ଜିଓର ୩ ନୂଆ ‘ଅଲ୍‌ ଇନ୍‌ ଓ୍ବାନ୍‌’ ପ୍ଲାନ୍‌: ମାଗଣା କଲ୍‌ ସହ ୩୩୬ ଦିନ ପର୍ଯ୍ୟନ୍ତ ମିଳିବ ଡାଟା, ଜାଣନ୍ତୁ..

ନୂଆଦିଲ୍ଲୀ,୬।୧୧: ଦେଶରେ ଗୋଟିଏ ପଟେ କରୋନା ମହାମାରୀ ସଂକ୍ରମଣ ବୃଦ୍ଧି ପାଉଥିବା ବେଳେ, ଅନ୍ୟପକ୍ଷେ ଗ୍ରାହକଙ୍କ ମଧ୍ୟରେ ଇଣ୍ଟରନେଟ ଡାଟାର ଚାହିଦା ବୃଦ୍ଧି ପାଇଛି। ଏହାକୁ ଦୃଷ୍ଟିରେ ରଖି ଟେଲିକମ କମ୍ପାନୀଗୁଡିକ ଗ୍ରାହକଙ୍କ ପାଇଁ ଏକାଧିକ ଯୋଜନା ଆରମ୍ଭ କରିଛନ୍ତି। ଏହି କ୍ରମରେ ଦେଶର ବୃହତ୍ତମ ଟେଲିକମ କମ୍ପାନୀ ରିଲାଏନ୍ସ ଜିଓ ମଧ୍ୟ ଗ୍ରାହକଙ୍କୁ ନୂତନ ପ୍ଲାନ(ଯୋଜନା) ଏବଂ ଅଫର ପ୍ରଦାନ କରୁଛି। ବର୍ତ୍ତମାନ କମ୍ପାନୀ ଜିଓଫୋନ ବ୍ୟବହାରକାରୀଙ୍କ ପାଇଁ ବାର୍ଷିକ ‘ଅଲ-ଇନ-ଓ୍ବାନ’ଯୋଜନା ଆରମ୍ଭ କରିଛି। ଏହା ଏକାସାଙ୍ଗରେ ତିନୋଟି ଯୋଜନାକୁ ନେଇ ଗଠିତ। ଏଥିରେ ବ୍ୟବହାରକାରୀଙ୍କୁ ଦୀର୍ଘ ୩୩୬ ଦିନର ବୈଧତା ସହ ୫୦୪ ଜିବି ଡାଟାର ସୁବିଧା ମିଳିବ।

ଜିଓଫୋନ୍‌ ପାଇଁ ୧୦୦୧ ଟଙ୍କାର ପ୍ଲାନ୍‌:
‘ଅଲ-ଇନ୍‌-ୱାନ’ର ପ୍ରଥମ ପ୍ଲାନ ହେଉଛି ୧୦୦୧ ଟଙ୍କାର। ଏହାର ବୈଧତା ୩୩୬ ଦିନ। ଏଥିରେ ୪୯ ଜିବି ଡାଟା, ପ୍ରତିଦିନ ୧୫୦ ଏମ୍‌ବି ଡାଟା ମିଳିବ। ଏହାଛଡ଼ା ଦୈନିକ ୧୦୦ ଟି ଏସ୍‌ଏମ୍‌ଏସ୍‌ର ସୁବିଧା, ଜିଓରୁ ଜିଓ ନମ୍ବରରେ ଅସୀମିତ କଲିଂର ସୁବିଧା, ଅନ୍ୟ ନେଟୱାର୍କରେ କଲ୍‌ କରିବା ପାଇଁ ୧୨୦୦୦ ମିନିଟ ଏବଂ ଜିଓ ଆପ୍‌ଗୁଡ଼ିକର ବିନାମୂଲ୍ୟରେ ସଦସ୍ୟତା ମଧ୍ୟ ମିଳିବ।

ଜିଓଫୋନ୍‌ ପାଇଁ ୧୩୦୧ ଟଙ୍କାର ପ୍ଲାନ
‘ଅଲ-ଇନ-ୱାନ’ର ଦ୍ୱିତୀୟ ପ୍ଲାନ୍‌ଟିର ମୂଲ୍ୟ ହେଉଛି ୩୦୧ ଟଙ୍କା। ଏହାର ବୈଧତା ୩୩୬ ଦିନ। ଏହି ସମୟ ମଧ୍ୟରେ, ଆପଣ ୧୬୪ ଜିବି ଡାଟା ପାଇପାରିବେ। ପ୍ରତିଦିନ ୫୦୦ ଏମ୍‌ବି ଡାଟା ଉପଲବ୍ଧ ହେବ। ଦୈନିକ ୧୦୦ ଏସ୍‌ଏମ୍‌ଏସ୍‌ କରିପାରିବେ। ଜିଓରୁ ଜିଓ ନମ୍ବରରେ ଅସୀମିତ କଲିଂ ସୁବିଧା ଏବଂ ଅନ୍ୟ ଏକ ନେଟୱାର୍କକୁ କଲ କରିବାକୁ ୧୨୦୦୦ ମିନିଟ ମିଳିବ। ଜିଓ ଆପ୍‌ଗୁଡ଼ିକରର ବିନାମୂଲ୍ୟ ସବ୍‌ସ୍କ୍ରିପ୍‌ସନ୍‌(ସଦସ୍ୟତା) ମଧ୍ୟ ଉପଲବ୍ଧ ହେବ ।

ଜିଓଫୋନ୍‌ ପାଇଁ ୧୫୦୧ ଟଙ୍କାର ପ୍ଲାନ
‘ଅଲ-ଇନ-ୱାନ୍‌’ର ତୃତୀୟ ଯୋଜନାର ମୂଲ୍ୟ ହେଉଛି ୩୦୧ ଟଙ୍କା। ଏହାର ବୈଧତା ୩୩୬ ଦିନ। ଏହି ସମୟ ମଧ୍ୟରେ ଆପଣ ୫୦୪ ଜିବି ଡାଟା ପାଇପାରିବେ। ଦୈନିକ ୧୦୦ ଏସ୍‌ଏମ୍‌ଏସ୍‌ କରିପାରିବେ। ଜଣେ ପ୍ରତିଦିନ ୧.୫ ଜିବି ଡାଟାର ଲାଭ ଉଠାଇପାରିବେ। ଏହାଛଡ଼ା ଅନ୍ୟ ଏକ ନେଟୱାର୍କକୁ କଲ କରିବାକୁ ୧୨୦୦୦ ମିନିଟ ସମୟଏବଂ ଜିଓ ଆପ୍‌ଗୁଡ଼ିକର ବିନାମୂଲ୍ୟ ସଦସ୍ୟତା ମଧ୍ୟ ଉପଲବ୍ଧ ହେବ।


Enter your email to get our daily news in your inbox.

All Right Reserved By Dharitri.Com

ଗୋଟିଏ ଦିନରେ ରେକର୍ଡ ଭାଙ୍ଗିଲା ସୁନା-ରୁପା ଦର! କିଣିବା ପୂର୍ବରୁ ମୁଣ୍ଡରେ ହାତ ଦେଲେଣି ଗ୍ରାହକ,ବିଶେଷଜ୍ଞ ଚକିତ… 

ନୂଆଦିଲ୍ଲୀ,୮।୪: ପୁଣି ବଢ଼ିଲା ସୁନା-ରୁପା ଦର। ବୁଧବାର ବଜାରରେ ଏକ ବଡ଼ ପରିବର୍ତ୍ତନ ଦେଖିବାକୁ ମିଳିଛି, ଯାହା ବିଶେଷଜ୍ଞଙ୍କୁ ମଧ୍ୟ ଆଶ୍ଚର୍ଯ୍ୟ କରିଦେଇଛି। ରୁପା ଦରରେ ଗୋଟିଏ…

ନାଗାବଳି ନଦୀରେ ବୁଡି ଯୁବକ ମୃତ, ସ୍ନାନ ପାଇଁ ଯାଇଥିଲେ…

କଲ୍ୟାଣସିଂହପୁର,୮।୪ ( ଦୀପକ କୁମାର ପରିଡା ): ରାୟଗଡା ଜିଲା କଲ୍ୟାଣସିଂହପୁର ଅଞ୍ଚଳରେ ଘଟିଛି ଏକ ଦୁଃଖଦ ଘଟଣା। ନାଗାବଳି ନଦୀରେ ବୁଡି ଜଣେ ୩୬ ବର୍ଷୀୟ…

ଯୁଦ୍ଧ ଅଟକାଇ ବାଃ ବାଃ ସାଉଣ୍ଟିଲା ପାକିସ୍ତାନ, ମଧ୍ୟପ୍ରାଚ୍ୟରେ ବଢ଼ିବ ଦବ୍‌ଦବା ? ରହିଛି ଅନେକ ସ୍ବାର୍ଥ

ଇସଲାମାବାଦ,୮।୪: ଆମେରିକା ଏବଂ ଇରାନ ମଧ୍ୟରେ ଚାଲିଥିବା ଉତ୍ତେଜନା ମଧ୍ୟରେ ଏକ ବଡ଼ ଧରଣର ଯୁଦ୍ଧବିରତି (ସିଜ୍‌ଫାୟାର୍‌) ହୋଇଛି। ଏହି ପ୍ରକ୍ରିୟାରେ ପାକିସ୍ତାନ ଏକ ମୁଖ୍ୟ ‘ଦୂତ’…

ଜଙ୍ଗଲରେ ଚାଲିଥିଲା ଜୁଆ ଖେଳ, ମାଡ଼ି ବସିଲା ବରପାଲି ପୋଲିସ: ୧୬ ଗିରଫ ସହ ଲକ୍ଷାଧିକ …

ବରପାଲି, ୮ ।୪(ଚିତ୍ତରଞ୍ଜନ ସାହୁ): ବରଗଡ଼ ଜିଲା ବରପାଲି ଥାନା ଅନ୍ତର୍ଗତ ବରମକେଲା ଗ୍ରୀଣ୍ଡୋଲା ଜଙ୍ଗଲରେ ଚାଲିଥିବା ଏକ ବଡ଼ ଧରଣର ଜୁଆ ଆଡ୍ଡା ଉପରେ ପୋଲିସ…

ହର୍ମୁଜ୍ ପ୍ରଣାଳୀରେ ତେଲ ଚ୍ୟାଙ୍କରକୁ ଅଟକାଇଲା ଇରାନ, ଯୁଦ୍ଧବିରତି ଭଙ୍ଗ କରିବାକୁ ଧମକ ଦେଲା…

ତେହେରାନ,୮।୪: ଆମେରିକା ଏବଂ ଇରାନ ମଧ୍ୟରେ ଯୁଦ୍ଧବିରତି ସତ୍ତ୍ବେ ଉତ୍ତେଜନା ଜାରି ରହିଛି । ବୁଧବାର ସକାଳେ ଯୁଦ୍ଧବିରତି ଘୋଷଣା ହେବା ପରେ ମଧ୍ୟ ଆକ୍ରମଣର ରିପୋର୍ଟ…

ଦିଗପହଣ୍ଡିରେ ଆଇନ ମନ୍ତ୍ରୀଙ୍କୁ ସମ୍ବର୍ଦ୍ଧନା, ଉନ୍ନତିକରଣ କାର୍ଯ୍ୟ…

ଦିଗପହଣ୍ଡି,୮।୪(ଅଶେଷ ନାଥ ମିଶ୍ର): ଦିଗପହଣ୍ଡି ଗସ୍ତରେ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ । ଗଞ୍ଜାମ ଜିଲା ଦିଗପହଣ୍ଡି ଠାରେ ବୁଧବାର ରାଜ୍ୟ ଆଇନ, ପୂର୍ତ୍ତ ଓ ଅବକାରୀ ମନ୍ତ୍ରୀ…

ବଚସା ହେଲା କାଳ….ଏୟାର ଗନ୍ ବ୍ୟବହାର କରି ବ୍ୟକ୍ତିଙ୍କ ଗୁପ୍ତାଙ୍ଗରେ ଭରିଦେଲେ ପବନ, ତାପରେ….

ଚଣ୍ଡିଗଡ଼,୮ା୪: ହରିୟାଣାର ଗୁରୁଗ୍ରାମରେ ଏକ ଆଶ୍ଚର୍ଯ୍ୟଜନକ ଘଟଣା ସାମ୍ନାକୁ ଆସିଛି । ଏୟାର ଗନ୍ ବ୍ୟବହାର କରି ଜଣେ ବ୍ୟକ୍ତିଙ୍କ ଗୁପ୍ତାଙ୍ଗରେ ବାୟୁ ପ୍ରବେଶ କରିବାରୁ ତାଙ୍କର…

ଗ୍ୟାସ କଳାବଜାର ନେଇ ଅସୁରାଳିରେ ଚଢ଼ାଉ, ୧୭ ସିଲିଣ୍ଡର ଜବତ

ଧାମନଗର,୮।୪( ସନ୍ତୋଷ କୁମାର ମହାପାତ୍ର): ବେଆଇନ ଗ୍ୟାସ ସିଲିଣ୍ଡର କଳାବଜାରୀ ବିରୋଧରେ ବ୍ଲକ ପ୍ରଶାସନ ପକ୍ଷରୁ ଚଡାଉ କରି ୧୭ ଟି ଗ୍ୟାସ ସିଲିଣ୍ଡର ଜବତ କରାଯାଇଛି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri