ଜିଓର ୩ ନୂଆ ‘ଅଲ୍‌ ଇନ୍‌ ଓ୍ବାନ୍‌’ ପ୍ଲାନ୍‌: ମାଗଣା କଲ୍‌ ସହ ୩୩୬ ଦିନ ପର୍ଯ୍ୟନ୍ତ ମିଳିବ ଡାଟା, ଜାଣନ୍ତୁ..

ନୂଆଦିଲ୍ଲୀ,୬।୧୧: ଦେଶରେ ଗୋଟିଏ ପଟେ କରୋନା ମହାମାରୀ ସଂକ୍ରମଣ ବୃଦ୍ଧି ପାଉଥିବା ବେଳେ, ଅନ୍ୟପକ୍ଷେ ଗ୍ରାହକଙ୍କ ମଧ୍ୟରେ ଇଣ୍ଟରନେଟ ଡାଟାର ଚାହିଦା ବୃଦ୍ଧି ପାଇଛି। ଏହାକୁ ଦୃଷ୍ଟିରେ ରଖି ଟେଲିକମ କମ୍ପାନୀଗୁଡିକ ଗ୍ରାହକଙ୍କ ପାଇଁ ଏକାଧିକ ଯୋଜନା ଆରମ୍ଭ କରିଛନ୍ତି। ଏହି କ୍ରମରେ ଦେଶର ବୃହତ୍ତମ ଟେଲିକମ କମ୍ପାନୀ ରିଲାଏନ୍ସ ଜିଓ ମଧ୍ୟ ଗ୍ରାହକଙ୍କୁ ନୂତନ ପ୍ଲାନ(ଯୋଜନା) ଏବଂ ଅଫର ପ୍ରଦାନ କରୁଛି। ବର୍ତ୍ତମାନ କମ୍ପାନୀ ଜିଓଫୋନ ବ୍ୟବହାରକାରୀଙ୍କ ପାଇଁ ବାର୍ଷିକ ‘ଅଲ-ଇନ-ଓ୍ବାନ’ଯୋଜନା ଆରମ୍ଭ କରିଛି। ଏହା ଏକାସାଙ୍ଗରେ ତିନୋଟି ଯୋଜନାକୁ ନେଇ ଗଠିତ। ଏଥିରେ ବ୍ୟବହାରକାରୀଙ୍କୁ ଦୀର୍ଘ ୩୩୬ ଦିନର ବୈଧତା ସହ ୫୦୪ ଜିବି ଡାଟାର ସୁବିଧା ମିଳିବ।

ଜିଓଫୋନ୍‌ ପାଇଁ ୧୦୦୧ ଟଙ୍କାର ପ୍ଲାନ୍‌:
‘ଅଲ-ଇନ୍‌-ୱାନ’ର ପ୍ରଥମ ପ୍ଲାନ ହେଉଛି ୧୦୦୧ ଟଙ୍କାର। ଏହାର ବୈଧତା ୩୩୬ ଦିନ। ଏଥିରେ ୪୯ ଜିବି ଡାଟା, ପ୍ରତିଦିନ ୧୫୦ ଏମ୍‌ବି ଡାଟା ମିଳିବ। ଏହାଛଡ଼ା ଦୈନିକ ୧୦୦ ଟି ଏସ୍‌ଏମ୍‌ଏସ୍‌ର ସୁବିଧା, ଜିଓରୁ ଜିଓ ନମ୍ବରରେ ଅସୀମିତ କଲିଂର ସୁବିଧା, ଅନ୍ୟ ନେଟୱାର୍କରେ କଲ୍‌ କରିବା ପାଇଁ ୧୨୦୦୦ ମିନିଟ ଏବଂ ଜିଓ ଆପ୍‌ଗୁଡ଼ିକର ବିନାମୂଲ୍ୟରେ ସଦସ୍ୟତା ମଧ୍ୟ ମିଳିବ।

ଜିଓଫୋନ୍‌ ପାଇଁ ୧୩୦୧ ଟଙ୍କାର ପ୍ଲାନ
‘ଅଲ-ଇନ-ୱାନ’ର ଦ୍ୱିତୀୟ ପ୍ଲାନ୍‌ଟିର ମୂଲ୍ୟ ହେଉଛି ୩୦୧ ଟଙ୍କା। ଏହାର ବୈଧତା ୩୩୬ ଦିନ। ଏହି ସମୟ ମଧ୍ୟରେ, ଆପଣ ୧୬୪ ଜିବି ଡାଟା ପାଇପାରିବେ। ପ୍ରତିଦିନ ୫୦୦ ଏମ୍‌ବି ଡାଟା ଉପଲବ୍ଧ ହେବ। ଦୈନିକ ୧୦୦ ଏସ୍‌ଏମ୍‌ଏସ୍‌ କରିପାରିବେ। ଜିଓରୁ ଜିଓ ନମ୍ବରରେ ଅସୀମିତ କଲିଂ ସୁବିଧା ଏବଂ ଅନ୍ୟ ଏକ ନେଟୱାର୍କକୁ କଲ କରିବାକୁ ୧୨୦୦୦ ମିନିଟ ମିଳିବ। ଜିଓ ଆପ୍‌ଗୁଡ଼ିକରର ବିନାମୂଲ୍ୟ ସବ୍‌ସ୍କ୍ରିପ୍‌ସନ୍‌(ସଦସ୍ୟତା) ମଧ୍ୟ ଉପଲବ୍ଧ ହେବ ।

ଜିଓଫୋନ୍‌ ପାଇଁ ୧୫୦୧ ଟଙ୍କାର ପ୍ଲାନ
‘ଅଲ-ଇନ-ୱାନ୍‌’ର ତୃତୀୟ ଯୋଜନାର ମୂଲ୍ୟ ହେଉଛି ୩୦୧ ଟଙ୍କା। ଏହାର ବୈଧତା ୩୩୬ ଦିନ। ଏହି ସମୟ ମଧ୍ୟରେ ଆପଣ ୫୦୪ ଜିବି ଡାଟା ପାଇପାରିବେ। ଦୈନିକ ୧୦୦ ଏସ୍‌ଏମ୍‌ଏସ୍‌ କରିପାରିବେ। ଜଣେ ପ୍ରତିଦିନ ୧.୫ ଜିବି ଡାଟାର ଲାଭ ଉଠାଇପାରିବେ। ଏହାଛଡ଼ା ଅନ୍ୟ ଏକ ନେଟୱାର୍କକୁ କଲ କରିବାକୁ ୧୨୦୦୦ ମିନିଟ ସମୟଏବଂ ଜିଓ ଆପ୍‌ଗୁଡ଼ିକର ବିନାମୂଲ୍ୟ ସଦସ୍ୟତା ମଧ୍ୟ ଉପଲବ୍ଧ ହେବ।


Enter your email to get our daily news in your inbox.

All Right Reserved By Dharitri.Com

ଏଭରେଷ୍ଟ ମସଲାରେ ‘ଅତ୍ୟଧିକ କୀଟନାଶକ ଉପାଦାନ’, ଫେରାଇଦେଲା ସିଙ୍ଗାପୁର

ଭୁବନେଶ୍ୱର,୧୯।୪: ଏଭରେଷ୍ଟ ଫିସ୍ ମସଲାରେ ‘ଅତ୍ୟଧିକ କୀଟନାଶକ ଉପାଦାନ’ ମିଳିବା ପରେ ଭାରତରୁ ଆମଦାନୀ କରାଯାଉଥିବା ଏହି ମସାଲାକୁ ଫେରାଇ ଦେଇଛି ସିଙ୍ଗାପୁର। ସିଙ୍ଗାପୁର ଫୁଡ୍...

ଆଜିଠାରୁ ଭିଆଇଟି ଇଞ୍ଜିନିୟରିଂ ପ୍ରବେଶିକା ପରୀକ୍ଷା

ଭୁବନେଶ୍ୱର,୧୯।୪ (ଅଭୟ ଦାଶ): ଦେଶର ପ୍ରମୁଖ ଘରୋଇ ଶିକ୍ଷାନୁଷ୍ଠାନ ତଥା ଭେଲୋର ଇନ୍‌ଷ୍ଟିଚ୍ୟୁଟ୍‌ ଅଫ୍‌ ଟେକ୍ନୋଲୋଜି(ଭିଆଇଟି)ର ବହୁ ପ୍ରତୀକ୍ଷିତ ‘ଦି ଭିଆଇଟି ଇଞ୍ଜିନିୟରିଂ ପ୍ରବେଶିକା ପରୀକ୍ଷା...

ଗୁଣାତ୍ମକ ଉତ୍ପାଦର ସର୍ବୋତ୍ତମ ବିକ୍ରୟ ସୁଯୋଗ

ଭୁବନେଶ୍ୱର,୧୯।୪: ଦେଶର ପ୍ରମୁଖ ଘରୋଇ ସଂସ୍ଥା ଆର୍‌ୟା ଓମ୍‌ନିଟକ୍‌ ଏବଂ ମୋଟୋରୋଲା ସଲ୍ୟୁଶନ ମଧ୍ୟରେ ଏକ ଦ୍ୱିପାକ୍ଷିକ ସହଭାଗିତା (ପାର୍ଟନରଶିପ) ନିକଟରେ ହୋଇଯାଇଛି। ବିଶେଷକରି ଘରୋଇ...

ହୋଣ୍ଡାର ନୂତନ ସିକେଡି ଇଞ୍ଜିନ ଆସେମ୍ବ୍ଲି ଲାଇନ

ଭୁବନେଶ୍ୱର,୧୯।୪: ହୋଣ୍ଡା ମୋଟରସାଇକେଲ ଆଣ୍ଡ ସ୍କୁଟର ଇଣ୍ଡିଆ (ଏଚ୍‌ଏମ୍‌ଏସ୍‌ଆଇ) ଲିମିଟେଡ୍‌ର ନୂତନ କମ୍ପ୍ଲିଟଲି ନକ୍‌ ଡାଉନ୍‌ ବା ସିକେଡି ଇଞ୍ଜିନ୍‌ ଆସେମ୍ବ୍ଲି ଲାଇନ ନିକଟରେ ଉଦ୍‌ଘାଟିତ...

କଗ୍ନିଜାଣ୍ଟକୁ ଶ୍ରେଷ୍ଠ ନିଯୁକ୍ତିଦାତା ମାନ୍ୟତା

ଭୁବନେଶ୍ୱର,୧୯।୪: ଦେଶର ପ୍ରମୁଖ ତଥା ବହୁରାଷ୍ଟ୍ରୀୟ ଆଇଟି କମ୍ପାନୀ ‘କଗ୍ନିଜାଣ୍ଟ’କୁ ନିକଟରେ ଶ୍ରେଷ୍ଠ ନିଯୁକ୍ତିଦାତାର ମାନ୍ୟତା ଓ ସମ୍ମାନ ପ୍ରଦାନ କରାଯାଇଛି। ଲିଙ୍କ୍‌ଡିନ ପକ୍ଷରୁ ଘରୋଇ...

ବଦଳିଲା ଇପିଏଫ୍‌ଓ ନିୟମ: ସହଜରେ ଅଧିକ ଟଙ୍କା ଉଠାଇପାରିବେ ହିତାଧିକାରୀ

ଭୁବନେଶ୍ୱର,୧୯।୪(ଅନୁରାଧା ମହାରଣା): କର୍ମଚାରୀ ଭବିଷ୍ୟ ନିଧି ସଙ୍ଗଠନ (ଇପିଏଫ୍‌ଓ) କୋଟି କୋଟି ଗ୍ରାହକଙ୍କୁ ଆଶ୍ୱସ୍ତିକର ଖବର ଦେଇଛି। ଇପିଏଫ୍‌ଓରୁ ଟଙ୍କା ଉଠାଣ ନିୟମରେ କିଛି ନୂତନ...

୫ ହଜାର କର୍ମଚାରୀଙ୍କୁ ଛଟେଇ କଲା ଟୋଷିବା, ଜାଣନ୍ତୁ କାହିଁକି

ନୂଆଦିଲ୍ଲୀ,୧୮।୪: ଜାପାନର ପ୍ରମୁଖ ଇଲେକ୍ଟ୍ରୋନିକ୍ସ କମ୍ପାନୀ ଟୋଷିବା ୫୦୦୦ କର୍ମଚାରୀଙ୍କୁ ଛଟେଇ କରିଛି। କମ୍ପାନୀର ପୁନଃବ୍ୟବସ୍ଥିତ କରିବା ପାଇଁ ଏହି ନିଷ୍ପତି ନିଆଯାଇଛି। ଏହି ସଂଖ୍ୟା...

ସ୍ମାଇଲ ଗୋଲ୍ଡ ଜୁଏଲର୍ସର ୩ୟ ବାର୍ଷିକ ଉତ୍ସବ

ଭୁବନେଶ୍ୱର,୧୮।୪ (ଅଭୟ ଦାଶ): ରାଜ୍ୟର ଅଗ୍ରଣୀ ଅଳଙ୍କାର ପ୍ରତିଷ୍ଠାନ ସ୍ମାଇଲ ଗୋଲ୍ଡ ଜୁଏଲର୍ସର ୩ୟ ବାର୍ଷିକ ଉତ୍ସବ ବୁଧବାର ଅନୁଷ୍ଠିତ ହୋଇଯାଇଛି। ଏପରିକି ରାମନବମୀ ଅବସରରେ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri