ଅନୁଗୋଳରେ ରେଳ ମିଲ୍‌ କରିବ ଜେଏସ୍‌ପି

ଭୁବନେଶ୍ୱର,୧୪।୪: ଜିନ୍ଦଲ ଷ୍ଟିଲ୍‌ ଆଣ୍ଡ ପାୱାର (ଜେଏସ୍‌ପି) ପକ୍ଷରୁ ଓଡ଼ିଶାରେ ରେଳ ମିଲ୍‌ ସ୍ଥାପନ ସମ୍ପର୍କରେ ଘୋଷଣା କରାଯାଇଛି। ଏପରିକି ଜେଏସ୍‌ପି ଓଡ଼ିଶାର ଅନୁଗୋଳସ୍ଥିତ ଷ୍ଟିଲ୍‌ କମ୍ପ୍ଲେକ୍ସଠାରେ ୧.୨ ଏମ୍‌ଟିପିଏ କ୍ଷମତାସମ୍ପନ୍ନ ଏକ ନୂତନ ରେଳ ମିଲ୍‌ ସ୍ଥାପନ କରାଯିବ। ବିଶେଷକରି ଉକ୍ତ ମିଲ୍‌ ସ୍ଥାପନ ସହ କାର୍ଯ୍ୟକ୍ଷମ ହୋଇଗଲା ପରେ କମ୍ପାନୀର ସମୁଦାୟ ରେଳ ଧାରଣା ତିଆରି କ୍ଷମତା ୨.୨ ଏମ୍‌ଟିପିଏ ହୋଇଯିବ ବୋଲି ଜେଏସ୍‌ପି ପକ୍ଷରୁ ସୂଚନା ଦିଆଯାଇଛି। ଅପରପକ୍ଷରେ ଜେଏସ୍‌ପିର ଛତିଶଗଡ଼ସ୍ଥିତ ରାୟଗଡ଼ ପ୍ଳାଣ୍ଟଠାରେ ୧୧୭୫ ଏଚ୍‌ଟି, ଏସିମେଟ୍ରିକ ରେଳ, ଆର୍‌ ୩୫୦ ଏଚ୍‌ଟି ଏବଂ ବିଶେଷକରି ମେଟ୍ରୋ ଓ ତ୍ୱରିତ ରେଳ ପରିବହନ ପ୍ରକଳ୍ପ ନିମନ୍ତେ ୧୦୮୦ ଏଚ୍‌ଏଚ୍‌ ରେଳର ବିକଶିତ କରିଛି। ଏହିସବୁ ଉତ୍ପାଦ ଆମଦାନୀ ବିକଳ୍ପ ଏବଂ ୨୫ ଏମ୍‌ଟିରୁ ଅଧିକ ଏକ୍ସେଲ ଲୋଡ୍‌ ନିମନ୍ତେ ମଧ୍ୟ ଆବଶ୍ୟକ ହୋଇଥାଏ l ଏହି ରେଳ ଗୁଡିକ ମୌଳିକତଃ ମେଟ୍ରୋ ରେଳ ନିଗମ, ତ୍ୱରିତ ଗତି ଏବଂ ବୁଲେଟ ଟ୍ରେନ୍‌ ପ୍ରକଳ୍ପରେ ବ୍ୟବହୃତ ହୋଇଥାଏ। ସେହିଭଳି ରାୟଗଡ଼ ରେଳ ମିଲ୍‌ ନିୟମିତ ଭାବେ ଭାରତୀୟ ରେଳ, ଡିଏଫ୍‌ସିସି ଏବଂ ରାଷ୍ଟ୍ରର ଅନ୍ୟାନ୍ୟ ମହତ୍ତ୍ୱପୂର୍ଣ୍ଣ ପରିଯୋଜନା ନିମନ୍ତେ ୨୬୦ ମିଟର ରେଳର ଯୋଗାଣ କରିଛି। ଏଥିରେ ନୂ୍ୟନତମ ୱେଲଡିଂ ହେବା ସହ ରେଳ ଟ୍ରାକର ସୁରକ୍ଷା ସହ ଆରାମଦାୟକ ଯାତ୍ରା ପ୍ରଦାନ କରିବା ନିମନ୍ତେ ଏହା ବେଶ୍‌ ଉପଯୋଗୀl ଜେଏସ୍‌ପିର ୧୦୮୦ ଏଚ୍‌ଏଚ୍‌ ଗ୍ରେଡ୍‌ର ସ୍ବତନ୍ତ୍ର ରେଳର ଉପଯୋଗ ଦେଶର ପ୍ରାୟ ସମସ୍ତ ମେଟ୍ରୋ ଏବଂ ଆର୍‌ଆର୍‌ଟିଏସ୍‌ ପରିଯୋଜନାରେ ବ୍ୟବହୃତ ହୋଇଥାଏ l ଏହି ରେଳଗୁଡିକ ରାଷ୍ଟ୍ରର ସ୍ବତନ୍ତ୍ର ନାଗରିକ, ସୈନ୍ୟ ଏବଂ ଅନ୍ୟାନ୍ୟ ଦୁର୍ଗମ ପରିଯୋଜନାରେ ବ୍ୟବହୃତ ହୋଇଥାଏl ଉଲ୍ଲେଖଯୋଗ୍ୟ, ଜମ୍ମୁ-କଶ୍ମୀରର ୟୁଏସ୍‌ବିଆର୍‌ଏଲ୍‌ ଏବଂ ପଶ୍ଚିମବଙ୍ଗର ସିବୋକ-ରଙ୍ଗପୋ ପରିଯୋଜନା ଇତ୍ୟାଦି।
ଏ ସମ୍ପର୍କରେ ଜେଏସ୍‌ପିର ପରିଚାଳନା ନିର୍ଦ୍ଦେଶକ ବିମଳେନ୍ଦ୍ର ଝା କହିଛନ୍ତି, ଦେଶରେ ଘରୋଇ ଉତ୍ପାଦ ଉପଲବ୍ଧ କରାଇବା ସହ ଆତ୍ମନିର୍ଭର ଭାରତ ପଥରେ ଏକ ସମର୍ପିତ ସହଯୋଗୀ ହେବା ଏବଂ ସରକାରଙ୍କ ଉଲ୍ଲେଖନୀୟ ଗତିଶକ୍ତି ଯୋଜନାକୁ ସମର୍ଥନ କରିବା ନିମନ୍ତେ କମ୍ପାନୀ ପ୍ରତିବଦ୍ଧ । ଜେଏସ୍‌ପି ଭାରତୀୟ ରେଳ ନେଟ୍‌ୱାର୍କର ଆଧୁନିକୀକରଣରେ ସହଯୋଗ କରିବା ସହ ନିଜର ରେଳ ନିର୍ମାଣ କ୍ଷମତା ମଧ୍ୟ ବୃଦ୍ଧି କରୁଛି। ଏପରିକି ଆମେ ଦୂରଗାମୀ ଭାବେ ଭବିଷ୍ୟତରେ ଦେଶର ଚାହିଦା ପୂରଣ କରିବା ସହ ବିଦେଶରେ ମଧ୍ୟ ରେଳ ଧାରଣା ଯୋଗାଣ ନିମନ୍ତେ ତତ୍ପର ଅଛୁ। ବିଶେଷ କରି ରେଳ ଭିତ୍ତିଭୂମି ନିର୍ମାଣରେ ଜେଏସ୍‌ପି ସଫଳତାର ସହ ୬୦ଇ୧ ୧୧୭୫ ଏଚ୍‌ଟି ରେଳ ଧାରଣା ତିଆରି କରୁଛ l ଫଳରେ ଏହା ଦ୍ରୁତ ଏବଂ ଉଚ୍ଚ ଏକ୍ସେଲ ଲୋଡ ନିମନ୍ତେ ଉପଯୁକ୍ତ । ଭାରତୀୟ ରେଳ ମଧ୍ୟ ୨୫ଏମ୍‌ଟିରୁ ଅଧିକ ଲୋଡ୍‌ ଏବଂ ୨୦୦ କି.ମି. ପ୍ରତି ଘଣ୍ଟା ସ୍ପିଡ୍‌ ଯୋଗ୍ୟ ରେଳ ଟ୍ରାକ୍‌ ସିଷ୍ଟମର ଉନ୍ନତୀକରଣ କାର୍ଯ୍ୟ ଆରମ୍ଭ କରିଛି l ଜେଏସ୍‌ପି ଭାରତରେ ତିଆରି ଏଭଳି ରେଳ ଧାରଣା ଅନେକ ରାଷ୍ଟ୍ରକୁ ରପ୍ତାନି ମଧ୍ୟ କରୁଛି l ଏଥିମଧ୍ୟରେ ୟୁରୋପୀୟ ରେଲୱେଜ ମଧ୍ୟ ସାମିଲ ରହିଛି।


Enter your email to get our daily news in your inbox.

All Right Reserved By Dharitri.Com

IPL ୨୦୨୬: ଲକ୍ଷ୍ନୌକୁ ଲଗାତାର ୫ମ ଥର ପାଇଁ ହରାଇଲା ଦିଲ୍ଲୀ କ୍ୟାପିଟାଲ୍ସ; ଦଳକୁ ଦମ୍‌ଦାର ବିଜୟ ଦେଲେ ସମୀର ରିଜଭୀ…

ଲକ୍ଷ୍ନୌ, ୧ା୪: ଆଇପିଏଲ ୨୦୨୬ରେ ଦିଲ୍ଲୀ କ୍ୟାପିଟାଲ୍ସ ବିଜୟ ଅଭିଯାନ ଆରମ୍ଭ କରିଛି। ଲକ୍ଷ୍ନୌ ସୁପର ଜାଏଣ୍ଟସ (LSG) ବିପକ୍ଷ ମ୍ୟାଚରେ ଦିଲ୍ଲୀ ୧୪୨ ରନର ଲକ୍ଷ୍ୟକୁ…

ବଲାଙ୍ଗୀରରେ ଓଡ଼ିଶା ଦିବସ ପାଳନକୁ ବିରୋଧ: ସଂସ୍କୃତି ଭବନରେ କୋଶଲ ସମର୍ଥକଙ୍କ ହଙ୍ଗାମା, ୮ ଅଟକ

ବଲାଙ୍ଗୀର,୧।୪(ସୁନିଲ କୁମାର ମହାନ୍ତି): ଆଜି ସମଗ୍ର ରାଜ୍ୟରେ ଓଡ଼ିଶା ଦିବସ ବା ଉତ୍କଳ ଦିବସ ପାଳିତ ହେଉଥିବା ବେଳେ ବଲାଙ୍ଗୀରରେ ଏହାକୁ ନେଇ ଅଭାବନୀୟ ପରିସ୍ଥିତି ସୃଷ୍ଟି…

ଲଜ୍ଜା: ୧୩ ବର୍ଷର ନାବାଳିକାଙ୍କୁ ଗର୍ଭବତୀ କଲେ ଦୁଇ ସନ୍ତାନର ବାପା, ଅଭିଯୁକ୍ତଙ୍କୁ ପୋଲିସ ବାନ୍ଧି…

ପାତ୍ରପୁର, ୧।୪ (ଉମା ଚରଣ ନେପାକ): ବ୍ରହ୍ମପୁର ପୋଲିସ ଜିଲା ଅନ୍ତର୍ଗତ ଜରଡ଼ା ଥାନା ଅଞ୍ଚଳରେ ଏକ ଅଭାବନୀୟ ଘଟଣା ଘଟିଛି। ଆଙ୍କୁଲି ପଞ୍ଚାୟତର ଜଣେ ୧୩…

ମହିଳା ଚଲାଉଥିଲେ ନିଶା କାରବାର: ମାଡ଼ି ବସିଲା ପୋଲିସ, ୬ ଲକ୍ଷରୁ ଅଧିକ ଟଙ୍କା ସହ…

ବରଗଡ଼,୧।୪(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲାରେ ବଢ଼ୁଥିବା ନିଶା କାରବାରକୁ ରୋକିବା ପାଇଁ ପୋଲିସ ନିଜର ଅଭିଯାନକୁ ଜୋରଦାର କରିଛି। ଏହି କ୍ରମରେ ଭଟଲି ଥାନା ପୋଲିସ ବୁଧବାର…

ସରକାର ଆସିବାର ୨ ବର୍ଷ ପରେ ପଦବୀ ପୁରଣ, ଧର୍ମଗଡ଼ ବିଧାୟକ ହେଲେ କଳାହାଣ୍ଡି ଯୋଜନା କମିଟିର ନୂତନ ଅଧ୍ୟକ୍ଷ

ଭବାନୀପାଟଣା,୧।୪(ଉତ୍ତମ କୁମାର ଦାଶ): ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ କଳାହାଣ୍ଡି ଜିଲା ଯୋଜନା କମିଟିର ନୂତନ ଅଧ୍ୟକ୍ଷ ଭାବେ ବୁଧବାର ଧର୍ମଗଡ଼ ବିଧାୟକ ସୁଧୀର ରଞ୍ଜନ ପଟ୍ଟଯୋଶୀଙ୍କୁ…

ଡେମିଙ୍ଗିଆ ଗ୍ରାମରେ ମହୁମାଛି ଆତଙ୍କ; ୧୦୦ରୁ ଉର୍ଦ୍ଧ୍ବ ଆହତ, ପ୍ରଶାସନ ନିରବ

ଦାରିଙ୍ଗବାଡି, ୧।୪(ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡି ବ୍ଲକ ଦୁର୍ଗମ ତିଲୋରୀ ପଞ୍ଚାୟତ ଡେମିଙ୍ଗିଆ ଗ୍ରାମରେ ମହୁମାଛିଙ୍କ ଉପଦ୍ରଵ ବଢିବାରେ ଲାଗିଛି । ଗ୍ରାମବାସୀ ଏନେଇ ବାରମ୍ବାର…

କୋଟିଆ ସୀମାନ୍ତବାସୀଙ୍କୁ ନେଇ ୯୦ ତମ ଓଡ଼ିଶା ଦିବସ ପାଳନ କଲା ଜିଲା ପ୍ରଶାସନ

ପଟ୍ଟାଙ୍ଗି,୧।୪(ଶରତ କୁମାର ଧଳ): କୋରାପୁଟ ଜିଲା ପଟ୍ଟାଙ୍ଗି ବ୍ଲକ୍ ଅଧିନରେ ରହିଥିବା ଦୁଇ ରାଜ୍ୟର ବିବାଦୀୟ କୋଟିଆ ପଞ୍ଚାୟତ କାର୍ଯ୍ୟାଳୟ ସମ୍ମୁଖରେ ଜିଲା ପ୍ରଶାସନ ପକ୍ଷରୁ ୯୦…

ଚଣ୍ଡିପଦର ରୁଟରେ ଚାଲୁଥିବା ବସକୁ ନେଇ ଚିନ୍ତାରେ ସଂଘ, ସମସ୍ୟା ଭୋଗୁଛନ୍ତି ଗ୍ରାମବାସୀ

ପୁରଷୋତ୍ତମପୁର,୧।୪(ସବିତା ମିଶ୍ର): ଗଞ୍ଜମ ଜିଲା ପୁରୁଷୋତ୍ତମପୁର ମା କନକେଶ୍ବରୀ ଘରୋଇ ବସମାଲିକ ସଂଘ ପକ୍ଷରୁ ଏକ ବୈଠକ ଅନୁଷ୍ଠିତ ହୋଇଛି । ସଭାପତି ସନ୍ତୋଷକୁମାର ପତିଙ୍କ ପୌରହିତ୍ଯରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri