Categories: ଖେଳ

ଜୋଶୁଆ ଡି’ସିଲ୍‌ଭାଙ୍କ ଶତକ

ମାଞ୍ଚେଷ୍ଟର, ୩।୭-
କରୋନା ଭାଇରସ ସଂକ୍ରମଣ ଜନିତ ଅନ୍ତର୍ଜାତୀୟ କ୍ରିକେଟ ପ୍ରଭାବିତ ହେବାପରେ ପ୍ରଥମ ଶତକ ହାସଲ କରିଛନ୍ତି ଓ୍ବେଷ୍ଟଇଣ୍ଡିଜର ଜୋଶୁଆ ଡି’ସିଲ୍‌ଭା। ଇଂଲଣ୍ଡ ବିପକ୍ଷ ପ୍ରଥମ କ୍ରିକେଟ ଟେଷ୍ଟ ପୂର୍ବରୁ ଏଠାରେ ଓ୍ବେଷ୍ଟଇଣ୍ଡିଜ ଦଳର ଓ୍ବାର୍ମଅପ୍‌ ମ୍ୟାଚ ଚାଲିଛି। ଓ୍ବେଷ୍ଟଇଣ୍ଡିଜ ଦଳର ଖେଳାଳିମାନେ ଦୁଇଭାଗ ହୋଇ ଖେଳୁଛନ୍ତି। ହୋଲ୍ଡର ଏକାଦଶ ପକ୍ଷରୁ ପ୍ରତିନିଧିତ୍ୱ କରୁଥିବା ଜୋଶୁଆ ଶତକ ହାସଲ କରି ନିଜ ଦଳକୁ ସମ୍ମାନଜନକ ସ୍ଥିତିରେ ରଖିଛନ୍ତି। ସେ ୨୪୮ ବଲ୍‌ରୁ ୧୭ ଚୌକା ସହାୟତାରେ ୧୩୩ ରନ କରି ଅପରାଜିତ ରହିବାରୁ ହୋଲ୍ଡର ଏକାଦଶ ପ୍ରଥମ ଇନିଂସରେ ୨୭୨ ରନ କରିଛି। ପ୍ରତିପକ୍ଷ ବ୍ରାଥ୍‌ଓ୍ବେଟ ଏକାଦଶର ବୋଲରମାନେ ଦ୍ୱିତୀୟ ସର୍ବାଧିକ ୪୩ ରନ ଅତିରିକ୍ତ ଭାବେ ଦେଇଛନ୍ତି। ଜବାବରେ ବ୍ରାଥଓ୍ବେଟ ଏକାଦଶ ଖବର ମିଳିବା ବେଳକୁ ୧୧୨ ରନ ମଧ୍ୟରେ ୭ ଉଇକେଟ ହରାଇଛି। କାୟଲ ମେୟର୍ସ ସର୍ବାଧିକ ୪୦ ରନକରି ଅପରାଜିତ ରହିଛନ୍ତି। ହୋଲ୍ଡର ଏକାଦଶର ଶାନନ ଗାବ୍ରିଏଲ ୩୪ ରନ ଦେଇ ୩ଟି ଉଇକେଟ ନେଇଛନ୍ତି।

Share