ନ୍ୟାୟାଳୟ ଓ ଗଣତନ୍ତ୍ର ସୁରକ୍ଷା

ଦିନକୁ ଦିନ ଏକଚ୍ଛତ୍ରବାଦୀ ତଥା ସାଧାରଣ ଲୋକଙ୍କ ସମର୍ଥନରେ ସମସ୍ୟା ସୃଷ୍ଟି କରିବାରେ ଆଗ୍ରହ ରଖୁଥିବା(ପପୁଲିଷ୍ଟ) ନେତାଙ୍କ କବଳରୁ ଗଣତନ୍ତ୍ରକୁ ବଞ୍ଚାଇ ରଖିବାର ସଂଗ୍ରାମ ଜାରି ରହିଛି। ଏଥିରେ ନ୍ୟାୟାଳୟଗୁଡ଼ିକ ଆଗ ଧାଡ଼ିରେ ରହୁଛନ୍ତି। ନିକଟରେ ଆମେରିକାର ସୁପ୍ରିମକୋର୍ଟ କଲରାଡୋର ସର୍ବୋଚ୍ଚ ଅଦାଲତଙ୍କ ଏକ ରାୟ ଉପରେ ଶୁଣାଣି କରିଥିଲେ। ୬ ଜାନୁଆରୀ ୨୦୨୧ରେ ଆମେରିକାର କ୍ୟାପିଟୋଲରେ ବିଦ୍ରୋହ କାରଣରୁ ଡୋନାଲ୍ଡ ଟ୍ରମ୍ପ ରାଷ୍ଟ୍ରପତି ନିର୍ବାଚନରେ ଲଢ଼ିବା ଲାଗି ଅଯୋଗ୍ୟ ବୋଲି କଲରାଡୋର ଅଦାଲତ ରାୟ ଦେଇଥିଲେ। ରାଷ୍ଟ୍ରପତିମାନେ କାର୍ଯ୍ୟ କରୁଥିବା ସମୟରେ ତାଙ୍କ ବିରୋଧରେ କୌଣସି କାର୍ଯ୍ୟାନୁଷ୍ଠାନରୁ ସେମାନେ ଛାଡ଼ ପାଇବା ଦରକାର ବୋଲି ଟ୍ରମ୍ପ ଯେଉଁ ଦାବି କରିଥିଲେ ତାହା ବିରୋଧରେ ବି ଏକ ଆପିଲେଟ୍‌ କୋର୍ଟ ରାୟ ଦେଇଛନ୍ତି। ତେବେ ନିକଟରେ ନ୍ୟୁୟର୍କରେ ଏକ ଷ୍ଟେଟ କୋର୍ଟ ଆର୍ଥିକ ଠକେଇରେ ଟ୍ରମ୍ପଙ୍କୁ ୩୫୪ ମିଲିୟନ ଡଲାର ଜରିମାନା କରିଛନ୍ତି। ଜଣେ ମହିଳାଙ୍କୁ ଅପମାନ କରିବା ଓ ଯୌନ ନିର୍ଯାତନା ଦେବା ଅଭିଯୋଗର ଶୁଣାଣିକରି ଟ୍ରମ୍ପଙ୍କ ବିରୋଧରେ ଖଣ୍ଡପୀଠ ୮୩ ମିଲିୟନ ଡଲାର ଜରିମାନା କରିବାର ଠିକ୍‌ ପରେ ଏହା ଘଟିଛି। ଆସନ୍ତା ୩ ବର୍ଷ ପାଇଁ ତାଙ୍କୁ ନ୍ୟୁୟର୍କ ସ୍ଥିତ ଏକ କମ୍ପାନୀରେ କୌଣସି ଶୀର୍ଷ ଭୂମିକା ଗ୍ରହଣ କରିବାକୁ ବାରଣ କରାଯିବା ସହ ଏହି ଦୁଇଟି ରାୟ ଟ୍ରମ୍ପଙ୍କୁ ପ୍ରାୟ ତାଙ୍କର ସମସ୍ତ ଉପଲବ୍ଧ କ୍ୟାଶ୍‌ ହୋଲ୍ଡିଂରୁ ବଞ୍ଚିତ କରିବ ।
ଏହି ସମୟରେ ସମଗ୍ର ଆଟ୍‌ଲାଣ୍ଟିକ୍‌ରେ ବ୍ରିଟେନର କଞ୍ଜରଭେଟିଭ ସରକାର ଏକ ମାଇଗ୍ରାଣ୍ଟ ରିଲୋକେଶନ ବିଲ୍‌ (ପ୍ରବାସୀ ପୁନର୍ବାସ ବିଲ୍‌) ପାସ୍‌ କରିବାକୁ ଚେଷ୍ଟା କରୁଛନ୍ତି । ଗତ ବର୍ଷ ଶେଷରେ ବ୍ରିଟେନର ସୁପ୍ରିମକୋର୍ଟଙ୍କ ସମାନ ପ୍ରକାର ଆଇନକୁ ଖଣ୍ଡନ କରିଥିଲେ। ତେବେ ଏବକାର ପୁନର୍ବାସ ବିଲ୍‌ ସୁପ୍ରିମକୋର୍ଟଙ୍କ ରାୟକୁ ଅଣଦେଖା କରିବା ଲାଗି ଉଦ୍ଦିଷ୍ଟ ବୋଲି କୁହାଯାଉଛି। ଇସ୍ରାଏଲରେ ଦେଶର ସର୍ବୋଚ୍ଚ ନ୍ୟାୟାଳୟ ମୌଳିକ ଆଇନରେ ଏକ ସଂଶୋଧନକୁ ଖଣ୍ଡନ କରିଛନ୍ତି, ଯାହା ତା’ ନିଜର ଅଧିକାରକୁ କ୍ଷୁଣ୍ଣ କରିଥାନ୍ତା। ଏହା ବ୍ୟତୀତ ନିକଟରେ ଜର୍ମାନୀରେ ଚରମ ଦକ୍ଷିଣପନ୍ଥୀ, ଗଣତାନ୍ତ୍ରିକ ବିରୋଧୀ ଡାଏ ହେମାଟ ପାର୍ଟିକୁ ପବ୍ଲିକ ଫଣ୍ଡିଂ ମନା ବୋଲି ସାମ୍ବିଧାନିକ ଅଦାଲତ ରାୟ ଦେଇଛନ୍ତି। ଫଳରେ ଏହା ଲୋକପ୍ରିୟ ଆଲ୍‌ଟରନେଟିଭ ଫର୍‌ ଡଏଚଲ୍ୟାଣ୍ଡ (ଏଏଫ୍‌ଡି) ପାର୍ଟି ସହ ଜଡ଼ିତ ଏକ ସମାନ ପ୍ରକାର ମାମଲା ଉପରେ ବିଚାର ପାଇଁ ବାଟ ଖୋଲିବ ବୋଲି କଳ୍ପନାଜଳ୍ପନା ପ୍ରକାଶ ପାଇଛି।
ଆମେରିକାର ସୁପ୍ରିମକୋର୍ଟରେ ଚାଲିଥିବା ବାଲଟ ଏଲିଜିବିଲିଟି ମାମଲା ଆମେରିକାର ଇତିହାସରେ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ହୋଇପାରେ। ଜାନୁଆରୀ ୬ ବିଦ୍ରୋହରେ ଟ୍ରମ୍ପଙ୍କ ଭୂମିକା ଥିବା ଯୋଗୁ କଲରାଡୋ କୋର୍ଟ ତାଙ୍କୁ ଉଚ୍ଚ ପଦବୀରେ ରହିବା ଉପରେ କଟକଣା ଲଗାଇବା ରାୟ ପରେ ବି ଏବେ ସର୍ବୋଚ୍ଚ ନ୍ୟାୟାଳୟଙ୍କୁ ଏ ସମ୍ପର୍କରେ ବିଚାର କରିବାକୁ ଜରୁରୀ ହୋଇପଡ଼ିଲାଣି। ଏହି ମାମଲା ଗ୍ରହଣକରି ବିଚାରପତିମାନେ ଟ୍ରମ୍ପଙ୍କ ରାଷ୍ଟ୍ରପତି ପ୍ରତ୍ୟାବର୍ତ୍ତନକୁ ଅଟକାଇବେ କି ନାହିଁ ତା’ ଉପରେ ନିଷ୍ପତ୍ତି ନେବା ଦରକାର । କାରଣ ବିଚାରପତିମାନେ ତାଙ୍କ ବିରୋଧରେ ରାୟ ଦେଲେ ସେ ହଙ୍ଗାମା କରିବାକୁ ପ୍ରତିଜ୍ଞା କରିଛନ୍ତି। କିନ୍ତୁ ଯଦି ଟ୍ରମ୍ପଙ୍କ ଅନୁଗାମୀମାନେ ବିଶୃଙ୍ଖଳା ସୃଷ୍ଟି କରନ୍ତି ତେବେ ମନ୍ଦ ଚିନ୍ତାସମ୍ପନ୍ନ ନେତାଙ୍କୁ ଅଟକାଇବା ପାଇଁ ଗଢ଼ା ହୋଇଥିବା ଆମେରିକାର ଗଣତାନ୍ତ୍ରିକ ବ୍ୟବସ୍ଥା ନିୟନ୍ତ୍ରଣ କରିପାରିବ। ଅପରପକ୍ଷେରେ ଯଦି ବିଚାରପତିମାନେ କଲରଡୋ ନିଷ୍ପତ୍ତିକୁ ଅଗ୍ରାହ୍ୟ କରନ୍ତି, ତେବେ ସମ୍ଭବତଃ ମନେହୁଏ, ଆମେରିକାର ଗଣତନ୍ତ୍ରର ଭବିଷ୍ୟତ ପ୍ରମୁଖ ରାଜ୍ୟଗୁଡ଼ିକରେ ଭୋଟରଙ୍କ ଏକ ଛୋଟ ଅଂଶ ବି ନିର୍ଣ୍ଣୟ କରିଦେବ। ପ୍ରତିଷ୍ଠା ହେବା ପରଠାରୁ କୋର୍ଟ ଏବଂ ଆଇନ ପ୍ରାୟତଃ ଆମେରିକାର ରାଜନୈତିକ ଧାରା ସହ ଓତପ୍ରୋତ ଭାବେ ଜଡ଼ିତ । ୧୮୦୩ ମସିହାରେ ମାର୍ବରୀ ବନାମ ମ୍ୟାଡିସନ ମାମଲାରେ ସୁପ୍ରିମକୋର୍ଟ କହିଥିଲେ ଯେ, ସୁପ୍ରିମକୋର୍ଟର ସମୀକ୍ଷା କରିବାର ଅଧିକାର ରହିଛି ଏବଂ ଯଦି ଆବଶ୍ୟକ ହୁଏ, ତେବେ ଆମେରିକାର ସମ୍ବିଧାନର ଉଲ୍ଲଂଘନ କରୁଥିବା ଆଇନକୁ ରଦ୍ଦ କରିବ। ଆମେରିକା ସମ୍ବିଧାନର ଆବଶ୍ୟକତା ଓ ମହତ୍ତ୍ୱ ଉପରେ ନିଜକୁ ଶେଷ ନ୍ୟାୟକର୍ତ୍ତା ଭାବେ ଏହା କରିପାରିବ।
ଯଦିଓ ଆମେରିକା ବହୁ ପୂର୍ବରୁ ବିଶ୍ୱର ପ୍ରମୁଖ ଗଣତନ୍ତ୍ର ଭାବେ ରହିଆସିଛି ସେଥିପାଇଁ ଅନ୍ୟ କେତେକ ଦେଶ ତାହାର ନ୍ୟାୟିକ ବ୍ୟବସ୍ଥାକୁ ଗ୍ରହଣ କରିଛନ୍ତି। ବେଳେବେଳେ ଅସନ୍ତୋଷର ଅଭିଯୋଗ ଉଠିଲେ ମଧ୍ୟ ଆମେରିକାରେ କୋର୍ଟର ସାର୍ବଭୌମତ୍ୱ ପ୍ରାୟତଃ ଗ୍ରହଣୀୟ। କିନ୍ତୁ ଅନ୍ୟତ୍ର ଅନେକ ପର୍ଯ୍ୟବେକ୍ଷକ କିଛି ଧାରଣାକୁ ନେଇ ଅସୁବିଧାରେ ପଡ଼ନ୍ତି। ପ୍ରାୟ ପ୍ରତ୍ୟେକ ଗଣତାନ୍ତ୍ରିକ ଦେଶରେ ଏକ ସାମ୍ବିଧାନିକ କୋର୍ଟ ଥିବାବେଳେ ଖୁବ୍‌ କମ୍‌ ଆମେରିକା ପରି ରାଜନୈତିକ କ୍ଷେତ୍ରରେ ଶକ୍ତିଶାଳୀ। ଏହା ସତ୍ତ୍ୱେ ବି ସେମାନେ ନିର୍ବାଚିତ ଅଧିକାରୀମାନଙ୍କୁ ଅଟକାଇବାର ସମ୍ଭାବନା ଅଧିକ। ଏବେ ପପୁଲିଷ୍ଟ ପଲିଟିକ୍ସ ଅନେକ ଦେଶର ସାମ୍ବିଧାନିକ ବ୍ୟବସ୍ଥାକୁ ଅଧିକ ଚାପଗ୍ରସ୍ତ କରିଦେଇଛି;ଯାହାଦ୍ୱାରା କୋର୍ଟଗୁଡ଼ିକ ନୂଆ ତରିକାରେ ସେମାନଙ୍କ ମତ ରଖୁଛନ୍ତି। ଏହାର ବଡ଼ ଉଦାହରଣ ହେଉଛି ଦେଶର ସର୍ବୋଚ୍ଚ ନ୍ୟାୟାଳୟକୁ ସରକାର, ପ୍ରଧାନମନ୍ତ୍ରୀ କିମ୍ବା ଅନ୍ୟ କୌଣସି ମନ୍ତ୍ରୀଙ୍କ ନିଷ୍ପତ୍ତିର ଯୁକ୍ତିଯୁକ୍ତତା ଉପରେ ବିଚାର ପାଇଁ ବାରଣ କରିବାକୁ ଦକ୍ଷିଣପନ୍ଥୀ ଇସ୍ରାଏଲ ପ୍ରଶାସନର ପ୍ରୟାସ। ଗତ ମାସରେ ଇସ୍ରାଏଲର ସୁପ୍ରିମକୋର୍ଟ ସେହି ନିୟମକୁ ଖଣ୍ଡନ କରିଥିଲେ। ଆମେରିକୀୟ ପ୍ରତିପକ୍ଷଙ୍କ ପଦାଙ୍କ ଅନୁସରଣକରି ବିଚାରପତିମାନେ ନିଶ୍ଚିତ କରିଥିଲେ ଯେ, କୋର୍ଟ କେନ୍ସେଟ (ଇସ୍ରାଏଲର ଏକ ସଦନୀୟ ସଂସଦ) ନୁହେଁ, ସରକାର କିମ୍ବା ରାଷ୍ଟ୍ରପତି ନୁହେଁ , ବରଂ ଇସ୍ରାଏଲର ମୌଳିକ ଆଇନର ଅର୍ଥ ଏବଂ ଆବଶ୍ୟକତା ଉପରେ ଏହା ସର୍ବୋଚ୍ଚ ପ୍ରାଧିକରଣ।
ବ୍ରିଟେନରେ କୋର୍ଟଗୁଡିକୁ ‘ସିଂହାସନ ତଳେ ସିଂହ’ ବୋଲି କୁହାଯାଇଆସୁଅଛି। କାରଣ ଏଠାରେ ପାର୍ଲମେଣ୍ଟ ସବୁଠୁ ଶକ୍ତିଶାଳୀ। କିନ୍ତୁ ଗତ ବର୍ଷ ସରକାରଙ୍କ ପ୍ରବାସୀ ପୁନର୍ବାସ ଆଇନକୁ ରଦ୍ଦ କରିବାରେ କୋର୍ଟଙ୍କ ନିଷ୍ପତ୍ତିରୁ ବୁଝାପଡ଼ୁଛି ଯେ, ଆବଶ୍ୟକ ସମୟରେ ବିଚାରପତିମାନେ ଆଢୁଆଳରୁ ବାହାରି ଆସିପାରନ୍ତି। ଆଶ୍ରୟ ଚାହଁୁଥିବା ଲୋକଙ୍କୁ ର୍ବାଣ୍ଡା ପଠାଇବାକୁ ସରକାରଙ୍କ ପ୍ରୟାସ ଉଭୟ ଅନ୍ତର୍ଜାତୀୟ ତଥା ଘରୋଇ ଆଇନର ଉଲ୍ଲଂଘନ ବୋଲି କୋର୍ଟ କହିଛନ୍ତି। କାରଣ ବୈଦେଶିକ କାର୍ଯ୍ୟାଳୟ ଯୁକ୍ତିି ଅନୁଯାୟୀ ର୍ବାଣ୍ଡା ପୁନଃ ବିସ୍ଥାପନ ପାଇଁ ଏକ ଯୋଗ୍ୟ ତଥା ସୁରକ୍ଷିତ ଦେଶ ନୁହେଁ। ଯଦି ପ୍ରଧାନମନ୍ତ୍ରୀ ଋଷି ସୁନକଙ୍କ ସରକାର ର୍ବାଣ୍ଡାକୁ ନିରାପଦ ବୋଲି ଘୋଷଣାକରି ଏକ ବିଲ୍‌ ପାସ୍‌୍‌ କରନ୍ତି ତେବେ କ’ଣ ଘଟିବ ତାହା ସ୍ପଷ୍ଟ ହୋଇନାହିଁ। କାରଣ କୌଣସି ବ୍ରିଟିଶ ସରକାର କେବେ ବି ବାସ୍ତବତାକୁ ଅସ୍ବୀକାର କଲା ଭଳି ଏକ ଆଇନ ପ୍ରଣୟନ କରିନାହାନ୍ତି। ତେବେ ଏପର୍ଯ୍ୟନ୍ତ ବିଚାରପତିମାନେ ଏହି ନିର୍ଦ୍ଦିଷ୍ଟ ମାମଲାରେ ସାମ୍ବିଧାନିକ ସମସ୍ୟାକୁ ହଟାଇବାକୁ ଅନିଚ୍ଛୁକ। ଏଥିରୁ ଉଭୟ ବ୍ରିଟେନ ଏବଂ ଅନ୍ତର୍ଜାତୀୟ ସ୍ତରରେ ନ୍ୟାୟିକ କ୍ଷମତାର ବ୍ୟାପକ ପରିବର୍ତ୍ତନ ସ୍ପଷ୍ଟ ହୋଇଛି।
ଏହି ସମୟରେ ଗଣତାନ୍ତ୍ରିକ ବ୍ୟବସ୍ଥା ଉପରେ ପୁପଲିଷ୍ଟଙ୍କ ଆକ୍ରମଣରୁ ବଞ୍ଚିବା ପାଇଁ ନ୍ୟାୟାଳୟଗୁଡ଼ିକ ନ୍ୟାୟକର୍ତ୍ତା ଭାବରେ ସେମାନଙ୍କର ଉପଯୁକ୍ତ ଭୂମିକା ଗ୍ରହଣ କରିବାକୁ ପଡ଼ିବ । ସେମାନେ ଜାଣନ୍ତି ଯେ ସେମାନଙ୍କର ନିଷ୍ପତ୍ତି ଜଣେ ଟ୍ରମ୍ପ କିମ୍ବା ଜଣେ ବୋରିସ ଜନ୍‌ସନଙ୍କ ଭାବପ୍ରବଣତା ଉପରେ ତିଷ୍ଠି ରହିପାରିବ ନାହିଁ । ନ୍ୟାୟାଳୟଗୁଡ଼ିକ ଯୁକ୍ତିଯୁକ୍ତ ବିଚାର , ଢାଞ୍ଚା ଏବଂ ନିୟମ ଅନୁସରଣ କରିବା ଜରୁରୀ । ପପୁଲିଷ୍ଟଙ୍କ ଚାପ ବଢ଼ିବା ସମୟରେ, ନ୍ୟାୟପାଳିକାର ବାସ୍ତବ ଗଣତାନ୍ତ୍ରିକ ଉତ୍ତରଦାୟିତ୍ୱହୀନତା ଏହାର ଦୁର୍ବଳତାକୁ ପ୍ରମାଣିତ କରିବ। ତେବେ ସେମାନେ ବର୍ତ୍ତମାନ ଗଣତାନ୍ତ୍ରିକ ସାମ୍ବିଧାନିକ ବ୍ୟବସ୍ଥାର ଶେଷ ଗ୍ୟାରେଣ୍ଟର ବା ଉତ୍ତରଦାୟୀ ହୋଇପାରନ୍ତି।

  • ନିକୋଲାସ୍‌ ରିଡ୍‌ ଲାଙ୍ଗେନ୍‌
    ପ୍ରତିଷ୍ଠିତ ଲେଖକ (ବ୍ରିଟିଶ କନ୍‌ଷ୍ଟିଚ୍ୟୁଶନ
    ଫର୍‌ ଦି ଜଷ୍ଟିସ ଗ୍ୟାପ୍‌)

Enter your email to get our daily news in your inbox.

All Right Reserved By Dharitri.Com

ଶିଶୁକୈନ୍ଦ୍ରିକ ଶିକ୍ଷା

ଅନେକ ସମୟରେ ମନକୁ ଆସେ ଆଜି ପର୍ଯ୍ୟନ୍ତ ଆମେ ଏମିତି ପରିବେଶଟେ ସୃଷ୍ଟି କରିପାରିଲେନି ଯେଉଁଠି ବିଦ୍ୟାଳୟ ଖୋଲିବାର ସମୟ ଏବଂ ଛୁଟି ସମୟର ଚିତ୍ର ପ୍ରାୟତଃ…

ସରକାର ଠିକାରେ ଚାଲିଛି

ଏକ ଚୁକ୍ତିବଦ୍ଧ କାମ ବା ସର୍ତ୍ତ ଆରୋପିତ କାର୍ଯ୍ୟକୁ ଠିକା କୁହାଯାଏ। ଯିଏ ସର୍ତ୍ତ ଅନୁଯାୟୀ କାମ ନ କରେ ତା’ଠାରୁ କାମ ଛଡାଇ ନିଆଯାଏ, ଏ…

ସିଇଓ ଅପେକ୍ଷାରେ

ନୀତି ଆୟୋଗ ସିଇଓ ଭାବେ ବିଭିଆର୍‌ ସୁବ୍ରମଣ୍ୟମଙ୍କ ବୃଦ୍ଧି ହୋଇଥିବା କାର୍ଯ୍ୟକାଳ ଏବେ ଶେଷ ହୋଇଛି। ଏହି ପରିପ୍ରେକ୍ଷୀରେ ଦିଲ୍ଲୀରେ ପରବର୍ତ୍ତୀ ସିଇଓ କିଏ ହେବେ ତାହାକୁ…

ଘଣ୍ଟା ଅଛି, ସମୟ କାହିଁ

ଆଜିକୁ ପ୍ରାୟ ପଚାଶ ବର୍ଷତଳେ ବାହାଘରରେ ଜ୍ୱାଇଁଙ୍କୁ ଉପହାର ଦିଆଯାଉଥିଲା ଘଣ୍ଟା, ସାଇକେଲ ଓ ରେଡିଓ। ସମୟର ଦୌଡ଼ରେ ଧୀରେ ଧୀରେ ସାଇକେଲ୍‌ର ଚାହିଦା କମି କମି…

ଧ୍ୟାନ ଭଗ୍ନକାରୀ ନୀତି ବନାମ ଉତ୍ତରଦାୟିତ୍ୱ

ନିଜର ଦୋଷଦୁର୍ବଳତା ତଥା ଅପାରଗତା ଲୁଚାଇବାକୁ ଚେଷ୍ଟା କରି ଅନେକ ବ୍ୟକ୍ତି ଅନ୍ୟ ଉପରେ ଦୋଷ ଲଦିଦେଇ ଅନ୍ୟର ଉପକାର ନିମିତ୍ତ କୃତଜ୍ଞତା ବଦଳରେ କୃତଘ୍ନ ରୂପେ…

ଦୁଇ ବିପଜ୍ଜନକ ନିଷ୍ପତ୍ତି

୨୦୦୦ ମସିହାରେ ଜିମ୍ବାଓ୍ବେର ପୂର୍ବତନ ଏକଚ୍ଛତ୍ରବାଦୀ ଶାସକ ରବର୍ଟ ମୁଗାବେ ଦେଶର ଜାତୀୟ ଲଟେରିରେ ସବୁଠୁ ବଡ଼ ପୁରସ୍କାର ଜିତିଥିଲେ। ସେ ଏକ ସାଧାରଣ କାରଣ ପାଇଁ…

ପ୍ରେମ ଓ ଫଲ୍‌ଗୁର ଯାତ୍ରା

ଆଜକୁ ୮୦୦ ବର୍ଷ ତଳୁ ଓଡ଼ିଶାରେ ଦୋଳଯାତ୍ରା ପାଳନ ହୋଇଆସୁଛି। ଏହା କେବଳ ଓଡ଼ିଶାର ଆଞ୍ଚଳିକ ପର୍ବ ନୁହେଁ, ସମଗ୍ର ଭାରତ ଓ ଭାରତ ବାହାରେ ଥିବା…

ଆଧୁନିକ ଭସ୍ମାସୁର

ଭସ୍ମାସୁର ଗପ ଆମେ ସମସ୍ତେ ପଢ଼ିଛନ୍ତି ପିଲାବେଳେ କିମ୍ବା ଶୁଣିଛନ୍ତି ଗୁରୁଜନଙ୍କ ପାଖରୁ। ଭାରତୀୟ ପୁରାଣ ସାହିତ୍ୟରେ ଥିବା ରାଶିରାଶି ଗଳ୍ପରାଜି ଭିତରୁ ଏହା ଏକ ପ୍ରତୀକାତ୍ମକ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri