ଇସ୍ରାଏଲୀଙ୍କୁ ଭିସା ମାଫ୍‌: ବିନା ଭିସାରେ ଯାତ୍ରା କରିପାରିବେ ଆମେରିକା

ଓ୍ବାଶିଂଟନ୍‌,୨୦।୧୦: ଇସ୍ରାଏଲ-ହମାସ ଯୁଦ୍ଧ ଦିନକୁ ଦିନ ଭୟଙ୍କର ରୂପ ଧାରଣ କରୁଛି। ଆମେରିକା ଖୋଲାଖୋଲି ଭାବେ ଇହୁଦୀ ରାଷ୍ଟ୍ର ଇସ୍ରାଏଲକୁ ସମର୍ଥନ କରିବା ସହ ଅସ୍ତ୍ରଶସ୍ତ୍ର ଯୋଗାଇ ଦେଉଛି। ତେବେ ଏହାରି ଭିତରେ ଆମେରିକା ଏକ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନେଇଛି। ଇସ୍ରାଏଲ ନାଗରିକଙ୍କ ଏଥର ଆମେରିକା ବିନା ଭିସାରେ ଯାତ୍ରା କରିପାରିବେ। ୯୦ ଦିନ କିମ୍ବା ତା’ଠାରୁ କମ ସମୟ ପାଇଁ ଆମେରିକା ଗସ୍ତ କରିବାକୁ ଚାହୁଁଥିବା ଇସ୍ରାଏଲୀ ବିନା ଭିସା କିମ୍ବା ଭିସା ଆବେଦନ ନ କରି ଆମେରିକା ଯାତ୍ରା କରିପାରିବେ।

ସେପ୍ଟେମ୍ବର ୨୭ରେ ଆମେରିକା ଘୋଷଣା କରିଥିଲା ଯେ, ଏହା ଭିସା ଛାଡ କାର୍ଯ୍ୟକ୍ରମରେ ଇସ୍ରାଏଲକୁ ଅନ୍ତର୍ଭୁକ୍ତ କରିଛି। ଏହି କାର୍ଯ୍ୟକ୍ରମରେ ୪୦ରୁ ଅଧିକ ୟୁରୋପୀୟ ଏବଂ ଏସୀୟ ଦେଶ ଅନ୍ତର୍ଭୁକ୍ତ କରାଯାଇଛି। ଏହିସବୁ ଦେଶର ନାଗରିକମାନେ ବିନା ଭିସାରେ ତିନିମାସ ପାଇଁ ଆମେରିକା ଯାତ୍ରା କରିପାରିବେ। ଇସ୍ରାଏଲୀ ନଭେମ୍ବର ୩୦ରୁ ବିନା ଭିସାରେ ଆମେରିକା ଯାତ୍ରା ଆରମ୍ଭ କରିପାରିବେ ବୋଲି ଆମେରିକା କିଛିଦିନ ପୂର୍ବରୁ ଘୋଷଣା କରିଥିଲା। ତେବେ ଆମେରିକାର ଆଭ୍ୟନ୍ତରୀଣ ସୁରକ୍ଷା ମନ୍ତ୍ରଣାଳୟ ଗୁରବାର ଏନେଇ ଏକ ବିଜ୍ଞପ୍ତିରେ ଜାରି କରିଛି।

ବିଜ୍ଞପ୍ତି ଅନୁଯାୟୀ, ଇସ୍ରାଏଲୀଙ୍କୁ ପ୍ରଥମେ ଇଲେକ୍ଟ୍ରୋନିକ ସିଷ୍ଟମ ଫର ଟ୍ରାଭେଲ ଅଥୋରାଇଜେଶନରେ ପଞ୍ଜିକରଣ କରିବେ। ପଞ୍ଜିକରଣ ପରେ ସେମାନେ ଆମେରିକା ଯାଇପାରିବେ। କିନ୍ତୁ ପଞ୍ଜିକରଣ ସମୟରେ ବାୟୋମେଟ୍ରିକ ଦେବା ସହ ପାର୍ସପୋଟ ରଖିବା ପାଇଁ ବାଧ୍ୟତାମୂଳକ କରାଯାଇଛି। କାରଣ ପାସପୋର୍ଟ ନ ଥିଲେ ଭିସା ପାଇଁ ଆବେଦନ କରିବା ଜରୁରୀ ହୋଇପଡିବ ବୋଲି ଆମେରିକାର ସୁରକ୍ଷା ମନ୍ତ୍ରଣାଳୟ ସୂଚନା ଦେଇଛି।


Enter your email to get our daily news in your inbox.

All Right Reserved By Dharitri.Com

ଏକର ପିଛା ୩୦ କୋଟି ଦିଅ: ପ୍ରସ୍ତାବିତ ମେଗା ଷ୍ଟିଲପ୍ଲାଣ୍ଟ ପାଇଁ ଦାବି ରଖିଲେ ଗ୍ରାମବାସୀ

ପାଟଣା,୨୨/୪(ବୀର କିଶୋର ଦାଶ): କେନ୍ଦୁଝର ଜିଲା ପାଟଣା ବ୍ଲକ ଚେମେଣା ହାଇସ୍କୁଲ ପଡିଆରେ ମେଗା ଷ୍ଟିଲ ପ୍ଲାଣ୍ଟ ପ୍ରତିଷ୍ଠା ପାଇଁ ବୁଧବାର ଗ୍ରାମସଭା ଗ୍ରାମରେ ଅନୁଷ୍ଠିତ ହୋଇଛି।…

ତମାଖୁ ବର୍ଜନ କଲେ ୨୦.୫ ନିୟୁତ ପରିବାରରେ ଆସିପାରେ ଆର୍ଥିକ ସୁଧାର

ନୂଆଦିଲ୍ଲୀ,୨୨ା୪(ପିଟି):ତମାଖୁ ସେବନ ସ୍ବାସ୍ଥ୍ୟ ପ୍ରତି ହାନିକାରକ ହୋଇଥାଏ ବୋଲି ସାଧାରଣରେ ବିଶ୍ୱାସ କରାଯାଏ। ହେଲେ ଏହା ପରିବାରର ଆର୍ଥିକ ସ୍ଥିତିକୁ ମଧ୍ୟ ବିଶେଷ ପ୍ରଭାବିତ କରିଥାଏ। ଏକ…

ଟ୍ରମ୍ପଙ୍କ ଅସ୍ତ୍ରବିରତି ବୃଦ୍ଧିରେ ଖୁସି ନାହିଁ ଇରାନ: କହିଲା- ଏହା ଏକ ଚାଲ୍‌…

ତେହରାନ୍‌,୨୨।୪: ଇରାନର ସଂସଦର ବାଚସ୍ପତି ଏବଂ ଶୀର୍ଷ ଆଲୋଚନାକାରୀ ମହମ୍ମଦ ବାଘେର ଗାଲିବାଫଙ୍କ ଜଣେ ପରାମର୍ଶଦାତା ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ଯୁଦ୍ଧବିରତି ବୃଦ୍ଧି ଘୋଷଣାକୁ ଖାରଜ…

ଭାରତ କେବେ ବି ମୁଣ୍ଡ ନୁଆଁଇବ ନାହିଁ…ପାକିସ୍ତାନକୁ ଅଲ୍ଟିମେଟମ ଦେଲେ ମୋଦି

ନୂଆଦିଲ୍ଲୀ,୨୨।୪: ପହଲଗାମ ଆତଙ୍କବାଦୀ ଆକ୍ରମଣର ପ୍ରଥମ ବାର୍ଷିକୀରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ପୀଡିତମାନଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଛନ୍ତି। ସେ କହିଛନ୍ତି, ସେମାନଙ୍କୁ କେବେ ଭୁଲି ହେବ ନାହିଁ।…

ମୋ ପ୍ରେମିକାଙ୍କୁ ଡାକ, ନଚେତ୍‌ ମୁଁ… ପ୍ରେମ ପାଇଁ ଗଛ ଉପରେ ନାବାଳକ

ଅନୁଗୋଳ,୨୩ା୪ (ଜ୍ୟୋତିରଞ୍ଜନ ସାହୁ):ନାବାଳିକା ପ୍ରେମିକାଙ୍କୁ ଦେଖାକରିବାକୁ ନ ଦେଲେ ଆତ୍ମହତ୍ୟା କରିଦେବି। ବେକରେ ଗାମୁଛା ବାନ୍ଧି ଝୁଲିପଡ଼ିବି। ଏକ ଗଛର ୧୦୦ ଫୁଟ୍‌ ଉପରୁ ଜଣେ ନାବାଳକ…

ଦିବ୍ୟାଙ୍ଗ ନାବାଳିକାଙ୍କୁ କିଏ କଲେ ଗର୍ଭବତୀ: ଅଞ୍ଚଳର ୭ ସଦସ୍ୟଙ୍କ ଗଲା ନମୁନା, ରିପୋର୍ଟରୁ ଜଣାପଡ଼ିଲା ଏହି ବ୍ୟକ୍ତି କରିଥିଲେ…

କୁଚିଣ୍ଡା,୨୨।୪(ବିରଞ୍ଚତ୍ ଦର୍କା):ସମ୍ବଲପୁର ଜିଲା ଗୋବିନ୍ଦପୁର ଥାନା ଅଞ୍ଚଳର ଜଣେ ଦିବ୍ୟାଙ୍ଗ ନାବାଳିକା ବଳାତ୍କାର ଘଟଣାରେ ଅଭିଯୁକ୍ତ ବଡବାପାଙ୍କୁ ପୋଲିସ ଗିରଫ କରି  ସମ୍ବଲପୁର ପୋକ୍‌ସୋ କୋର୍ଟକୁ ଚାଲାଣ…

ଡୋନାଲ୍ଡ ଟ୍ରମ୍ପଙ୍କ ଯୁଦ୍ଧବିରତି ବୃଦ୍ଧି ଘୋଷଣା: ଇରାନ ପାଇଁ ହର୍ମୁଜରେ ଜାରି ରହିବ ଅବରୋଧ, ଜାଣନ୍ତୁ କ’ଣ ରହିଛି ସର୍ତ୍ତ

ଓ୍ବାଶିଂଟନ୍‌, ୨୨।୪: ହର୍ମୁଜ ପ୍ରଣାଳୀ ଉପରେ ଘନିଷ୍ଠ ହେଉଥିବା ସଙ୍କଟ ମଧ୍ୟରେ, ଆମେରିକା ରାଷ୍ଟ୍ରପତି ଟ୍ରମ୍ପ ଏକ ବଡ଼ ନିଷ୍ପତ୍ତି ନେଇଛନ୍ତି। ସେ ଇରାନ ସହିତ ଯୁଦ୍ଧବିରତି…

Business Eminence Awards 2026: ଡିଜିଟାଲ ପ୍ଲାଟ୍‌ଫର୍ମ ରୋଗୀଙ୍କ ଯାତାୟାତ ସମସ୍ୟା ଦୂରକରୁଛି

ଭୁବନେଶ୍ୱରସ୍ଥିତ ଆପୋଲୋ ହସ୍ପିଟାଲର ଚିଫ୍‌ ଅପରେଟିଂ ଅଫିସର ଭାବରେ ଡା. ଆଲୋକ ଶ୍ରୀବାସ୍ତବ ନେତୃତ୍ୱ ନେଉଛନ୍ତି। ଡା. ଶ୍ରୀବାସ୍ତବ ଦିଲ୍ଲୀ ବିଶ୍ୱବିଦ୍ୟାଳୟର ଫ୍ୟାକଲ୍ଟି ଅଫ୍‌ ମ୍ୟାନେଜମେଣ୍ଟ ଷ୍ଟଡିଜ୍‌ରୁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri