ଜେପିଏଲ୍‌ କ୍ରିକେଟ ଟୁର୍ନାମେଣ୍ଟ: ଖୁଣ୍ଟବନ୍ଧ ଚାମ୍ପିୟନ

ଜହ୍ନାପଙ୍କ, ୩୧।୧୨ (ଡି.ଏନ.ଏ): ବୌଦ୍ଧ ବ୍ଲକ ଖୁଣ୍ଟବନ୍ଧ ପଞ୍ଚାୟତ ଅନ୍ତର୍ଗତ ଜହ୍ନାପଙ୍କ ମେଡିକାଲ ପଡ଼ିଆରେ ୟୁଥ ସ୍ପୋର୍ଟିଂ ଆନୁକୂଲ୍ୟରେ ଚାଲିଥିବା ୨ୟ ଜେପିଏଲ କ୍ରିକେଟ ପ୍ରତିଯୋଗିତା ଗୁରୁବାର ଫାଇନାଲ ଖେଳ ସହ ଉଦ୍‌ଯାପିତ ହୋଇଯାଇଛି। ପ୍ରଥମ ସେମିଫାଇନାଲ ଜହ୍ନାପଙ୍କ ଦଳ ଏବଂ ଖୁଣ୍ଟବନ୍ଧ ଦଳ ମଧ୍ୟରେ ହୋଇଥିଲା। ଜହ୍ନାପଙ୍କ ବ୍ୟାଟିଂ କରି ୧୦ ଓଭରରେ ୮ ଉଇକେଟ ହରାଇ ୬୫ ରନ୍‌ କରିଥିଲା। ଖୁଣ୍ଟବନ୍ଧ ୯.୧ ଓଭରରେ ୩ ଉଇକେଟ ହରାଇ ୬୬ ରନ୍‌ କରି ଫାଇନାଲରେ ପ୍ରବେଶ କରିଥିଲା। ଦ୍ୱିତୀୟ ସେମିଫାଇନାଲ ବନ୍ଧାପଥର ଓ ତେଲିବନ୍ଧ ମଧ୍ୟରେ ହୋଇଥିଲା। ବନ୍ଧାପଥର ବ୍ୟାଟିଂ କରି ୧୦ ଓଭରରେ ୫ ଉଇକେଟ ହରାଇ ୧୦୧ ରନ୍‌ କରିଥିଲା। ଜବାବରେ ତେଲିବନ୍ଧ ୧୦ ଓଭରରେ ୩ ଉଇକେଟ ହରାଇ ୯୩ ରନ୍‌ କରିଥିଲା। ବନ୍ଧାପଥର ୮ ରନ୍‌ରେ ବିଜୟୀ ହୋଇ ଦ୍ୱିତୀୟ ଦଳ ଭାବେ ଫାଇନାଲରେ ପ୍ରବେଶ କରିଥିଲ। ଅପରାହ୍ନରେ ବନ୍ଧପଥର ଓ ଖୁଣ୍ଟବନ୍ଧ ମଧ୍ୟରେ ଫାଇନାଲ ମ୍ୟାଚ୍‌ ହୋଇଥିଲା। ବନ୍ଧପଥର ବ୍ୟାଟିଂ କରି ୭.୧ ଓଭରରେ ସମସ୍ତ ଉଇକେଟ ୩୮ ରନ୍‌ କରିଥିଲା । ଖୁଣ୍ଟବନ୍ଧ ୭.୫ ଓଭରରେ ୩ ଉଇକେଟ ହରାଇ ୪୦ ରନ୍‌ କରି ୭ ଉଇକେଟରେ ବିଜୟ ହୋଇ ଚାମ୍ପିୟନ ହୋଇଥିଲା। ଖେଳକୁ ଅବନୀ, ପିଣ୍ଟୁ, ବିଭିଷଣ, ବଣ୍ଟି, ଜିପୁନ ହୋତା, ଜଣକ ବାରିକ ପରିଚାଳନା କରିଥିଲେ । ଅବନୀ ବାରିକ ସ୍କୋରର ଦାୟିତ୍ୱ ତୁଲାଇଥିଲେ। ଶାନ୍ତନୁ ଜେନା ଓ ଗାର୍ଗବ ପ୍ରଧାନ ଧାରାବିବରଣୀ ପ୍ରଦାନ କରିଥିଲେ । ପୁରସ୍କାର ବିତରଣୀ ଉତ୍ସବରେ ପ୍ରଫୁଲ୍ଲ କୁମାର ଜେନା ମୁଖ୍ୟଅତିଥି, ସୁଧାଂଶୁଶେଖର ମିଶ୍ର ସମ୍ମାନିତ ଅତିଥି ଭାବେ ଯୋଗଦେଇ ଉପବିଜେତା ଦଳକୁ ଟ୍ରଫି ସହ ୩୩୦୦ ଟଙ୍କା ଓ ଚାମ୍ପିୟନ ଦଳକୁ ଟ୍ରଫି ସହ ୪୪୦୦ ଟଙ୍କା ପୁରସ୍କୃତ କରିଥିଲେ । ପ୍ରଫୁଲ୍ଲ ମ୍ୟାନ ଅଫ୍‌ ଦି ମ୍ୟାଚ ଓ ସମୀରଙ୍କୁ ମ୍ୟାନ ଅଫ୍‌ ଦି ସିରିଜ ପ୍ରଦାନ କରାଯାଇଥିଲା।


Enter your email to get our daily news in your inbox.

All Right Reserved By Dharitri.Com

ରେଳ ଲାଇନ୍‌ ପାରି ହେଉଥିଲେ, ଧକ୍କା ଦେଲା ବାଙ୍ଗିରିପୋଷି-ରୁପ୍ସା ଟ୍ରେନ: ମୁଣ୍ଡରୁ ଗଣ୍ଡି ଅଲଗା…

ବୈଶିଙ୍ଗା, ୧।୪ (ରତନ ଦାଶ): ମୟୂରଭଞ୍ଜ ଜିଲା ବୈଶିଙ୍ଗା ଥାନା ଅନ୍ତର୍ଗତ ମଛପଦା ନିକଟରେ ବୁଧବାର ରାତିରେ ଏକ ମର୍ମନ୍ତୁଦ ରେଳ ଦୁର୍ଘଟଣା ଘଟିଯାଇଛି। ବାଙ୍ଗିରିପୋଷି-ରୁପ୍ସା ଡିଏମୟୁ…

ଗଜପତି ପୋଲିସର ବଡ଼ ସଫଳତା: ୧ କୋଟି ୮୦ ଲକ୍ଷ ଟଙ୍କାର ଗଞ୍ଜେଇ ଜବତ, ୩ ମାଫିଆ…

ମୋହନା, ୧।୪(ମନ୍ମଥ ମିଶ୍ର): ରାଜ୍ୟ ସରକାରଙ୍କ ଗଞ୍ଜେଇ ମୁକ୍ତ ଓଡ଼ିଶା ଅଭିଯାନ ମଧ୍ୟରେ ଗଜପତି ପୋଲିସକୁ ଏକ ବଡ଼ ସଫଳତା ମିଳିଛି। ଜିଲାର ଆର୍‌. ଉଦୟଗିରି ଥାନା…

IPL ୨୦୨୬: ଲକ୍ଷ୍ନୌକୁ ଲଗାତାର ୫ମ ଥର ପାଇଁ ହରାଇଲା ଦିଲ୍ଲୀ କ୍ୟାପିଟାଲ୍ସ; ଦଳକୁ ଦମ୍‌ଦାର ବିଜୟ ଦେଲେ ସମୀର ରିଜଭୀ…

ଲକ୍ଷ୍ନୌ, ୧ା୪: ଆଇପିଏଲ ୨୦୨୬ରେ ଦିଲ୍ଲୀ କ୍ୟାପିଟାଲ୍ସ ବିଜୟ ଅଭିଯାନ ଆରମ୍ଭ କରିଛି। ଲକ୍ଷ୍ନୌ ସୁପର ଜାଏଣ୍ଟସ (LSG) ବିପକ୍ଷ ମ୍ୟାଚରେ ଦିଲ୍ଲୀ ୧୪୨ ରନର ଲକ୍ଷ୍ୟକୁ…

ରାସାୟନିକ ଦୁର୍ଘଟଣା ରୋକିବାରେ ‘ଗ୍ରାସିମ୍‌’ ତୁଲାଉଛି ଗୁରୁଦାୟିତ୍ୱ, ଜନସାଧାରଣଙ୍କ ମଧ୍ୟରେ…

ଗଞ୍ଜାମ,୧ା୪(ଅନାଥ ତରାଇ/ବିଦ୍ୟାଧର ସାହୁ)- ପରିବେଶ ସୁରକ୍ଷା ଏବଂ ଜନସାଧାରଣଙ୍କ ନିରାପତ୍ତା ପ୍ରତି ନିଜର ପ୍ରତିବଦ୍ଧତା ପ୍ରଦର୍ଶନ କରି ପୁଣିଥରେ ଚର୍ଚ୍ଚାରେ ଗ୍ରାସିମ୍‌ ଇଣ୍ଡଷ୍ଟ୍ରିଜ୍‌। ମଙ୍ଗଳବାର ଅପରାହ୍ନ ପ୍ରାୟ…

ଥୁଆମୂଳ ରାମପୁରରେ ମା’ ଠାକୁରାଣୀଙ୍କ ଚୈତ୍ର ଘଣ୍ଟଯାତ୍ରା ସମ୍ପନ୍ନ: ଭକ୍ତିମୟ ପରିବେଶରେ ନିଜ ଆସ୍ଥାନକୁ ଫେରିଲେ ମା’

ଥୁଆମୂଳ ରାମପୁର,୧।୪ (ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ବ୍ଲକ ମୁଖ୍ୟାଳୟରେ ଅତି ଆଡ଼ମ୍ବର ସହକାରେ ଅନୁଷ୍ଠିତ ହେଉଥିବା ମା’ ଠାକୁରାଣୀଙ୍କ ପବିତ୍ର ଚୈତ୍ର ଘଣ୍ଟଯାତ୍ରା…

ବଲାଙ୍ଗୀରରେ ଓଡ଼ିଶା ଦିବସ ପାଳନକୁ ବିରୋଧ: ସଂସ୍କୃତି ଭବନରେ କୋଶଲ ସମର୍ଥକଙ୍କ ହଙ୍ଗାମା, ୮ ଅଟକ

ବଲାଙ୍ଗୀର,୧।୪(ସୁନିଲ କୁମାର ମହାନ୍ତି): ଆଜି ସମଗ୍ର ରାଜ୍ୟରେ ଓଡ଼ିଶା ଦିବସ ବା ଉତ୍କଳ ଦିବସ ପାଳିତ ହେଉଥିବା ବେଳେ ବଲାଙ୍ଗୀରରେ ଏହାକୁ ନେଇ ଅଭାବନୀୟ ପରିସ୍ଥିତି ସୃଷ୍ଟି…

ଲଜ୍ଜା: ୧୩ ବର୍ଷର ନାବାଳିକାଙ୍କୁ ଗର୍ଭବତୀ କଲେ ଦୁଇ ସନ୍ତାନର ବାପା, ଅଭିଯୁକ୍ତଙ୍କୁ ପୋଲିସ ବାନ୍ଧି…

ପାତ୍ରପୁର, ୧।୪ (ଉମା ଚରଣ ନେପାକ): ବ୍ରହ୍ମପୁର ପୋଲିସ ଜିଲା ଅନ୍ତର୍ଗତ ଜରଡ଼ା ଥାନା ଅଞ୍ଚଳରେ ଏକ ଅଭାବନୀୟ ଘଟଣା ଘଟିଛି। ଆଙ୍କୁଲି ପଞ୍ଚାୟତର ଜଣେ ୧୩…

ମହିଳା ଚଲାଉଥିଲେ ନିଶା କାରବାର: ମାଡ଼ି ବସିଲା ପୋଲିସ, ୬ ଲକ୍ଷରୁ ଅଧିକ ଟଙ୍କା ସହ…

ବରଗଡ଼,୧।୪(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲାରେ ବଢ଼ୁଥିବା ନିଶା କାରବାରକୁ ରୋକିବା ପାଇଁ ପୋଲିସ ନିଜର ଅଭିଯାନକୁ ଜୋରଦାର କରିଛି। ଏହି କ୍ରମରେ ଭଟଲି ଥାନା ପୋଲିସ ବୁଧବାର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri