Posted inଜାତୀୟ

ଶେଷ ଦିନରେ ଶେଷ ରାୟ ଦେଲେ ବିଚାରପତି ସୁରେନ୍ଦ୍ର: ହୋଇ ନ ଥିଲା ଷଡ଼ଯନ୍ତ୍ର, ସମସ୍ତ ଅଭିଯୁକ୍ତ ଖଲାସ

ନୂଆଦିଲ୍ଲୀ, ୩୦।୯: ଗତ ୨୮ ବର୍ଷ ତଳେ ଘଟିଥିବା ବାବ୍ରି ମସଜିଦ୍‌ ଭଙ୍ଗା ମାମଲାର ରାୟ ବୁଧବାର ପ୍ରକାଶ ପାଇଛି। ମସଜିଦ୍‌ ଭଙ୍ଗା ପାଇଁ ଷଡ଼ଯନ୍ତ୍ର ହୋଇଥିଲା ନା କରସେବକଙ୍କ ମଧ୍ୟରେ ଦୀର୍ଘଦିନ ଧରି ସୃଷ୍ଟି ହୋଇଥିବା କ୍ରୋଧ ଯୋଗୁ ଏଭଳି ହୋଇଥିଲା, ଏହାର ଫଇସଲା ସିବିଆର ସ୍ବତନ୍ତ୍ର କୋର୍ଟ କରିଛନ୍ତି। ଏହି ଘଟଣା ପୂର୍ବ ନିୟୋଜିତ ନ ଥିଲା। ଏଥିପାଇଁ କୌଣସି ଷଡ଼ଯନ୍ତ୍ର ହୋଇ ନ ଥିଲା। ସମସ୍ତ ୩୨ ଅଭିଯୁକ୍ତଙ୍କୁ କୋର୍ଟ ଖଲାସ କରିଛନ୍ତି। ଫଳରେ ଲାଲ୍‌କୃଷ୍ଣ ଆଡ଼ଓ୍ବାଣୀ, ମୂରଲୀ ମନୋହର ଯୋଶୀ, କଲ୍ୟାଣ ସିଂ,ଉମା ଭାରତୀ, ମହନ୍ତ ନୃତ୍ୟ ଗୋପାଳ ଦାସ ଆଦି ନିର୍ଦ୍ଦୋଷରେ ଖଲାସ ହୋଇଛନ୍ତି। ଲକ୍ଷ୍ନୌର ସ୍ପେଶାଲ ସିବିଆଇ କୋର୍ଟ ବିଚାରପତି ସୁରେନ୍ଦ୍ର କୁମାର ଯାଦବ ନିଜ କାର୍ଯ୍ୟକାଳର ଶେଷ ଦିନରେ ଏହି ଶେଷ ରାୟ ଶୁଣାଇଛନ୍ତି। ଏହାପରେ ବିଚାରପତି ସୁରେନ୍ଦ୍ର ଅବସର ଗ୍ରହଣ କରିଛନ୍ତି। ୨ ହଜାର ପୃଷ୍ଠାର ଫଇସଲା କୋର୍ଟରେ ପଢ଼ାଯାଇଥିଲା। ବିବାଦୀୟ ସ୍ଥଳରେ କରସେବା କରାଯିବାର ଯୋଜନା ଥିଲା। ମାତ୍ର ଶହ ଶହ ସଂଖ୍ୟାରେ କରସେବକ ଯୋଗଦେବାରୁ ପରିସ୍ଥିତି ଅଣାୟତ ହୋଇଥିଲା ବୋଲି କୋର୍ଟ କହିଛନ୍ତି। ଲାଲ୍‌କୃଷ୍ଣ ଆଡ଼ଓ୍ବାଣୀ, ମୂରଲୀ ମନୋହର ଯୋଶୀ, କଲ୍ୟାଣ ସିଂ,ଉମା ଭାରତୀ, ମହନ୍ତ ନୃତ୍ୟ ଗୋପାଳ ଦାସ ଏବଂ ସତିଶ ପ୍ରଧାନ ଆଦି ୬ ଜଣ କୋର୍ଟରେ ଉପସ୍ଥିତ ନ ହୋଇ ଭିଡ଼ିଓ କନଫରେନ୍ସିଂରେ କୋର୍ଟର ଫଇସଲା ଶୁଣିଥିଲେ। ଅନ୍ୟ ୨୬ ଜଣ କୋର୍ଟରେ ଉପସ୍ଥିତ ଥିବା ନେଇ ଆଇନଜୀବୀ କେ.କେ.ମିଶ୍ର ବିଚାରପତିଙ୍କୁ ସୂଚନା ଦେଇଥିଲେ। ଏହି ମାମଲାରେ ୪୯ ଜଣ ଅଭିଯୁକ୍ତଙ୍କ ମଧ୍ୟରୁ ୧୭ ଜଣଙ୍କ ମୃତ୍ୟୁ ଘଟି ସାରିଛି। ସୂଚନାଯୋଗ୍ୟ, ଏହି ମାମଲାରେ କୋର୍ଟରେ ୬୦୦ ତଥ୍ୟ ସମ୍ବଳିତ ୨୫୦୦ ପୃଷ୍ଠାର ଚାର୍ଜଶିଟ୍‌ ଦାଖଲ କରାଯାଇଥିବାବେଳେ ୪୦ ହଜାର ସାକ୍ଷୀଙ୍କ ମଧ୍ୟରୁ ୩୫୧ ଜଣ ସାକ୍ଷୀ କୋର୍ଟରେ ପହଞ୍ଚିଥିଲେ। ସେମାନଙ୍କ ବୟାନ ରେକର୍ଡ କରାଯାଇଥିଲା। ଏନେଇ ୧୭ ବର୍ଷ ଯାଞ୍ଚ୍‌ ଜାରି ରହିଥିଲା।

 


Enter your email to get our daily news in your inbox.

All Right Reserved By Dharitri.Com

ପାଖେଇ ଆସିଲାଣି ଗଣେଶ ପୂଜା, ମୂର୍ତ୍ତି ନିର୍ମାଣରେ ବ୍ୟସ୍ତ କାରିଗର

ରିଷିଡ଼ା,୯ା୯(ସୁଶାନ୍ତ ମଲ୍ଲିକ): ଗଣେଶ ପୂଜା ଉପଲକ୍ଷେ କଳାହାଣ୍ଡି ଜିଲା ଉତ୍ସବ ମୁଖର ହୋଇଉଠିଛି। ବିଶେଷକରି କର୍ଲାମୁଣ୍ତା ବ୍ଲକ ରିଷିଡ଼ା ଅଞ୍ଚଳର ମୂର୍ତ୍ତି କାରିଗରମାନେ ମାଟି ମୂର୍ତ୍ତି ନିର୍ମାଣରେ…

ଆବୁଧାବି ଗସ୍ତରେ ମୁଖ୍ୟମନ୍ତ୍ରୀ, ଆଜି ଆଇଏଚ୍‌ସିର ବ୍ୟବସାୟିକ ୟୁନିଟ୍‌-ଗ୍ରୁପ୍‌ କମ୍ପାନୀ ସହ କରିବେ ଆଲୋଚନା

ଭୁବନେଶ୍ୱର,୯ା୯(ସୁନିତ୍‌ ମିଶ୍ର): ଓଡ଼ିଶା ସରକାରଙ୍କ ୟୁଏଇ ନିବେଶ ଅଭିଯାନର ଅଂଶ ଭାବେ ୯ ସେପ୍ଟେମ୍ବର ୨୦୨୬ରେ ବ୍ୟବସାୟ ନିବେଶ ଓ କୂଟନୈତିକ କ୍ଷେତ୍ରରେ ଏକାଧିକ ଉଚ୍ଚସ୍ତରୀୟ ଆଲୋଚନା…

ମୋଦି କ୍ୟାବିନେଟ୍‌ର ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି: ହେଲା ବଡ଼ ଘୋଷଣା, ଓଡ଼ିଶାକୁ…

ନୂଆଦିଲ୍ଲୀ,୯।୯: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଅଧ୍ୟକ୍ଷତାରେ ବୁଧବାର ଅନୁଷ୍ଠିତ କେନ୍ଦ୍ର କ୍ୟାବିନେଟ ବୈଠକରେ ଅନେକ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନିଆଯାଇଛି। ଦେଶର ରେଳ ଭିତ୍ତିଭୂମିକୁ ଆହୁରି ସୁଦୃଢ଼ କରିବା…

ବିଭିନ୍ନ ଦାବିରେ ଉପଜିଲାପାଳ ଅଫିସ ଘେରାଉ କଲା ବିଜେଡି

ପାଟଣାଗଡ଼,୯ା୯(ସଚ୍ଚିଦାନନ୍ଦ ମହାକୁର): ବଲାଙ୍ଗୀର ଜିଲା ପାଟଣାଗଡ଼ରେ ବିଭିନ୍ନ ଦାବି ନେଇ ବୁଧବାର ସ୍ଥାନୀୟ ବିଜେଡି ପକ୍ଷରୁ ଉପଜିଲାପାଳଙ୍କ କାର୍ଯ୍ୟାଳୟକୁ ଘେରାଉ କରାଯାଇଛି। ଏହି ଅବସରରେ ରାଜ୍ୟପାଳଙ୍କ ଉଦ୍ଦେଶ୍ୟରେ…

‘ଦୃଶ୍ୟମ ୩’ର ଧମାକାଦାର ଟ୍ରେଲର ରିଲିଜ୍‌: ସାଉଁଟୁଛି ପ୍ରଶଂସା

ବଲିଉଡ ଅଭିନେତା ଅଜୟ ଦେବଗନଙ୍କ ବହୁ ପ୍ରତୀକ୍ଷିତ କ୍ରାଇମ ଥ୍ରିଲର୍‌ ‘ଦୃଶ୍ୟମ ଦ କନକ୍ଲୁଜନ’ ଅର୍ଥାତ୍‌ ‘ଦୃଶ୍ୟମ ୩’ର ଟ୍ରେଲର୍‌ ରିଲିଜ ହୋଇଛି। ୨୦୧୫ରେ ଆରମ୍ଭ ହୋଇଥିବା…

ଦ୍ୱିତୀୟ ସେମିଷ୍ଟାର ପରୀକ୍ଷା ଫଳକୁ ନେଇ ଛାତ୍ରୀଛାତ୍ରଙ୍କ ମଧ୍ୟରେ ଅସନ୍ତୋଷ: ମୂଲ୍ୟାଙ୍କନ ଉପରେ ପ୍ରଶ୍ନବାଚୀ

ଭଞ୍ଜନଗର,୯।୯(ବାବୁଲା ପ୍ରଧାନ): ବ୍ରହ୍ମପୁର ବିଶବିଦ୍ୟାଳୟ ପକ୍ଷରୁ ମଙ୍ଗଳବାର ସନ୍ଧ୍ୟାରେ ଯୁକ୍ତ ୩ ଦ୍ୱିତୀୟ ସେମିଷ୍ଟର ପରୀକ୍ଷା ଫଳ ପ୍ରକାଶିତ ହୋଇଛି। ଏଥିରେ ଅନେକ ଛାତ୍ରୀଛାତ୍ରଙ୍କ ପେପର ବ୍ୟାକ…

ଭାରତ ରତ୍ନ ସିଏନଆର ରାଓଙ୍କୁ ‘SIR’ ନୋଟିସ: ଭୋଟର ତାଲିକାରେ ନାଁ ଭୁଲ

ବେଙ୍ଗାଲୁରୁ,୯।୯: ଭୋଟର ତାଲିକାରେ ନାଁ ସ୍ପେଲିଂ ବନାନରେ ଅସଙ୍ଗତି ଥିବା ଜଣାପଡ଼ିବା ପରେ ଭାରତ ରତ୍ନ ବିଶିଷ୍ଟ ବୈଜ୍ଞାନିକ ପ୍ରଫେସର ସିଏନଆର ରାଓଙ୍କୁ ନୋଟିସ ଜାରି କରାଯାଇଛି।…

PM ମୋଦିଙ୍କ ସାର୍ବଜନୀନ ଜୀବନର ୨୫ ବର୍ଷ: ନୀତିନ ନବୀନ କହିଲେ- ଅକ୍ଟୋବର ୨ରେ…

ନୂଆଦିଲ୍ଲୀ,୯।୯: ଭାରତୀୟ ଜନତା ପାର୍ଟି (BJP) ପକ୍ଷରୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସାର୍ବଜନୀନ ଜୀବନର ୨୫ ବର୍ଷ ପୂର୍ତ୍ତି ଅବସରରେ ଆସନ୍ତା ମାସରେ ‘ସେବା ସଂକଳ୍ପ ଅଭିଯାନ’…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri