍ୟଟନସ୍ଥଳୀ ଗୁଡହାଣ୍ଡି ଡୋକରୀ ଚଞ୍ଚରାର ‘ଡୋକରୀଦର’ ଝରଣା ନିକଟରେ…

ବଦଳିଲା ଭାରତ-ଇଂଲଣ୍ଡ ଟି-୨୦ ମ୍ୟାଚର ସମୟ, ଜାଣନ୍ତୁ କେତେବେଳେ ଆରମ୍ଭ ହେବ…

ନୂଆଦିଲ୍ଲୀ,୨।୭: ଭାରତୀୟ କ୍ରିକେଟ ଦଳ ବର୍ତ୍ତମାନ ଇଂଲଣ୍ଡ ଗସ୍ତରେ ଅଛି। ଟିମ ଇଣ୍ଡିଆ ଇଂଲଣ୍ଡ ବିପକ୍ଷରେ ପାଞ୍ଚ ମ୍ୟାଚ ବିଶିଷ୍ଟ ଟି-୨୦ ସିରିଜ ଖେଳୁଛି। ବର୍ଷା ଯୋଗୁ…

ବରଗଡ଼ ମଣ୍ଡିରୁ ଆସିଲା ଚିନ୍ତାଜନକ ଚିତ୍ର: ବିକ୍ରି ଧାନରୁ ବାହାରିଲାଣି ଗଜା, ଚାଷୀଙ୍କୁ ମିଳିନି ପ୍ରାପ୍ୟ; କଟନୀ-ଛଟନୀ…

ବରଗଡ଼,୨।୭(ପ୍ରେମାନନ୍ଦ ଖମାରୀ)- ବରଗଡ଼ ଜିଲାରେ ଗତମାସ ୩୦ତାରିଖରୁ ଖରିଫ୍‌ ଧାନ ସଂଗ୍ରହ ପ୍ରକ୍ରିୟା ସରିଯାଇଛି। କିନ୍ତୁ ବିଭାଗୀୟ ଅବ୍ୟବସ୍ଥା ଯୋଗୁ ଏପର୍ଯ୍ୟନ୍ତ ଧାନ କିଣାବିକାରେ ଚାଷୀଙ୍କ ଦୁଃଖ…

ସିଂହ ରାଶିରେ ଶୁକ୍ରଙ୍କ ଗୋଚର: ଜୁଲାଇ ୪ରୁ ଚମକିବ ଏହି ୪ ରାଶିର ଭାଗ୍ୟ, ଧନଲାଭ ସହ ମିଳିବ ସୁଖ-ସମୃଦ୍ଧି

ଜ୍ୟୋତିଷ ଶାସ୍ତ୍ରରେ ଶୁକ୍ର ଗ୍ରହଙ୍କୁ ସୁଖ, ସମୃଦ୍ଧି, ପ୍ରେମ, ସୌନ୍ଦର୍ଯ୍ୟ ଓ ଭୌତିକ ସୁଖ-ସୁବିଧାର କାରକ ବୋଲି କୁହାଯାଏ। ଯେତେବେଳେ ବି ଶୁକ୍ର ନିଜର ରାଶି ପରିବର୍ତ୍ତନ…

ଗଜପତି ଜିଲା ଭାରତୀୟ ଜନତା ପାର୍ଟି ଯୁବମୋର୍ଚ୍ଚାର ନୂଆ ଟିମ ଘୋଷିତ

ମୋହନା,୨।୭,( ମନ୍ମଥ ମିଶ୍ର ): ଭାରତୀୟ ଜନତା ପାର୍ଟିର ରାଜ୍ୟ ଯୁବ ମୋର୍ଚ୍ଚା ସଭାପତି ଅଭିଳାଷ ପଣ୍ଡାଙ୍କ ସୁପାରିଶ ଓ ଗଜପତି ଜିଲା ସଭାପତି ନବ କିଶୋର…

ଜୁଆ ଖେଳୁଥିବା ସମୟରେ ବାଲାଜୀ ରାଇସ ମିଲରେ ପୋଲିସର ଚଢ଼ାଉ

ରିଷିଡା, ୨।୭,(ସୁଶାନ୍ତ ମଲ୍ଲିକ): କଳାହାଣ୍ଡି ଜିଲା କର୍ଲାମୁଣ୍ତା ବ୍ଲକ ଅନ୍ତର୍ଗତ ଗଜବାହଲ ପଞ୍ଚାୟତ ସ୍ଥିତ ବାଲାଜୀ ରାଇସ ମିଲ ଭିତରେ ଗୁରୁବାର କୌଣସି ସୂତ୍ରରୁ ଖବର ପାଇ…

ଘରେ ପାଠ ପଢିବାକୁ କହିବାରୁ ରାଜି ନ ହୋଇ ଚରମ ପଦକ୍ଷେପ ନେଲେ ନାବାଳିକା

ଦାରିଙ୍ଗବାଡି, ୨।୭, (ଅରୁଣ ସାହୁ ): କନ୍ଧମାଳ ଜିଲା ଦାରିଙ୍ଗବାଡି ଥାନା ଅଞ୍ଚଳରେ ଘଟିଯାଇଛି ବଡ଼ ଅଘଟଣ ଜଣେ ଯୁକ୍ତ ୨ ପଢୁଥିବା ଛାତ୍ରୀ ପାଠ ପଢିବାକୁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri