ରାଫାଲ୍‌ ଡିଲ୍‌ ଯାଞ୍ଚ୍‌ ପାଇଁ ବିଚାରପତି ନିଯୁକ୍ତ, ବହୁ ଭିଆଇପିଙ୍କ ଉପରେ ନଜର…

ପ୍ୟାରିସ୍‌/ନୂଆଦିଲ୍ଲୀ,୩।୭: ରାଫାଲ୍‌ ଡିଲ୍‌ରେ ବ୍ୟାପକ ଅର୍ଥ ହେର୍‌ଫେର୍‌ ହୋଇଥିବା ଅଭିଯୋଗ ହେବା ପରେ ଫ୍ରାନ୍ସ୍‌ ସରକାର କଡ଼ା ପଦକ୍ଷେପ ଗ୍ରହଣ କରିଛନ୍ତି। ଏହାର ଯାଞ୍ଚ୍‌ ପାଇଁ ଫ୍ରାନ୍ସ୍‌ ପକ୍ଷରୁ ବିଚାରପତି ନିଯୁକ୍ତ କରାଯାଇଛି। ଦେଶର ପବ୍ଲିକ୍‌ ପ୍ରସ୍ୟୁକିଶନ ସର୍ଭିସେଜ୍‌ର ଫାଇନାନ୍ସିଆଲ କ୍ରାଇମ୍‌ ବ୍ରାଞ୍ଚ୍‌(ପିଏନ୍‌ଏଫ୍‌) ଦ୍ୱାରା ରାଫାଲ ଡିଲ୍‌ରେ ହୋଇଥିବା ଦୁର୍ନୀତି ଏବଂ ପକ୍ଷପାତ ଅଭିଯୋଗର ତଦନ୍ତ କରାଯିବ। ବ୍ୟାପକ ଅର୍ଥ ହେର୍‌ଫେର୍‌ ସମ୍ପର୍କରେ ଫ୍ରାନ୍ସର ଏନ୍‌ଜିଓ ଶେରପା ପକ୍ଷରୁ ଅଭିଯୋଗ କରାଯିବା ପରେ ସରକାର ଦୃଢ଼ ପଦକ୍ଷେପ ଗ୍ରହଣ କରିବାକୁ ନିଷ୍ପତ୍ତି ନେଇଥିଲେ। ବହୁ ଭିଆଇପିଙ୍କ ଉପରେ ଏବେ ତଦନ୍ତକାରୀ ସଂସ୍ଥାର ତୀକ୍ଷ୍‌ଣ ନଜର ରହିଛି। ଏହାକୁ ନେଇ ଭିଆଇପିଙ୍କ ଆଖିକୁ ଏବେ ଆଉ ନିଦ ନାହିଁ। ୨୦୧୮ରେ ଶେରପା ଏଭଳି ଅଭିଯୋଗ ଆଣିଥିଲା। ଫ୍ରାନ୍ସ୍‌ର ଗଣମାଧ୍ୟମ ଦ୍ୱାରା ଏନେଇ ରିପୋର୍ଟ ପ୍ରକାଶିତ ହୋଇଥିଲା। ସେତେବେଳେ ପିଏନ୍‌ଏଫ୍‌ ରାଫାଲ ଯୁଦ୍ଧ ବିମାନ ନେଇ ୭.୮ ବିଲିୟନ୍‌ ୟୁରୋର ଏହି ଡିଲ୍‌ ବିରୋଧରେ ଅଣାଯାଇଥିବା ଅଭିଯୋଗକୁ ଖାରଜ କରିଦେଇଥିଲେ। ରାଫାଲ୍‌ ଡିଲ୍‌ରେ ପୂର୍ବତନ ରାଷ୍ଟ୍ରପତି ଫ୍ରାଙ୍କୋଇସ୍‌ ହୋଲାଣ୍ଡେ ସ୍ବାକ୍ଷର କରିଥିଲେ। ସେହିପରି ବର୍ତ୍ତମାନର ରାଷ୍ଟ୍ରପତି ଇମାନ୍ୟୁଏଲ୍‌ ମାକରୋନ୍‌ ସେତେବେଳେ ଅର୍ଥମନ୍ତ୍ରୀ ଭାବେ କାର୍ଯ୍ୟ କରୁଥିଲେ। ସେତେବେଳର ପ୍ରତିରକ୍ଷା ମନ୍ତ୍ରୀ ତଥା ବର୍ତ୍ତମାନର ବହିର୍ବ୍ୟାପାର ମନ୍ତ୍ରୀ ଜିନ୍‌-ୟଭେସ୍‌ ଲେ ଡ୍ରିଆନ୍‌ ପ୍ରମୁଖଙ୍କୁ ଏନେଇ ପଚରାଉଚରା କରାଯିବାର ସମ୍ଭାବନା ରହିଛି। ସୂଚନାଯୋଗ୍ୟ,ଭାରତକୁ ୩୬ ରାଫାଲ ଯୁଦ୍ଧ ବିମାନ ଯୋଗାଇ ଦେବା ନେଇ ଦୁଇ ଦେଶ ମଧ୍ୟରେ ୨୦୧୬ରେ ଡିଲ୍‌ ହୋଇଥିଲା।


Enter your email to get our daily news in your inbox.

All Right Reserved By Dharitri.Com

ଚାଇନା ତିଆରି କରୁଛି ଏମିତି ଟେଲିସ୍କୋପ, ଯାହା ଦେବ ଏଲିଅନ୍‌ଙ୍କ ବିଷୟରେ ଖବର

ବେଜିଂ,୧୫।୧: ମହାକାଶରେ ଏଲିଅନ୍‌, ଏଷ୍ଟରୟେଡ୍‌ସ ଏବଂ ମେଟିୟୋର୍ସ ଖବର ଦେବା ପାଇଁ ଥିବା ଆର୍ସିବୋ ଟେଲିସ୍କୋପ ଭାଙ୍ଗିଯିବା ପରେ ଚାଇନା ବିଶ୍ୱ ପାଇଁ ନୂଆ ଟେଲିସ୍କୋପ...

ଭାରତ ବିରୋଧରେ ଯାଇ ଅଣ୍ଡାମାଡ଼ ଖାଇଲେ ପାକିସ୍ତାନ ନେତା

ଲଣ୍ଡନ,୫।୯: କଶ୍ମୀର ପ୍ରସଙ୍ଗକୁ କୌଣସି ସ୍ଥିତିରେ ହାତଛଡ଼ା କରିବାକୁ ଚାହୁଁ ନାହିଁ ପାକିସ୍ତାନ। ଏଥିପାଇଁ ଅନ୍ତଃରାଷ୍ଟ୍ରୀୟ ସ୍ତରରେ ଏହି ପ୍ରସଙ୍ଗ ଉଠାଇବା ସହ ଆଶ୍ୱାସନା ପାଇବାକୁ...

ସୌରମଣ୍ଡଳ ବାହାର ଉପଗ୍ରହରେ ଜଳ

ଲଣ୍ଡନ,୮ା୬(ପି.ଟି.): ଆମ ସୌରମଣ୍ଡଳ ବାହାରେ ଗ୍ରହ ଚାରିପାଖେ ଘୂରିବୁଲୁଥିବା ଉପଗ୍ରହ(ଚନ୍ଦ୍ର)ରେ ଜଳ ତରଳ ଅବସ୍ଥାରେ ଥାଇପାରେ। ଏଥିପାଇଁ ପୃଥିବୀ ବାହାରେ ଜୀବନ ତିଷ୍ଠିବା ସମ୍ଭବପର ବୋଲି...

ଟ୍ରାନ୍ସଜେଣ୍ଡରଙ୍କୁ ମିଳିଲା ପ୍ରଥମ ମିସ୍‌ ମେକ୍ସିକୋ ମୁକୁଟ

ମେକ୍ସିକୋ ସିଟି,୩୦।୭: ମେକ୍ସିକୋରେ ପ୍ରଥମଥର ଲାଗି ଜଣେ ଟ୍ରାନ୍ସଜେଣ୍ଡରଙ୍କୁ ମିସ୍‌ ମେକ୍ସିକୋ ୨୦୧୯ ମୁକୁଟ ମିଳିଛି। କାଲିଫର୍ନିଆ ଓ ମେକ୍ସିକୋ ସିଟିର ମିସ୍‌ଙ୍କୁ ହରାଇ ଇଓ୍ବାନା...

‘କ୍ରିପ୍ଟୋ କୁଇନ୍‌’ଙ୍କ ପଛରେ ଏଫ୍‌ବିଆଇ

ଓ୍ବାଶିଂଟନ୍‌, ୨୪ା୧:କ୍ରିପ୍ଟୋ କୁଇନ୍‌ ଭାବେ ଦେଶ ବିଦେଶରେ ଜଣାଯାଉଥିବା ରୁଜା ଇଗ୍‌ନାଟୋଭାଙ୍କୁ ଧରିବା ଲାଗି ଆମେରିକୀୟ ତଦନ୍ତକାରୀ ସଂସ୍ଥା ଏଫ୍‌ବିଆଇ (ଫେଡେରାଲ୍‌ ବ୍ୟୁରୋ ଅଫ୍‌ ଇନ୍‌ଭେଷ୍ଟିଗେଶନ୍‌)...

୧୫ ଲକ୍ଷରୁ ଅଧିକ ଆଫଗାନୀଙ୍କ ଗୁପ୍ତ ତଥ୍ୟ ଲିକ୍‌…

ନୂଆଦିଲ୍ଲୀ,୨୯।୮: ଲକ୍ଷ ଲକ୍ଷ ଆଫଗାନିସ୍ତାନ ନାଗରିକଙ୍କ ଗୁପ୍ତ ତଥ୍ୟ ଲିକ ହୋଇଛି। ଆମେରିକା ଏସବୁ ତଥ୍ୟକୁ ଗତ ୨୦ ବର୍ଷ ମଧ୍ୟରେ ଏକତ୍ରିତ କରିଥିଲା। ଏବେ...

ଭାରତୀୟ ଶିଖ୍‌ଙ୍କ ପାଇଁ ଖୋଲିଲା ପାକିସ୍ତାନ ଗୁରୁଦ୍ୱାର

ଲାହୋର,୨ା୭(ପି.ଟି.): ପାକିସ୍ତାନର ପଞ୍ଜାବ ପ୍ରଦେଶ ଅନ୍ତର୍ଗତ ସିଆଲକୋଟରେ ୫୦୦ବର୍ଷର ଏକ ପୁରାତନ ବବେ-ଦେ-ବର ଗୁରୁଦ୍ୱାର ଭାରତୀୟ ଶିଖ୍‌ ତୀର୍ଥଯାତ୍ରୀଙ୍କ ପାଇଁ ଉନ୍ମୁକ୍ତ ହୋଇଛି। ପୂର୍ବରୁ ଭାରତୀୟମାନଙ୍କୁ...

ନ୍ୟୁୟର୍କରେ ଭୟଙ୍କର ବନ୍ୟା: ରାସ୍ତାରେ ଭାସୁଛି କାର

ନ୍ୟୁୟର୍କ,୩ା୯: ପ୍ରବଳ ବର୍ଷା ସାଙ୍ଗକୁ ଅଧିକ ବେଗରେ ବହୁଛି ପବନ। ସବୁ ଆଡେ ପାଣି। ରାସ୍ତାରେ କାର ସହ ଲୋକଙ୍କ ମୃତଦେହ ଭାସୁଛି। ଏଭଳି ଦୃଶ୍ୟ...

Advertisement
Archives

Model This Week