୧୫ ବର୍ଷ ପରେ ଜେଏସ୍‌ଏଲ୍‌ର ପ୍ରଥମ ଡିଭିଡେଣ୍ଟ

ଭୁବନେଶ୍ୱର,୨୧।୪: ଜିନ୍ଦଲ ଷ୍ଟେନ୍‌ଲେସ ଲିମିଟେଡ୍‌ (ଜେଏସ୍‌ଏଲ୍‌)ର ବୋର୍ଡ ଅଫ୍‌ ଡାଇରେକ୍ଟର୍ସ ପକ୍ଷରୁ ନିକଟରେ ଏକ ସ୍ବତନ୍ତ୍ର ମଧ୍ୟବର୍ତ୍ତୀ ଡିଭିଡେଣ୍ଡ ପେମେଣ୍ଟ ସମ୍ପର୍କରେ ଘୋଷଣା କରାଯାଇଛି। ଏପରିକି ଦୀର୍ଘ ୧୫ ବର୍ଷର ବ୍ୟବଧାନ ପରେ ଜିନ୍ଦଲ ଷ୍ଟେନ୍‌ଲେସ ହିସାର ଲିମିଟେଡ୍‌ (ଜେଏସ୍‌ଏଚ୍‌ଏଲ୍‌)ର ସଫଳ ମିଶ୍ରଣ ପରେ ଏହା ହେଉଛି କମ୍ପାନୀ (ଜେଏସ୍‌ଏଲ୍‌)ର ପ୍ରଥମ ଡିଭିଡେଣ୍ଡ ବୋଲି ଜେଏସ୍‌ଏଲ୍‌ ପକ୍ଷରୁ କୁହାଯାଉଛି। ଏପରିକି ଆର୍ଥିକ ବର୍ଷ ୨୦୨୩-୨୪ ବର୍ଷ ପାଇଁ କମ୍ପାନୀର ପ୍ରତି ଶେୟାର ମୂଲ୍ୟ ୨ ଟଙ୍କା ସହିତ ଇକ୍ୱିଟି ଶେୟାର ପ୍ରତି ୧ ଟଙ୍କା ରହିଛି। ଏହାର ଦେୟ ପାଇଁ ସଦସ୍ୟଙ୍କ ଅଧିକାର ନିର୍ଣ୍ଣୟ କରିବାର ରେକର୍ଡ ୨୦୨୩ ଏପ୍ରିଲ ୨୮ ଭାବେ ସ୍ଥିର କରାଯାଇଛି। ବିଶେଷକରି ଡିଭିଡେଣ୍ଡ ୨୦୨୩ ମେ ୧୭ ପୂର୍ବରୁ ପ୍ରଦାନ କରାଯିବ। ନଚେତ୍‌ ଏହାର ଅନୁମୋଦନ ହେବାର ୩୦ ଦିନ ମଧ୍ୟରେ ସ୍ବୀକୃତି ପ୍ରଦାନ କରାଯିବ। ଉଲ୍ଲେଖଯୋଗ୍ୟ, ଏହାର ସମୁଦାୟ ଦେୟ ୮୨.୩୪ କୋଟି ଟଙ୍କା ରହିଛି, ଯାହା କମ୍ପାନୀର ମୋଟ ଇକ୍ୱିଟି ଶେୟାର ସହିତ ସମାନ ବୋଲି ଆକଳନ କରାଯାଉଛି।
ଏ ସମ୍ପର୍କରେ ଜିନ୍ଦଲ ଷ୍ଟେନ୍‌ଲେସ୍‌ର ପରିଚାଳନା ନିର୍ଦ୍ଦେଶକ ଅଭ୍ୟୁଦୟ ଜିନ୍ଦଲ କହିଛନ୍ତି, ଏହି ସ୍ବତନ୍ତ୍ର ମଧ୍ୟବର୍ତ୍ତୀ ଡିଭିଡେଣ୍ଡ ଆମର ସମସ୍ତ ଅଂଶୀଦାରଙ୍କ ପାଇଁ କୃତଜ୍ଞତାର ଏକ ପରିଚୟ। ଯେଉଁମାନେ ଜିନ୍ଦଲ ଷ୍ଟେନ୍‌ଲେସ୍‌ ଅଭିବୃଦ୍ଧିର ଏକ ଅଂଶ ହୋଇସାରିଛନ୍ତି। ଆମେ ସଫଳତାର ସହ ବାହାରକୁ ଆସିଛୁ। ସେହିଭଳି ସିଡିଆର୍‌ ଏବଂ ଦୁନିଆର ସବୁଠୁ ବଡ଼ ଷ୍ଟେନ୍‌ଲେସ୍‌ ଷ୍ଟିଲ୍‌ କମ୍ପାନୀଗୁଡିକର ଲିଗ୍‌ରେ ମଧ୍ୟ ସ୍ଥାନିତ ହୋଇଛୁ। ଏପରିକି ମିଶ୍ରଣ ପ୍ରକ୍ରିୟାର ସଫଳ ସମାପ୍ତି ଏବଂ ମିଶ୍ରିତ ସଂସ୍ଥାର ନୂତନ ଅଂଶଧନ ତାଲିକାରେ ମଧ୍ୟ ଏହି ଘୋଷଣା ରହିଛି।


Enter your email to get our daily news in your inbox.

All Right Reserved By Dharitri.Com

ଇଣ୍ଡକ୍ସନରେ ରୋଷେଇ କରୁଛନ୍ତି କି? ଭୁଲରେ ବି କରନ୍ତୁ ନାହିଁ ଏହି ୫ ଜିନିଷ ରୋଷେଇ, ନଚେତ…

ନୂଆଦିଲ୍ଲୀ,୩।୪: ମଧ୍ୟପ୍ରାଚ୍ୟରେ ଜାରି ରହିଥିବା ଯୁଦ୍ଧ ପରିସ୍ଥିତିର ପ୍ରଭାବ ଏବେ ଭାରତୀୟ ରୋଷେଇ ଘର ପର୍ଯ୍ୟନ୍ତ ପହଞ୍ଚିଛି। ତୈଳ ଏବଂ ଗ୍ୟାସ ଯୋଗାଣ ବାଧାପ୍ରାପ୍ତ ହେବା ଯୋଗୁଁ…

କୁଆପଥର ବର୍ଷା: ଗଛ ଉପୁଡ଼ିବା ସହ ଉଡ଼ିଲା ଛପର

ନନ୍ଦପୁର,୩ା୪(ତୁଷାର କାନ୍ତ ମହାନ୍ତି)-କୋରାପୁଟ ଜିଲା ନନ୍ଦପୁର ବ୍ଲକ ଅଞ୍ଚଳରେ କୁଆପଥର ବର୍ଷା ପବନ ପ୍ରଭାବରେ ମାଳିବେଲଗାଁ ପଞ୍ଚାୟତ ରାସ୍ତାରେ ୨ଗଛ ଉପୁଡ଼ି ପଡ଼ିଥିବାରୁ ଯାତାୟାତ ବାଧାପ୍ରାପ୍ତ ହୋଇଛି।…

ରିଲ୍ସ ପାଇଁ ବନ୍ଧୁକ ଧରି ଯୁବକଙ୍କ ଫାଙ୍କା ଗୁଳିଚାଳନା ଭିଡିଓ ଭାଇରାଲ, ଏସ୍‌ପି କହିଲେ ତଦନ୍ତ ଚାଲିଛି

ପୁରୀ,୩ା୪(ଅଜିତ୍‌ କୁମାର ମହାନ୍ତି): ରିଲ୍ସ ପାଇଁ ଜଣେ ଯୁବକ ବନ୍ଧୁକ ଧରି ଫାଙ୍କା ଗୁଳିଚାଳନା କରୁଥିବାର ଏକ ଭିଡିଓ ଶୁକ୍ରବାର ସୋସିଆଲ ମିଡିଆରେ ଦେଖିବାକୁ ମିଳିଛି। ଏହି…

ପୋଖରୀରେ ବୁଡ଼ିଲେ ଜଣଙ୍କ ପରେ ଜଣେ …

ଦିଗପହଣ୍ଡି,୩ା୪(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ କୁଶପଡ଼ା ଗ୍ରାମ ନିକଟସ୍ଥ ଏକ ପୋଖରୀରେ ଶୁକ୍ରବାର ୩ଜଣ ମହିଳା ବୁଡି ଯାଉଥିବା ବେଳେ ସେମାନଙ୍କୁ ଉଦ୍ଧାର…

ଛେଳି ଖାଇଲା ଟମାଟୋ ଗଛ: ମାଡ଼ ଖାଇଲେ ଦମ୍ପତି, ମାମଲା ଏବେ…

ଦିଗପହଣ୍ଡି,୩।୪(ଅଶେଷ ନାଥ ମିଶ୍ର): ଦିଗପହଣ୍ଡି ବ୍ଲକ ବାସୁଦେବପୁର ପଞ୍ଚାୟତ ବଜାପଲ୍ଲୀ ଗ୍ରାମ ନିକଟରେ ଜି.ଦୁର୍ଯ୍ୟ ରେଡ୍ଡୀଙ୍କ ଜମିରେ ଲାଗିଥିବା ଟମାଟୋ ଗଛ ଗୁଡ଼ିକୁ ଶୁକ୍ରବାର ମଧ୍ୟାହ୍ନରେ କିଛି…

ଆଦେଶ ପାଳନ କଲେ ଜିଲାପାଳ, ପିଛିଲା ତାରିଖ ପକାଇ ୨୧ ଦିନ ପରେ ଅର୍ଡର ପ୍ରେରଣ

କେନ୍ଦୁଝର/ହାଟଡିହୀ,୩l୪(ନରେଶ ଚନ୍ଦ୍ର ପଟ୍ଟନାୟକ/ଶୁଭକାନ୍ତ ନାୟକ):ଓଡ଼ିଶା ହାଇକୋର୍ଟଙ୍କ ନିର୍ଦ୍ଦେଶ ଧାର୍ଯ୍ୟ ସମୟରେ ପାଳନ ନ କରିବା ଫଳରେ ଅଦାଲତ ଅବମାନନା ମାମଲା ଦାୟର ହେବା ଏବଂ ଏ ନେଇ…

ନମ୍ବର ସେଭ୍‌ ନ କରି କରିପାରିବେ WhatsAppରେ ଚାଟ୍‌, ଅନେକେ ଜାଣନ୍ତି ନାହିଁ ଏହି ସିକ୍ରେଟ୍‌…

ନୂଆଦିଲ୍ଲୀ,୩।୪: ସାଧାରଣତଃ ହାଟ୍ସଆପରେ କାହା ସହିତ କଥା ହେବାକୁ ହେଲେ ଆମକୁ ପ୍ରଥମେ ସେହି ବ୍ୟକ୍ତିଙ୍କ ନମ୍ବର ନିଜ ଫୋନରେ ସେଭ କରିବାକୁ ପଡ଼ିଥାଏ। କିନ୍ତୁ ଅନେକ…

କାଳବୈଶାଖୀ ତାଣ୍ଡବ: ଭାଙ୍ଗିଲା ଗଛ, ଉଡ଼ିଲା ଆଜ୍‌ବେଷ୍ଟସ୍‌

କୋରାପୁଟ,୩।୪(ଅମିତାଭ ବେହେରା): କୋରାପୁଟ ସହରରେ ଶୁକ୍ରବାର ସନ୍ଧ୍ୟାରେ କାଳବୈଶାଖୀ ତାଣ୍ଡବ ରଚିଛି। କାଳବୈଶାଖୀ ପ୍ରଭାବରେ ଅଞ୍ଚଳର ବିଭିନ୍ନ ସ୍ଥାନରେ ଝଡ଼ତୋଫାନ ହୋଇଛି। ଝଡ଼ତୋଫାନରେ କୋରାପୁଟ-ରାୟଗଡ଼ା ସଂଯୋଗ କରୁଥିବା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri