ସିମ୍ଫୋନିର ବିଏଲ୍‌ଡିସି ମଡେଲ ଉନ୍ମୋଚିତ

ଭୁବନେଶ୍ୱର,୨୧।୪: ଦେଶର ପ୍ରମୁଖ ଇଲେକ୍ଟ୍ରୋନିକ୍ସ ସାମଗ୍ରୀ ଉତ୍ପାଦକ ସିମ୍ଫୋନି ଲିମିଟେଡ୍‌ ପକ୍ଷରୁ ଅତ୍ୟାଧୁନିକ ଜ୍ଞାନକୌଶଳରେ ନିର୍ମିତ ବ୍ରସ୍‌ଲେସ୍‌ ଡିସି ଇଲେକ୍ଟ୍ରିକ୍‌ ମୋଟର(ବିଏଲ୍‌ଡିସି) ପ୍ରଯୁକ୍ତି ମଡେଲ ରେଞ୍ଜକୁ ସର୍ବଭାରତୀୟ ସ୍ତରରେ ଉନ୍ମୋଚନ ସମ୍ପର୍କରେ ଘୋଷଣା କରାଯାଇଛି। ବିଶେଷକରି ବିଏଲ୍‌ଡିସି ପ୍ରଯୁକ୍ତି ଦ୍ୱାରା ପରିଚାଳିତ ବିଶ୍ୱର ସର୍ବପ୍ରଥମ ଏୟାର କୁଲର ବର୍ଗମାଳାକୁ ନିକଟରେ ଉନ୍ମୋଚନ କରିଛି। ଅତ୍ୟଧିକ ଶକ୍ତି ମିତବ୍ୟୟୀ ବିଏଲ୍‌ଡିସି ଏୟାର କୁଲର ଅନ୍ୟ କୁଲର ତୁଳନାରେ ୬୦% ପର୍ଯ୍ୟନ୍ତ କମ୍‌ ବିଦ୍ୟୁତ୍‌ ବ୍ୟବହାର କରିଥାଏ। ପରିଣାମ ସ୍ବରୂପ ପ୍ରତିବର୍ଷ ବିଦ୍ୟୁତ୍‌ ବିଲ୍‌ରେ ମଧ୍ୟ ପ୍ରାୟ ୨୦୦୦ ଟଙ୍କା ପର୍ଯ୍ୟନ୍ତ ସଞ୍ଚୟ ହେବ ବୋଲି କମ୍ପାନୀ ପକ୍ଷରୁ କୁହାଯାଇଛି। ସେହିଭଳି କମ୍ପାନୀ ପକ୍ଷରୁ ବିଏଲ୍‌ଡିସି ବର୍ଗମାଳାରେ ୮୦ଲିଟର, ୫୫ ଲିଟର ଓ ୩୦ ଲିଟର କ୍ଷମତାର ୩ଟି ମଡେଲକୁ ବଜାର ପ୍ରବେଶ କରାଇଛି। ବିଶେଷକରି ଏହା ଅତ୍ୟଧିକ ଶକ୍ତି ମିତବ୍ୟୟୀ ହେବା ସହିତ ୭-ବେଗ ବିକଳ୍ପ ଏବଂ ୮ଘଣ୍ଟା ପର୍ଯ୍ୟନ୍ତର ନାଇଟ୍‌ ସ୍ଲିପ୍‌ ମୋଡ୍‌ ଟଚ୍‌ସ୍କ୍ରିନ୍‌ କଣ୍ଟ୍ରୋଲ ପ୍ୟାନେଲ ଭଳି ଅତିରିକ୍ତ ସୁବିଧା ରହିଛି। ସିମ୍ଫୋନି କୁଲରକୁ ଏଭଳି ପ୍ରସ୍ତୁତ କରାଯାଇଛି ଯାହା ପ୍ରତିବର୍ଷ ୧୮ଟି ଗଛ ବଞ୍ଚାଇବା ଭଳି କାର୍ବନ ଫୁଟ୍‌ପ୍ରିଣ୍ଟ କମ୍‌ କରିବ ଏବଂ ଏୟାର କଣ୍ଡିସନର ତୁଳନାରେ କେବଳ ୧୦% ବିଦ୍ୟୁତ୍‌ ବ୍ୟବହାର କରିବ।
ଏ ସମ୍ପର୍କରେ ସିମ୍ଫୋନି ଲିମଟେଡ୍‌ର ଅଧ୍ୟକ୍ଷ ତଥା ପରିଚାଳନା ନିର୍ଦ୍ଦେଶକ ଅଚଳ ବକେରି କହିଛନ୍ତି, ଆମେ ଆସନ୍ତାକାଲି ବିଷୟରେ ଆଜି ଭାବୁଛୁ। ଗ୍ରହ ଓ ସେଥିରେ ବାସ କରୁଥିବା ଲୋକମାନଙ୍କ ପାଇଁ ଭବିଷ୍ୟତ ଗଠନ କରିବା ଲାଗି ଆମେ ସର୍ବଦା ପ୍ରୟାସ କରୁଛୁ, ଯାହା ଆମର ବ୍ରାଣ୍ଡ୍‌ ଟ୍ୟାଗ୍‌ଲାଇନ୍‌ ‘ଥିଙ୍କିଙ୍ଗ୍‌ ଅଫ୍‌ ଟୁମରୋ’ ମାଧ୍ୟମରେ ପରିଚାଳିତ ହେଉଛି। ଏପରିକି ଆମର ବିଶ୍ୱାସ ରହିଛି ଯେ ଏହି ନୂଆ ଏୟାର କୁଲିଂ ବର୍ଗମାଳା ସହିତ ସିମ୍ଫୋନି ଏୟାର କୁଲିଂ ଭବିଷ୍ୟତରେ ବିପ୍ଳବ ଆଣିବ ଏବଂ ଗ୍ରାହକମାନଙ୍କୁ ଶୀତଳତା ପ୍ରଦାନକାରୀ ସମାଧାନର ବିଶ୍ୱସ୍ତରୀୟ ବ୍ରାଣ୍ଡ୍‌ ଭାବେ ନିଜ ସ୍ଥିତିକୁ ଆହୁରି ମଜଭୁତ କରିବ।


Enter your email to get our daily news in your inbox.

All Right Reserved By Dharitri.Com

ଘରେ ପାଠ ପଢିବାକୁ କହିବାରୁ ରାଜି ନ ହୋଇ ଚରମ ପଦକ୍ଷେପ ନେଲେ ନାବାଳିକା

ଦାରିଙ୍ଗବାଡି, ୨।୭, (ଅରୁଣ ସାହୁ ): କନ୍ଧମାଳ ଜିଲା ଦାରିଙ୍ଗବାଡି ଥାନା ଅଞ୍ଚଳରେ ଘଟିଯାଇଛି ବଡ଼ ଅଘଟଣ ଜଣେ ଯୁକ୍ତ ୨ ପଢୁଥିବା ଛାତ୍ରୀ ପାଠ ପଢିବାକୁ…

ଜାତୀୟ ରାଜପଥର ଫୁଟ୍‌ପାଥରୁ ଲୁହା ରେଲିଂ କାଟି ନେଇଗଲେ ଦୁର୍ବୃତ୍ତ, ଠିକାସଂସ୍ଥାର ପ୍ରକଳ୍ପ ଅଧିକାରୀ କହିଲେ…

ଦାରିଙ୍ଗବାଡ଼ି,୨ା୭(ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡ଼ି ବ୍ଲକ ଦେଇ ଯାଇଥିବା ଗୋପାଳପୁରଠାରୁ ରାଇପୁର ରାସ୍ତାର ସିମନବାଡ଼ି ପ୍ରାଥମିକ ସ୍ବାସ୍ଥ୍ୟକେନ୍ଦ୍ର ନିକଟରେ ରାଜପଥର ଫୁଟ୍‌ପାଥରେ ଲାଗିଥିବା ଲୁହା ରେଲିଂଗୁଡିକୁ…

ଜାପାନ ପ୍ରଧାନମନ୍ତ୍ରୀ ସାନାଏ ତାକାଇଚିଙ୍କୁ ‘ସାନ ଭଉଣୀ’ ବୋଲି କାହିଁକି କହିଲେ ପ୍ରଧାନମନ୍ତ୍ରୀ ମୋଦି? ଜାଣନ୍ତୁ ସମ୍ପୂର୍ଣ୍ଣ କାହାଣୀ

ନୂଆଦିଲ୍ଲୀ,୨।୭: ଭାରତ ଏବଂ ଜାପାନ ମଧ୍ୟରେ ସମ୍ପର୍କକୁ ଗୁରୁବାର ଏକ ଗଭୀର ବ୍ୟକ୍ତିଗତ ଏବଂ ଭାବପ୍ରବଣ ମୁହୂର୍ତ୍ତ ଭାବରେ ଚିହ୍ନିତ କରିଥିଲା। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଦୁଇଥର…

ଅଙ୍ଗନଓ୍ବାଡ଼ି ପାଚିକାଙ୍କୁ ରୋଷେଇ କରିବାକୁ ବିରୋଧ, ଅଭିଯୋଗ ଆଣି କହିଲେ ମୋ’ ହାତରୁ…

ଝାରବନ୍ଧ,୨ା୭(ଦେବେନ୍ଦ୍ର ସାହୁ): ବରଗଡ଼ ଜିଲା ଝାରବନ୍ଧ ଥାନା ଅନର୍ଗତ ଦଓ୍ବୋନପାଲି ଗ୍ରାମରେ ଜାତିବାଦକୁ ନେଇ ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି। ଅଭିଯୋଗ ଅନୁଯାୟୀ, ଦଓ୍ବୋନପାଲି ଗ୍ରାମରେ…

ଶରଦ ପାୱାରଙ୍କ NCP-SPର କଂଗ୍ରେସ ସହିତ ମିଶ୍ରଣକୁ ନେଇ ଆସିଲା ବଡ଼ ଅପଡେଟ, ଦଳୀୟ ନେତା କହିଲେ…

ନୂଆଦିଲ୍ଲୀ,୨।୭: ମହାରଷ୍ଟ୍ର କଂଗ୍ରେସ ନେତା ନାନା ପାଟୋଲେ କହିଛନ୍ତି ଯେ ଶରଦ ପାୱାରଙ୍କ ଦଳର କଂଗ୍ରେସ ସହିତ ମିଶ୍ରଣ ସମ୍ପର୍କରେ କୌଣସି ଆଲୋଚନା ହେଉନାହିଁ। ସେ ଏହି…

ହାର୍ଦ୍ଦିକ ପାଣ୍ଡ୍ୟାଙ୍କ ସହିତ ଜଡିତ ସମସ୍ତ ଟ୍ରେଡ ଡିଲ୍‌ କେବଳ ଗୁଜବ; ମୁମ୍ବାଇ ଇଣ୍ଡିଆନ୍ସରୁ ଆସୁଥିବା ଖବର ଆପଣଙ୍କ ହୋସ୍‌ ଉଡାଇ ଦେବ

ନୂଆଦିଲ୍ଲୀ,୨।୭: ୨୦୨୪ ପରି, ହାର୍ଦ୍ଦିକ ପାଣ୍ଡ୍ୟା ପୁଣି ଥରେ ଆଲୋଚନାର ବିଷୟ ପାଲଟିଛନ୍ତି। ତିନି ବର୍ଷ ପୂର୍ବେ ମୁମ୍ବାଇ ଇଣ୍ଡିଆନ୍ସ ଏକ ଟ୍ରେଡ ଡିଲ୍‌ ମାଧ୍ୟମରେ ହାର୍ଦ୍ଦିକଙ୍କୁ…

ପ୍ରଦୂଷିତ ହେଉଛି ସହର, ସବୁଠି ଗଛ ଲଗାଇବାକୁ ଆହ୍ବାନ ଦେଲେ…

ଭଞ୍ଜନଗର,୨ା୭(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ଘୁମୁସର ଉତ୍ତର ବନଖଣ୍ଡସ୍ତରୀୟ ବନ ମହୋତ୍ସବ ସପ୍ତାହ ଗାଲେରୀ ରେଞ୍ଜ ସାମରଡ଼ା ବନ ସୁରକ୍ଷା ସମିତି ଅଞ୍ଚଳରେ ପାଳିତ ହୋଇଯାଇଛି।…

Video: ଶାହରୁଖ ଖାନଙ୍କ କ୍ରିକେଟ ଷ୍ଟାଡିୟମ! ଅଲିମ୍ପିକ୍ସ ସମୟରେ ଏହି ସ୍ଥାନରେ ଖେଳାଯିବ ମ୍ୟାଚ, ପୂଜାରୀଙ୍କୁ ଡାକି ହେଲା ପୂଜା

ନୂଆଦିଲ୍ଲୀ,୨।୭: ୧୨୮ ବର୍ଷର ଲମ୍ବା ଅପେକ୍ଷା ପରେ ୨୦୨୮ ଲସ ଆଞ୍ଜେଲସ ଅଲିମ୍ପିକ୍ସରେ କ୍ରିକେଟ ପୁନରାଗମନ କରୁଛି, ଏବଂ ପ୍ରଶଂସକମାନେ ଏହାକୁ ନେଇ ଅତ୍ୟନ୍ତ ଉତ୍ସାହିତ। ଚଳିତ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri