ଜିଓର ପ୍ରଥମ ପର୍ଯ୍ୟାୟ ସେବା ପରୀକ୍ଷଣ

ଭୁବନେଶ୍ୱର,୧୦।୮: ଓଡ଼ିଶାରେ ରିଲାଏନ୍ସ ଜିଓର ୫ଜି ସେବା ଜାରି ରହିଥିବାବେଳେ ଦ୍ରୁତ ଗତିରେ ଉକ୍ତ ସେବାର ସମ୍ପ୍ରସାରଣ କରାଯାଉଛି। ବିଶେଷକରି ରିଲାଏନ୍ସ ଜିଓର ୫ଜି ସାଇଟ୍‌ରେ ୨୬ ଗିଗାହର୍ଜ ଓ ୩୩୦୦ମେଗାହର୍ଜର ପ୍ରଥମ ପର୍ଯ୍ୟାୟ ସେବା ପରୀକ୍ଷଣ ଭାରତ ସରକାରଙ୍କ ଦୂରସଞ୍ଚାର ବିଭାଗ ଓଡ଼ିଶା ଲାଇସେନ୍ସ ସର୍ଭିସ୍‌ ଅଞ୍ଚଳ (ଏଲ୍‌ଏସ୍‌ଏ) ପକ୍ଷରୁ କରାଯାଇଛି। ଏହି ପରିପ୍ରେକ୍ଷୀରେ ଓଡ଼ିଶା ଏଲ୍‌ଏସ୍‌ଏର ଡେପୁଟି ଡାଇରେକ୍ଟର ଜେନେରାଲ ଅନିଲ କୁମାର ସୁବୁଦ୍ଧି, ନିର୍ଦ୍ଦେଶକ ଚନ୍ଦ୍ର ପ୍ରକାଶ ଯାଦବ ଓ ଏଡିଜି ଚିତ୍ତରଞ୍ଜନ ଦେବତାଙ୍କ ସମେତ ଟେଲିକମ୍‌ ବିଭାଗର ବରିଷ୍ଠ ଅଧିକାରୀଙ୍କ ଏକ ଟିମ୍‌ ଦ୍ୱାରା ଏହି ପରୀକ୍ଷଣ କରାଯାଇଥିଲା। ସେହିଭଳି ଏହି କାର୍ଯ୍ୟକ୍ରମର ଅଂଶ ସ୍ବରୂପ ୨୦୨୩ ଅଗଷ୍ଟ ୯ରେ ରିଲାଏନ୍ସ ଜିଓକୁ ଆବଣ୍ଟନ କରାଯାଇଥିବା ୨୬ଗିଗାହର୍ଜ ବ୍ୟାଣ୍ଡ୍‌ ୫ଜି ସାଇଟ୍‌ର ପ୍ରଥମ ପର୍ଯ୍ୟାୟ ସେବା ପରୀକ୍ଷଣ ଭୁବନେଶ୍ୱରଠାରେ କରାଯାଇଥିବା ନେଇ ଟେଲିକମ୍‌ ବିଭାଗର ଓଡ଼ିଶା ଏଲ୍‌ଏସ୍‌ଏ ପକ୍ଷରୁ ଟୁଇଟ୍‌ ଜରିଆରେ ସୂଚିତ କରାଯାଇଥିଲାବେଳେ ୨୬ଗିଗାହର୍ଜ ଜିଓ ନେଟ୍‌ୱର୍କର ପରୀକ୍ଷଣ ସମୟରେ ସର୍ବାଧିକ ୫ଜି ସ୍ପିଡ୍‌ ୧.୨ଜିବିପିଏସ୍‌ ରହିଥିଲା। ସେହିପରି ଅନ୍ୟ ଏକ ଟୁଇଟ୍‌ରେ ଓଡ଼ିଶା ଏଲ୍‌ଏସ୍‌ଏ ପକ୍ଷରୁ ସୂଚନା ଦିଆଯାଇଛି। ରିଲାଏନ୍ସ ଜିଓକୁ ଆବଣ୍ଟନ କରାଯାଇଥିବା ୩୩୦୦ ମେଗାହର୍ଜ ବ୍ୟାଣ୍ଡ ୫ଜି ସାଇଟ୍‌ର ପ୍ରଥମ ପର୍ଯ୍ୟାୟ ପରୀକ୍ଷଣ ୨୦୨୩ ଅଗଷ୍ଟ ୮ରେ ପୁରୀ ଜିଲାର ପିପିଲିଠାରେ କରାଯାଇଥିଲା। ଏହି ପରୀକ୍ଷଣ ବେଳେ ୩୩୦୦ ମେଗାହର୍ଜ ବ୍ୟାଣ୍ଡ ୫ଜି ନେଟ୍‌ୱର୍କର ସ୍ପିଡ୍‌ ୮୨୦ ଏମ୍‌ବିପିଏସ୍‌ ରହିଥିଲା। ଅପରପକ୍ଷରେ ରିଲାଏନ୍ସ ଜିଓ ଦ୍ରୁତଗତିରେ ୫ଜି ନେଟ୍‌ୱର୍କର ସମ୍ପ୍ରସାରଣ କରୁଛି ଏବଂ ଏହା ହେଉଛି ଓଡ଼ିଶାର ଏକମାତ୍ର ଟେଲିକମ୍‌ ଅପରେଟର ଯାହାର ୫ଜି ନେଟ୍‌ୱର୍କ ରାଜ୍ୟର ସମସ୍ତ ଜିଲାରେ ଉପଲବ୍ଧ।

 


Enter your email to get our daily news in your inbox.

All Right Reserved By Dharitri.Com

ଜଳାଭିଷେକ ପାଇଁ ଯାଉଥିଲେ କାଉଡ଼ିଆ,ବାଟରେ ଓଲଟିଲା ଗାଡ଼ି, ଆଉ ତା’ ପରେ…

ଛତ୍ରପୁର,୯ା୮(ଦିଲ୍ଲୀପ ସାମଲ/ଦ୍ୱାରିକା ପଟ୍ଟନାୟକ): ଗଞ୍ଜାମ ଜିଲା ଚମାଖଣ୍ଡି ଥାନା ଅନ୍ତର୍ଗତ ମାୟାପାଟଣା ଛକ ଜାତୀୟ ରାଜପଥରେ ରବିବାର ଭାରସାମ୍ୟ ହରାଇ ଏକ ଟାଟାଏସି ଗାଡ଼ି ଓଲଟି ପଡ଼ିଛି।…

ବାରାମତୀରେ ପୁଣି ବିମାନ ଦୁର୍ଘଟଣା, ଅଜିତ ପାୱାରଙ୍କ ମୃତ୍ୟୁ ହୋଇଥିବା ସ୍ଥାନରେ ଟ୍ରେନି ଏୟାରକ୍ରାଫ୍ଟ କ୍ରାଶ୍

ମୁମ୍ବାଇ,୯ା୮: ମହାରାଷ୍ଟ୍ରର ପୁଣେ ଅନ୍ତର୍ଗତ ବାରମତୀ ଏୟାରପୋର୍ଟ ପରିସରରେ ପୁଣି ଏକ ବିମାନ ଦୁର୍ଘଟଣା ହୋଇଥିବା ଖବର ସାମ୍ନାକୁ ଆସୁଛି । ଏକ ଟ୍ରେନି ଏୟାରକ୍ରାଫ୍ଟ କ୍ରାଶ୍…

ଧାନ ତଳି ଉପାଡୁଥିବାବେଳେ ହେଲା ବଜ୍ରପାତ, ବିଲରେ ଟଳିପଡ଼ିଲେ ମହିଳା, ଆଉ ଜଣେ ଅଚେତ

ପାଟକୁରା,୯ା୮(ରବୀନ୍ଦ୍ର ନାଥ ବାରିକ): ରବିବାର ମଧ୍ୟାହ୍ନରେ ହଠାତ୍‌ ବର୍ଷା ସାଙ୍ଗକୁ ବିଜୁଳି ଘଡ଼ଘଡ଼ି ମାରିଥିଲା। ଫଳରେ କେନ୍ଦ୍ରାପଡ଼ା ଜିଲା ଗରଦପୁର ଗ୍ରାମର ଶୁକଦେବ ମଲ୍ଲିକଙ୍କ ସ୍ତ୍ରୀ ଟିକି(୪୨)…

ମୁଜାଗଡ଼ରେ ଆଇନ ସଚେତନତା କାର୍ଯ୍ୟକ୍ରମ: ଆଇନଗତ ଅଧିକାର ଓ ସରକାରୀ ଯୋଜନା ସମ୍ପର୍କରେ….

ଭଞ୍ଜନଗର, ୯।୮ (ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ବ୍ଲକ ଅନ୍ତର୍ଗତ ମୁଜାଗଡ଼ସ୍ଥିତ ହରେକୃଷ୍ଣ ପ୍ରଧାନ କଲ୍ୟାଣ ମଣ୍ଡପଠାରେ ରବିବାର ତାଲୁକ ଆଇନ ସେବା କମିଟି, ଭଞ୍ଜନଗର…

ଦଲକି ନାଳ ପୋଲ ଉପରେ ୪ ଫୁଟ୍‌ ବନ୍ୟାଜଳ: ଖଣ୍ଡହତା-ସାହାଜଲଥା ଯାତାୟାତ ବିଚ୍ଛିନ୍ନ

ଅମରପାଲି, ୯।୮ (ପୀତାମ୍ବର ସାହୁ): ସୁବର୍ଣ୍ଣପୁର ଜିଲା ବୀରମହାରାଜପୁର ବ୍ଲକର ଉପାନ୍ତ ତଥା ରେଢ଼ାଖୋଲ ବ୍ଲକ ସୀମାବର୍ତ୍ତୀ ଅଞ୍ଚଳରେ ଲଘୁଚାପଜନିତ ବର୍ଷା ଯୋଗୁ ବିଭିନ୍ନ ଜୋର ଓ…

ଛାତ୍ରୀଛାତ୍ରଙ୍କ ଭବିଷ୍ୟତକୁ ନେଇ ୪ ବଡ଼ ଘୋଷଣା କଲେ ସରକାର

ପାଟ୍‌ନା,୯ା୮: ଛାତ୍ରୀଛାତ୍ରଙ୍କ ଭବିଷ୍ୟତକୁ ବିଚାରକୁ ନେଇ ବିହାର ସରକାର ୪ ବଡ଼ ଘୋଷଣା କରିଛନ୍ତି। ମୁଖ୍ୟମନ୍ତ୍ରୀ ସମ୍ରାଟ ଚୌଧୁରୀ ରବିବାର ତାଙ୍କ ଇନଷ୍ଟାଗ୍ରାମ ହ୍ୟାଣ୍ଡେଲରେ ଏହି ୪ଟି…

ଆଇନ ଶୃଙ୍ଖଳା ହୁଗୁଳା: ସକ୍ରିୟ ହୋଇପଡ଼ିଛନ୍ତି ଅପରାଧୀ, ସହରବାସୀଙ୍କୁ ସୁରକ୍ଷା ନାହିଁ

ବରଗଡ଼,୯।୮(ପ୍ରେମାନନ୍ଦ ଖମାରୀ): ବରଗଡ଼ ସହର ସମେତ ଜିଲାରେ କିଛିଦିନର ଆଇନ ଶୃଙ୍ଖଳା ହୁଗୁଳା ହୋଇପଡ଼ିଛି। କିଛିଦିନର ନୀରବତା ପରେ ଏଠାରେ ଅପରାଧୀମାନେ ସକ୍ରିୟ ହୋଇପଡ଼ିଛନ୍ତି। ଏଭଳି ସ୍ଥିତିରେ…

Mettle Meet 2026: Live Updates: ଆଜି ଗ୍ରାଣ୍ଡ୍‌ ଫିନାଲେ

ଭୁବନେଶ୍ୱର,୯।୮: ଦୈନିକ ଇଂଲିଶ ଖବରକାଗଜ ‘ଓଡ଼ିଶା ପୋଷ୍ଟ’ ପକ୍ଷରୁ ରାଜ୍ୟସ୍ତରୀୟ କୁଇଜ ପ୍ରତିଯୋଗିତାର ଦଶମ ସଂସ୍କରଣ ‘ମେଟଲ ମିଟ-୨୦୨୬’ ଆରମ୍ଭ ହୋଇଛି। ସ୍ୱସ୍ତି ପ୍ରିମିୟମ ହୋଟେଲ ଠାରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri