ତପୋବନରେ ଯୋଗନିଦ୍ରା ଉତ୍ସବ

ଢେଙ୍କାନାଳ ଅଫିସ, ୬।୧୨:  ମହିମା ଧର୍ମର ଆଦିପୀଠ ତପୋବନରେ ରବିବାରଠାରୁ ଆରମ୍ଭ ହୋଇଛି ମହିମା ଗୋସାଇଁଙ୍କ ୨୧ ଦିନାତ୍ମକ ଯୋଗନିଦ୍ରା ଉତ୍ସବ। ଏହି ଉପଲକ୍ଷେ ବ୍ରାହ୍ମ ମୁହୂର୍ତ୍ତରୁ ଅଖଣ୍ଡଧ୍ୱନି ସଂସ୍ଥାପିତ ହୋଇ ଅଖଣ୍ଡବତି ପ୍ରଜ୍ୱଳନ କରାଯାଇଥିଲା। କୌପିନଧାରୀ ମହିମା ସମାଜ ଧର୍ମାଧ୍ୟକ୍ଷ ଶ୍ରୀମଦ୍‌ ରଘୁନାଥ ବାବା ଜଗତକଲ୍ୟାଣ କାମନାପୂର୍ବକ ଅଖଣ୍ଡବତି ଓ ଧୁନିରେ ଘୃତାହୁତି ଅର୍ପଣ କରିଥିଲେ। ଅଲେଖ ମହିମା ଡାକରେ ତପୋବନ ପୀଠ ମୁଖରିତ ହୋଇ ଉଠିଥିଲା। ପ୍ରତିକୂଳ ପାଗସତ୍ତ୍ୱେ ବହୁ ଶ୍ରଦ୍ଧାଳୁ ଯୋଗଦେଇଥିଲେ।
ଅନୁଗୋଳ ଶାକସିଙ୍ଗା ଗ୍ରାମର ଖଞ୍ଜଣି ଭଜନ ଗୋଷ୍ଠୀ ଭକ୍ତ ଦୀନବନ୍ଧୁ ପ୍ରଧାନ, ଦୈତାରୀ ପ୍ରଧାନ, ତ୍ରିନାଥ ବାବା ପ୍ରମୁଖ ଭଜନ ଗାନ କରିଥିଲେ। ଅନୁଗୋଳ କୁଲାଡ ଟୁଙ୍ଗୀରୁ ରବି ବାବାଙ୍କ ନେତୃତ୍ୱରେ ଭକ୍ତ ରାଜେଶ ଜେନା, ପ୍ରଫୁଲ୍ଲ ସେଠ୍‌, ଗାନ୍ଧୀ ଜେନାଙ୍କ ସମେତ ଜ୍ଞାନୀ ବାବା, ଶେଷ ବାବା, ସନକ ବାବା, ଦୁଃଖବନ୍ଧୁ ବାବା, ତ୍ୟାଗୀ ମାୟାଧର ଦାସ, ଭକ୍ତ ବିଶ୍ୱମିତ୍ର ମେହେର, ଅଲ୍ଲି ମେହେର, ହୀରା ପ୍ରଧାନ, କାଇମାଟିର ଧରଣୀ ବେହେରା, ବସନ୍ତ ସାହୁ, ଘନଶ୍ୟାମ ଦାସ ପ୍ରମୁଖ ଉପସ୍ଥିତ ଥିଲେ। ମହିମା ଜ୍ୟୋତିଯାତ୍ରା ସଂଯୋଜକ ପ୍ରଦ୍ୟୁମ୍ନ ରଥ, ତପୋବନ ପତ୍ରିକା ସମ୍ପାଦକ ଭକ୍ତ ପ୍ରଶାନ୍ତ ମହାପାତ୍ର, ସକ୍ରିୟ ନାଗରିକ ପରିଷଦର କୋଷାଧ୍ୟକ୍ଷ ମହେନ୍ଦ୍ର ସାହୁ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ। ଅପରାହ୍ନ ୪ଟାରେ ଆତ୍ମସେବା ଅନୁଷ୍ଠିତ ହୋଇଥିଲା।


Enter your email to get our daily news in your inbox.

All Right Reserved By Dharitri.Com

ଧର୍ମେନ୍ଦ୍ରଙ୍କ କାର୍ଯ୍ୟକ୍ରମରେ କୃଷ୍ଣଙ୍କ ଅନୁପସ୍ଥିତିକୁ ନେଇ ଚର୍ଚ୍ଚା: ବଢୁଛି ମନାନ୍ତର

ଢେଙ୍କାନାଳ, ୧୩ା୧୧ (ରତନ ନାୟାର):ଢେଙ୍କାନାଳରେ ଗୁରୁବାର ଭାଜପା ପକ୍ଷରୁ ଅନୁଷ୍ଠିତ ‘ଲୋକତନ୍ତ୍ର ବଞ୍ଚାଅ-ଅରାଜକତା ହଟାଅ’ କାର୍ଯ୍ୟକ୍ରମରେ ପୂର୍ବତନ କେନ୍ଦ୍ରମନ୍ତ୍ରୀ ତଥା ସମ୍ବଲପୁର ଏମ୍‌ପି ଧର୍ମେନ୍ଦ୍ର ପ୍ରଧାନ ଯୋଗଦେଇଥିଲେ।…

ଡ୍ରାଇଭର ବ୍ରେକ୍‌ ମାରିବା ସମୟରେ ଚଳନ୍ତା କୋଇଲା ବୋଝେଇ ଟ୍ରକ୍‌ରେ ଲାଗିଲା ନିଆଁ, ଚାହୁଁଚାହୁଁ…

ପରଜଙ୍ଗ,୧୧ା୧୧(ନିଗମାନନ୍ଦ ଦଳବେହେରା): ଢେଙ୍କାନାଳ ଜିଲା ପରଜଙ୍ଗ ଥାନା ଅନ୍ତର୍ଗତ ୫୩ ନମ୍ବର ଜାତୀୟ ରାଜପଥର ମୁଣ୍ଡେଇଲୋ ଟୋଲ୍‌ଗେଟ୍‌ ନିକଟରେ ଏକ କୋଇଲା ବୋଝେଇ ଟ୍ରକ୍‌ରେ ଭୟାବହ ଅଗ୍ନିକାଣ୍ଡ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?