ଜେଏନ୍‌.୧ ଆତଙ୍କ: ମାସ୍କ ପିନ୍ଧିବାକୁ ପରାମର୍ଶ

ଭୁବନେଶ୍ୱର, ୨୪।୧୨(ଅସମାପିକା ସାହୁ)କରୋନା ପରଠାରୁ ରାଜ୍ୟରେ ଜ୍ୱର, ଥଣ୍ଡା, କାଶ ଆଦି ସାଧାରଣ ରୋଗ ଧୀରେ ଧୀରେ ଜଟିଳ ହେଉଛି। ବିଭିନ୍ନ ସମୟରେ କରୋନାର ସବ୍‌ଭାରିଆଣ୍ଟ୍‌କୁ ନେଇ ସରକାର ସତର୍କ କରୁଛନ୍ତି। ଏବେ ବିଶ୍ୱରେ କୋଭିଡ୍‌-୧୯ର ନୂଆ ସବ୍‌ଭାରିଆଣ୍ଟ ଜେଏନ୍‌.୧ ଚିନ୍ତା ବଢ଼ାଇଥିବାବେଳେ ୨୦ଦିନ ପରେ ଓଡ଼ିଶାରୁ ଆଉ ଜଣେ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଗତ ୩ ତାରିଖରେ ଶେଷଥର ପାଇଁ ଜଣେ ପଜିଟିଭ୍‌ ବାହାରିଥିଲେ। ଏବେ ଚିହ୍ନଟ ହୋଇଥିବା କରୋନା ଆକ୍ରାନ୍ତଙ୍କ ସମ୍ପର୍କରେ ଶନିବାର ସ୍ବାସ୍ଥ୍ୟ ବିଭାଗ ସୂଚନା ଦେବା ସହ ମାର୍ଗଦର୍ଶିକା ଜାରି କରିଛି। ବୟସ୍କ ଓ ବହୁବିଧ ରୋଗାକ୍ରାନ୍ତଙ୍କୁ ମାସ୍କ ପିନ୍ଧିବାକୁ ପରାମର୍ଶ ଦିଆଯାଇଛି। ଘରୁ ବାହାରକୁ ଯାଉଥିଲେ, ମାସ୍କ ପିନ୍ଧିବାକୁ କୁହାଯାଇଛି। ଏପରି କି ଜନଗହଳି ଜାଗାକୁ ନ ଯିବାକୁ ସତର୍କ କରାଯାଇଛି। ତେବେ ରାଜ୍ୟରୁ ଚିହ୍ନଟ କରୋନା ରୋଗୀ ଜଣକ କେଉଁ ଭୂତାଣୁରେ ଆକ୍ରାନ୍ତ ସେ ସମ୍ପର୍କରେ ସୂଚନା ଦିଆଯାଇ ନ ଥିଲେ ମଧ୍ୟ ଏହାକୁ ନେଇ ଲୋକଙ୍କ ମନରେ ଭୟ ସୃଷ୍ଟି ହୋଇଛି। ଲୋକଙ୍କ ମନରୁ କୋଭିଡ୍‌ ଭୟ ଯାଇ ନ ଥିବାବେଳେ ନୂଆ ଭାରିଆଣ୍ଟ ଆସି ଜୀବନ ନେଉଥିବାରୁ ଚିନ୍ତା ବଢ଼ୁଛି। କେରଳରେ କୋଭିଡ୍‌-୧୯ର ନୂଆ ସବ୍‌ ଭାରିଆଣ୍ଟ ଜେଏନ୍‌. ୧ ଚିହ୍ନଟ ହେବାପରେ ଉଭୟ ରାଜ୍ୟ ଓ କେନ୍ଦ୍ର ସରକାର ଏହାର ମୁକାବିଲା ପାଇଁ ତତ୍ପର ହୋଇପଡିଛନ୍ତି। କିଛିଦିନ ତଳେ ରାଜ୍ୟ ସ୍ବାସ୍ଥ୍ୟ ନିର୍ଦ୍ଦେଶକ ବିଜୟ ମହାପାତ୍ର କହିଥିଲେ, ଯେଉଁ ନୂଆ ଭାରିଆଣ୍ଟ କଥା କୁହାଯାଉଛି ତାହା ନାଚୁରାଲ। ଏଠାରେ ନୂଆ ଭାରିଆଣ୍ଟ ଚିହ୍ନଟ ହେଲେ ଜିନୋମ ସିକ୍ୟୁଏନ୍ସ ପାଇଁ ପଠାଯିବ। ଆବଶ୍ୟକ ହେଲେ ରାଜ୍ୟ ଗାଇଡ୍‌ଲାଇନ ଜାରି କରିପାରୁ। ଥଣ୍ଡା, ଜ୍ୱର, କାଶ ହେଲେ ନିଜେ ଆସି ଟେଷ୍ଟ କରି ନିଅନ୍ତୁ। ଗହଳି ସ୍ଥାନକୁ ଯାଆନ୍ତୁ ନାହିଁ। ପଜିଟିଭ୍‌ ଚିହ୍ନଟ ହେଲେ ତୁରନ୍ତ ଚିକିତ୍ସା ଆରମ୍ଭ ହେବ। ଆକ୍ରାନ୍ତଙ୍କୁ ଘରେ ଚିକିତ୍ସା ସୁବିଧା ଯୋଗାଇ ଦିଆଯିବା ସହ ଆବଶ୍ୟକ ସ୍ଥଳେ ହସ୍ପିଟାଲରେ ଭର୍ତ୍ତି କରାଯିବ। ସର୍ଭିଲାନ୍ସକୁ ଜୋରଦାର କରାଯିବ। ପର୍ଯ୍ୟାପ୍ତ ଟେଷ୍ଟିଂ କିଟ୍‌ ଉପଲବ୍ଧ ରହିଛି। ଲୋକେ ସଚେତନ ଓ ସତର୍କ ରହିବାକୁ ସ୍ବାସ୍ଥ୍ୟ ନିର୍ଦ୍ଦେଶକ କହିଛନ୍ତି। ଅନ୍ୟପକ୍ଷେ ଦେଶରେ ଦିନକରେ ୭୫୨ ନୂଆ କୋଭିଡ୍‌ ମାମଲା ଚିହ୍ନଟ ହୋଇଛି, ଯାହାକି ମେ’ ୨୧ ପରେ ସର୍ବାଧିକ। ଏହାକୁ ମିଶାଇ ମୋଟ ସକ୍ରିୟ ମାମଲା ୩,୪୨୦କୁ ବୃଦ୍ଧି ପାଇଥିବା ସ୍ବାସ୍ଥ୍ୟ ମନ୍ତ୍ରଣାଳୟ ତଥ୍ୟରୁ ଜଣାପଡ଼ିଛି। ଦିନକରେ ୪ ଜଣଙ୍କ ମୃତ୍ୟୁ ଫଳରେ ବର୍ତ୍ତମାନ ସୁଦ୍ଧା କୋଭିଡ୍‌ ଜନିତ ମୃତ୍ୟୁସଂଖ୍ୟା ୫,୩୩,୩୩୨ରେ ପହଞ୍ଚତ୍ଛି।


Enter your email to get our daily news in your inbox.

All Right Reserved By Dharitri.Com

ଗାଡି ଧକ୍କାରେ ଚାଲିଗଲା ମହିଳାଙ୍କ, କ୍ଷତିପୂରଣ ଦାବିରେ ରାସ୍ତାରୋକୋ

ଲାଞ୍ଜିଗଡ଼, ୧ା୧(ରମେଶ ଚନ୍ଦ୍ର ନାୟକ): କଳାହାଣ୍ଡି ଜିଲା ଲାଞ୍ଜିଗଡ ଥାନା ଆଶ୍ରମପଡା ନିକଟରେ ଗୁରୁବାର ଏକ ଅଜଣା ଗାଡି ଧକ୍କାରେ ଜଣେ ମହିଳାଙ୍କ ମୃତ୍ୟୁ ଘଟିଛି।...

ୟୁକ୍ରେନ୍‌ର ଡ୍ରୋନ୍‌ ଆକ୍ରମଣ: ଚାଲିଗଲା ୨୪ ଜୀବନ

କିଭ୍‌,୧ା୧ରୁଷିଆ ଅଧିକୃତ ଖେର୍‌ସନ ଅଞ୍ଚଳର ଏକ ଗ୍ରାମରେ ୟୁକ୍ରେନ୍‌ର ଡ୍ରୋନ୍‌ ଆକ୍ରମଣରେ ୨୪ ଜଣଙ୍କ ମୃତ୍ୟୁ ଘଟିବା ସହ ଅନୂ୍ୟନ ୫୦ ଜଣ ଆହତ ହୋଇଛନ୍ତି।...

Self Care Routine:୨୦୨୬ରେ ନିଜର ଯତ୍ନ ନେବାକୁ କରିଛନ୍ତି କି ପ୍ରତିଜ୍ଞା? ଜାଣି ରଖନ୍ତୁ କିଛି ଟିପ୍ସ

ଆଜିର ବ୍ୟସ୍ତବହୁଳ ଜୀବନଚର୍ଯ୍ୟା ମଧ୍ୟରେ ନିଜର ଯତ୍ନ(ସେଲ୍ଫ କେୟାର) ଅତ୍ୟନ୍ତ ଜରୁରୀ। କାରଣ ଯେତେବେଳେ ଆମେ ନିଜର ଯତ୍ନ ନେଉନା, ସେତେବେଳେ ଧୀରେ ଧୀରେ ଥକାପଣ,...

ନୂଆବର୍ଷରେ IAS ସ୍ତରରେ ବଡ଼ଧରଣ ଅଦଳବଦଳ, ବଦଳାଇଲେ ଏହି ଜିଲାପାଳ

ଭୁବନେଶ୍ୱର,୧।୧: ନୂଆବର୍ଷର ପ୍ରଥମ ଦିନରେ ରାଜ୍ୟ ପ୍ରଶାସନିକ ସ୍ତରରେ ଏକ ବଡ଼ଧରଣର ଅଦଳବଦଳ କରାଯାଇଛି। ବରିଷ୍ଠ IAS ଅଧିକାରୀମାନଙ୍କୁ ନୂତନ ଦାୟିତ୍ୱ ପ୍ରଦାନ କରିଛନ୍ତି ରାଜ୍ୟ...

ଆରଡିସିଙ୍କ ଘୋଷଣା: ୫ତାରିଖ ବରଗଡ଼ ଉପଖଣ୍ଡରେ…

ମଥୁରାନଗରୀ,୧।୧(ପ୍ରେମାନନ୍ଦ ଖମାରୀ)- ବରଗଡ଼ରେ ବୃହତ୍ ମୁକ୍ତାକାଶ ରଙ୍ଗମଞ୍ଚ ବରଗଡ଼ ଧନୁଯାତ୍ରା ମହୋତ୍ସବ ଚାଲିଛି। ଏହି ମହୋତ୍ସବ ଆସନ୍ତା ୩ତାରିଖ ଶନିବାର କଂସବଧ ସହିତ ସରିବ। ତିଥି...

ନୂଆବର୍ଷରେ ସ୍ତ୍ରୀଙ୍କୁ ହତ୍ୟା କଲା ସ୍ୱାମୀ

ସୁନ୍ଦରଗଡ଼,୧।୧(ଜୟ ନାରାୟଣ ମେଣ୍ଡୁଳି): ସୁନ୍ଦରଗଡ଼ ଜିଲା ହେମଗିର ଥାନା ଅଧୀନ ଖୁଟିପାନି ଗ୍ରାମରେ ଗୁରୁବାର ନୁଆବର୍ଷ ଅବସରରେ ଏକ ଅଭାବନୀୟ ଘଟଣା ସାମ୍ନାକୁ ଆସିଛି। ସ୍ୱାମୀଙ୍କ...

ହୋଇପାରେ ସାମୀଙ୍କ ପ୍ରତ୍ୟାବର୍ତ୍ତନ, ସଙ୍କଟରେ ଏହି ଖେଳାଳିଙ୍କ ସ୍ଥାନ

ନୂଆଦିଲ୍ଲୀ,୧।୧: ଭାରତ ଏବଂ ନ୍ୟୁଜିଲାଣ୍ଡ ମଧ୍ୟରେ ଆସନ୍ତା ଜାନୁଆରୀ ୧୧ ତାରିଖରୁ ଆରମ୍ଭ ହେବ। ଏହି ତିନି ମ୍ୟାଚ୍‌ ବିଶିଷ୍ଟ ଦିନିକିଆ ସିରିଜ୍ ପାଇଁ ଭାରତୀୟ...

ଜାନୁଆରୀ ୨୦୨୬ରେ କ’ଣ କରିବେ ଏବଂ କ’ଣ ନ କରିବେ; ରାଶି ଅନୁସାରେ ଜାଣନ୍ତୁ…

ନୂଆବର୍ଷ ୨୦୨୬ ଆରମ୍ଭ ହୋଇସାରିଛି ଏବଂ ଜାନୁଆରି ମାସ ସବୁ ରାଶି ପାଇଁ ଗୁରୁତ୍ୱପୂର୍ଣ୍ଣ ସନ୍ଦେଶ ଆଣିଛି। ଜ୍ୟୋତିଷ ଶାସ୍ତ୍ର ଅନୁଯାୟୀ, ଏହି ମାସରେ ଗ୍ରହମାନଙ୍କ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri