୧୫ ବର୍ଷ ପରେ ଜେଏସ୍‌ଏଲ୍‌ର ପ୍ରଥମ ଡିଭିଡେଣ୍ଟ

ଭୁବନେଶ୍ୱର,୨୧।୪: ଜିନ୍ଦଲ ଷ୍ଟେନ୍‌ଲେସ ଲିମିଟେଡ୍‌ (ଜେଏସ୍‌ଏଲ୍‌)ର ବୋର୍ଡ ଅଫ୍‌ ଡାଇରେକ୍ଟର୍ସ ପକ୍ଷରୁ ନିକଟରେ ଏକ ସ୍ବତନ୍ତ୍ର ମଧ୍ୟବର୍ତ୍ତୀ ଡିଭିଡେଣ୍ଡ ପେମେଣ୍ଟ ସମ୍ପର୍କରେ ଘୋଷଣା କରାଯାଇଛି। ଏପରିକି ଦୀର୍ଘ ୧୫ ବର୍ଷର ବ୍ୟବଧାନ ପରେ ଜିନ୍ଦଲ ଷ୍ଟେନ୍‌ଲେସ ହିସାର ଲିମିଟେଡ୍‌ (ଜେଏସ୍‌ଏଚ୍‌ଏଲ୍‌)ର ସଫଳ ମିଶ୍ରଣ ପରେ ଏହା ହେଉଛି କମ୍ପାନୀ (ଜେଏସ୍‌ଏଲ୍‌)ର ପ୍ରଥମ ଡିଭିଡେଣ୍ଡ ବୋଲି ଜେଏସ୍‌ଏଲ୍‌ ପକ୍ଷରୁ କୁହାଯାଉଛି। ଏପରିକି ଆର୍ଥିକ ବର୍ଷ ୨୦୨୩-୨୪ ବର୍ଷ ପାଇଁ କମ୍ପାନୀର ପ୍ରତି ଶେୟାର ମୂଲ୍ୟ ୨ ଟଙ୍କା ସହିତ ଇକ୍ୱିଟି ଶେୟାର ପ୍ରତି ୧ ଟଙ୍କା ରହିଛି। ଏହାର ଦେୟ ପାଇଁ ସଦସ୍ୟଙ୍କ ଅଧିକାର ନିର୍ଣ୍ଣୟ କରିବାର ରେକର୍ଡ ୨୦୨୩ ଏପ୍ରିଲ ୨୮ ଭାବେ ସ୍ଥିର କରାଯାଇଛି। ବିଶେଷକରି ଡିଭିଡେଣ୍ଡ ୨୦୨୩ ମେ ୧୭ ପୂର୍ବରୁ ପ୍ରଦାନ କରାଯିବ। ନଚେତ୍‌ ଏହାର ଅନୁମୋଦନ ହେବାର ୩୦ ଦିନ ମଧ୍ୟରେ ସ୍ବୀକୃତି ପ୍ରଦାନ କରାଯିବ। ଉଲ୍ଲେଖଯୋଗ୍ୟ, ଏହାର ସମୁଦାୟ ଦେୟ ୮୨.୩୪ କୋଟି ଟଙ୍କା ରହିଛି, ଯାହା କମ୍ପାନୀର ମୋଟ ଇକ୍ୱିଟି ଶେୟାର ସହିତ ସମାନ ବୋଲି ଆକଳନ କରାଯାଉଛି।
ଏ ସମ୍ପର୍କରେ ଜିନ୍ଦଲ ଷ୍ଟେନ୍‌ଲେସ୍‌ର ପରିଚାଳନା ନିର୍ଦ୍ଦେଶକ ଅଭ୍ୟୁଦୟ ଜିନ୍ଦଲ କହିଛନ୍ତି, ଏହି ସ୍ବତନ୍ତ୍ର ମଧ୍ୟବର୍ତ୍ତୀ ଡିଭିଡେଣ୍ଡ ଆମର ସମସ୍ତ ଅଂଶୀଦାରଙ୍କ ପାଇଁ କୃତଜ୍ଞତାର ଏକ ପରିଚୟ। ଯେଉଁମାନେ ଜିନ୍ଦଲ ଷ୍ଟେନ୍‌ଲେସ୍‌ ଅଭିବୃଦ୍ଧିର ଏକ ଅଂଶ ହୋଇସାରିଛନ୍ତି। ଆମେ ସଫଳତାର ସହ ବାହାରକୁ ଆସିଛୁ। ସେହିଭଳି ସିଡିଆର୍‌ ଏବଂ ଦୁନିଆର ସବୁଠୁ ବଡ଼ ଷ୍ଟେନ୍‌ଲେସ୍‌ ଷ୍ଟିଲ୍‌ କମ୍ପାନୀଗୁଡିକର ଲିଗ୍‌ରେ ମଧ୍ୟ ସ୍ଥାନିତ ହୋଇଛୁ। ଏପରିକି ମିଶ୍ରଣ ପ୍ରକ୍ରିୟାର ସଫଳ ସମାପ୍ତି ଏବଂ ମିଶ୍ରିତ ସଂସ୍ଥାର ନୂତନ ଅଂଶଧନ ତାଲିକାରେ ମଧ୍ୟ ଏହି ଘୋଷଣା ରହିଛି।


Enter your email to get our daily news in your inbox.

All Right Reserved By Dharitri.Com

ଦି ଡ୍ରିମ୍‌ ଜିମ୍‌ର ନୂତନ ସେଣ୍ଟର

ଭୁବନେଶ୍ୱର,୨୧।୪: ବର୍ତ୍ତମାନର ବ୍ୟସ୍ତବହୁଳ ଜୀବନ ମଧ୍ୟରେ ସୁସ୍ଥ ଶରୀର ଓ ସ୍ବାସ୍ଥ୍ୟବାନ୍‌ ହେବା ପାଇଁ ସବୁ ବର୍ଗର ଲୋକ ଆଗ୍ରହ ପ୍ରକାଶ କରୁଛନ୍ତି। ଏହାକୁ ନଜରରେ...

ଏଭରେଷ୍ଟ ମସଲାରେ ‘ଅତ୍ୟଧିକ କୀଟନାଶକ ଉପାଦାନ’, ଫେରାଇଦେଲା ସିଙ୍ଗାପୁର

ଭୁବନେଶ୍ୱର,୧୯।୪: ଏଭରେଷ୍ଟ ଫିସ୍ ମସଲାରେ ‘ଅତ୍ୟଧିକ କୀଟନାଶକ ଉପାଦାନ’ ମିଳିବା ପରେ ଭାରତରୁ ଆମଦାନୀ କରାଯାଉଥିବା ଏହି ମସାଲାକୁ ଫେରାଇ ଦେଇଛି ସିଙ୍ଗାପୁର। ସିଙ୍ଗାପୁର ଫୁଡ୍...

ଆଜିଠାରୁ ଭିଆଇଟି ଇଞ୍ଜିନିୟରିଂ ପ୍ରବେଶିକା ପରୀକ୍ଷା

ଭୁବନେଶ୍ୱର,୧୯।୪ (ଅଭୟ ଦାଶ): ଦେଶର ପ୍ରମୁଖ ଘରୋଇ ଶିକ୍ଷାନୁଷ୍ଠାନ ତଥା ଭେଲୋର ଇନ୍‌ଷ୍ଟିଚ୍ୟୁଟ୍‌ ଅଫ୍‌ ଟେକ୍ନୋଲୋଜି(ଭିଆଇଟି)ର ବହୁ ପ୍ରତୀକ୍ଷିତ ‘ଦି ଭିଆଇଟି ଇଞ୍ଜିନିୟରିଂ ପ୍ରବେଶିକା ପରୀକ୍ଷା...

ଗୁଣାତ୍ମକ ଉତ୍ପାଦର ସର୍ବୋତ୍ତମ ବିକ୍ରୟ ସୁଯୋଗ

ଭୁବନେଶ୍ୱର,୧୯।୪: ଦେଶର ପ୍ରମୁଖ ଘରୋଇ ସଂସ୍ଥା ଆର୍‌ୟା ଓମ୍‌ନିଟକ୍‌ ଏବଂ ମୋଟୋରୋଲା ସଲ୍ୟୁଶନ ମଧ୍ୟରେ ଏକ ଦ୍ୱିପାକ୍ଷିକ ସହଭାଗିତା (ପାର୍ଟନରଶିପ) ନିକଟରେ ହୋଇଯାଇଛି। ବିଶେଷକରି ଘରୋଇ...

ହୋଣ୍ଡାର ନୂତନ ସିକେଡି ଇଞ୍ଜିନ ଆସେମ୍ବ୍ଲି ଲାଇନ

ଭୁବନେଶ୍ୱର,୧୯।୪: ହୋଣ୍ଡା ମୋଟରସାଇକେଲ ଆଣ୍ଡ ସ୍କୁଟର ଇଣ୍ଡିଆ (ଏଚ୍‌ଏମ୍‌ଏସ୍‌ଆଇ) ଲିମିଟେଡ୍‌ର ନୂତନ କମ୍ପ୍ଲିଟଲି ନକ୍‌ ଡାଉନ୍‌ ବା ସିକେଡି ଇଞ୍ଜିନ୍‌ ଆସେମ୍ବ୍ଲି ଲାଇନ ନିକଟରେ ଉଦ୍‌ଘାଟିତ...

କଗ୍ନିଜାଣ୍ଟକୁ ଶ୍ରେଷ୍ଠ ନିଯୁକ୍ତିଦାତା ମାନ୍ୟତା

ଭୁବନେଶ୍ୱର,୧୯।୪: ଦେଶର ପ୍ରମୁଖ ତଥା ବହୁରାଷ୍ଟ୍ରୀୟ ଆଇଟି କମ୍ପାନୀ ‘କଗ୍ନିଜାଣ୍ଟ’କୁ ନିକଟରେ ଶ୍ରେଷ୍ଠ ନିଯୁକ୍ତିଦାତାର ମାନ୍ୟତା ଓ ସମ୍ମାନ ପ୍ରଦାନ କରାଯାଇଛି। ଲିଙ୍କ୍‌ଡିନ ପକ୍ଷରୁ ଘରୋଇ...

ବଦଳିଲା ଇପିଏଫ୍‌ଓ ନିୟମ: ସହଜରେ ଅଧିକ ଟଙ୍କା ଉଠାଇପାରିବେ ହିତାଧିକାରୀ

ଭୁବନେଶ୍ୱର,୧୯।୪(ଅନୁରାଧା ମହାରଣା): କର୍ମଚାରୀ ଭବିଷ୍ୟ ନିଧି ସଙ୍ଗଠନ (ଇପିଏଫ୍‌ଓ) କୋଟି କୋଟି ଗ୍ରାହକଙ୍କୁ ଆଶ୍ୱସ୍ତିକର ଖବର ଦେଇଛି। ଇପିଏଫ୍‌ଓରୁ ଟଙ୍କା ଉଠାଣ ନିୟମରେ କିଛି ନୂତନ...

୫ ହଜାର କର୍ମଚାରୀଙ୍କୁ ଛଟେଇ କଲା ଟୋଷିବା, ଜାଣନ୍ତୁ କାହିଁକି

ନୂଆଦିଲ୍ଲୀ,୧୮।୪: ଜାପାନର ପ୍ରମୁଖ ଇଲେକ୍ଟ୍ରୋନିକ୍ସ କମ୍ପାନୀ ଟୋଷିବା ୫୦୦୦ କର୍ମଚାରୀଙ୍କୁ ଛଟେଇ କରିଛି। କମ୍ପାନୀର ପୁନଃବ୍ୟବସ୍ଥିତ କରିବା ପାଇଁ ଏହି ନିଷ୍ପତି ନିଆଯାଇଛି। ଏହି ସଂଖ୍ୟା...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri