ରାଫାଲ୍‌ ଡିଲ୍‌ ଯାଞ୍ଚ୍‌ ପାଇଁ ବିଚାରପତି ନିଯୁକ୍ତ, ବହୁ ଭିଆଇପିଙ୍କ ଉପରେ ନଜର…

ପ୍ୟାରିସ୍‌/ନୂଆଦିଲ୍ଲୀ,୩।୭: ରାଫାଲ୍‌ ଡିଲ୍‌ରେ ବ୍ୟାପକ ଅର୍ଥ ହେର୍‌ଫେର୍‌ ହୋଇଥିବା ଅଭିଯୋଗ ହେବା ପରେ ଫ୍ରାନ୍ସ୍‌ ସରକାର କଡ଼ା ପଦକ୍ଷେପ ଗ୍ରହଣ କରିଛନ୍ତି। ଏହାର ଯାଞ୍ଚ୍‌ ପାଇଁ ଫ୍ରାନ୍ସ୍‌ ପକ୍ଷରୁ ବିଚାରପତି ନିଯୁକ୍ତ କରାଯାଇଛି। ଦେଶର ପବ୍ଲିକ୍‌ ପ୍ରସ୍ୟୁକିଶନ ସର୍ଭିସେଜ୍‌ର ଫାଇନାନ୍ସିଆଲ କ୍ରାଇମ୍‌ ବ୍ରାଞ୍ଚ୍‌(ପିଏନ୍‌ଏଫ୍‌) ଦ୍ୱାରା ରାଫାଲ ଡିଲ୍‌ରେ ହୋଇଥିବା ଦୁର୍ନୀତି ଏବଂ ପକ୍ଷପାତ ଅଭିଯୋଗର ତଦନ୍ତ କରାଯିବ। ବ୍ୟାପକ ଅର୍ଥ ହେର୍‌ଫେର୍‌ ସମ୍ପର୍କରେ ଫ୍ରାନ୍ସର ଏନ୍‌ଜିଓ ଶେରପା ପକ୍ଷରୁ ଅଭିଯୋଗ କରାଯିବା ପରେ ସରକାର ଦୃଢ଼ ପଦକ୍ଷେପ ଗ୍ରହଣ କରିବାକୁ ନିଷ୍ପତ୍ତି ନେଇଥିଲେ। ବହୁ ଭିଆଇପିଙ୍କ ଉପରେ ଏବେ ତଦନ୍ତକାରୀ ସଂସ୍ଥାର ତୀକ୍ଷ୍‌ଣ ନଜର ରହିଛି। ଏହାକୁ ନେଇ ଭିଆଇପିଙ୍କ ଆଖିକୁ ଏବେ ଆଉ ନିଦ ନାହିଁ। ୨୦୧୮ରେ ଶେରପା ଏଭଳି ଅଭିଯୋଗ ଆଣିଥିଲା। ଫ୍ରାନ୍ସ୍‌ର ଗଣମାଧ୍ୟମ ଦ୍ୱାରା ଏନେଇ ରିପୋର୍ଟ ପ୍ରକାଶିତ ହୋଇଥିଲା। ସେତେବେଳେ ପିଏନ୍‌ଏଫ୍‌ ରାଫାଲ ଯୁଦ୍ଧ ବିମାନ ନେଇ ୭.୮ ବିଲିୟନ୍‌ ୟୁରୋର ଏହି ଡିଲ୍‌ ବିରୋଧରେ ଅଣାଯାଇଥିବା ଅଭିଯୋଗକୁ ଖାରଜ କରିଦେଇଥିଲେ। ରାଫାଲ୍‌ ଡିଲ୍‌ରେ ପୂର୍ବତନ ରାଷ୍ଟ୍ରପତି ଫ୍ରାଙ୍କୋଇସ୍‌ ହୋଲାଣ୍ଡେ ସ୍ବାକ୍ଷର କରିଥିଲେ। ସେହିପରି ବର୍ତ୍ତମାନର ରାଷ୍ଟ୍ରପତି ଇମାନ୍ୟୁଏଲ୍‌ ମାକରୋନ୍‌ ସେତେବେଳେ ଅର୍ଥମନ୍ତ୍ରୀ ଭାବେ କାର୍ଯ୍ୟ କରୁଥିଲେ। ସେତେବେଳର ପ୍ରତିରକ୍ଷା ମନ୍ତ୍ରୀ ତଥା ବର୍ତ୍ତମାନର ବହିର୍ବ୍ୟାପାର ମନ୍ତ୍ରୀ ଜିନ୍‌-ୟଭେସ୍‌ ଲେ ଡ୍ରିଆନ୍‌ ପ୍ରମୁଖଙ୍କୁ ଏନେଇ ପଚରାଉଚରା କରାଯିବାର ସମ୍ଭାବନା ରହିଛି। ସୂଚନାଯୋଗ୍ୟ,ଭାରତକୁ ୩୬ ରାଫାଲ ଯୁଦ୍ଧ ବିମାନ ଯୋଗାଇ ଦେବା ନେଇ ଦୁଇ ଦେଶ ମଧ୍ୟରେ ୨୦୧୬ରେ ଡିଲ୍‌ ହୋଇଥିଲା।


Enter your email to get our daily news in your inbox.

All Right Reserved By Dharitri.Com

‘ଭାଜପା ସରକାର ଅଢ଼େଇ ବର୍ଷରେ ଓଡ଼ିଶା ଛବିକୁ ମଳିନ କରିସାରିଲେଣି’

ଭୁବନେଶ୍ୱର, ୯।୧୦(ସୁନିତ୍‌ ମିଶ୍ର): ବିଜେଡି ସବୁବେଳେ ସେବା ଓ ବିକାଶରେ ବିଶ୍ୱାସ କରେ। ବିଜେଡି ସରକାର ସମୟରେ ଦ୍ରୁତ ବିକାଶ ପାଇଁ ଓଡ଼ିଶା ସାରା ଦେଶରେ ଏକ…

ଜୁଆଆଡ୍ଡା ପରିଚାଳନାକୁ ନେଇ ଉତ୍ତେଜନା: ହତ୍ୟା ଉଦ୍ୟମ ଘଟଣାରେ …

ଦିଗପହଣ୍ଡି,୯|୧୦(ଅଶେଷ ନାଥ ମିଶ୍ର) ଗଞ୍ଜାମ ଜିଲା ଦିଗପହଣ୍ଡି ପୋଲିସ ଶୁକ୍ରବାର ବ୍ରହ୍ମପୁର ସଦର ଥାନା ବାଲିପଡ଼ା ଗ୍ରାମର ନିଲୁ ଗୌଡ଼(୨୧) ଙ୍କୁ ଗିରଫ କରି ସନ୍ଧ୍ୟାରେ କୋର୍ଟ…

ଘୂର୍ଣ୍ଣିବଳୟ ସକ୍ରିୟ, ୧୩ ବେଳକୁ ଲଘୁଚାପ: ଫେରନ୍ତା ମୌସୁମୀ ପ୍ରଭାବରେ ବର୍ଷା ଆରମ୍ଭ; ୟେଲୋ ଓ୍ବାର୍ନିଂ ଜାରି…

ଭୁବନେଶ୍ୱର, ୯ା୧୦(ବନ୍ଦନା ସେଠୀ) – ବଙ୍ଗୋପସାଗରରେ ପୁଣି ଏକ ଲଘୁଚାପ ସୃଷ୍ଟି ହେବାକୁ ଯାଉଛି। ଇତିମଧ୍ୟରେ ଥାଇଲାଣ୍ଡ ଉପସାଗର ଓ ଆଖପାଖ ଅଞ୍ଚଳରେ ସୃଷ୍ଟି ହୋଇଥିବା ଘୂର୍ଣ୍ଣିବଳୟ…

ଆମେରିକା କାର୍ଯ୍ୟାନୁଷ୍ଠାନ ଉପରେ ସ୍ପଷ୍ଟୀକରଣ ରଖିଲା ଭାରତ, H-1B ଭିସା ଉପରେ …

ନୂଆଦିଲ୍ଲୀ,୯।୧୦: ଆମେରିକା ସରକାରଙ୍କ ଦ୍ୱାରା କେତେକ ପ୍ରମୁଖ ଟେକ୍ କମ୍ପାନୀକୁ ନିଯୁକ୍ତି-ଭିତ୍ତିକ ଗ୍ରୀନ୍ କାର୍ଡ କାର୍ଯ୍ୟକ୍ରମରୁ ନିଲମ୍ବିତ କରାଯିବା ନିଷ୍ପତ୍ତି ଉପରେ ଭାରତର ବୈଦେଶିକ ମନ୍ତ୍ରାଳୟ (MEA)…

ରାଷ୍ଟ୍ରପତିଙ୍କୁ ଭେଟିଲେ ବିରୋଧୀ MPଙ୍କ ପ୍ରତିନିଧିମଣ୍ଡଳୀ, ରାହୁଲ କହିଲେ- ଆମ କଥା ଶୁଣାଗଲା, ହୃଦୟରୁ ଧନ୍ୟବାଦ

ନୂଆଦିଲ୍ଲୀ,୯।୧୦: ମୁଖ୍ୟ ନିର୍ବାଚନ କମିଶନର (CEC) ଜ୍ଞାନେଶ କୁମାରଙ୍କ ଇସ୍ତଫା ଦାବିରେ ବିରୋଧୀ ଦଳ ପକ୍ଷରୁ ବିକ୍ଷୋଭ ପ୍ରଦର୍ଶନ ଜାରି ରହିଛି। ଏହି କ୍ରମରେ ‘ଇଣ୍ଡିଆ’ (INDIA)…

ସ୍ନାତକ ମହାବିଦ୍ୟାଳୟରେ ଇଲେକ୍ସନ ବଦଳରେ ସିଲେକ୍ସନ

ଗୁଡ଼ାରି, ୯।୧୦ (ପ୍ରମୋଦ କୁମାର ପତି): ଗୁଡ଼ାରି ବିଜ୍ଞାନ ସ୍ନାତକ ମହାବିଦ୍ୟାଳୟରେ ଚଳିତ ବର୍ଷ ପ୍ରଥମ ଥର ପାଇଁ ଛାତ୍ର ସଂସଦର ବିଭିନ୍ନ ପଦବୀ ପାଇଁ ଶୁକ୍ରବାର…

ସୁପରଷ୍ଟାର ସଲମାନଙ୍କ ନୂଆ ଇନିଂସ, କିଛି ଏଭଳି ଘୋଷଣା କରି ଚମକାଇଲେ

ମୁମ୍ବାଇ: ବଲିଉଡ୍‌ ସୁପରଷ୍ଟାର ସଲମାନ ଖାନଙ୍କ ନୂଆ ଇନିଂସ। ଆପଣ ଯଦି ଭାବୁଛନ୍ତି ସେ ବୋଧହୁଏ ବିବାହ କରିବାକୁ ଯାଉଛନ୍ତି, ତେବେ ନା। କେତେବେଳେ ସିନେମା ତ…

ପ୍ରଥମେ ସୋସିଆଲ ମିଡିଆରେ ପୋଷ୍ଟ, ଏବେ ଭାଜପାରୁ ଇସ୍ତଫା ଦେଇ ଚମକାଇଲେ ଧର୍ମେନ୍ଦ୍ର

ଲକ୍ଷ୍ନୌ, ୯।୧୦: ଉତ୍ତର ପ୍ରଦେଶରେ ରାଜ୍ୟ ସଭା ନିର୍ବାଚନ ପାଇଁ ଟିକେଟ ନ ମିଳିବାରୁ ଅସନ୍ତୁଷ୍ଟ ହୋଇ ଭାରତୀୟ ଜନତା ପାର୍ଟିର ପୂର୍ବତନ MP ଧର୍ମେନ୍ଦ୍ର କଶ୍ୟପ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?