ବଜାରରେ ଜିଓ ପ୍ରାଇମା ଫୋନ୍‌

ଭୁବନେଶ୍ୱର, ୯।୧୧: ରିଲାଏନ୍ସ ଜିଓର ବହୁ ପ୍ରତୀକ୍ଷିତ ତଥା ଅତ୍ୟାଧୁନିକ ଜ୍ଞାନକୌଶଳରେ ନିର୍ମିତ ଜିଓ ଫୋନ୍‌ ପ୍ରାଇମା ( ଜିଓ ପ୍ରାଇମା ଫୋନ୍‌)ର ସର୍ବଭାରତୀୟ ଉନ୍ମୋଚନ ନିକଟରେ ହୋଇଯାଇଛି। ବିଶେଷକରି କାଇ-ଓଏସ୍‌ ଆଧାରିତ ୪ଜି କି-ପ୍ୟାଡ୍‌ ସ୍ମାର୍ଟଫୋନ୍‌ ଜିଓ ପ୍ରାଇମ ଫୋନ୍‌ର ବଜାର ପ୍ରବେଶ ସମ୍ପର୍କରେ ଘୋଷଣା କରାଯାଇଛି। ଏପରିକି ଏହା କି-ପ୍ୟାଡ୍‌ ସ୍ମାର୍ଟଫୋନର ଏକ ସୁଲଭ ଏବଂ ଉନ୍ନତ ସଂସ୍କରଣ ହୋଇଥିବାବେଳେ ବଜାରରେ ଏହା ମାତ୍ର ୨୫୯୯ ଟଙ୍କାରେ ଉପଲବ୍ଧ। ୟୁଟ୍ୟୁବ୍‌, ଫେସ୍‌ବୁକ୍‌, ହ୍ବାଟ୍ସଆପ୍‌, ଗୁଗଲ୍‌ ଭଏସ୍‌ ଆସିଷ୍ଟାଣ୍ଟ ପରି ସମସ୍ତ ସୁବିଧା ଓ ଫିଚର ବର୍ତ୍ତମାନ ଉକ୍ତ ଫୋନ୍‌ରେ ଉପଲବ୍ଧ। ସେହିଭଳି ଜିଓର ନୂତନ କି-ପ୍ୟାଡ୍‌ ସ୍ମାର୍ଟଫୋନର ଲୁକ୍‌ ଏବଂ ଡିଜାଇନ୍‌ ବେଶ୍‌ ଆକର୍ଷଣୀୟ ହୋଇଥିବା ବେଳେ ଜିଓ ପ୍ରାଇମା ଫୋନ୍‌ର ଡିଜାଇନ ବର୍ତ୍ତମାନ ବହୁ ବୋଲ୍ଡ ଏବଂ ପ୍ରିମିୟମ ଦେଖାଯାଉଛି। ଏପରିକି ୨.୪ଇଞ୍ଚର ଡିସ୍‌ପ୍ଲେ ସ୍କ୍ରିନ୍‌ ବହୁତ ଭଲ ପ୍ରଦର୍ଶନ ବା ଫଳାଫଳ ଦେଇଥାଏ। ଉକ୍ତ ସ୍ମାର୍ଟଫୋନ୍‌ରେ ୧୮୦୦ଏମ୍‌ଏଏଚ୍‌ର ଶକ୍ତିଶାଳୀ ବ୍ୟାଟେରି ସହ ଭିଡିଓ କଲିଂ ଏବଂ ଫଟୋଗ୍ରାଫି ପାଇଁ ଉକ୍ତ ମୋବାଇଲର ଉଭୟ ପାଶର୍‌ବରେ ଡିଜିଟାଲ କ୍ୟାମେରା ରହିଛି। ଏପରିକି ମୋବାଇଲର ପଛ ପଟରେ/ଭାଗରେ ଫ୍ଲାସ୍‌ ଲାଇଟ୍‌ ମଧ୍ୟ ଉପଲବ୍ଧ। ଉକ୍ତ ସ୍ମାର୍ଟଫୋନ୍‌ରେ ଜିଓ ଟିଭି, ଜିଓ ସିନେମା, ଜିଓ ସାଭନ୍‌ ଭଳି ପ୍ରିମିୟମ୍‌ ଡିଜିଟାଲ ସେବା ସହିତ ଜିଓ-ପେ ମାଧ୍ୟମରେ ୟୁପିଆଇ ପେମେଣ୍ଟ ମଧ୍ୟ କରାଯାଇପାରିବ। ସେହିପରି ଜିଓ ପ୍ରାଇମା ଫୋନ୍‌ ୨୩ଟି ଭାଷାକୁ ସମର୍ଥନ (ଏହା ୨୩ଟି ଭାରତୀୟ ଭାଷାରେ କାମ କରିପାରିବ) କରୁଛି। ବିଶେଷକରି ଚମକଦାର ରଙ୍ଗରେ ଆସୁଥିବା ଉକ୍ତ ସ୍ମାର୍ଟଫୋନ୍‌ ଦେଶର ପ୍ରମୁଖ ଖୁଚୁରା ଷ୍ଟୋର୍‌ ଏବଂ ରିଲାଏନ୍ସ ଡିଜିଟାଲ ଡଟ୍‌.ଇନ୍‌, ଜିଓମାର୍ଟ ଇଲେକ୍ଟ୍ରୋନିକ୍ସ ଏବଂ ଆମାଜନ ଭଳି ଅନ୍‌ଲାଇନ ପ୍ଲାଟ୍‌ଫର୍ମରେ ମଧ୍ୟ କିଣାଯାଇପାରିବ। ଉଲ୍ଲେଖଯୋଗ୍ୟ, କମ୍ପାନୀର ସୂଚନା ଅନୁଯାୟୀ ଜିଓ ପ୍ରାଇମା ଫୋନ୍‌ କେବଳ ଏକ ମୋବାଇଲ୍‌ ଫୋନ୍‌ ନୁହେଁ ବରଂ ଏକ ଷ୍ଟାଇଲ୍‌ ବୋଲି କୁହାଯାଉଛି।


Enter your email to get our daily news in your inbox.

All Right Reserved By Dharitri.Com

ଶନିଙ୍କ ନକ୍ଷତ୍ରରେ ମଙ୍ଗଳ ଗୋଚର: ୪ ରାଶିଙ୍କୁ ବଡ଼ ଡିଲ୍‌ ଅଫର୍‌, ଧନଲାଭ ଯୋଗ

ପୁଷ୍ୟା ନକ୍ଷତ୍ର ହେଉଛି ଶନିଦେବଙ୍କ ନକ୍ଷତ୍ର। ଶନିଙ୍କ ନକ୍ଷତ୍ରରେ ମଙ୍ଗଳଙ୍କ ପ୍ରବେଶ ବିଭିନ୍ନ ରାଶିର ଲୋକଙ୍କ ଜୀବନ ଉପରେ ପ୍ରଭାବ ପକାଇବ। ସୂଚନାଯୋଗ୍ୟ ଯେ, ମଙ୍ଗଳଙ୍କ ଏହି…

ଗୁରୁଦିବସରେ ଶିକ୍ଷା,ଶିକ୍ଷକ ଓ ଶିକ୍ଷାୟତନ

ଦିଗପହଣ୍ଡି,୫|୯(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ପୁଞ୍ଜିକଂୟା ଛକ ସ୍ଥିତ ନନ୍ଦିଘୋଷ କଲ୍ୟାଣ ମଣ୍ଡପ ସଭାଗୃହରେ ସ୍ଥାନୀୟ ଗଣ ଅଧିକାର ଓ ଆଇନ ସୁରକ୍ଷା ମଞ୍ଚ…

ନେପାଳ ମାଗିବ ‘Climate Justice’: ବନ୍ୟା କ୍ଷୟକ୍ଷତି ପରେ UN ଯିବେ ପ୍ରଧାନମନ୍ତ୍ରୀ ବାଲେନ ଶାହ

କାଠମାଣ୍ଡୁ,୫।୯: ନେପାଳର ପ୍ରଧାନମନ୍ତ୍ରୀ ବାଲେନ ଶାହ ଚଳିତ ମାସ ଶେଷ ଭାଗରେ ମିଳିତ ଜାତିସଂଘ ସାଧାରଣ ପରିଷଦ (UNGA)ର 81ତମ ଅଧିବେଶନରେ ଉଦବୋଧନ ଦେବା ପାଇଁ ଆମେରିକା…

‘ଝିଅଙ୍କୁ ସ୍କର୍ଟ ପିନ୍ଧାଇ ସ୍କୁଲ ଛାଡନ୍ତୁନି’… ସ୍ୱାସ୍ଥ୍ୟମନ୍ତ୍ରୀ ଦେଲେ ଏମିତି ବୟାନ, ହେଉଛି ଚର୍ଚ୍ଚା

କୋଲକାତା,୫।୯: ପଶ୍ଚିମବଙ୍ଗର ସ୍ୱାସ୍ଥ୍ୟମନ୍ତ୍ରୀ ଡକ୍ଟର ଶରଦ୍ୱତ ମୁଖାର୍ଜୀ ରାଜ୍ୟର ସମସ୍ତ ସ୍କୁଲକୁ ପରାମର୍ଶ ଦେଇଛନ୍ତି ଯେ, ଡେଙ୍ଗୁ ଋତୁରେ ସ୍କୁଲ ଛାତ୍ରଛାତ୍ରୀଙ୍କୁ ହାତ-ଗୋଡ଼ ସମ୍ପୂର୍ଣ୍ଣ ଘୋଡ଼ାଇ ହୋଇ…

ବଞ୍ଜାରା ଗ୍ୟାଙ୍ଗର ୫ ମହିଳାଙ୍କୁ ଗିରଫ କଲା ପୋଲିସ

ଭୁବନେଶ୍ୱର,୫।୯: ନୟାପଲ୍ଲୀ ପୋଲିସ ଶନିବାର ବଞ୍ଜାରା ଲୁଟେରା ଗ୍ୟାଙ୍ଗର ୫ଜଣ ମହିଳାଙ୍କୁ ଧରିବାରେ ସକ୍ଷମ ହୋଇଛି। ଗରଫ ସମସ୍ତ ମହିଳା ମହାରାଷ୍ଟ୍ରର ବୋଲି ସୂଚନା ମିଳିଛି। ପୋଲିସ…

୫ ଦିନ ହେଲା ‘ଆଜି ନୁହେଁ, କାଲି ଦେବୁ’ କହି ଭଣ୍ଡାଉଛନ୍ତି ଗ୍ୟାସ ବିତରକ: ସିଲିଣ୍ଡର ରଖି ଗ୍ରାହକଙ୍କ ରାସ୍ତାରୋକ

ରାଜନଗର, ୫।୯(ଭାସ୍କର ରାଉତରାୟ): ଦୀର୍ଘଦିନ ଧରି ରାଜନଗର ଅଞ୍ଚଳରେ ଗ୍ୟାସ ଯୋଗାଣକୁ ନେଇ ଗ୍ରାହକମାନେ ନାନା ସମସ୍ୟାର ସମ୍ମୁଖୀନ ହେଉଥିବା ଅଭିଯୋଗ ହୋଇଛି। ଗ୍ୟାସ ବିତରକମାନେ ବିଭିନ୍ନ…

ଭୟଙ୍କର! ଏଭରେଷ୍ଟକୁ ତରଳାଉଛି ମଣିଷ ପରିସ୍ରା? ୩୨ ବର୍ଷର ଭାଙ୍ଗିଲା ରେକର୍ଡ, ଦୁଇ ଗୁଣା ସ୍ପିଡ୍‌ରେ ତରଳୁଛି ବରଫ

ନୂଆଦିଲ୍ଲୀ,୫।୯: ମାଉଣ୍ଟ ଏଭରେଷ୍ଟକୁ ନଷ୍ଟ କରୁଛି ମଣିଷର ପରିସ୍ରା! ଶୁଣିବାକୁ ଆଶ୍ଚର୍ଯ୍ୟ ଲାଗୁଥିଲେ ବି ଏହା ହିଁ ସବୁଠାରୁ ବଡ଼ ସତ… ଯେଉଁ ଏଭରେଷ୍ଟକୁ ଜିତିବା ପାଇଁ…

ପରିବର୍ତ୍ତନ ହେବ କି RCBର ନାମ? ମୁହଁ ଖୋଲିଲେ ଚେୟାରମ୍ୟାନ ଆର୍ଯ୍ୟମାନ ବିର୍ଲା

ନୂଆଦିଲ୍ଲୀ,୫।୯: ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ (RCB) IPL 2026 ଟାଇଟଲ ଜିତିଲା। ଏହା ଦଳର ଲଗାତାର ଦ୍ୱିତୀୟ ଟ୍ରଫି। ପୂର୍ବ ସିଜିନ ଆରମ୍ଭ ହେବା ପୂର୍ବରୁ ଫ୍ରାଞ୍ଚାଇଜର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri