Posted inଖେଳ

ଜିମ୍ମି ନିଶାମଙ୍କ ଆଙ୍ଗୁଠିରେ ଅସ୍ତ୍ରୋପଚାର

ଓ୍ବେଲିଂଟନ୍‌, ୧୮ା୧ (ପି.ଟି.)-ନ୍ୟୁଜିଲାଣ୍ଡ ଅଲରାଉଣ୍ଡର ଜିମ୍ମି ନିଶାମଙ୍କ ମଧ୍ୟମା ଆଙ୍ଗୁଠିରେ ଶନିବାର ଅସ୍ତ୍ରୋପଚାର ହୋଇଛି। କ୍ରିକେଟ ଓ୍ବେଲିଂଟନ ତରଫରୁ ଏହା ଘୋଷଣା କରାଯାଇଛି। ସପ୍ତାହକ ମଧ୍ୟରେ ଜଣେ ହ୍ୟାଣ୍ଡ୍‌ ସ୍ପେଶାଲିଷ୍ଟଙ୍କ ଦ୍ୱାରା ତାହାର ସମୀକ୍ଷା କରାଯିବ। ନିଶାମ ଗତବର୍ଷ ଇଣ୍ଡିଆନ ପ୍ରିମିୟର ଲିଗ୍‌ (ଆଇପିଏଲ୍‌)ରେ ଫର୍ମ ଫେରି ପାଇବା ଲାଗି ସଂଘର୍ଷ ଚଳାଇଥିଲେ। ଚଳିତ ସୁପର ସ୍ମାଶ ଟୁର୍ନାମେଣ୍ଟ ଶେଷ ଭାଗରେ ସେ ଆକ୍ସନକୁ ଫେରିବେ ବୋଲି ଆଶା କରାଯାଉଛି। ଟୁର୍ନାମେଣ୍ଟରେ ତାଙ୍କ ଦଳ ଓ୍ବେଲିଂଟନ ବର୍ତ୍ତମାନ ପଏଣ୍ଟ ଟେବୁଲ ଶୀର୍ଷରେ ରହିଛି। ଏହି ୩୦ ବଷର୍ର୍ୀୟ ଅଲରାଉଣ୍ଡର ତାଙ୍କ ଦଳ ଏପର୍ଯ୍ୟନ୍ତ ଖେଳି ସାରିଥିବା ୬ଟି ମ୍ୟାଚ ମଧ୍ୟରୁ ୫ଟିରେ ଖେଳିସାରିଛନ୍ତି। ସେ ୬୫ରନ ସ୍କୋର କରିଥିବାବେଳେ ୧୬.୨୫ ଆଭରେଜରେ ୮ ଉଇକେଟ ଅକ୍ତିଆର କରିଛନ୍ତି। ସେ ଶନିବାର କ୍ୟାଣ୍ଟରବରି ବିପକ୍ଷ ସୁପର ସ୍ମାଶ ମ୍ୟାଚ ଖେଳିଥିଲେ। ଦଳର ସେ ଟପ୍‌ ସ୍କୋରର ଭାବେ ୪୯ରନ ସଂଗ୍ରହ କରିଥିଲେ। ଓ୍ବେଲିଂଟନ ନିର୍ଦ୍ଧାରିତ ଓଭରରେ ୭ ଉଇକେଟ ବିନିମୟରେ ୧୫୪ ରନ କରିଥିଲା। ବୋଲିଂରେ ସେ ମହଙ୍ଗା ସାବ୍ୟସ୍ତ ହୋଇଥିଲେ। ସେ ୩.୪ ଓଭରରେ ୩୦ ରନ ଦେଇଥିଲେ। ଗତ କିଛି ମାସ ହେଲା ନିଶାମ ନିଜକୁ ଟି୨୦ କ୍ରିକେଟରେ ସୀମିତ ରଖିଥିଲେ। ସେ ଏପର୍ଯ୍ୟନ୍ତ ନ୍ୟୁଜିଲାଣ୍ଡ ତରଫରୁ ୧୨ ଟେଷ୍ଟ, ୬୩ ଅନ୍ତର୍ଜାତୀୟ ଦିନିକିଆ ଓ ୨୪ ଅନ୍ତର୍ଜାତୀୟ ଟି୨୦ ଖେଳି ଯଥାକ୍ରମେ ୭୦୯, ୧୨୬୮ ଓ ୨୫୦ ରନ ସଂଗ୍ରହ କରିଛନ୍ତି। ସେ ମୋଟ ୯୦ ଅନ୍ତର୍ଜାତୀୟ ଉଇକେଟ ହାସଲ କରିସାରିଛନ୍ତି। ସଂଯୁକ୍ତ ଆରବ ଏମିରେଟ୍ସ (ୟୁଏଇ)ରେ ଅନୁଷ୍ଠିତ ଗତ ଆଇପିଏଲ୍‌ରେ ସେ କିଙ୍ଗ୍ସ ଇଲେଭେନ ପଞ୍ଜାବ ପକ୍ଷରୁ ଖେଳି ମାତ୍ର ୧୯ ରନ କରିଥିବାବେଳେ ୨ଟି ଉଇକେଟ ନେଇଥିଲେ। କିଙ୍ଗ୍ସ ଇଲେଭେନ ପ୍ଲେ-ଅଫ୍‌କୁ ଯୋଗ୍ୟତା ଅର୍ଜନ କରି ନ ପାରି ପଏଣ୍ଟ ଟେବୁଲର ୬ଷ୍ଠ ସ୍ଥାନରେ ରହିଥିଲା।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

କେବେ ଆରମ୍ଭ ହେବ ୨୦୨୭ ବିଶ୍ୱକପ୍‌? ସାମ୍ନାକୁ ଆସିଲା ବଡ଼ ଅପଡେଟ୍‌,

ନୂଆଦିଲ୍ଲୀ,୨୯।୯: ୨୦୨୭ରେ ଖେଳାଯିବାକୁ ଥିବା ODI ବିଶ୍ୱକପ୍‌କୁ ନେଇ ବଡ଼ ଅପଡେଟ୍‌ ସାମ୍ନାକୁ ଆସିଛି । ଆନ୍ତର୍ଜାତୀୟ କ୍ରିକେଟ୍‌ ପରିଷଦ (ICC) ଆସନ୍ତା ଅକ୍ଟୋବର ୧ ତାରିଖରେ…

ରୋହିତ,ସେହ୍ବାଗ, ଇଶାନଙ୍କୁ ପଛରେ ପକାଇଲେ କୋହଲି, ନିଜ ନାଁରେ କଲେ ଅନନ୍ୟ ରେକର୍ଡ, ଚାରିଆଡେ ଚର୍ଚ୍ଚା

ନୂଆଦିଲ୍ଲୀ,୨୯।୯: ଦିନିକିଆ କ୍ରିକେଟରେ ବିରାଟ କୋହଲିଙ୍କ ନାମ ପୁଣିଥରେ ଏକ ବିଶେଷ ରେକର୍ଡ ସହ ଚର୍ଚ୍ଚାରେ ରହିଛି। ନିଜ ବ୍ୟାଟିଂ ଦ୍ୱାରା ଦୀର୍ଘଦିନ ଧରି ରେକର୍ଡ ପରେ…

୨୭ ସେପ୍ଟେମ୍ବର କ୍ରିକେଟର ଐତିହାସିକ ଦିନ: ଗୋଟିଏ ଦିନରେ ଦେଖିବାକୁ ମିଳିଲା ୬ ଶତକ, ତାଲିକାରେ ଦେଖନ୍ତୁ ଅଛନ୍ତି କିଏ…

ନୂଆଦିଲ୍ଲୀ,୨୯।୯: ୨୭ ସେପ୍ଟେମ୍ବର ରବିବାର ଦିନିକିଆ କ୍ରିକେଟ ପାଇଁ ଏକ ଐତିହାସିକ ଦିନ ହୋଇଛି। ଗୋଟିଏ ଦିନରେ ଖେଳାଯାଇଥିବା ୩ଟି ଅନ୍ତର୍ଜାତୀୟ ଦିନିକିଆ ମ୍ୟାଚରେ ମୋଟ ୬ଟି…

ଏହିଦିନ ଭାରତ-ପାକିସ୍ତାନ ସେମିଫାଇନାଲ ମୁକାବିଲା: କେବେ, କେଉଁଠି ଦେଖିବେ ମ୍ୟାଚ ଜାଣନ୍ତୁ…

ନୂଆଦିଲ୍ଲୀ,୨୮।୯: ଏସିଆନ ଗେମ୍ସରେ ଏବେ ଭାରତ ଓ ପାକିସ୍ତାନର ହକି ଟିମ ମୁହାଁମୁହିଁ ହେବାକୁ ଯାଉଛନ୍ତି। ଉଭୟ ଦଳ ମଧ୍ୟରେ ଏହି ମୁକାବିଲା ସିଧାସଳଖ ଫାଇନାଲ ଟିକେଟ…

ମହିଳା ୨୫ ମି. ପିସ୍ତଲରେ ଇଶାଙ୍କୁ ରୌପ୍ୟ, ନିରାଶ କଲେ ମନୁ

ନାଗୋୟା,୨୮ା୯: ଭାରତୀୟ ଶୁଟର ଇଶା ସିଂ ମହିଳା ୨୫ ମି. ପିସ୍ତଲ ବ୍ୟକ୍ତିଗତ ଇଭେଣ୍ଟରେ ରୌପ୍ୟ ପଦକ ଜିତିଛନ୍ତି। ଚଳିତ ଏସିଆନ ଗେମ୍ସରେ ଶୁଟିଂ ପ୍ରତିଯୋଗିତାରେ ଏହା…

ଟ୍ରକ୍‌ ଡ୍ରାଇଭରଙ୍କ ଝିଅ ରଚିଲେ ଇତିହାସ: ଏସିଆନ ଗେମ୍‌ରେ ଭାଙ୍ଗିଲେ ୪୨ ବର୍ଷର ରେକର୍ଡ

ନୂଆଦିଲ୍ଲୀ,୨୮।୯: ଏସିଆନ ଗେମ୍ସ ୨୦୨୬ରେ ତାମିଲନାଡୁର ଆଥଲେଟ ବିଥ୍ୟା ରାମରାଜ ନିଜ ନାଁରେ କରିଛନ୍ତି ଏକ ବଡ଼ ରେକର୍ଡ। ମହିଳା ୪୦୦ ମିଟର ହର୍ଡଲ୍ସରେ ସେ ୫୪.୭୫…

RCBକୁ ବଡ଼ ଝଟକା: ଦୁନିଆରୁ ବିଦାୟ ନେଲେ ଏହି କିମ୍ବଦନ୍ତ୍ରୀ

ବେଙ୍ଗାଲୁରୁ,୨୮।୯: ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ (RCB) ପରିବାରକୁ ବଡ଼ ଝଟକା। ଦଳର ମ୍ୟାଚ ଦିନର ପରିବେଶକୁ ନିଜ ଢୋଲର ତାଳରେ ଉତ୍ସାହିତ କରୁଥିବା ପ୍ରସିଦ୍ଧ ଡ୍ରମର୍‌ ଦେବାଙ୍କ…

କୋହଲିଙ୍କ ଏହି ରେକର୍ଡ ଭାଙ୍ଗିବା ଅସମ୍ଭବ! ଜାଣିଲେ ହେବେ ଆଶ୍ଚର୍ଯ୍ୟ

ନୂଆଦିଲ୍ଲୀ,୨୮।୯: ୱେଷ୍ଟଇଣ୍ଡିଜ ବିପକ୍ଷ ପ୍ରଥମ ଦିନିକିଆରେ ଅପରାଜିତ ଶତକ ହାସଲ କରି ବିରାଟ କୋହଲି ପୁଣିଥରେ ରେକର୍ଡ ବୁକ୍‌ରେ ନିଜ ନାମ ଲେଖାଇଛନ୍ତି। ଏହି ମ୍ୟାଚ୍‌ରେ ତାଙ୍କ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?