ବସ୍‌ କଣ୍ଡକ୍ଟରରୁ ସିନେମାର ଶ୍ରେଷ୍ଠ ପୁରସ୍କାର ପର୍ଯ୍ୟନ୍ତ ଯାତ୍ରା

ସୁପରଷ୍ଟାର ରଜନୀକାନ୍ତ ଅଭିନୟ ଜରିଆରେ ପ୍ରଶଂସକଙ୍କ ହୃଦୟରେ ରାଜ୍‌ କରନ୍ତି। ସିନେମାରେ ତାଙ୍କର ଅବଦାନ ହେତୁ ତାଙ୍କୁ ସିନେମା ଜଗତର ଶ୍ରେଷ୍ଠ ପୁରସ୍କାର ଦାଦାସହେବ ଫାଲକେ ପୁରସ୍କାର ପ୍ରଦାନ କରାଯାଇଛି। ଆଜି ବି ସେ ସମଗ୍ର ବିଶ୍ୱରେ ଏକ ନିଆରା ପରିଚୟ ସୃଷ୍ଟି କରିଛନ୍ତି। କିନ୍ତୁ ଖୁବ କମ ଲୋକ ଜାଣିଥିବେ ଯେ ୪ ବର୍ଷ ବୟସରେ ତାଙ୍କ ମା’ଙ୍କ ଛାୟା ତାଙ୍କ ମୁଣ୍ଡରୁ ଉଠିଯାଇଥିଲା। ଏହାପରେ ସେ ବହୁ ସଂଘର୍ଷ ମଧ୍ୟରେ ବଢିଥିଲେ। ସେ ବସ୍‌ କଣ୍ଡକ୍ଟର ଭାବେ ମଧ୍ୟ କାର୍ଯ୍ୟ କରୁଥିଲେ। ଏହି ସମୟରେ ଜଣେ ଡ୍ରାଇଭର ବନ୍ଧୁ ତାଙ୍କୁ ଅଭିନେତା ହେବାକୁ ପରାମର୍ଶ ଦେଇଥିଲେ।
ରଜନୀକାନ୍ତ ୧୨ ଡିସେମ୍ବର ୧୯୫୦ରେ ଏକ ମରାଠୀ ପରିବାରରେ ଜନ୍ମଗ୍ରହଣ କରିଥିଲେ। ତାଙ୍କର ପ୍ରକୃତ ନାମ ହେଉଛି ଶିବାଜୀ ରାଓ ଗାଇକ୍ୱାଡ। ସେ ଜିଜାବାଇ ଏବଂ ରାମୋଜି ରାଓଙ୍କର ସବୁଠୁ ସାନ ସନ୍ତାନ ଥିଲେ। ରଜନୀକାନ୍ତ ବେଙ୍ଗାଲୁରୁରେ ଅଧ୍ୟୟନ କରିଥିଲେ। ଏହି ସମୟରେ ସେ ମାତ୍ର ୪ ବର୍ଷ ବୟସରେ ନିଜ ମା’ଙ୍କୁ ହରାଇଥିଲେ। ଘରର ଆର୍ଥିକ ଅବସ୍ଥା ଖରାପ ଥିବାରୁ ସେ ପରିବାରର ସମସ୍ତ ବୋଝ ନିଜ ମୁଣ୍ଡକୁ ନେଇଥିଲେ। ଛୋଟ ବେଳୁ ସେ ଟଙ୍କା ରୋଜଗାର କରି ଘର ଚଳାଇବା ଦାୟିତ୍ୱ ବୁଝିଥିଲେ। କିନ୍ତୁ ସେ ଜଣେ ଅଭିନେତା ହେବାକୁ ସ୍ବପ୍ନ ଦେଖିଥିଲେ।
ରଜନୀକାନ୍ତଙ୍କ ବସ ଡ୍ରାଇଭର ବନ୍ଧୁ ରାଜ ବାହାଦୁର ତାଙ୍କୁ ଅଭିନେତା ହେବାର ସ୍ବପ୍ନକୁ ସାକାର କରିବାରେ ସାହାଯ୍ୟ କରିଥିଲେ। ସେ ଅଭିନେତାଙ୍କୁ ମାଡ୍ରାସ ଫିଲ୍ମ ଇନଷ୍ଟିଚ୍ୟୁଟରେ ଆଡମିଶନ କରିବାକୁ ପ୍ରେରଣା ଦେଇଥିଲେ। କାରଣ, ରଜନୀକାନ୍ତଙ୍କ ପାଇଁ ଏସବୁ କରିବା ସହଜ ନ ଥିଲା। କିନ୍ତୁ ରାଜ ବାହାଦୂରଙ୍କ ସମର୍ଥନରେ ସେ ଆଗକୁ ବଢିବା ପାଇଁ ରାଜି ହୋଇଥିଲେ। ଅଭିନୟ ଶିଖିବାବେଳେ ଅଭିନେତା ତାମିଲ ଭାଷା ମଧ୍ୟ ଶିଖିଥିଲେ। ଏହି ସମୟରେ ସେ ନିର୍ଦ୍ଦେଶକ କେ ବାଲାଚନ୍ଦ୍ରଙ୍କୁ ଭେଟିଥିଲେ। ସେ ତାଙ୍କୁ ପ୍ରଥମ ଚଳଚ୍ଚିତ୍ର ‘ଅପୂର୍ବା ରାମନଗାଲ’ରେ କାମ କରିବାର ସୁଯୋଗ ଦେଇଥିଲେ। ଏଥିରେ ତାଙ୍କ ବିପକ୍ଷରେ କମଲ ହାସନ ଏବଂ ଶ୍ରୀବିଦ୍ୟା ମଧ୍ୟ ଅଭିନୟ କରିଥିଲେ। ତେବେ ଏଥିରେ ରଜନୀକାନ୍ତଙ୍କର ଏକ ଛୋଟ ନେଗେଟିଭ୍‌ ଭୂମିକା ଥିଲା । କ୍ୟାରିୟର ଆରମ୍ଭରେ ସେ କିଛି ସମୟ ପାଇଁ ଛୋଟ ଭୂମିକା ଗ୍ରହଣ କରିଥିଲେ। ଏହା ପରେ ସେ ତାଙ୍କର ନେଗେଟିଭ୍‌ ଭୂମିକାର ଛାଡି ଫିଲ୍ମ ‘ଭୁଭନ ଓରୁ କେଲଭିକୁରୀ’ରେ ମୁଖ୍ୟ ନାୟକ ଭାବରେ ଅଭିନୟ କରିଥିଲେ। ଏଥିରେ ମୁଥୁରାମଙ୍କ ସହିତ ତାଙ୍କର ଯୋଡି ଦର୍ଶକଙ୍କୁ ବହୁତ ପସନ୍ଦ କରିଥିଲେ।

ଅମିତାଭ ବଚ୍ଚନଙ୍କ ଫିଲ୍ମ ‘ଡନ’ର ରିମେକ୍‌ରେ କାମ କଲାବେଳେ ରଜନୀକାନ୍ତଙ୍କ ଭାଗ୍ୟ ବଦଳିଗଲା। ସେହି ସିନେମାର ନାମ ଥିଲା ‘ବିଲା’, ଯାହା ବକ୍ସ ଅଫିସରେ ସୁପରହିଟ୍‌ ହୋଇିଥିଲା। ୧୯୮୨ ମସିହାରେ ତାଙ୍କୁ ‘ମୁନ୍ଦରୁ ମୋଗାମ’ ଚଳଚ୍ଚିତ୍ର ପାଇଁ ତାମିଲନାଡୁ ସରକାର ତାଙ୍କୁ ଶ୍ରେଷ୍ଠ ଅଭିନେତା ପୁରସ୍କାର ପ୍ରଦାନ କରିଥିଲେ। ସେହିପରି ୧୯୯୫ରେ ମୁକ୍ତିଲାଭ କରିଥିବା ‘ବାଶା’ ଫିଲ୍ମ ମଧ୍ୟ ହିଟ୍‌ ହୋଇଥିଲା। କେବଳ ଏତିକି ନୁହେଁ, ରଜନିକାନ୍ତ ତାମିଲ ଚଳଚ୍ଚିତ୍ରକୁ ଅନ୍ତର୍ଜାତୀୟ ସ୍ତରକୁ ନେଇଛନ୍ତି। ତାଙ୍କର ଚଳଚ୍ଚିତ୍ର ‘ମୁଥୁ’ ଜାପାନରେ ମୁକ୍ତିଲାଭ କରିଥିଲା। ଏହା ପ୍ରଥମ ତାମିଲ ଚଳଚ୍ଚିତ୍ର ଯାହା ଜାପାନରେ ମୁକ୍ତିଲାଭ କରିଥିଲା। ଏଥି ସହିତ ତୁର୍କୀ ଏବଂ ଜର୍ମାନ ଭାଷାରେ ବକ୍ସ ଅଫିସରେ ‘ଚନ୍ଦ୍ରମୁଖୀ’, ବ୍ରିଟେନ ଏବଂ ଦକ୍ଷିଣ ଆଫ୍ରିକାର ‘ଶିବାଜୀ’ ହିଟ ହୋଇଥିଲା।
ସେ ତାଙ୍କ ଚଳଚ୍ଚିତ୍ର କ୍ୟାରିୟରର ପ୍ରଥମ ୧୦ବର୍ଷରେ ୧୦୦ଟି ଫିଲ୍ମ କରିଥିଲେ। ତାମିଲ, ହିନ୍ଦୀ ବ୍ୟତୀତ ସେ ମାଲାୟାଲମ, କନ୍ନଡ ଏବଂ ତେଲୁଗୁ ଏବଂ ବଙ୍ଗାଳୀ ଫିଲ୍ମରେ ମଧ୍ୟ କାର୍ଯ୍ୟ କରିଛନ୍ତି।

 


Enter your email to get our daily news in your inbox.

All Right Reserved By Dharitri.Com

ଗୋଟିଏ ଦିନରେ ରେକର୍ଡ ଭାଙ୍ଗିଲା ସୁନା-ରୁପା ଦର! କିଣିବା ପୂର୍ବରୁ ମୁଣ୍ଡରେ ହାତ ଦେଲେଣି ଗ୍ରାହକ,ବିଶେଷଜ୍ଞ ଚକିତ… 

ନୂଆଦିଲ୍ଲୀ,୮।୪: ପୁଣି ବଢ଼ିଲା ସୁନା-ରୁପା ଦର। ବୁଧବାର ବଜାରରେ ଏକ ବଡ଼ ପରିବର୍ତ୍ତନ ଦେଖିବାକୁ ମିଳିଛି, ଯାହା ବିଶେଷଜ୍ଞଙ୍କୁ ମଧ୍ୟ ଆଶ୍ଚର୍ଯ୍ୟ କରିଦେଇଛି। ରୁପା ଦରରେ ଗୋଟିଏ…

ନାଗାବଳି ନଦୀରେ ବୁଡି ଯୁବକ ମୃତ, ସ୍ନାନ ପାଇଁ ଯାଇଥିଲେ…

କଲ୍ୟାଣସିଂହପୁର,୮।୪ ( ଦୀପକ କୁମାର ପରିଡା ): ରାୟଗଡା ଜିଲା କଲ୍ୟାଣସିଂହପୁର ଅଞ୍ଚଳରେ ଘଟିଛି ଏକ ଦୁଃଖଦ ଘଟଣା। ନାଗାବଳି ନଦୀରେ ବୁଡି ଜଣେ ୩୬ ବର୍ଷୀୟ…

ଯୁଦ୍ଧ ଅଟକାଇ ବାଃ ବାଃ ସାଉଣ୍ଟିଲା ପାକିସ୍ତାନ, ମଧ୍ୟପ୍ରାଚ୍ୟରେ ବଢ଼ିବ ଦବ୍‌ଦବା ? ରହିଛି ଅନେକ ସ୍ବାର୍ଥ

ଇସଲାମାବାଦ,୮।୪: ଆମେରିକା ଏବଂ ଇରାନ ମଧ୍ୟରେ ଚାଲିଥିବା ଉତ୍ତେଜନା ମଧ୍ୟରେ ଏକ ବଡ଼ ଧରଣର ଯୁଦ୍ଧବିରତି (ସିଜ୍‌ଫାୟାର୍‌) ହୋଇଛି। ଏହି ପ୍ରକ୍ରିୟାରେ ପାକିସ୍ତାନ ଏକ ମୁଖ୍ୟ ‘ଦୂତ’…

ଜଙ୍ଗଲରେ ଚାଲିଥିଲା ଜୁଆ ଖେଳ, ମାଡ଼ି ବସିଲା ବରପାଲି ପୋଲିସ: ୧୬ ଗିରଫ ସହ ଲକ୍ଷାଧିକ …

ବରପାଲି, ୮ ।୪(ଚିତ୍ତରଞ୍ଜନ ସାହୁ): ବରଗଡ଼ ଜିଲା ବରପାଲି ଥାନା ଅନ୍ତର୍ଗତ ବରମକେଲା ଗ୍ରୀଣ୍ଡୋଲା ଜଙ୍ଗଲରେ ଚାଲିଥିବା ଏକ ବଡ଼ ଧରଣର ଜୁଆ ଆଡ୍ଡା ଉପରେ ପୋଲିସ…

ହର୍ମୁଜ୍ ପ୍ରଣାଳୀରେ ତେଲ ଚ୍ୟାଙ୍କରକୁ ଅଟକାଇଲା ଇରାନ, ଯୁଦ୍ଧବିରତି ଭଙ୍ଗ କରିବାକୁ ଧମକ ଦେଲା…

ତେହେରାନ,୮।୪: ଆମେରିକା ଏବଂ ଇରାନ ମଧ୍ୟରେ ଯୁଦ୍ଧବିରତି ସତ୍ତ୍ବେ ଉତ୍ତେଜନା ଜାରି ରହିଛି । ବୁଧବାର ସକାଳେ ଯୁଦ୍ଧବିରତି ଘୋଷଣା ହେବା ପରେ ମଧ୍ୟ ଆକ୍ରମଣର ରିପୋର୍ଟ…

ଦିଗପହଣ୍ଡିରେ ଆଇନ ମନ୍ତ୍ରୀଙ୍କୁ ସମ୍ବର୍ଦ୍ଧନା, ଉନ୍ନତିକରଣ କାର୍ଯ୍ୟ…

ଦିଗପହଣ୍ଡି,୮।୪(ଅଶେଷ ନାଥ ମିଶ୍ର): ଦିଗପହଣ୍ଡି ଗସ୍ତରେ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ । ଗଞ୍ଜାମ ଜିଲା ଦିଗପହଣ୍ଡି ଠାରେ ବୁଧବାର ରାଜ୍ୟ ଆଇନ, ପୂର୍ତ୍ତ ଓ ଅବକାରୀ ମନ୍ତ୍ରୀ…

ବଚସା ହେଲା କାଳ….ଏୟାର ଗନ୍ ବ୍ୟବହାର କରି ବ୍ୟକ୍ତିଙ୍କ ଗୁପ୍ତାଙ୍ଗରେ ଭରିଦେଲେ ପବନ, ତାପରେ….

ଚଣ୍ଡିଗଡ଼,୮ା୪: ହରିୟାଣାର ଗୁରୁଗ୍ରାମରେ ଏକ ଆଶ୍ଚର୍ଯ୍ୟଜନକ ଘଟଣା ସାମ୍ନାକୁ ଆସିଛି । ଏୟାର ଗନ୍ ବ୍ୟବହାର କରି ଜଣେ ବ୍ୟକ୍ତିଙ୍କ ଗୁପ୍ତାଙ୍ଗରେ ବାୟୁ ପ୍ରବେଶ କରିବାରୁ ତାଙ୍କର…

ଗ୍ୟାସ କଳାବଜାର ନେଇ ଅସୁରାଳିରେ ଚଢ଼ାଉ, ୧୭ ସିଲିଣ୍ଡର ଜବତ

ଧାମନଗର,୮।୪( ସନ୍ତୋଷ କୁମାର ମହାପାତ୍ର): ବେଆଇନ ଗ୍ୟାସ ସିଲିଣ୍ଡର କଳାବଜାରୀ ବିରୋଧରେ ବ୍ଲକ ପ୍ରଶାସନ ପକ୍ଷରୁ ଚଡାଉ କରି ୧୭ ଟି ଗ୍ୟାସ ସିଲିଣ୍ଡର ଜବତ କରାଯାଇଛି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri