‘ପ୍ରାଣୀଙ୍କ ସ୍ବାସ୍ଥ୍ୟ ପାଇଁ ମିଳିତ ଉଦ୍ୟମ ଆବଶ୍ୟକ’

୨୦୦୧ ମସିହାଠାରୁ ପ୍ରତିବର୍ଷ ଭଳି ଚଳିତ ବର୍ଷ ଏପ୍ରିଲ ମାସ ଶେଷ ଶନିବାର (୨୬ତାରିଖ)ପାଳିତ ହେଉଛି ‘ବିଶ୍ୱ ପ୍ରାଣୀ ଚିକିତ୍ସା ଦିବସ’। ଏହି ଦିବସ ପାଳନର ମୁଖ୍ୟ ଉଦ୍ଦେଶ୍ୟ – ସାରା ବିଶ୍ୱରେ ପ୍ରାଣୀ ଚିକିତ୍ସକଙ୍କ ଦ୍ୱାରା କରାଯାଉଥିବା ପ୍ରାଣୀ ସମ୍ପଦ ବିକାଶଭିତ୍ତିକ ବହୁମୁଖୀ କାର୍ଯ୍ୟକ୍ରମଗୁଡ଼ିକର ଅଗ୍ରଗତିକୁ ଆଲୋକପାତ ସହ ପ୍ରୋତ୍ସାହିତ କରିବା। ଚଳିତ ବର୍ଷ ଉକ୍ତ ଦିବସ ଲାଗି ମୁଖ୍ୟ ବାର୍ତ୍ତା ରହିଛି-‘ପ୍ରାଣୀ ସ୍ବାସ୍ଥ୍ୟ ନେଇ ମିଳିତ ଉଦ୍ୟମ ଆବଶ୍ୟକ’। ଏହାର ଅର୍ଥ- ଉଚ୍ଚ ଗୁଣାତ୍ମକ ପ୍ରାଣୀଙ୍କ ସ୍ବାସ୍ଥ୍ୟ ସେବା ଉପଲବ୍ଧ ନିମନ୍ତେ ଏଥିରେ ସଂପୃକ୍ତ ଥିବା ବିଭାଗ ଯଥା- ମତ୍ସ୍ୟ ଓ ପ୍ରାଣୀ ସମ୍ପଦ, ସ୍ବାସ୍ଥ୍ୟ, ଆୟୁର୍ବେଦିକ, ହୋମିଓପାଥି, ଜଙ୍ଗଲ, କୃଷି ବିଭାଗ ଆଦି ମଧ୍ୟରେ ମିଳିତ ଉଦ୍ୟମ ଓ ସହଯୋଗ ରହିବା ଆବଶ୍ୟକ। ଏଥିସହିତ ଜନ ସ୍ବାସ୍ଥ୍ୟ ଏବଂ ପ୍ରାଣୀ ସ୍ବାସ୍ଥ୍ୟ ସେବା ସହିତ ଜୀବ କଲ୍ୟାଣର ଉନ୍ନତି ଆଣିବାରେ ପ୍ରାଣୀ ଚିକିତ୍ସକଙ୍କର ଭୂମିକା ନେଇ ଜନ ସଚେତନତା ସୃଷ୍ଟି କରିବା। ପ୍ରତିବର୍ଷ ବିଶ୍ୱ ପ୍ରାଣୀ ଚିକିତ୍ସକ ସଂଘ ଏବଂ ପ୍ରାଣୀ ସ୍ବାସ୍ଥ୍ୟ ପାଇଁ ବିଶ୍ୱ ସଂଗଠନ ବା ଓ.ଆଇ.ଇ.ର ମିଳିତ ଆନୁକୂଲ୍ୟରେ ପ୍ରାଣୀଚିକିତ୍ସା ଦିବସର ବିଭିନ୍ନ ବିଷୟବସ୍ତୁ ବା ବାର୍ତ୍ତା ନିର୍ଦ୍ଧାରିତ ହୋଇଥାଏ। ଉଭୟ ପ୍ରାଣୀ ଓ ମନୁଷ୍ୟର ସ୍ବାସ୍ଥ୍ୟ ରକ୍ଷା ସହିତ ସୁସ୍ଥ ପରିବେଶ ସୃଷ୍ଟି ନେଇ ପ୍ରାଣୀ ଚିକିତ୍ସକମାନଙ୍କ ଭୂମିକା ଅତୁଳନୀୟ ା ଏଭଳି ଜୀବନ ସୁରକ୍ଷା ବା ସ୍ବାସ୍ଥ୍ୟରକ୍ଷା କାର୍ଯ୍ୟରେ ବ୍ରତୀ ଥିବା ପ୍ରାଣୀ ଚିକିତ୍ସକଙ୍କ ଭୂମିକାକୁ ଲୋକଲୋଚନକୁ ଆଣିବା ହେଉଛି ଏହି ଦିବସ ପାଳନର ଲକ୍ଷ୍ୟ।

ଆମ ହାତରେ ପ୍ରାଣୀଙ୍କ ସୁରକ୍ଷା
ସବୁ ବର୍ଗର ପ୍ରାଣୀଙ୍କର ଉପଯୁକ୍ତ ଯତ୍ନ ନେବା ସହ ସେମାନଙ୍କୁ ଆଦର କରିବା ଆମ ସମସ୍ତଙ୍କର କର୍ତ୍ତବ୍ୟ। ଏହି ପରିପ୍ରେକ୍ଷୀରେ ବୁଲା ରୋଗଗ୍ରସ୍ତ ପ୍ରାଣୀଙ୍କ ପାଇଁ ରାଜ୍ୟ ସରକାର ମଧ୍ୟ ଅଧିକ ତତ୍ପର ରହିଛନ୍ତି ଏବଂ ଓଡ଼ିଶାରେ ପ୍ରତି ବ୍ଲକରେ ଭ୍ରାମ୍ୟମାଣ ପ୍ରାଣୀ ଚିକିତ୍ସା ସେବା ସହ ପ୍ରାଣୀ ଆମ୍ବୁଲାନ୍ସ ରହିଅଛି, ଯାହାର ଟୋଲ୍‌ ଫ୍ରି ନମ୍ବର ୧୯୬୨। ଠିକ୍‌ ଟିକାକରଣ, ଖାଦ୍ୟପେୟ ଏବଂ ବସବାସ ପାଇଁ ଉପଯୁକ୍ତ ପରିବେଶ ପ୍ରଦାନ କରିଲେ ପ୍ରାଣୀଙ୍କର ସ୍ବାସ୍ଥ୍ୟାବସ୍ଥା ସଦାସର୍ବଦା ଠିକ୍‌ ରହିଥାଏ। ଫଳରେ ଚାଷୀ ଲାଭବାନ ହୋଇଥାଏ। ଏହା ସହ ପ୍ରାଣୀ ଚିକିତ୍ସକଙ୍କର ପରାମର୍ଶ ନେବା ମଧ୍ୟ ନିତାନ୍ତ ଆବଶ୍ୟକ। ମଣିଷ, ପଶୁ ଏବଂ ପରିବେଶର ସ୍ବାସ୍ଥ୍ୟକୁ ନଜରରେ ରଖି ‘ଏକ ସ୍ବାସ୍ଥ୍ୟ ଚିନ୍ତାଧାରା’କୁ ବୈଜ୍ଞାନିକମାନେ ଗୁରୁତ୍ୱ ଦେଉଛନ୍ତି।
– ଡା. ହିମାଂଶୁ ବେହେରା, ସହକାରୀ ଅଧ୍ୟାପକ, ପଶୁ ଚିକିତ୍ସା ଏବଂ ପଶୁ ପାଳନ ମହାବିଦ୍ୟାଳୟ, ଓୟୁଏଟି, ଭୁବନେଶ୍ୱର

ପ୍ରାଣୀଙ୍କ ପ୍ରତି ସମ୍ବେଦନଶୀଳ ହେବା ଜରୁରୀ
ପୃଥିବୀପୃଷ୍ଠରେ ସମସ୍ତ ଜୀବଜଗତ ଯଥା-ଉଦ୍ଭିଦ, ପ୍ରାଣୀ ଏବଂ ମନୁଷ୍ୟଠାରୁ ଆରମ୍ଭକରି କୀଟ ପତଙ୍ଗ ବଞ୍ଚତ୍ବା ପାଇଁ ଏକ ପରିବେଶ ରହିଛି। ଆମେ ପାଳୁଥିବା ବିଭିନ୍ନ ପ୍ରକାର ଗୃହପାଳିତ ପ୍ରାଣୀ-ଗୋରୁ, ମଇଁଷି, ଛେଳି, ମେଣ୍ଢା, ଘୁଷୁରି, କୁକୁଡାଙ୍କଠାରୁ ଆମେ ଦୁଗ୍ଧ, ଅଣ୍ଡା, ମାଂସ ପାଉଛେ। ସେମାନେ ଯେଭଳି ଆମକୁ ସାହାଯ୍ୟ କରୁଛନ୍ତି ଆମର ମଧ୍ୟ ସେମାନଙ୍କ ପ୍ରତି କିଛି କର୍ତ୍ତବ୍ୟ ରହିଛି। ତେଣୁ ଆମେ ବଞ୍ଚତ୍ବାକୁ ହେଲେ ସେମାନଙ୍କୁ ଖାଦ୍ୟପେୟ ଦେଇ ବଞ୍ଚାଇ ରଖିବାକୁ ପଡିବ। ଏ ଧରାପୃଷ୍ଠରେ ଆମ ଭଳି ସେମାନଙ୍କର ବଞ୍ଚତ୍ ରହିବାର ଅଧିକାର ରହିଛି। ଆମେ ପୋଷା ପ୍ରାଣୀଙ୍କ ମାଲିକ ହୋଇ ସେମାନଙ୍କ ପ୍ରତି ସମ୍ବେଦନଶୀଳ ହେବା ଜରୁରୀ। ସେମାନଙ୍କର ବାସସ୍ଥାନ, ଖାଦ୍ୟପେୟ ଏବଂ ଚିକିତ୍ସା ପ୍ରତି ଯତ୍ନବାନ ହେବା ଆବଶ୍ୟକ। ତେଣୁ ଆମେ ପ୍ରାଣୀଙ୍କ ପ୍ରତି ଦୟା ମନୋଭାବ ରଖିବା ସହ ସେମାନଙ୍କୁ ଶ୍ରଦ୍ଧା କରିବା ଏବଂ ସେମାନଙ୍କ ଉପଯୁକ୍ତ ଯତ୍ନ ନେବା ଦରକାର।
-ଡା. ବୀରକିଶୋର ପରିଡ଼ା, ସହକାରୀ ଅଧ୍ୟାପକ, ପ୍ରାଣୀ ଚିକିତ୍ସା ବିଜ୍ଞାନ ଓ ପ୍ରାଣୀ ପାଳନ ପ୍ରତିଷ୍ଠାନ, ସୋଆ ବିଶ୍ୱବିଦ୍ୟାଳୟ, ଭୁବନେଶ୍ୱର

ପ୍ରାଣୀଙ୍କ ସୁରକ୍ଷା ପାଇଁ ସରକାରୀ ଯୋଜନା ରହିଛି
ପ୍ରାଣୀମାନେ କଥା କହିପାରନ୍ତି ନାହିଁ। ତେଣୁ ସେମାନଙ୍କର ମଙ୍ଗଳ ତଥା ସୁରକ୍ଷା ପାଇଁ ବିଶେଷଭାବରେ ସେମାନ(ମାଲିକ)ଙ୍କର ବିଶେଷ ଭୂମିକା ରିହିଛି। ଏତଦ୍‌ବ୍ୟତୀତ ବୁଲା ଶଣ୍ଢ, ବୁଲା କୁକୁର ତଥା ଅନ୍ୟାନ୍ୟ ପ୍ରାଣୀଙ୍କ ପାଇଁ ଆମ ମାନବ ସମାଜ ଏବଂ ସରକାର ବିଶେଷ ଭାବରେ ଧ୍ୟାନ ଦେଇ ଆସୁଛନ୍ତି। ଗୃହପାଳିତ ତଥା ବୁଲା ପ୍ରାଣୀଙ୍କର ସୁରକ୍ଷା ପାଇଁ ରାଜ୍ୟ ସରକାର ‘ଏନ୍‌ଏଡିସିପି’ ଯୋଜନା, ନିଜସ୍ବ ଗୋମାତା ଯୋଜନାରେ ବ୍ୟାପକ ଟିକାକରଣର ବ୍ୟବସ୍ଥା କରିଛନ୍ତି। ରାଜ୍ୟ ସରକାର ସେଥିପାଇଁ ୧୩ରୁ ଊର୍ଦ୍ଧ୍ୱ ବିଭିନ୍ନ ପ୍ରକାର ଟିକା ଦେବା ବ୍ୟବସ୍ଥା ସମ୍ପୂର୍ଣ୍ଣ ଭାବରେ ମାଗଣାରେ ବିଭାଗୀୟ କର୍ମଚାରୀଙ୍କ ମାଧ୍ୟମରେ କରୁଛନ୍ତି। ସେହିପରି ରାଜ୍ୟ ସରକାର ଏକ ନିଜସ୍ବ ଯୋଜନା ‘ଗୋମାତା ପ୍ରଚଳନ କରିଛନ୍ତି। ଏଥିସହ ଆମ ରାଜ୍ୟରେ ଥିବା କୋଟି କୋଟି ପ୍ରାଣୀଙ୍କ ଚିକିତ୍ସା, ଟିକାକରଣ, ରୋଗ ନିୟନ୍ତ୍ରଣ ଏବଂ ରୋଗ ନିରୂପଣ ଆଦି କାର୍ଯ୍ୟକ୍ରମକୁ ହାତକୁ ନେଇଛନ୍ତି। ବୁଲା ଗୋରୁଙ୍କ ପାଇଁ ସରକାର ଗୋଶାଳା ପ୍ରତିଷ୍ଠା କରିଛନ୍ତି। ଅନ୍ୟପକ୍ଷରେ ପ୍ରାଣୀଙ୍କର ସୁରକ୍ଷା ଏବଂ ଅଧିକାର ପାଇଁ ତଥା ସେମାନଙ୍କ ଉପରେ ହେଉଥିବା ଅତ୍ୟାଚାରକୁ ରୋକିବା ପାଇଁ ପ୍ରାଣୀ ମଙ୍ଗଳ ବୋର୍ଡ ଗଠନ କରାଯାଇଛି। ତେଣୁ ପ୍ରାଣୀଙ୍କର ସୁରକ୍ଷା ନିଶ୍ଚିତ ଭାବରେ ଆମର, ଆମ ସମାଜର ଏବଂ ସର୍ବୋପରି ସରକାରଙ୍କ ହାତରେ ରହିଛି।
-ଡା. ନିରାକାର ଜେନା
ବ୍ଲକ ପ୍ରାଣୀ ଚିକିତ୍ସା ଅଧିକାରୀ, ତିହିଡି, ଭଦ୍ରକ

 


Enter your email to get our daily news in your inbox.

All Right Reserved By Dharitri.Com

Posted inHome, Home Left View All

ଗାଁରେ ବଢିଲା ଉତ୍ତେଜନା: ୭ ଆଦିବାସୀ ନେତାଙ୍କୁ ରାତିଅଧିଆ ଉଠାଇନେଲା ପୋଲିସ

ବଲାଙ୍ଗୀର, ୨୩।୭(ସୁନିଲ କୁମାର ମହାନ୍ତି ): ବଲାଙ୍ଗୀର ଲୋୟର ସୁକତେଲ ପ୍ରକଳ୍ପ ପ୍ରଭାବିତ କୁମିଆଁପାଲି ଗାଁରେ ଉତ୍ତେଜନା ବଢ଼ିବାରେ ଲାଗିଛି। ବୁଧବାର ବିଳମ୍ବିତ ରାତିରେ ଗାଁର ୭…

୨୦୨୭ରେ ଏହି ୪ ରାଶି ହେବେ ମାଲାମାଲ: ଚାରିଆଡ଼ୁ ମିଳିବ ଶୁଭ ଫଳ

ସନାତନ ଧର୍ମରେ ଶନି ଦେବଙ୍କୁ ନ୍ୟାୟର ଦେବତା ଭାବରେ ପୂଜା କରାଯାଏ। ଜ୍ୟୋତିଷ ଶାସ୍ତ୍ରରେ ଶନିଙ୍କୁ ଏକ ଗୁରୁତ୍ୱପୂର୍ଣ୍ଣ ଗ୍ରହ ଭାବରେ ବିବେଚନା କରାଯାଏ, ଯାହା ଏହାର…

ଏହିମାନେ ପାଇବେ ପ୍ରଧାନମନ୍ତ୍ରୀ ଆବାସ ଯୋଜନା: ପ୍ରକାଶ ପାଇଲା ତାଲିକା, ଲିଷ୍ଟରେ ଅଛନ୍ତି…

କେସିଙ୍ଗା,୨୩।୭(ତୁମେଶ୍ୱର ସାହୁ): କଳାହାଣ୍ଡି ଜିଲା କେସିଙ୍ଗା ବ୍ଲକରେ ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ଯୋଗ୍ୟ ହିତାଧିକାରୀଙ୍କୁ ବାଦ୍‌ ଦିଆଯାଇଥିବାକୁ ନେଇ ଜିଲାପାଳଙ୍କ ନିକଟରେ ଇତିମଧ୍ୟରେ ଅଭିଯୋଗ ହୋଇଛି। ପ୍ରଧାନମନ୍ତ୍ରୀ…

ରାଜନୀତିରେ ହଲଚଲ: ଓଡ଼ିଶାର ସାଂସଦଙ୍କ ସହ ଧର୍ମେନ୍ଦ୍ର ପ୍ରଧାନଙ୍କ ବଡ଼ ବୈଠକ, ସାମିଲ ହେଲେ…

ନୂଆଦିଲ୍ଲୀ,୨୩।୭: କକ୍ରୋଚ ଜନତା ପାର୍ଟି (CJP) ର ଜନ୍ତର-ମନ୍ତରରେ ବିରୋଧ ପ୍ରଦର୍ଶନ ଜାରି ରହିଛି। ପ୍ରଦର୍ଶନକାରୀମାନେ ଧର୍ମେନ୍ଦ୍ର ପ୍ରଧାନଙ୍କ ଇସ୍ତଫା ଦାବି ନେଇ ଲଗାତାର ଧାରଣାରେ ଅଟଳ…

ଆନ୍ଦୋଳନର ୩୪ ଦିନ: ଆଗକୁ କ’ଣ ହେବ? ସରକାରଙ୍କ ଚିନ୍ତା ବଢାଇଲା CJPର ଯୋଜନା

ନୂଆଦିଲ୍ଲୀ,୨୩।୭: ଜନ୍ତର-ମନ୍ତରରେ ଚାଲିଥିବା ଆନ୍ଦୋଳନର ୩୪ ଦିନ ପୂରଣ ହେବା ପରେ ମଧ୍ୟ ପ୍ରଦର୍ଶନକାରୀଙ୍କ ଉତ୍ସାହ କମିନାହିଁ। କକ୍ରୋଚ ଜନତା ପାର୍ଟି (CJP) ର ସଂସ୍ଥାପକ ଅଭିଜୀତ୍‌…

ପେପର୍‌ ଲିକ୍‌ ଘଟଣାରେ ମୋଦି କଲେ ବଡ଼ ଘୋଷଣା, ଜାତୀୟ ରାଜନୀତିରେ ଚହଳ!

ନୂଆଦିଲ୍ଲୀ,୨୩ା୭: ପ୍ରଧାନମନ୍ତ୍ରୀ ମୋଦୀ ପ୍ରଶ୍ନପତ୍ର ଲିକ୍ (Paper Leak) ମାମଲାକୁ ନେଇ ସୃଷ୍ଟି ହୋଇଥିବା ବିବାଦର ସମାଧାନ ପାଇଁ ଏକ ବଡ଼ ଘୋଷଣା କରିଛନ୍ତି। ସେ ପ୍ରଶ୍ନପତ୍ର…

ସିଜେପି ବିକ୍ଷୋଭ ସ୍ଥଳ ନିକଟରେ ହିଂସା: ଟେକାମାଡ଼ରେ ୫ ପୋଲିସ ଆହତ

ନୂଆଦିଲ୍ଲୀ,୨୩ା୭: ନୂଆଦିଲ୍ଲୀର ଯନ୍ତରମନ୍ତରସ୍ଥିତ ବିକ୍ଷୋଭ ସ୍ଥଳ ନିକଟରେ ବୁଧବାର ସନ୍ଧ୍ୟାରେ ହିଂସାକାଣ୍ଡ ଘଟିଛି। ବିକ୍ଷୋଭକାରୀଙ୍କ ଟେକାମାଡ଼ରେ ୨ ଜଣ ଏସିପିଙ୍କ ସମେତ ୫ ପୋଲିସ ଆହତ ହୋଇଛନ୍ତି।…

କିଡ୍‌ନୀ ରୋଗରେ ପୁଣି ଜଣେ ଚାଷୀଙ୍କ ମୃତ୍ୟୁ: ଚିକିତ୍ସା ଅଭାବକୁ ନେଇ ପୁଣି ଉଠିଲା ପ୍ରଶ୍ନ

ଅମରପାଲି,୨୩।୭(ପୀତାମ୍ବର ସାହୁ): ସୁବର୍ଣ୍ଣପୁର ଜିଲା ବୀରମହାରାଜପୁର ବ୍ଲକ ବହଳପଦର ପଞ୍ଚାୟତ ଅନ୍ତର୍ଗତ ଗୌଡ଼ଗାଡ଼ ଗ୍ରାମର ଚାଷୀ ସପନ ପଧାନ (୫୯)ଙ୍କ କିଡ୍‌ନୀ ରୋଗରେ ମଙ୍ଗଳବାର ମୃତ୍ୟୁ ଘଟିଛି।…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri