ସ୍କ୍ରିନରେ ୨୦୨୫ରେ ‘ଓ୍ବାର’

ମୁମ୍ବାଇ: ୟଶରାଜ ଗୋଟିଏ ପରେ ଗୋଟିଏ ସ୍ପାଇ ୟୁନିଭର୍ସ ଫିଲ୍ମ ମାଧ୍ୟମରେ ଫ୍ୟାନ୍ସଙ୍କୁ ସରପ୍ରାଇଜ ଦେଇ ଚାଲିଛି। ଶାହାରୁଖ ଖାଁଙ୍କ ପଠାନ ପରେଏବେ ଖୁବଶୀଘ୍ର ବିଗ ସ୍କ୍ରିନରେ ‘ଟାଇଗର-୩’ ସହ ର’ ଏଜଣ୍ଟ ହୋଇଥିବା ଅବିନାଶ ସିଂ ରାଠୋର ଓରଫ ସଲମାନ ଖାଁଙ୍କ ଦମଦାର ଆକ୍ସନ ପ୍ରଶଂସକଙ୍କୁ ଦେଖିବାକୁ ମିଳିବ।

ଦର୍ଶକମାନେ ଏହି ଫିଲ୍ମରୁ ‘ଟାଇଗରଙ୍କ ବାର୍ତ୍ତା’ ଦର୍ଶକଙ୍କୁ ପୂର୍ବରୁ ମିଳ,ିସାରିଛି, ବର୍ତ୍ତମାନ ପ୍ରଶଂସକମାନେ ଏହାର ଟ୍ରେଲର ଆଉଟକୁ ଅପେକ୍ଷା କରିଛନ୍ତି। ଟାଇଗର ୩ର ଏକ୍ସାଇଟମେଣ୍ଟ ମଧ୍ୟରେ ବର୍ତ୍ତମାନ ୟଶ ରାଜ ବ୍ୟାନରରେ ନିର୍ମିତ ଅନ୍ୟ ସ୍ପାଇ ୟୁନିଭର୍ସ ମୁଭି ‘ଓ୍ବାର-୨’ର ରିଲିଜକୁ ନେଇ ଏକ ଅପଡେଟ ଆସିଛି।
୨୦୧୯ ରେ ରିଲିଜ ହୋଇଥିବା ହ୍ରିତିକ ରୋଶନ ଏବଂ ଟାଇଗର ଶ୍ରଫଙ୍କ ଫିଲ୍ମ ‘ଓ୍ବାର’ ବକ୍ସ ଅଫିସରେ ଏକ ବ୍ଲକବଷ୍ଟର ବୋଲି ପ୍ରମାଣିତ ହୋଇଥିଲା। ଏହି ଫିଲ୍ମଟି ଦେଶରେ ପ୍ରାୟ ୩୧୭.୯୧ କୋଟି ଟଙ୍କା ବ୍ୟବସାୟ କରିଥିଲା। ବର୍ତ୍ତମାନ ଆମେ ଏହି ସଫଳ ମୁଭି ‘ଓ୍ବାର-୨’ର ଦ୍ୱିତୀୟ ଭାଗକୁ ଫିଲ୍ମ ପରଦାରେ ଦେଖିବାକୁ ଉତ୍ସାହର ସହିତ ଅପେକ୍ଷା କରିଛୁ। ଯେଉଁଥିରେ ହ୍ରିତିକ ରୋଶନ ଆରଆରଆର ଷ୍ଟାର ଜୁନୁୟର ଏନଟିଆର ନଜର ଆସିବେ।
ସମ୍ପ୍ରତି, ଅକ୍ଟୋବର ୨ରେ, ଓ୍ବାର ରିଲିଜ ହେବାର ଚାରି ବର୍ଷ ବିତିଗଲା। ଏହି ଅବସରରେ ଫିଲ୍ମ କ୍ରିଟିକ ମନୋବାଲା ବିଜୟ ବାଲାନ ତାଙ୍କ ଅଫିସିଆଲ ଟୁଇଟର ଆକାଉଣ୍ଟରେ ଏହି ସୂଚନା ସେୟାର କରି କହିଛନ୍ତି ଯେ ନିର୍ମାତାମାନେ ଜାନୁଆରୀ ୨୪,୨୦୨୫ରେ ‘ଓ୍ବାର-୨’ ରିଲିଜ କରିବାକୁ ଯୋଜନା କରୁଛନ୍ତି। ତେବେ ‘ଓ୍ବାର ୨’ର ରିଲିଜ ଡେଟରେ ନିର୍ମାତାମାନେ କୌଣସି ନିଶ୍ଚିତତା ପ୍ରଦାନ କରିନାହାଁନ୍ତି।
ଜୁନିଅର ଏନଟିଆର‘ଓ୍ବାର-୨’ ସହିତ ହିନ୍ଦୀ ଫିଲ୍ମ ଇଣ୍ଡଷ୍ଟ୍ରିରେ ପ୍ରବେଶ କରୁଛନ୍ତି। ତେବେ ଏହା ପୂର୍ବରୁ ତାଙ୍କ ମୁଭି ଆରଆରଆର ମଧ୍ୟ ହିନ୍ଦୀ ଭାଷାରେ ମୁକ୍ତିଲାଭ କରିଥିଲା, କିନ୍ତୁ ଏହା ପ୍ରଥମେ ତେଲୁଗୁ ଭାଷାରେ ନିର୍ମିତ ହୋଇଥିଲା। ରିପୋର୍ଟର ସୂଚନା ଅନୁଯାୟୀ, ଜୁନିଅର ଏନଟିଆର ଏହି ମୁଭିର ବିରୋଧୀ ହୋଇପାରିଛି, ଯିଏକି କବୀର ଆକା ହ୍ରିତିକ ରୋଶନଙ୍କ ସହ ସଂଘର୍ଷ କରୁଥିବା ଦେଖିବାକୁ ମିଳିବ।
କିଛି ଦିନ ପୂର୍ବରୁ ଖବର ଆସିଥିଲା ଯେ ଜୁନିୟର ଏନଟିଆର ମଧ୍ୟ ସଲମାନ ଖାନଙ୍କ ‘ଟାଇଗର -୩’ରେ କ୍ୟାମୋ କରୁଥିବା ଦେଖିବାକୁ ମିଳିବ। ରିପୋର୍ଟ ଅନୁଯାୟୀ, ସଲମାନ ଖାନ ‘ଟାଇଗର -୩’ରେ ତାଙ୍କ ଚରିତ୍ରର ପରିଚୟ ଦେବେ।


Enter your email to get our daily news in your inbox.

All Right Reserved By Dharitri.Com

ଫସିଗଲେ ଅଭିନେତା ସାହିଲ

ମୁମ୍ବାଇ,୨୮।୪: ମହାଦେବ ଅନଲାଇନ ବେଟିଂ ଆପ ମାମଲାରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରି ମୁମ୍ବାଇ ପୋଲିସ ବର୍ତ୍ତମାନ ଠକେଇ ଏବଂ ଜୁଆର ବିଭିନ୍ନ ବିଭାଗରେ ଆପର ପ୍ରମୋଟରଙ୍କ...

ନ୍ୟୁୟର୍କ ଇଣ୍ଡିଆନ ଫିଲ୍ମ ଫେଷ୍ଟିଭାଲ: ଦମନ, ପ୍ରତୀକ୍ଷା ମନୋନୀତ

ଭୁବନେଶ୍ୱର,୨୭ା୪(ଶର୍ମିଷ୍ଠା ପାଣିଗ୍ରାହୀ): ଓଡ଼ିଆ ଚଳଚ୍ଚିତ୍ର ଜଗତ ପାଇଁ ଏକ ଖୁସି ଓ ଗର୍ବର ଖବର। ନିକଟରେ ଓଡ଼ିଆ ସିନେମାରେ ଚର୍ଚ୍ଚାରେ ଥିବା ଦୁଇଟି ଚଳଚ୍ଚିତ୍ର ‘ଦମନ’...

ରାମାୟଣ ସେଟ୍‌ରୁ ରଣବୀର କପୁର-ସାଇ ପଲ୍ଲବୀଙ୍କ ଲୁକ୍‌ ଭାଇରାଲ୍‌, ରାମ-ସୀତା ଅବତାରରେ ଆସିଲେ ନଜର

ଭୁବନେଶ୍ୱର,୨୭।୪: ନିର୍ଦ୍ଦେଶକ ନୀତେଶ ତିୱାରୀଙ୍କ ଫିଲ୍ମ ‘ରାମାୟଣ’କୁ ପ୍ରଶଂସକମାନେ ଉତ୍ସାହର ସହିତ ଅପେକ୍ଷା କରିଛନ୍ତି। ଏହି ଫିଲ୍ମରେ ରଣବୀର କପୁର ପ୍ରଭୁ ରାମଙ୍କ ଭୂମିକାରେ ନଜର...

ସଲମାନଙ୍କ ଘର ବାହାରେ ଗୁଳିମାଡ଼ ଘଟଣା: ମାଷ୍ଟରମାଇଣ୍ଡଙ୍କ ବିରୋଧରେ ଲୁକଆଉଟ୍‌ ସର୍କୁଲାର ଜାରି

ମୁମ୍ବାଇ,୨୭।୪: ବାନ୍ଦ୍ରାସ୍ଥିତ ବଲିଉଡ୍‌ ଅଭିନେତା ସଲମାନ ଖାନଙ୍କ ଆବାସ ବାହାରେ ହୋଇଥିବା ଗୁଳିମାଡ଼ ଘଟଣାରେ ଅନ୍‌ମୋଲ ବିଶ୍ନୋଇଙ୍କ ବିରୋଧରେ ଲୁକ୍‌ଆଉଟ୍‌ ନୋଟିସ୍‌ ଜାରି କରାଯାଇଛି। ଅନମୋଲ...

ଘର ଛାଡ଼ିବେନି ସଲମାନ୍‌

ବମ୍ବେ: ବଲିଉଡ୍‌ର ତିନି ଖାନ୍‌ଙ୍କ ମଧ୍ୟରୁ ସଲମାନ୍‌ଙ୍କ ଲୋକପ୍ରିୟତା କାହିଁରେ କେତେ। ଏଯାଏ କୁଆଁରା ଥିବା ଏହି ଅଭିନେତାଙ୍କ ପୁରୁଷ ଅପେକ୍ଷା ମହିଳା ପ୍ରଶଂସକଙ୍କ ତାଲିକା...

ଖୁବ୍‌ଶୀଘ୍ର ଆସୁଛି ‘କୌନ୍‌ ବନେଗା କରୋଡ଼ପତି’, ଜାଣନ୍ତୁ କେମିତି କରିବେ ରେଜିଷ୍ଟ୍ରେଶନ

ମୁମ୍ବାଇ: ବିଗ୍‌ ବି’ ଅମିତାଭ ବଚ୍ଚନଙ୍କ କୁଇଜ୍‌ ଶୋ’ କୌନ୍‌ ବନେଗା କରୋଡ଼ପତି’ (କେବିସି) ସବୁବେଳେ ଚର୍ଚ୍ଚାରେ ରହିଥାଏ। ବର୍ତ୍ତମାନ ଏହି ଶୋ’ର ପରବର୍ତ୍ତୀ ସିଜନ୍‌ ...

ଅଲଗା ହେଲା ବାଟ, ପ୍ରେମିକଙ୍କଠାରୁ ଅଲଗା ହେଲେ ଶ୍ରୁତି ହାସନ!

ବମ୍ବେ: ବ୍ୟକ୍ତିଗତ ଜୀବନକୁ ନେଇ ଚର୍ଚ୍ଚାରେ ସାଉଥ୍‌ ସୁପରଷ୍ଟାର କମଲ ହାସନଙ୍କ ଝିଅ ତଥା ଅଭିନେତ୍ରୀ ଶ୍ରୁତି ହାସନ। ଦୀର୍ଘଦିନ ଧରି ସେ ଶାନ୍ତନୁ ହଜାରିକାଙ୍କୁ...

ପୁଣି ପ୍ରେମରେ ପଡ଼ିଛନ୍ତି କୋଙ୍କଣା? ପୂର୍ବ ସ୍ବାମୀ କରିଦେଲେ ବଡ଼ ଖୁଲାସା

ବମ୍ବେ: ପୁଣି ପ୍ରେମରେ ପଡ଼ିଛନ୍ତି ଅଭିନେତ୍ରୀ କୋଙ୍କଣା ସେନ୍‌ ଶର୍ମା। କିଛି ଦିନ ଧରି ତାଙ୍କର ଲଭ୍‌ ଲାଇଫକୁ ନେଇ ଚର୍ଚ୍ଚା ହେଉଥିଲା। ହେଲେ ସେ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri