Posted inଜାତୀୟ

ରାଜନୀତିକୁ ଓହ୍ଲାଇବେ ଏହି ଚର୍ଚ୍ଚିତ ବିଚାରପତି! ଦେଲେ ସଙ୍କେତ

କୋଲକତା,୩।୩: ଆଇଏଏସ ଅଫିସରଙ୍କ ପରେ ରାନୀତିରେ ନିଜ ଭାଗ୍ୟ ପରୀକ୍ଷା କରିପାରନ୍ତି ହାଇକୋର୍ଟ ବିଚାରପତି। ପାଖେଇ ଆସିଲାଣି ନିର୍ବାଚନ। ଏ ଭିତରେ କାହାକୁ ଟିକେଟ୍‌ ମିଳିବ କି ମିଳିବନି ଭିତରେ ଭାଜପା ଏହାର ପ୍ରଥମ ପ୍ରାର୍ଥୀ ତାଲିକା ଜାରି କରିଥିବାବେଳେ ଅନେକେ ପରବର୍ତ୍ତୀ ତାଲିକାକୁ ଅପେକ୍ଷା କରିଛନ୍ତି। ଅନ୍ୟପଟେ ଇଣ୍ଡିଆ ମେଣ୍ଟର ଭାଗ ଛିଡୁ ନ ଥିବାବେଳେ କଂଗ୍ରେସର ସହଯୋଗୀ ଦଳ ଗୋଟିକ ପରେ ଗୋଟିଏ ଝଟକା ଦେବାରେ ଲାଗିଛନ୍ତି। ତେବେ ଏହାରି ଭିତରେ ଶୁଣିବାକୁ ମିଳୁଛି କି, କୋଲକତା ହାଇକୋର୍ଟର ଜଣେ ଚର୍ଚ୍ଚିତ ବିଚାରପତି ନିର୍ବାଚନ ଲଢିପାରନ୍ତି।

କୋଲକତା ହାଇକୋର୍ଟର ଜଣେ ଚର୍ଚ୍ଚିତ ବିଚାରପତି ତଥା ଶିକ୍ଷକ ନିଯୁକ୍ତି ସ୍କାମ ସମେତ ଅନେକ ମାମଲାରେ ଗୋଟିଏ ପରେ ଗୋଟିଏ ଗୁରୁତ୍ୱପୂର୍ଣ୍ଣ ରାୟ ଦେଇଥିବା ଜଷ୍ଟିସ ଅଭିଜିତ ଗଙ୍ଗୋପାଧ୍ୟାୟ ରାଜନୀତିକୁ ଏଣ୍ଟ୍ରି କରପାରନ୍ତି ବୋଲି ଚର୍ଚ୍ଚା ଆରମ୍ଭ ହୋଇଛି। ଏନେଇ ସେ ଖୋଦ୍‌ ସଙ୍କେତ ମଧ୍ୟ ଦେଇଛନ୍ତି।
କହିରଖୁଛୁ କି, ମଙ୍ଗଳବାର ସେ ନିଜ ପଦବୀରୁ ଇସ୍ତଫା ଦେଇଛନ୍ତି। ଇସ୍ତଫା ଦେବା ପରେ ସେ କହିଛନ୍ତି, ଏହା ପରେ ବଡ ମଇଦାନକୁ ଓହ୍ଲାଇବାକୁ ଯାଉଛି। ଯଦି ରାଜନୀତିରେ ସୁଯୋଗ ମିଳେ ତେବେ ସେ ସୁଯୋଗକୁ ହାତଛଡା କରିବି ନାହିଁ।

ରବିବାର ଗଣମାଧ୍ୟମକୁ ସାକ୍ଷାତକାର ଦେଇ ଜଷ୍ଟିସ ଅଭିଜିତ କହିଛନ୍ତି, ସୋମବାର କୋଲକତା ହାଇକୋର୍ଟରେ ମୋର ଶେଷ ଦିନ। ଆସନ୍ତା କାଲି ସବୁ ମାମଲାର ଶୁଣାଣି କରିବି। ଏହା ପରେ ମଙ୍ଗଳବାର ରାଷ୍ଟ୍ରପତିଙ୍କ ନିକଟକୁ ଇସ୍ତଫା ପତ୍ର ପଠାଇବି।
ତେବେ ଏକ ପ୍ରଶ୍ନର ଉତ୍ତରରେ ଜଷ୍ଟିସ ଅଭିଜିତି ରାଜନୀତିରେ ଏଣ୍ଟ୍ରି କରିବାକୁ ଇଙ୍ଗିତ ଦେଇଛନ୍ତି। ଚଳିତ ଲୋକସଭା ନିର୍ବାଚନରେ ଲଢିବେ କି; ଏହାର ଉତ୍ତରରେ ସେ କହିଛନ୍ତି, ଯଦି କୌଣସି ରାଜନୈତିକ ଦଳ ମୋତେ ଟିକେଟ ଦିଅନ୍ତି, ତେବେ ଏନେଇ ବିଚାର କରିବି। ଇସ୍ତଫା ଦେବାର କାରଣ ପଚରାଯିବାରୁ ସେ କହିଛନ୍ତି, ଶାସକ ଦଳର ଅନେକ ନେତା ମୋତେ ଚ୍ୟାଲେଞ୍ଜ କରିଛନ୍ତି। ତେଣୁ ଏପରି ନିଷ୍ପତ୍ତି ନେବାକୁ ବାଧ୍ୟ ହେଲି। ଏଥିପାଇଁ ମୁଁ ଶାସକ ଦଳକୁ ଅଭିନନ୍ଦନ ଜଣାଉଛି।


Enter your email to get our daily news in your inbox.

All Right Reserved By Dharitri.Com

ନୂଆଖାଇ ପୂର୍ବରୁ ଭତ୍ତା ଟଙ୍କା ଦିଅ, ନଚେତ୍ ଆନ୍ଦୋଳନ! ରାଜ୍ୟପାଳଙ୍କ ହସ୍ତକ୍ଷେପ ଦାବି କଲା ବିଜେଡି, ସ୍ମାରକପତ୍ର…

ବରଗଡ଼,୮।୯(ପ୍ରେମାନନ୍ଦ ଖମାରୀ): ପଶ୍ଚିମ ଓଡ଼ିଶାର ଗଣପର୍ବ ନୂଆଖାଇ ପୂର୍ବରୁ ସମସ୍ତ ହିତାଧିକାରୀଙ୍କୁ ସାମାଜିକ ନିରାପତ୍ତା ଭତ୍ତା ପ୍ରଦାନ କରିବା ଦାବିରେ ବରଗଡ଼ ଜିଲା ବିଜେଡି ପକ୍ଷରୁ ରାଜ୍ୟପାଳଙ୍କ…

ସରକାରୀ କର୍ମଚାରୀଙ୍କ ପାଇଁ ବଡ଼ ଉପହାର, ୨୦% ମିଳିବ ବୋନସ ଆଉ ତା’ ସହ…

ନୂଆଦିଲ୍ଲୀ,୮।୯: କର୍ମଚାରୀମାନଙ୍କ ପାଇଁ ଏକ ଖୁସି ଖବର ସାମ୍ନାକୁ ଆସିଛି। ଏବେ ନୂତନ ଶ୍ରମ କୋଡ (Labour Code) ଅଧୀନରେ କର୍ମଚାରୀମାନଙ୍କୁ ପ୍ରାୟ ୨୦ ପ୍ରତିଶତ ପର୍ଯ୍ୟନ୍ତ…

ନିଖୋଜ MKCG ମେଡିକାଲ ଛାତ୍ର ସାଗର ସାହୁ ମୟୂରଭଞ୍ଜରୁ ଉଦ୍ଧାର, ଝାଡ଼ଖଣ୍ଡରୁ ଫେରୁଥିବା ବେଳେ…

ଭୁବନେଶ୍ୱର/ବାରିପଦା, ୮।୯: ଗତ ଅଗଷ୍ଟ ୩୧ ତାରିଖରୁ ନିଖୋଜ ଥିବା ବ୍ରହ୍ମପୁର ମହାରାଜା କୃଷ୍ଣଚନ୍ଦ୍ର ଗଜପତି(MKCG) ମେଡିକାଲ କଲେଜର ଛାତ୍ର ସାଗର ସାହୁ(୨୧) ସୁରକ୍ଷିତ ଭାବେ ଉଦ୍ଧାର…

ଋଷିକୁଲ୍ୟା ପାଇଁ ବିପଦ ସାଜିଛି କାଶତଣ୍ଡୀ

ଧରାକୋଟ,୮ା୯ (ବିଷ୍ଣୁ କେଶରୀ ଆଚାର୍ଯ୍ୟ): କନ୍ଧମାଳ ଜିଲାର ଋଷୀମାଳ ପର୍ବତରୁ ଋଷିକୁଲ୍ୟା ନଦୀ ଜନ୍ମନେଇ ଗଞ୍ଜାମ ଜିଲାର ସୋରଡା, ଧାକୋଟ, ଆସିକା, ହିଞ୍ଜିଳି, ପୁରୁଷୋତ୍ତମପୁର ବ୍ଲକ୍‌ ପରେ…

ମୋଦିଙ୍କ କାର୍ଯ୍ୟକ୍ରମ ସ୍ଥଳରୁ ବନ୍ଧୁକ ସହ ଧରାପଡିଲେ ୨ ସନ୍ଦିଗ୍ଧ

ମୁମ୍ବାଇ,୮।୯: ମୁମ୍ବାଇର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଯେଉଁଠାରେ ଏକ କାର୍ଯ୍ୟକ୍ରମରେ ଯୋଗଦେବାକୁ ଯାଉଛନ୍ତି ସେହି ସ୍ଥାନ ନିକଟରୁ ଦୁଇଜଣଙ୍କୁ ଅଟକ ରଖାଯାଇଛି। ସେମାନଙ୍କ ମଧ୍ୟରୁ ଜଣଙ୍କଠାରୁ ଏକ…

ପାକିସ୍ତାନର ଇଣ୍ଡିଆ ପ୍ରେମ! ବିରାଟ କୋହଲିଙ୍କ ବ୍ରାଣ୍ଡର ଜୋତା ପିନ୍ଧି ଖେଳୁଛନ୍ତି ପାକିସ୍ତାନୀ କ୍ରିକେଟର; ଫଟୋ ଭାଇରାଲ

ନୂଆଦିଲ୍ଲୀ,୮।୯: ପାକିସ୍ତାନ ଦଳର କେତେଜଣ ଖେଳାଳି ବିରାଟ କୋହଲିଙ୍କ ବ୍ରାଣ୍ଡ, One8 ର ଜୋତା ପିନ୍ଧି ମହିଳା ଏସିଆ କପରେ ଖେଳୁଛନ୍ତି; ଏହାର ଫଟୋ ଏବେ ଭାଇରାଲ…

‘କାଜି କ୍ୟାମ୍ପ ଉପରେ କ୍ଷେପଣାସ୍ତ୍ର ପକାଅ’: ଭୋପାଳ ଭାଜପା ବିଧାୟକଙ୍କ ବୟାନକୁ ନେଇ ରାଜନୈତିକ ମହଲରେ ହଇଚଇ

ଭୋପାଳ,୮।୯: ମଧ୍ୟପ୍ରଦେଶର ରାଜଧାନୀ ଭୋପାଳରେ ଭାରତୀୟ ଜନତା ପାର୍ଟି (ଭାଜପା) ବିଧାୟକ ରାମେଶ୍ୱର ଶର୍ମାଙ୍କ ଏକ ବୟାନ ରାଜନୈତିକ ବିବାଦ ସୃଷ୍ଟି କରିଛି। ହୁଜୁର ବିଧାନସଭା ନିର୍ବାଚନମଣ୍ଡଳୀର…

ପୁଣି ବଢ଼ିଗଲା BCCIର ରାଜକୋଷ; ୩୫ ମ୍ୟାଚ ଚୁକ୍ତିରୁ ମିଳିଲା ଏତିକି କୋଟି

ନୂଆଦିଲ୍ଲୀ,୮।୯: ବିଶ୍ୱର ସବୁଠାରୁ ଧନୀ କ୍ରିକେଟ ବୋର୍ଡ BCCI ଏକ ନୂତନ ଚୁକ୍ତି କରିଛି। ଟିମ ଇଣ୍ଡିଆ ଘରୋଇ ମାଟିରେ ଖେଳିବା ପାଇଁ ବୋର୍ଡ ଏବେ 3.71…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri