Posted inଖେଳ

କାର୍ତ୍ତିକ ତ୍ୟାଗି, ‘ନାମ୍‌ ତୋ ସୁନା ହୋଗା’; କିଛି ଏଭଳି ଥିଲା ଫାର୍ମରେ କାମ କରିବାଠାରୁ ଚର୍ଚ୍ଚିତ ପେସରର ଯାତ୍ରା..

ନୂଆଦିଲ୍ଲୀ,୨୨।୯: ଆଇପିଏଲ୍‌ ୨୦୨୧ର ଦ୍ୱିତୀୟ ପର୍ଯ୍ୟାୟର ତୃତୀୟ ମୁକାବିଲାରେ ରାଜସ୍ଥାନ ରୟାଲ୍ସ ବାଜିମାତ କରିଥିଲା। ଏହି ବିଜୟ ପରେ ଚର୍ଚ୍ଚାରେ ଭାରତର ଯୁବ ପେସର କାର୍ତ୍ତିକ ତ୍ୟାଗି। ସେ ମ୍ୟାଚ୍‌ର ଶେଷ ଓଭରରେ ଦୁଇ ଉଇକେଟ ନେଇ ମ୍ୟାଚ୍‌ର ଭାଗ୍ୟ ବଦଳାଇ ଦେଇଥିଲେ। ଏହାକୁ ନେଇ ତାଙ୍କର ପ୍ରଶଂସା କରାଯାଉଛି। ତେବେ କାର୍ତ୍ତିକଙ୍କ ପାଇଁ କ୍ରିକେଟରେ ନିଜ ଭାଗ୍ୟ ନିରୂପଣ କରିବା ସେତେଟା ସହଜ ନ ଥିଲା।

କାର୍ତ୍ତିକ ବାପାଙ୍କ ଫାର୍ମରେ କାମ କରୁଥିଲେ। ଏଥିସହ କ୍ରିକେଟ ମଧ୍ୟ ଖେଳୁଥିଲେ। ୨୦୧୭-୧୮ରେ ରଣଜୀ ଟ୍ରଫି ଖେଳିବା ସମୟରେ ସବୁକିଛି ଠିକ୍‌ ଥିଲା। ହେଲେ ୟୁପି ରଣଜୀ ଟିମ୍‌ର ଏଲହି ଦ୍ରୁତ ବୋଲର ଆହତ ହୋଇଥିଲେ। ଦୀର୍ଘ ୧୧ ମାସ ଧରି ସେ ଉକ୍ତ ସମସ୍ୟା ସହ ଲଢ଼ିଥିଲେ।

ଆହତ ହେବା ପରେ କାର୍ତ୍ତିକଙ୍କୁ ଲଗାତାର ଭାବେ ଡାକ୍ତର ବଦଳାଇବା ପଡ଼ୁଥିଲା। ସେ ଚିକିତ୍ସା ପାଇଁ ଦିଲ୍ଲୀ ଆସୁଥିଲେ। ଏଭଳି ସମୟ ଥିଲା ଯାଆସ କରିବା ଲାଗି ତାଙ୍କ ପାଖରେ ଟଙ୍କା ନ ଥିଲା। ସେତେବେଳେ କାର୍ତ୍ତିକଙ୍କ ବାପା ଯୋଗେନ୍ଦ୍ର ତ୍ୟାଗି ନିଜ ଜମି ବିକି ପୁଅଙ୍କୁ ସୁସ୍ଥ କରିଥିଲେ। ସେ ନିଜ ପୁଅ କ୍ୟାରିୟର ଖରାପ ନ ହେଉ ସେଥିପ୍ରତି ଯତ୍ନବାନ ଥିଲେ। ୬ ମାସ ଯାଏ ଉନ୍ନତି ନ ଆସିବାରୁ ସେ ଏନ୍‌ସିଏ ଯାଇଥିଲେ। ଏହାପରେ ସେ ଅଣ୍ଡର-୧୯ ଦଳକୁ ଫେରିଥିଲେ।

ପୁଣିଥରେ ସୁସ୍ଥ ହୋଇ ଫେରିବା ପରେ କାର୍ତ୍ତିକ ଉଲ୍ଲେଖନୀୟ ପ୍ରଦର୍ଶନ କରିଥିଲେ। ଭାରତୀୟ ଟିମ୍‌ରେ ତାଙ୍କୁ ନେଟ ବୋଲର ଭାବେ ସ୍ଥାନ ମିଳିଥିଲା। ଏହାପରେ ଆଇପିଏଲରେ ରାଜସ୍ଥାନ ତାଙ୍କୁ ନିଜ ଟିମ୍‌ରେ ସାମିଲ କରିଥିଲା। ଏଯାବତ ସେ ୧୨ ମ୍ୟାଚ୍‌ ଖେଳି ୧୨ ଉଇକେଟ ନେଇ ସାରିଲେଣି।

ଉତ୍ତରପ୍ରଦେଶର ଏକ ଛୋଟ ସହର ହାପୁଡରେ ଜନ୍ମିତ କାର୍ତ୍ତିକଙ୍କ ଜୀବନ କଠିନ ପରିସ୍ଥିତିରେ ଆରମ୍ଭ ହୋଇଥିଲା ସତ, ହେଲେ ଏବେ ସେ ସଫଳତାର ଶିଡି ଚଢ଼ିବାରେ ଲାଗିଛନ୍ତି। ଏହି ଖେଳାଳିଙ୍କୁ ନେଇ ଚର୍ଚ୍ଚା ବଢ଼ିବାରେ ଲାଗିଛି। ଏଣୁ ଭବିଷ୍ୟତରେ ସେ ଭାରତୀୟ ଟିମ୍‌ରେ ସ୍ଥାନ ପାଇବା ସୁନିଶ୍ଚିତ ବୋଲି କୁହାଯାଉଛି।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

Video: ଆଉଟ୍‌ ଦେଇଥିବା ଅମ୍ପାୟାରଙ୍କଠାରୁ ‘ପ୍ରତିଶୋଧ’ ନେଲେ ବିରାଟ, ସର୍ବସମ୍ମୁଖରେ କଲେ ଏଭଳି…

ନୂଆଦିଲ୍ଲୀ,୨୩।୪: ବିରାଟ କୋହଲି କ୍ରିକେଟ ମଇଦାନରେ ନିଜର କ୍ରୋଧକୁ ନେଇ ପରିଚିତ। ଖେଳ ସମୟରେ ନିଜ ବିରୋଧୀ ଟିମ୍‌ର ମୁହଁ ଏବଂ ବ୍ୟାଟ୍‌ ଉଭୟର ଉଚିତ...

‘ପନ୍ତଙ୍କୁ ଚୟନ କରା ନ ଗଲେ ଭାରତ ମ୍ୟାଚ୍‌ରେ ପ୍ରଭାବ ପଡ଼ିବ’ 

ନୂଆଦିଲ୍ଲୀ,୨୩।୪: ଟି୨୦ ବିଶ୍ୱକପ୍‌ ପାଇଁ ଟିମ୍‌ ଇଣ୍ଡିଆର ଚୟନ ଚଳିତ ମାସ ଶେଷ ଆଡ଼କୁ ହୋଇପାରେ। ଦଳରେ ଅନେକ ଖେଳାଳିଙ୍କୁ ଚୟନ କରିବାକୁ ନେଇ ଏଯାଏ...

ହେଲା ବଡ଼ ଖୁଲାସା, ଏହି ଗୋଟିଏ ଭୁଲ୍‌ ପାଇଁ ଆର୍‌ସିବିରେ ନାହାନ୍ତି ଚହଲ…

ନୂଆଦିଲ୍ଲୀ,୨୩।୪: ଯୁଜବେନ୍ଦ୍ର ଚହଲଙ୍କୁ ଦଳରେ ନ ରଖିବାର ନିଷ୍ପତ୍ତି ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର(ଆର୍‌ସିବି)କୁ ଅବଶୋଷ ରହିବ। କିଛି ଏଭଳି ପ୍ରତିକ୍ରିୟା ରଖିଛନ୍ତି ଫ୍ରାଞ୍ଚାଇଜ୍‌ର ପୂର୍ବ କ୍ରିକେଟ...

ଇତିହାସ ରଚିଲେ ଚହଲ: ଆଇପିଏଲ୍‌ରେ ଏମିତି କାରନାମା କରିବାରେ ପ୍ରଥମ ବୋଲର

ନୂଆଦିଲ୍ଲୀ,୨୩।୪: ମୁମ୍ବାଇ ଇଣ୍ଡିଆନ୍ସ ଏବଂ ରାଜସ୍ଥାନ ରୟାଲ୍ସ ମଧ୍ୟରେ ଖେଳାଯାଇଥିବା ମ୍ୟାଚରେ ୟୁଜବେନ୍ଦ୍ର ଚହଲ ତାଙ୍କ ଆଇପିଏଲ କ୍ୟାରିୟରରେ ୨୦୦ ଉଇକେଟ ପୂରଣ କରିଛନ୍ତି। ମୁମ୍ବାଇ...

ଅରେଞ୍ଜ କ୍ୟାପ୍‌ ଉପରେ କୋହଲଙ୍କ କବ୍‌ଜା: ପର୍ପଲ କ୍ୟାପ୍‌ ରେସ୍‌ ହେଉଛି ରୋଚକ

ନୂଆଦିଲ୍ଲୀ,୨୩।୪: ବ୍ୟାଟ୍ସମ୍ୟାନ ଭାବରେ ବିରାଟ କୋହଲିଙ୍କ ଆଭିମୁଖ୍ୟ ଆଇପିଏଲ ୨୦୨୪ ରେ ଜାରି ରହିଛି। ବିରାଟ କୋହଲି ୮ଟି ମ୍ୟାଚରେ ହାରାହାରି ୬୩.୧୭ରେ ୩୭୯ ରନ...

ହଠାତ୍‌ ପଡ଼ିଆ ମଝିରେ ବିପକ୍ଷ ବ୍ୟାଟ୍ସମ୍ୟାନଙ୍କୁ ଆଲିଙ୍ଗନ କଲେ ରୋହିତ ଶର୍ମା: ଜାଣନ୍ତୁ କାହିଁକି

ମୁମ୍ବାଇ,୨୩।୪: ରାଜସ୍ଥାନ ରୟାଲ୍ସର ଓପନର୍‌ ଯଶସ୍ବୀ ଜୟସ୍ବାଲ ମୁମ୍ବାଇ ଇଣ୍ଡିଆନ୍ସ ବିପକ୍ଷରେ ୬୦ ବଲରେ ୧୦୪ ରନର ଅପରାଜିତ ଇନିଂସ ଖେଳିଥିଲେ। ସେ ତାଙ୍କ ଇନିଂସରେ...

ପିଏନ୍‌ବି ବାଲେଶ୍ୱର ମଣ୍ଡଳର ନୂତନ ମଣ୍ଡଳ ମୁଖ୍ୟ

ଭୁବନେଶ୍ୱର,୨୩।୪: ପଞ୍ଜାବ ନ୍ୟାଶନାଲ ବ୍ୟାଙ୍କ ବା ପିଏନ୍‌ବି ବାଲେଶ୍ୱର ମଣ୍ଡଳର ନୂତନ ମଣ୍ଡଳ ମୁଖ୍ୟ ଭାବେ ବିଶ୍ୱଜିତ ବିଶ୍ୱାଳ ନିକଟରେ କାର୍ଯ୍ୟଭାର ଗ୍ରହଣ କରିଛନ୍ତି। ଏହା...

‘ଗୁକେଶ ଭବିଷ୍ୟତର ବିଶ୍ୱ ଚାମ୍ପିୟନ’

ନୂଆଦିଲ୍ଲୀ, ୨୪ା୪(ପି.ଟି.): ମର୍ଯ୍ୟାଦାପୂର୍ଣ୍ଣ କ୍ୟାଣ୍ଡିଡେଟ୍ସ ଟୁର୍ନାମେଣ୍ଟ ଜିତି ଭାରତର ଡି. ଗୁକେଶ ଏକ ଐତିହାସିକ ସଫଳତା ହାସଲ କରିଛନ୍ତି। କେବଳ ଚେସ୍‌ ନୁହେଁ ସବୁ ମହଲରେ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri