ବସ୍‌ କଣ୍ଡକ୍ଟରରୁ ସିନେମାର ଶ୍ରେଷ୍ଠ ପୁରସ୍କାର ପର୍ଯ୍ୟନ୍ତ ଯାତ୍ରା

ସୁପରଷ୍ଟାର ରଜନୀକାନ୍ତ ଅଭିନୟ ଜରିଆରେ ପ୍ରଶଂସକଙ୍କ ହୃଦୟରେ ରାଜ୍‌ କରନ୍ତି। ସିନେମାରେ ତାଙ୍କର ଅବଦାନ ହେତୁ ତାଙ୍କୁ ସିନେମା ଜଗତର ଶ୍ରେଷ୍ଠ ପୁରସ୍କାର ଦାଦାସହେବ ଫାଲକେ ପୁରସ୍କାର ପ୍ରଦାନ କରାଯାଇଛି। ଆଜି ବି ସେ ସମଗ୍ର ବିଶ୍ୱରେ ଏକ ନିଆରା ପରିଚୟ ସୃଷ୍ଟି କରିଛନ୍ତି। କିନ୍ତୁ ଖୁବ କମ ଲୋକ ଜାଣିଥିବେ ଯେ ୪ ବର୍ଷ ବୟସରେ ତାଙ୍କ ମା’ଙ୍କ ଛାୟା ତାଙ୍କ ମୁଣ୍ଡରୁ ଉଠିଯାଇଥିଲା। ଏହାପରେ ସେ ବହୁ ସଂଘର୍ଷ ମଧ୍ୟରେ ବଢିଥିଲେ। ସେ ବସ୍‌ କଣ୍ଡକ୍ଟର ଭାବେ ମଧ୍ୟ କାର୍ଯ୍ୟ କରୁଥିଲେ। ଏହି ସମୟରେ ଜଣେ ଡ୍ରାଇଭର ବନ୍ଧୁ ତାଙ୍କୁ ଅଭିନେତା ହେବାକୁ ପରାମର୍ଶ ଦେଇଥିଲେ।
ରଜନୀକାନ୍ତ ୧୨ ଡିସେମ୍ବର ୧୯୫୦ରେ ଏକ ମରାଠୀ ପରିବାରରେ ଜନ୍ମଗ୍ରହଣ କରିଥିଲେ। ତାଙ୍କର ପ୍ରକୃତ ନାମ ହେଉଛି ଶିବାଜୀ ରାଓ ଗାଇକ୍ୱାଡ। ସେ ଜିଜାବାଇ ଏବଂ ରାମୋଜି ରାଓଙ୍କର ସବୁଠୁ ସାନ ସନ୍ତାନ ଥିଲେ। ରଜନୀକାନ୍ତ ବେଙ୍ଗାଲୁରୁରେ ଅଧ୍ୟୟନ କରିଥିଲେ। ଏହି ସମୟରେ ସେ ମାତ୍ର ୪ ବର୍ଷ ବୟସରେ ନିଜ ମା’ଙ୍କୁ ହରାଇଥିଲେ। ଘରର ଆର୍ଥିକ ଅବସ୍ଥା ଖରାପ ଥିବାରୁ ସେ ପରିବାରର ସମସ୍ତ ବୋଝ ନିଜ ମୁଣ୍ଡକୁ ନେଇଥିଲେ। ଛୋଟ ବେଳୁ ସେ ଟଙ୍କା ରୋଜଗାର କରି ଘର ଚଳାଇବା ଦାୟିତ୍ୱ ବୁଝିଥିଲେ। କିନ୍ତୁ ସେ ଜଣେ ଅଭିନେତା ହେବାକୁ ସ୍ବପ୍ନ ଦେଖିଥିଲେ।
ରଜନୀକାନ୍ତଙ୍କ ବସ ଡ୍ରାଇଭର ବନ୍ଧୁ ରାଜ ବାହାଦୁର ତାଙ୍କୁ ଅଭିନେତା ହେବାର ସ୍ବପ୍ନକୁ ସାକାର କରିବାରେ ସାହାଯ୍ୟ କରିଥିଲେ। ସେ ଅଭିନେତାଙ୍କୁ ମାଡ୍ରାସ ଫିଲ୍ମ ଇନଷ୍ଟିଚ୍ୟୁଟରେ ଆଡମିଶନ କରିବାକୁ ପ୍ରେରଣା ଦେଇଥିଲେ। କାରଣ, ରଜନୀକାନ୍ତଙ୍କ ପାଇଁ ଏସବୁ କରିବା ସହଜ ନ ଥିଲା। କିନ୍ତୁ ରାଜ ବାହାଦୂରଙ୍କ ସମର୍ଥନରେ ସେ ଆଗକୁ ବଢିବା ପାଇଁ ରାଜି ହୋଇଥିଲେ। ଅଭିନୟ ଶିଖିବାବେଳେ ଅଭିନେତା ତାମିଲ ଭାଷା ମଧ୍ୟ ଶିଖିଥିଲେ। ଏହି ସମୟରେ ସେ ନିର୍ଦ୍ଦେଶକ କେ ବାଲାଚନ୍ଦ୍ରଙ୍କୁ ଭେଟିଥିଲେ। ସେ ତାଙ୍କୁ ପ୍ରଥମ ଚଳଚ୍ଚିତ୍ର ‘ଅପୂର୍ବା ରାମନଗାଲ’ରେ କାମ କରିବାର ସୁଯୋଗ ଦେଇଥିଲେ। ଏଥିରେ ତାଙ୍କ ବିପକ୍ଷରେ କମଲ ହାସନ ଏବଂ ଶ୍ରୀବିଦ୍ୟା ମଧ୍ୟ ଅଭିନୟ କରିଥିଲେ। ତେବେ ଏଥିରେ ରଜନୀକାନ୍ତଙ୍କର ଏକ ଛୋଟ ନେଗେଟିଭ୍‌ ଭୂମିକା ଥିଲା । କ୍ୟାରିୟର ଆରମ୍ଭରେ ସେ କିଛି ସମୟ ପାଇଁ ଛୋଟ ଭୂମିକା ଗ୍ରହଣ କରିଥିଲେ। ଏହା ପରେ ସେ ତାଙ୍କର ନେଗେଟିଭ୍‌ ଭୂମିକାର ଛାଡି ଫିଲ୍ମ ‘ଭୁଭନ ଓରୁ କେଲଭିକୁରୀ’ରେ ମୁଖ୍ୟ ନାୟକ ଭାବରେ ଅଭିନୟ କରିଥିଲେ। ଏଥିରେ ମୁଥୁରାମଙ୍କ ସହିତ ତାଙ୍କର ଯୋଡି ଦର୍ଶକଙ୍କୁ ବହୁତ ପସନ୍ଦ କରିଥିଲେ।

ଅମିତାଭ ବଚ୍ଚନଙ୍କ ଫିଲ୍ମ ‘ଡନ’ର ରିମେକ୍‌ରେ କାମ କଲାବେଳେ ରଜନୀକାନ୍ତଙ୍କ ଭାଗ୍ୟ ବଦଳିଗଲା। ସେହି ସିନେମାର ନାମ ଥିଲା ‘ବିଲା’, ଯାହା ବକ୍ସ ଅଫିସରେ ସୁପରହିଟ୍‌ ହୋଇିଥିଲା। ୧୯୮୨ ମସିହାରେ ତାଙ୍କୁ ‘ମୁନ୍ଦରୁ ମୋଗାମ’ ଚଳଚ୍ଚିତ୍ର ପାଇଁ ତାମିଲନାଡୁ ସରକାର ତାଙ୍କୁ ଶ୍ରେଷ୍ଠ ଅଭିନେତା ପୁରସ୍କାର ପ୍ରଦାନ କରିଥିଲେ। ସେହିପରି ୧୯୯୫ରେ ମୁକ୍ତିଲାଭ କରିଥିବା ‘ବାଶା’ ଫିଲ୍ମ ମଧ୍ୟ ହିଟ୍‌ ହୋଇଥିଲା। କେବଳ ଏତିକି ନୁହେଁ, ରଜନିକାନ୍ତ ତାମିଲ ଚଳଚ୍ଚିତ୍ରକୁ ଅନ୍ତର୍ଜାତୀୟ ସ୍ତରକୁ ନେଇଛନ୍ତି। ତାଙ୍କର ଚଳଚ୍ଚିତ୍ର ‘ମୁଥୁ’ ଜାପାନରେ ମୁକ୍ତିଲାଭ କରିଥିଲା। ଏହା ପ୍ରଥମ ତାମିଲ ଚଳଚ୍ଚିତ୍ର ଯାହା ଜାପାନରେ ମୁକ୍ତିଲାଭ କରିଥିଲା। ଏଥି ସହିତ ତୁର୍କୀ ଏବଂ ଜର୍ମାନ ଭାଷାରେ ବକ୍ସ ଅଫିସରେ ‘ଚନ୍ଦ୍ରମୁଖୀ’, ବ୍ରିଟେନ ଏବଂ ଦକ୍ଷିଣ ଆଫ୍ରିକାର ‘ଶିବାଜୀ’ ହିଟ ହୋଇଥିଲା।
ସେ ତାଙ୍କ ଚଳଚ୍ଚିତ୍ର କ୍ୟାରିୟରର ପ୍ରଥମ ୧୦ବର୍ଷରେ ୧୦୦ଟି ଫିଲ୍ମ କରିଥିଲେ। ତାମିଲ, ହିନ୍ଦୀ ବ୍ୟତୀତ ସେ ମାଲାୟାଲମ, କନ୍ନଡ ଏବଂ ତେଲୁଗୁ ଏବଂ ବଙ୍ଗାଳୀ ଫିଲ୍ମରେ ମଧ୍ୟ କାର୍ଯ୍ୟ କରିଛନ୍ତି।

 


Enter your email to get our daily news in your inbox.

All Right Reserved By Dharitri.Com

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ଜଳ ପ୍ରପାତ

ସାନଘାଗରା ଜଳପ୍ରପାତ କେନ୍ଦୁଝର ସହରଠାରୁ ମାତ୍ର ୬ କି.ମି. ଦୂରରେ ରହିଛି ସାନଘାଘରା ଜଳପ୍ରପାତ। ସାନମାଛ କାନ୍ଦଣା ନଦୀର ଜଳ ଏଠାରେ ତଳକୁ ବିରାଟକାୟ ସ୍ରୋତରେ କଚାଡ଼ି…

ଭୁବନେଶ୍ୱର ଫୁଲ ଦୋକାନ

ଫର୍ନସ ଏନ୍‌ ପେଟାଲ୍‌ସ   ଏହା ରାଜଧାନୀର ଏକ ବଡ଼ ଫୁଲ ଦୋକାନ ଭାବେ ପରିଗଣିତ। ୧୧ବର୍ଷ ତଳେ ପ୍ରଥମ କରି ଶହୀଦନଗରରେ ଆରମ୍ଭ ହୋଇଥିଲା। ବର୍ତ୍ତମାନ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱର ଜିମ

କଳିଙ୍ଗ ଫିଟନେସ୍‌ ଜୟଦେବ ବିହାର ରୋଡ ବିଜୁ ପଟ୍ଟନାୟକ କଲେଜ ନିକଟରେ ରହିଛି କଳିଙ୍ଗ ଫିଟନେସ ଜିମ୍‌। ୪ବର୍ଷ ତଳେ ଖୋଲାଯାଇଥିବା ଏହି ଜିମ୍‌ରେ ସବୁ ପ୍ରକାର…

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ପର୍ଯ୍ୟଟନସ୍ଥଳ

ସପ୍ତଶଯ୍ୟା ଢେଙ୍କାନାଳ ଜିଲାରେ ଅବସ୍ଥିତ ସପ୍ତଶଯ୍ୟା ପର୍ଯ୍ୟଟନ ସ୍ଥଳ ସାତ ପାହାଡ଼, ଝରଣା ଏବଂ ଜଙ୍ଗଲରେ ପରିପୂର୍ଣ୍ଣ। ଏଠାରେ ରହିଛି ଶ୍ରୀରାମଙ୍କ ମନ୍ଦିର। ସପ୍ତଶଯ୍ୟାର ଶୀତଳ ପରିବେଶ…

କଟକ ଦହିବରା ଆଳୁଦମ

ବାରବାଟୀ ଷ୍ଟାଡିୟମର ରମେଶ ଗୋଛି ସକାଳ ୭ଟାରୁ ଆରମ୍ଭ କରି ରାତି ୧୦ଟା ଯାଏ ବାରବାଟୀ ଷ୍ଟାଡିୟମ ନିକଟରେ ରମେଶଙ୍କ ଷ୍ଟଲ ଖୋଲିଥାଏ। ପରିବାରର ସବୁ ସଦସ୍ୟ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱରର ପାର୍କ

ମହାତ୍ମା ଗାନ୍ଧୀ ପାର୍କ ପାର୍କଟି ଜୟଦେବ ବିହାରସ୍ଥିତ ନନ୍ଦନକାନନ ରୋଡ୍‌ର ଜନତା ମଇଦାନ ନିକଟରେ ଅବସ୍ଥିତ। ପାର୍କ ଭିତରେ ମହାତ୍ମା ଗାନ୍ଧୀଙ୍କ ପ୍ରାର୍ଥନା କରୁଥିବା ମୁଦ୍ରାରେ ମୂର୍ତ୍ତି…

ଶ୍ରେଷ୍ଠ ପାଞ୍ଚ ପୁରୀର ମଠ

ହାତୀ ଆଖଡ଼ା ମଠ ପୁରୀ ବଳଗଣ୍ଡି ନିକଟରେ ବଡ଼ଦାଣ୍ଡର ମୁଖ୍ୟ ରାସ୍ତାରେ ହାତୀ ଆଖଡା ମଠ ଅବସ୍ଥିତ। ଶ୍ରୀରାମାନନ୍ଦୀ ସମ୍ପ୍ରଦାୟର ନିର୍ବାଣୀ ଆଖଡା ରୂପେ ଏହା ପରିଚିତ।…

ଶ୍ରେଷ୍ଠ ପାଞ୍ଚ ଓଡ଼ିଶାର ପ୍ରସିଦ୍ଧ ଶୈବପୀଠ

ହରିଶଙ୍କର ବଲାଙ୍ଗୀରଠାରୁ ୮୦ କି.ମି. ଦୂରରେ ଗନ୍ଧମାର୍ଦ୍ଦନ ପର୍ବତ ପାଦଦେଶରେ ଅବସ୍ଥିତ ପ୍ରସିଦ୍ଧ ତୀର୍ଥ ତଥା ଶୈବପୀଠ ହରିଶଙ୍କର। ଏଠାକାର ମନ୍ଦିରର ପରିବେଶ ଏବଂ ଆକର୍ଷଣୀୟ ଝରଣା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?