Posted inଖେଳ

ସେହ୍ବାଗଙ୍କୁ ଥରେ ଚାପୁଡା ମାରିଥିଲେ କୋଚ୍‌: ଜାଣନ୍ତୁ କାହିଁକି

ଭାରତୀୟ କ୍ରିକେଟ୍‌କୁ ଆଗକୁ ବଢାଇବା ପାଇଁ ଜନ ରାଇଟ ଅବଦାନ ଅତୁଳନୀୟ। ନ୍ୟୁଜିଲାଣ୍ଡ ପାଇଁ ଜନ ରାଇଟ୍‌ ଜଣେ ସଫଳ କ୍ରିକେଟର ଥିଲେ। କିନ୍ତୁ ଭାରତୀୟ କ୍ରିକେଟ ପ୍ରଶଂସକମାନେ ତାଙ୍କୁ ଜଣେ କୋଚ୍‌ ଭାବରେ ମନେ ରଖିଛନ୍ତି। ୫ ଜୁଲାଇ ୧୯୫୪ରେ ଜନ୍ମ ହୋଇଥିବା ରାଇଡ ଭାରତୀୟ କ୍ରିକେଟ ଦଳର ପ୍ରଥମ ବିଦେଶୀ କୋଚ୍‌ ଥିଲେ। ତତ୍କାଳୀନ ଅଧିନାୟକ ସୌରଭ ଗାଙ୍ଗୁଲିଙ୍କ ସହ ତାଙ୍କର ଯୋଡି ବହୁତ ପ୍ରସିଦ୍ଧ ଥିଲା। ୨୦୦୦ରୁ ୨୦୦୫ ପର୍ଯ୍ୟନ୍ତ ସେ ଭାରତୀୟ ଦଳର କୋଚ ଥିଲେ। ଗାଙ୍ଗୁଲି ଏବଂ ରାଇଟ ମିଳିତ ଭାବେ ଭାରତୀୟ କ୍ରିକେଟ ପରିବର୍ତ୍ତନ କାର୍ଯ୍ୟ ଆରମ୍ଭ କରିଥିଲେ। ଆଜି ଆମେ ଦେଖୁଥିବା ଭାରତୀୟ କ୍ରିକେଟ ଗାଙ୍ଗୁଲି ଏବଂ ରାଇଟଙ୍କ ଯୋଡି ଦ୍ୱାରା ଆରମ୍ଭ ହୋଇଥିବା କୁହାଯାଉଥିଲା। ଭାରତର ପ୍ରଶିକ୍ଷକ ହେବା ପୂର୍ବରୁ ଜନ ରାଇଟ ବିକ୍ରୟ ବିଭାଗରେ କାର୍ଯ୍ୟ କରିଥିଲେ କିନ୍ତୁ ସେଥିରେ ସେ ଅଧିକ ସଫଳତା ପାଇ ନ ଥିଲେ।

କିନ୍ତୁ ରାଇଟ୍‌ କୋଚ୍‌ ଥିବାବେଳେ ଏକ ବିବାଦ ଜନ୍ମ ନେଇଥିଲା। ବିସିସିଆଇ ଉପାଧ୍ୟକ୍ଷ ରାଜୀବ ଶୁକ୍ଲା ୨୦୧୩ରେ ଏକ କାର୍ଯ୍ୟକ୍ରମ ଯୋଗ ଦେଇ ରାଇଟ୍‌ଙ୍କ ବିଷୟରେ ଏକ ଖୁଲାସା କରିଥିଲେ। ସେ କହିଥିଲେ ତତ୍କାଳିନ କୋଚ ଜନ ରାଇଟ୍‌ ଭାରତୀୟ ଓପନର୍‌ ବୀରେନ୍ଦ୍ର ସେହ୍ବାଗଙ୍କ ବ୍ୟାଟିଂକୁ ନେଇ ଅସନ୍ତୁଷ୍ଟ ଥିଲେ। ସେହ୍ବାଗ ଲଗାତର ଅସଫଳ ହେଉଥିଲେ। ମାତ୍ର କିଛି ବଲ୍‌ ଖେଳି ସେ ଆଉଟ୍‌ ହୋଇଯାଉଥିଲେ। ଏଥିରେ ରାଇଟ୍‌ଙ୍କୁ ଏତେ ରାଗ ଆସିଥିଲା ଯେ ସେ ସେହ୍ବାଗଙ୍କୁ ଏକ ଚାପୁଡା ମାରିଥିଲେ। ଏକଥା ଗାଙ୍ଗୁଲି ଜାଣିବା ମାତ୍ରେ ରାଗି ଯାଇଥିଲେ। ଏକଥା ସେ ଦଳର ମ୍ୟାନେଜର ଥିବା ରାଜୀବ ଶୁକ୍ଳାଙ୍କୁ କହିଥିଲେ। ଏବଂ ରାଇଟ୍‌ ସେହ୍ବାଗଙ୍କୁ କ୍ଷମା ମାଗିବାକୁ ପଡିବ ବୋଲି କହିଥିଲେ। ରାଜୀବ ତାଙ୍କୁ ଆଶ୍ୱାସନା ଦେଇ ରାଇଟଙ୍କ ସହ କଥା ହେବାକୁ ପ୍ରତିଶ୍ରୁତି ଦେଇଥିଲେ। ରାଇଟ୍‌ ଏନେଇ କହିଥିଲେ ମୁଁ ତାଙ୍କ ଅସଫଳତାରେ ରାଗିଯାଇଥିଲି। ଚାପୁଡା ମାରିନି ଧକ୍କା ଦେଇଛି। ସଚିନ ରାଜୀବଙ୍କୁ ଏକୁଟିଆ ଡାକି ଯାବି ହୋଇଯାଉ କୋଚ୍‌ ଖେଳାଳିଙ୍କୁ କ୍ଷମା ନ ମାଗିବାକୁ କହିଥିଲେ। ଏହାପରେ ରାଜୀବ ସେହ୍ବାଗଙ୍କୁ ଡାକି ବୁଝାଇବା ପରେ ମାମଲା ଶାନ୍ତ ପଡିଥିଲା।


Enter your email to get our daily news in your inbox.

All Right Reserved By Dharitri.Com

ପାଣ୍ଡିଆନଙ୍କ ଭୂମିକାକୁ ନେଇ ଏମିତି କହିଲେ ସମ୍ବିତ ରାଉତରାୟ, ୨୦୨୬ରେ ବହୁତ କିଛି…

ଭୁବନେଶ୍ୱର,୨୧ା୧୨: ୨୦୨୬ରେ ବହୁତ କିଛି ହେବ। କିଛି ମେଳି ନାହିଁ ବୋଲି କହିଛନ୍ତି ବିଜେଡି ନେତା ସମ୍ବିତ ରାଉତରାୟ। ସେ କହିଛନ୍ତି, ରାଜନୀତି କଲେ ଚର୍ଚ୍ଚା...

ଥାନାରେ ଏତଲା ଦେଲେ ହ୍ୟୁମାନ ସାଗରଙ୍କ ମା, ମୋ’ ପୁଅକୁ…

କଟକ,୨୧ା୧୨: ଓଡ଼ିଶାର ଜଣାଶୁଣା କଣ୍ଠଶିଳ୍ପୀ ହ୍ୟୁମାନ ସାଗରଙ୍କ ମୃତ୍ୟୁ ମାମଲାରେ ଥାନାରେ ଏତଲା ଦିଆଯାଇଛି। ତେବେ କଟକ ମର୍କତ ନଗର ଥାନାରେ ଏତଲା ଦେଇଛନ୍ତି ହ୍ୟୁମାନଙ୍କ...

ବାସୁଦେବପୁରରେ ଭୟଙ୍କର ଦୁର୍ଘଟଣା: ହାଇଓ୍ବା- ଟ୍ରେଲର ମୁହାଁମୁହିଁ ଧକ୍କା

ବାସୁଦେବପୁର,୨୧।୧୨(କାଳୀପଦ ରାୟ): ବାସୁଦେବପୁର ବ୍ଲକ ଅଧୀନ ଜାମଝାଡି, ଧାମରା ରାସ୍ତାର ମାତାଜୀ ମଠ ଛକଠାରେ ଏକ ହାଇଓ୍ବା ଓ ଟ୍ରେଲର ମୁହାଁମୁହିଁ ଧକ୍କା ହୋଇଛନ୍ତି। ହାଇଓ୍ବାଟି...

କାହିଁକି ଭଡ଼ା ବୃଦ୍ଧି କଲା ରେଳ ବିଭାଗ ଜାଣନ୍ତୁ…

ନୂଆଦିଲ୍ଲୀ,୨୧ା୧୨: ଭାରତୀୟ ରେଳ ବିଭାଗ ୨୬ ଡିସେମ୍ବରରୁ ଯାତ୍ରୀ ଭଡ଼ାରେ ପରିବର୍ତ୍ତନ ଘୋଷଣା କରିଛି। ତେବେ ଏହି ଭଡ଼ା ବୃଦ୍ଧି ପଛରେ ମୁଖ୍ୟ କାରଣ ହେଉଛି...

ବ୍ୟାଟରୁ ବିଜନେସ, କେମିତି ୧୦୦୦କୋଟିର ସାମ୍ରାଜ୍ୟ ଠିଆ କଲେ ବିରାଟ? ଜାଣନ୍ତୁ…

ନୂଆଦିଲ୍ଲୀ,୨୧।୧୨: ଯେତେବେଳେ ବିରାଟ କୋହଲି ପଡ଼ିଆରେ ଚୌକା ଏବଂ ଛକା ମାରିଥାନ୍ତି, ଷ୍ଟାଡିୟମ କରତାଳିରେ ପ୍ରତିଧ୍ୱନିତ ହୋଇଯାଏ। କିନ୍ତୁ ବହୁତ କମ ଲୋକ ଜାଣନ୍ତି ଯେ...

ବିଜେଡିକୁ ନେଇ ଏମିତି କହିଲେ ଅଶୋକ ପଣ୍ଡା, ଭାଜପା କଂଗ୍ରେସରେ ଯେଭଳି…

ଭୁବନେଶ୍ୱର,୨୧ା୧୨: ବିଜେଡିକୁ ନେଇ ବରିଷ୍ଠ ନେତା ଅଶୋକ ପଣ୍ଡା ଏକ ବୟାନ ଦେଇଛନ୍ତି। ସେ କହିଛନ୍ତି, ଭାଜପା-କଂଗ୍ରେସରେ ଯେଭଳି କନ୍ଦଳ ଥିଲା ବିଜେଡିରେ ସେଭଳି ନାହିଁ...

ସାଜସଜ୍ଜା ଅନନ୍ୟ, ଅପେକ୍ଷାରେ ଅଭିନୟ

ବରଗଡ଼,୨୧।୧୨(ପ୍ରେମାନନ୍ଦ ଖମାରୀ): ବୃହତ୍‌ ମୁକ୍ତାକାଶ ରଙ୍ଗମଞ୍ଚ ବରଗଡ଼ ଧନୁଯାତ୍ରା। ଆସନ୍ତା ୨୪ରୁ ଏହି ମହୋତ୍ସବ ଆରମ୍ଭ ହେବ। ୨୦୨୬ ଜାନୁଆରୀ ୩ ପର୍ଯ୍ୟନ୍ତ ଏହା ଚାଲିବ।...

ବଡ଼ ଖବର: ୨୬ ଡିସେମ୍ୱରରୁ ମହଙ୍ଗା ହେବ ଟ୍ରେନଯାତ୍ରା, ଜେନରାଲ ସିଟ୍‌ ପାଇଁ ଦେବାକୁ ପଡିବ ଏତେ ଟଙ୍କା

ନୂଆଦିଲ୍ଲୀ,୨୧।୧୨: ଯାତ୍ରୀଗଣ ଦୟାକରି ଧ୍ୟାନ ଦିଅନ୍ତୁ। ଟ୍ରେନରେ ଯାତ୍ରା କରୁଥିଲେ ଆପଣଙ୍କ ପାଇଁ ଜରୁରୀ ଖବର। ଟ୍ରେନରେ ଯାତ୍ରା କରିବା ଏବେ ପଡିପାରେ ମହଙ୍ଗା। ଡିସେମ୍ୱର...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri