Posted inଜାତୀୟ

I’m not a terrorist, ମୁଁ ୭ ଜଣ ପ୍ରଧାନମନ୍ତ୍ରୀଙ୍କ ସହ କଥା ହୋଇଛି…ସୁପ୍ରିମକୋର୍ଟରେ କହିଲେ ୟାସିନ ମଲିକ

ନୂଆଦିଲ୍ଲୀ,୪।୪: ଜମ୍ମୁ-କଶ୍ମୀର ଲିବରେସନ ଫ୍ରଣ୍ଟ (JKLF) ମୁଖ୍ୟ ତଥା ଆଜୀବନ କାରାଦଣ୍ଡ ଭୋଗୁଥିବା ୟାସିନ ମଲିକଙ୍କ ମାମଲାର ଶୁଣାଣି ଶୁକ୍ରବାର ସୁପ୍ରିମକୋର୍ଟରେ ହୋଇଥିଲା। ଏହି ସମୟରେ ସେ କହିଥିଲେ ଯେ ସେ ଏକ ରାଜନୈତିକ ଦଳର ନେତା, ଆତଙ୍କବାଦୀ ନୁହଁନ୍ତି। ଓକା ଏବଂ ଜଷ୍ଟିସ ଉଜ୍ଜ୍ୱଳ ଭୂୟାଁଙ୍କ ଖଣ୍ଡପୀଠ ସମ୍ମୁଖରେ ଭିଡିଓ କନଫରେନ୍ସିଂ ମାଧ୍ୟମରେ ମଲିକ ଏହା କହିଥିଲେ।

ସଲିସିଟର ଜେନେରାଲ ତୁଷାର ମେହେଟ୍ଟା ତାଙ୍କୁ ଜଣେ ଭୟଙ୍କର ଆତଙ୍କବାଦୀ ବୋଲି କହିବା ଏବଂ ହାଫିଜ ସଇଦଙ୍କ ସହ ତାଙ୍କର ଫଟୋଚିତ୍ର ଉଦ୍ଧୃତ କରିବା ଉପରେ ଜବାବ ଦେଇ ମଲିକ କହିଛନ୍ତି ଯେ ଏହା ତାଙ୍କ ପ୍ରତି ପକ୍ଷପାତ ସୃଷ୍ଟି କରିଛି। ମୋ’ ସଂଗଠନକୁ ଏପର୍ଯ୍ୟନ୍ତ UAPA ଅନୁଯାୟୀ ଆତଙ୍କବାଦୀ ସଂଗଠନ ଘୋଷଣା କରାଯାଇ ନାହିଁ। ୧୯୯୪ ମସିହାରେ ଯୁଦ୍ଧବିରତି ଘୋଷଣା ହେବା ପରେ, ମୁଁ ୩୨ଟି ମାମଲାରେ ଜାମିନ ପାଇଛି ଏବଂ କୌଣସି ମାମଲା ଆଗକୁ ବଢ଼ି ନାହିଁ।

ମଲିକ କୋର୍ଟରେ ଏହା ମଧ୍ୟ ଦାବି କରିଥିଲେ ଯେ ଏପର୍ଯ୍ୟନ୍ତ ୭ ଜଣ ପ୍ରଧାନମନ୍ତ୍ରୀ – ନରସିଂହ ରାଓ, ଏଚ୍‌ଡି ଦେବଗୌଡା, ଇନ୍ଦର କୁମାର ଗୁଜରାଲ, ଅଟଳ ବିହାରୀ ବାଜପେୟୀ, ମନମୋହନ ସିଂହ ଏବଂ ନରେନ୍ଦ୍ର ମୋଦି (ପ୍ରଥମ କାର୍ଯ୍ୟକାଳରେ) ତାଙ୍କର ଯୁଦ୍ଧବିରତି ପ୍ରସ୍ତାବକୁ ଗମ୍ଭୀରତାର ସହ ନେଇଥିଲେ ଏବଂ ଯୋଗାଯୋଗ କରିଥିଲେ। ବର୍ତ୍ତମାନର କେନ୍ଦ୍ର ସରକାରଙ୍କୁ ଆକ୍ଷେପ କରି ସେ କହିଛନ୍ତି ଯେ ଏବେ ୩୫ ବର୍ଷ ପୁରୁଣା ଆତଙ୍କବାଦ ମାମଲାଗୁଡ଼ିକୁ ପୁଣି ଥରେ ଖୋଲାଯାଉଛି, ଯାହା ଅସ୍ତ୍ରବିରତିର ଭାବନା ବିରୁଦ୍ଧରେ।

ସିବିଆଇର ଆପତ୍ତିର ଜବାବ ଦେଇ ମଲିକ କହିଛନ୍ତି, ମୁଁ କୌଣସି ଆତଙ୍କବାଦୀଙ୍କୁ ସମର୍ଥନ କରେ ନାହିଁ କିମ୍ବା ସେମାନଙ୍କୁ ଆଶ୍ରୟ ଦିଏ ନାହିଁ। ମୋ ବିରୁଦ୍ଧରେ କରାଯାଇଥିବା କୌଣସି ଏଫ୍‌ଆଇଆର୍‌ ଆତଙ୍କବାଦୀ କାର୍ଯ୍ୟକଳାପ ସହିତ ଜଡିତ ନୁହେଁ, ସମସ୍ତ ମାମଲା ରାଜନୈତିକ ପ୍ରତିବାଦ ସହିତ ଜଡିତ। ସୁପ୍ରିମକୋର୍ଟ ବର୍ତ୍ତମାନ ମଲିକଙ୍କୁ ଜମ୍ମୁ କୋର୍ଟରେ ବ୍ୟକ୍ତିଗତ ଭାବରେ ହାଜର ହେବାକୁ ଅନୁମତି ଦେଇନାହାନ୍ତି ଏବଂ ତିହାର ଜେଲରୁ ହିଁ ଡିଜିଟାଲ ମାଧ୍ୟମରେ ସାକ୍ଷୀମାନଙ୍କୁ ଜେରା କରିବାକୁ ନିର୍ଦ୍ଦେଶ ଦେଇଛନ୍ତି।

କହିରଖୁଛୁ, ଏହି ଶୁଣାଣି ସିବିଆଇ ଦ୍ୱାରା ଜମ୍ମୁ-କଶ୍ମୀରରୁ ଦିଲ୍ଲୀ ସ୍ଥାନାନ୍ତରିତ ଦୁଇଟି ମାମଲା ସମ୍ପର୍କରେ ଥିଲା। ପ୍ରଥମ ମାମଲାଟି ଡିସେମ୍ବର ୧୯୮୯ରେ ତତ୍କାଳୀନ କେନ୍ଦ୍ର ଗୃହମନ୍ତ୍ରୀ ମୁଫତି ମହମ୍ମଦ ସଈଦଙ୍କ ଝିଅ ରୁବାୟା ସଈଦଙ୍କ ଅପହରଣ ସହିତ ଜଡିତ। ଦ୍ୱିତୀୟଟି ଜାନୁଆରୀ ୧୯୯୦ରେ ଶ୍ରୀନଗରରେ ୪ ଜଣ ବାୟୁସେନା କର୍ମଚାରୀଙ୍କ ହତ୍ୟା ସହିତ ଜଡିତ। ଅପହରଣ ମାମଲାରେ ସାକ୍ଷୀମାନଙ୍କୁ ଜେରା କରିବା ପାଇଁ ମଲିକଙ୍କୁ କୋର୍ଟରେ ହାଜର ହେବାକୁ ଅନୁମତି ଦେବା ପାଇଁ ଜମ୍ମୁ କୋର୍ଟର ନିର୍ଦ୍ଦେଶକୁ ମଧ୍ୟ ସିବିଆଇ ଚ୍ୟାଲେଞ୍ଜ କରିଛି।


Enter your email to get our daily news in your inbox.

All Right Reserved By Dharitri.Com

NEET-UG ପ୍ୟାଟର୍ଣ୍ଣରେ ହେବ ବଡ଼ ପରିବର୍ତ୍ତନ, ସୁପ୍ରିମକୋର୍ଟରେ ଯୋଜନାର ରୂପରେଖା ପ୍ରଦାନ କଲେ ସରକାର

ନୂଆଦିଲ୍ଲୀ,୫।୮: ଜାତୀୟ ଡାକ୍ତରୀ ପ୍ରବେଶିକା ପରୀକ୍ଷା, NEET-UGର ଢାଞ୍ଚାରେ ଗୁରୁତ୍ୱପୂର୍ଣ୍ଣ ପରିବର୍ତ୍ତନ ପାଇଁ ପ୍ରସ୍ତୁତି ଚାଲିଛି। କେନ୍ଦ୍ର ସରକାର ଏକ ସତ୍ୟପାଠ ମାଧ୍ୟମରେ ସୁପ୍ରିମକୋର୍ଟକୁ ଏହା ଜଣାଇ…

ଆନନ୍ଦପୁର ରିଂ ରୋଡ଼ର ବନ୍ୟା କ୍ଷତିଗ୍ରସ୍ତ ଅଞ୍ଚଳ ପରିଦର୍ଶନ କଲେ ପଞ୍ଚାୟତରାଜ ମନ୍ତ୍ରୀ, ଦାବି ଜଣାଇଲେ ସ୍ଥାନୀୟ ଲୋକେ

ବଞ୍ଚୋ, ୫।୮:(ପ୍ରଦୋଷ ବିଶ୍ୱାଳ ): ଆନନ୍ଦପୁର ନିର୍ବାଚନମଣ୍ଡଳୀର ବନ୍ୟା କ୍ଷତିଗ୍ରସ୍ତ ଅଞ୍ଚଳ ତଥା ଆନନ୍ଦପୁର ରିଂ ରୋଡ଼କୁ ଆଜି ଓଡ଼ିଶା ସରକାରଙ୍କ ପଞ୍ଚାୟତରାଜ ଏବଂ ପାନୀୟ ଜଳ…

‘ବନ୍ଦେ ମାତରମ୍‌ ନ ଗାଇଲେ କ’ଣ ଆକାଶ ଛିଣ୍ଡି ପଡିବ?’ ରୋକ୍‌ଠୋକ୍‌ ଶୁଣାଇଦେଲେ କୋଲକାତା ହାଇକୋର୍ଟ

କୋଲକାତା,୫।୮: କୋଲକାତା ହାଇକୋର୍ଟ ମଙ୍ଗଳବାର ଦିନ ମଦ୍ରାସାଗୁଡ଼ିକରେ ‘ବନ୍ଦେ ମାତରମ୍’ର ଛଅଟିଯାକ ପଦ ଗାଇବା ବାଧ୍ୟତାମୂଳକ କରିବା ବିରୋଧରେ ଦାୟର ଏକ ଜନସ୍ୱାର୍ଥ ମାମଲା (PIL)ର ଶୁଣାଣି…

ମୁଖ୍ୟମନ୍ତ୍ରୀଙ୍କ ଜିଲାରେ ତାତିଲେ Gen-G: ଏହି ଦାବିକୁ ନେଇ ରାଜରାସ୍ତାକୁ ଓହ୍ଲାଇଲେ ଛାତ୍ରୀଛାତ୍ର

କେନ୍ଦୁଝର,୫।୮ (ନରେଶ ଚନ୍ଦ୍ର ପଟ୍ଟନାୟକ): କେନ୍ଦୁଝର ଐତିହ୍ୟ ସମ୍ପନ୍ନ ଧରଣୀ ଧର ସୟଂ ଶାସିତ ମହାବିଦ୍ୟାଳୟର ସୁରକ୍ଷା ଦାବି ଜୋର୍‌ ଧରିଛି। ଜିଲାର ଏକ ମାତ୍ର ସାଧାରଣ…

୭୫ ଅଙ୍ଗନୱାଡି କେନ୍ଦ୍ର ପରିଦର୍ଶନ ପାଇଁ ରହିଛନ୍ତି ଜଣେ ମହିଳା ସୂପରଭାଇଜର-ସିଡ଼ିପିଓ: ଖାଲି ପଦବୀ ପୂରଣ ଦାବି

କର୍ଲାମୁଣ୍ଡା,୫।୮(ପ୍ରଦୀପ କୁମାର ସାହୁ): କଳାହାଣ୍ଡି ଜିଲା କର୍ଲାମୁଣ୍ଡା ବ୍ଲକର ୧୨ଟି ପଞ୍ଚାୟତରେ ରହିଛି ୬୨ଟି ରାଜସ୍ବ ଗ୍ରାମ। ଶିଶୁ, ଗର୍ଭବତୀ, ପ୍ରସୂତୀ, କିଶୋରୀ ବାଳିକାମାନଙ୍କ ପାଇଁ ସରକାରଙ୍କ…

ଉପନିର୍ବାଚନରେ ପରାଜୟ ପରେ ଆକ୍ସନ ମୋଡକୁ ଆସିଲେ ପିଏମ୍‌ ମୋଦି: ନୀତୀଶ କୁମାର-ଶିବରାଜ ସିଂହଙ୍କୁ…

ନୂଆଦିଲ୍ଲୀ,୫।୮: ମଧ୍ୟପ୍ରଦେଶର ଦତିଆ ଏବଂ ବିହାରର ବାଙ୍କିପୁର ବିଧାନସଭା ଉପନିର୍ବାଚନରେ ଭାଜପା ପ୍ରାର୍ଥୀଙ୍କୁ କଡ଼ା ପରାଜୟର ସମ୍ମୁଖୀନ ହେବାକୁ ପଡ଼ିଛି। ଏହାକୁ ନେଇ ଦଳ ଭିତରେ ତୀବ୍ର…

ଜଣେ ଶିକ୍ଷକରେ ଚାଲିଛି ଶିକ୍ଷାଦାନ: ସମସ୍ୟା ସମାଧାନର ପ୍ରତିଶ୍ରୁତି ଦେଲେ ବିଇଓ

କର୍ଲାମୁଣ୍ଡା,୫।୮(ପ୍ରଦୀପ କୁମାର ସାହୁ):କଳାହାଣ୍ଡି ଜିଲା କର୍ଲାମୁଣ୍ଡା ବ୍ଲକ ବୋରପଦର ଗ୍ରାମ ପଞ୍ଚାୟତ ବତିକୁପା ପ୍ରାଥମିକ ବିଦ୍ୟାଳୟରେ ଦୀର୍ଘଦିନ ଧରି ମାତ୍ର ଜଣେ ଶିକ୍ଷକଙ୍କ ଭରସାରେ ପାଠପଢ଼ା ଚାଲିଥିବାରୁ…

ଅନଲାଇନ ପେମେଣ୍ଟବେଳେ ଏକ୍ସଟ୍ରା ଚାର୍ଜ ଲାଗିଲେ କେତେ ଲୋକ ଛାଡିଦେବେ UPI? ସର୍ଭେରେ ବଡ଼ ଖୁଲାସା

ନୂଆଦିଲ୍ଲୀ,୫।୮: ଭାରତରେ ୟୁପିଆଇ (UPI) ଏବେ ଏକ ନୂଆ ପ୍ରସ୍ତାବକୁ ନେଇ ବେଶ ଚର୍ଚ୍ଚାରେ ଅଛି। ପ୍ରକୃତରେ ସରକାର ଡିଜିଟାଲ୍ ପେମେଣ୍ଟ ସହିତ ଜଡ଼ିତ ଆଇନରେ ପରିବର୍ତ୍ତନ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri