Posted inଖେଳ

ଜିମ୍ମି ନିଶାମଙ୍କ ଆଙ୍ଗୁଠିରେ ଅସ୍ତ୍ରୋପଚାର

ଓ୍ବେଲିଂଟନ୍‌, ୧୮ା୧ (ପି.ଟି.)-ନ୍ୟୁଜିଲାଣ୍ଡ ଅଲରାଉଣ୍ଡର ଜିମ୍ମି ନିଶାମଙ୍କ ମଧ୍ୟମା ଆଙ୍ଗୁଠିରେ ଶନିବାର ଅସ୍ତ୍ରୋପଚାର ହୋଇଛି। କ୍ରିକେଟ ଓ୍ବେଲିଂଟନ ତରଫରୁ ଏହା ଘୋଷଣା କରାଯାଇଛି। ସପ୍ତାହକ ମଧ୍ୟରେ ଜଣେ ହ୍ୟାଣ୍ଡ୍‌ ସ୍ପେଶାଲିଷ୍ଟଙ୍କ ଦ୍ୱାରା ତାହାର ସମୀକ୍ଷା କରାଯିବ। ନିଶାମ ଗତବର୍ଷ ଇଣ୍ଡିଆନ ପ୍ରିମିୟର ଲିଗ୍‌ (ଆଇପିଏଲ୍‌)ରେ ଫର୍ମ ଫେରି ପାଇବା ଲାଗି ସଂଘର୍ଷ ଚଳାଇଥିଲେ। ଚଳିତ ସୁପର ସ୍ମାଶ ଟୁର୍ନାମେଣ୍ଟ ଶେଷ ଭାଗରେ ସେ ଆକ୍ସନକୁ ଫେରିବେ ବୋଲି ଆଶା କରାଯାଉଛି। ଟୁର୍ନାମେଣ୍ଟରେ ତାଙ୍କ ଦଳ ଓ୍ବେଲିଂଟନ ବର୍ତ୍ତମାନ ପଏଣ୍ଟ ଟେବୁଲ ଶୀର୍ଷରେ ରହିଛି। ଏହି ୩୦ ବଷର୍ର୍ୀୟ ଅଲରାଉଣ୍ଡର ତାଙ୍କ ଦଳ ଏପର୍ଯ୍ୟନ୍ତ ଖେଳି ସାରିଥିବା ୬ଟି ମ୍ୟାଚ ମଧ୍ୟରୁ ୫ଟିରେ ଖେଳିସାରିଛନ୍ତି। ସେ ୬୫ରନ ସ୍କୋର କରିଥିବାବେଳେ ୧୬.୨୫ ଆଭରେଜରେ ୮ ଉଇକେଟ ଅକ୍ତିଆର କରିଛନ୍ତି। ସେ ଶନିବାର କ୍ୟାଣ୍ଟରବରି ବିପକ୍ଷ ସୁପର ସ୍ମାଶ ମ୍ୟାଚ ଖେଳିଥିଲେ। ଦଳର ସେ ଟପ୍‌ ସ୍କୋରର ଭାବେ ୪୯ରନ ସଂଗ୍ରହ କରିଥିଲେ। ଓ୍ବେଲିଂଟନ ନିର୍ଦ୍ଧାରିତ ଓଭରରେ ୭ ଉଇକେଟ ବିନିମୟରେ ୧୫୪ ରନ କରିଥିଲା। ବୋଲିଂରେ ସେ ମହଙ୍ଗା ସାବ୍ୟସ୍ତ ହୋଇଥିଲେ। ସେ ୩.୪ ଓଭରରେ ୩୦ ରନ ଦେଇଥିଲେ। ଗତ କିଛି ମାସ ହେଲା ନିଶାମ ନିଜକୁ ଟି୨୦ କ୍ରିକେଟରେ ସୀମିତ ରଖିଥିଲେ। ସେ ଏପର୍ଯ୍ୟନ୍ତ ନ୍ୟୁଜିଲାଣ୍ଡ ତରଫରୁ ୧୨ ଟେଷ୍ଟ, ୬୩ ଅନ୍ତର୍ଜାତୀୟ ଦିନିକିଆ ଓ ୨୪ ଅନ୍ତର୍ଜାତୀୟ ଟି୨୦ ଖେଳି ଯଥାକ୍ରମେ ୭୦୯, ୧୨୬୮ ଓ ୨୫୦ ରନ ସଂଗ୍ରହ କରିଛନ୍ତି। ସେ ମୋଟ ୯୦ ଅନ୍ତର୍ଜାତୀୟ ଉଇକେଟ ହାସଲ କରିସାରିଛନ୍ତି। ସଂଯୁକ୍ତ ଆରବ ଏମିରେଟ୍ସ (ୟୁଏଇ)ରେ ଅନୁଷ୍ଠିତ ଗତ ଆଇପିଏଲ୍‌ରେ ସେ କିଙ୍ଗ୍ସ ଇଲେଭେନ ପଞ୍ଜାବ ପକ୍ଷରୁ ଖେଳି ମାତ୍ର ୧୯ ରନ କରିଥିବାବେଳେ ୨ଟି ଉଇକେଟ ନେଇଥିଲେ। କିଙ୍ଗ୍ସ ଇଲେଭେନ ପ୍ଲେ-ଅଫ୍‌କୁ ଯୋଗ୍ୟତା ଅର୍ଜନ କରି ନ ପାରି ପଏଣ୍ଟ ଟେବୁଲର ୬ଷ୍ଠ ସ୍ଥାନରେ ରହିଥିଲା।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

ଭାରତୀୟ ଦଳରେ ୫ ଓଡ଼ିଆ

ଭୁବନେଶ୍ୱର, ୨୪ା୪ (ବିଜୟ ରଣା): ବୁଧବାରଠାରୁ ଏପ୍ରିଲ ୨୮ ପର୍ଯ୍ୟନ୍ତ ଥାଇଲାଣ୍ଡ ରେ ହେବାକୁ ଥିବା ଏସିଆନ୍‌ ହୁଇଲ ଚେୟାର ଫେନ୍‌ସିଂ ଚାମ୍ପିୟନଶିପ୍‌ ଲାଗି ମନୋନୀତ...

ଇଣ୍ଡିଆନ ୟୁନିଭର୍ସିଟିଜ୍‌ ରଗ୍‌ବୀ, ଚେସ୍‌ ଦଳ ଘୋଷିତ

ଭୁବନେଶ୍ୱର, ୨୪।୪(ତପନ ସ୍ବାଇଁ): ଫ୍ରାନ୍ସର ଏକ୍ସେନ-ପ୍ରୋଭିନ୍ସରେ ୨୦୨୪ ଓ୍ବାଲର୍‌ଡ ୟୁନିସର୍ଭିଟି ରଗ୍‌ବୀ ସେଭେନ୍ସ ଚାମ୍ପିୟନଶିପ୍‌ ଜୁନ୍‌ ୧୦ରୁ ୧୨ ପର୍ଯ୍ୟନ୍ତ ଅନୁଷ୍ଠିତ ହେବ। ସେହିପରି ଉଗାଣ୍ଡାର...

Video: ଆଉଟ୍‌ ଦେଇଥିବା ଅମ୍ପାୟାରଙ୍କଠାରୁ ‘ପ୍ରତିଶୋଧ’ ନେଲେ ବିରାଟ, ସର୍ବସମ୍ମୁଖରେ କଲେ ଏଭଳି…

ନୂଆଦିଲ୍ଲୀ,୨୩।୪: ବିରାଟ କୋହଲି କ୍ରିକେଟ ମଇଦାନରେ ନିଜର କ୍ରୋଧକୁ ନେଇ ପରିଚିତ। ଖେଳ ସମୟରେ ନିଜ ବିରୋଧୀ ଟିମ୍‌ର ମୁହଁ ଏବଂ ବ୍ୟାଟ୍‌ ଉଭୟର ଉଚିତ...

‘ପନ୍ତଙ୍କୁ ଚୟନ କରା ନ ଗଲେ ଭାରତ ମ୍ୟାଚ୍‌ରେ ପ୍ରଭାବ ପଡ଼ିବ’ 

ନୂଆଦିଲ୍ଲୀ,୨୩।୪: ଟି୨୦ ବିଶ୍ୱକପ୍‌ ପାଇଁ ଟିମ୍‌ ଇଣ୍ଡିଆର ଚୟନ ଚଳିତ ମାସ ଶେଷ ଆଡ଼କୁ ହୋଇପାରେ। ଦଳରେ ଅନେକ ଖେଳାଳିଙ୍କୁ ଚୟନ କରିବାକୁ ନେଇ ଏଯାଏ...

ହେଲା ବଡ଼ ଖୁଲାସା, ଏହି ଗୋଟିଏ ଭୁଲ୍‌ ପାଇଁ ଆର୍‌ସିବିରେ ନାହାନ୍ତି ଚହଲ…

ନୂଆଦିଲ୍ଲୀ,୨୩।୪: ଯୁଜବେନ୍ଦ୍ର ଚହଲଙ୍କୁ ଦଳରେ ନ ରଖିବାର ନିଷ୍ପତ୍ତି ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର(ଆର୍‌ସିବି)କୁ ଅବଶୋଷ ରହିବ। କିଛି ଏଭଳି ପ୍ରତିକ୍ରିୟା ରଖିଛନ୍ତି ଫ୍ରାଞ୍ଚାଇଜ୍‌ର ପୂର୍ବ କ୍ରିକେଟ...

ଇତିହାସ ରଚିଲେ ଚହଲ: ଆଇପିଏଲ୍‌ରେ ଏମିତି କାରନାମା କରିବାରେ ପ୍ରଥମ ବୋଲର

ନୂଆଦିଲ୍ଲୀ,୨୩।୪: ମୁମ୍ବାଇ ଇଣ୍ଡିଆନ୍ସ ଏବଂ ରାଜସ୍ଥାନ ରୟାଲ୍ସ ମଧ୍ୟରେ ଖେଳାଯାଇଥିବା ମ୍ୟାଚରେ ୟୁଜବେନ୍ଦ୍ର ଚହଲ ତାଙ୍କ ଆଇପିଏଲ କ୍ୟାରିୟରରେ ୨୦୦ ଉଇକେଟ ପୂରଣ କରିଛନ୍ତି। ମୁମ୍ବାଇ...

ଅରେଞ୍ଜ କ୍ୟାପ୍‌ ଉପରେ କୋହଲଙ୍କ କବ୍‌ଜା: ପର୍ପଲ କ୍ୟାପ୍‌ ରେସ୍‌ ହେଉଛି ରୋଚକ

ନୂଆଦିଲ୍ଲୀ,୨୩।୪: ବ୍ୟାଟ୍ସମ୍ୟାନ ଭାବରେ ବିରାଟ କୋହଲିଙ୍କ ଆଭିମୁଖ୍ୟ ଆଇପିଏଲ ୨୦୨୪ ରେ ଜାରି ରହିଛି। ବିରାଟ କୋହଲି ୮ଟି ମ୍ୟାଚରେ ହାରାହାରି ୬୩.୧୭ରେ ୩୭୯ ରନ...

ହଠାତ୍‌ ପଡ଼ିଆ ମଝିରେ ବିପକ୍ଷ ବ୍ୟାଟ୍ସମ୍ୟାନଙ୍କୁ ଆଲିଙ୍ଗନ କଲେ ରୋହିତ ଶର୍ମା: ଜାଣନ୍ତୁ କାହିଁକି

ମୁମ୍ବାଇ,୨୩।୪: ରାଜସ୍ଥାନ ରୟାଲ୍ସର ଓପନର୍‌ ଯଶସ୍ବୀ ଜୟସ୍ବାଲ ମୁମ୍ବାଇ ଇଣ୍ଡିଆନ୍ସ ବିପକ୍ଷରେ ୬୦ ବଲରେ ୧୦୪ ରନର ଅପରାଜିତ ଇନିଂସ ଖେଳିଥିଲେ। ସେ ତାଙ୍କ ଇନିଂସରେ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri